Sabitri Mohapatra

Children Stories Inspirational Children

3  

Sabitri Mohapatra

Children Stories Inspirational Children

ଆପାର୍ଟମେଣ୍ଟ

ଆପାର୍ଟମେଣ୍ଟ

3 mins
233


ସେଦିନ ସୁମିତା ତା ବାପା ମା ଆଉ ଜେଜେମା ଙ୍କ ସାଙ୍ଗେ ସେ ଭଡାଘର କୁ ଛାଡି ଆସିଛି ଏଇ ନୂଆ ଆପାର୍ଟମେଣ୍ଟରେ ରହିବାକୁ । ଆପାର୍ଟମେଣ୍ଟରେ ରହିବାର ମଜା କିଛି ଅଲଗା । ପାଖାପାଖି ହୋଇ ଏତେସବୁ ଘର,ଏତେସବୁ ଲୋକ ଦେଖି ତାକୁ ମଜା ଲାଗୁ ଥାଏ। ଏଠି ବହୁତ ସାଙ୍ଗ ମିଳିବେ ଓ ଖେଳାଖେଳି କରିବାକୁ ଭଲ ହେବ  ମାତ୍ର ପ୍ରଥମେ ପ୍ରଥମେ କେହି ସାଙ୍ଗ ସାଥି ,ଚିହ୍ନାଜଣା ନଥିଲେ । ତାକୁ ଖାଲି ଖାଲି ଲାଗୁଥିଲା । ମାତ୍ର କିଛିଦିନ ପରେ ତାରି ସାଙ୍ଗିଆ ଝିଅ ରୁଚି ଆଉ ସିଲୁ ଅଳ୍ପ ବ୍ଯବଧାନ ରେ ଆସି ପହଞ୍ଚିଲେ ଆପାର୍ଟମେଣ୍ଟରେ ରହିବାକୁ । ଏଥର ସୁମିତା ର ମନ ବହୁତ୍ ଖୁସି ହୋଇଗଲା । ଖେଳଟା ଏବେ ଜମିବ। ସମସ୍ତେ ଏକା ବୟସର ପିଲା ଅଷ୍ଟମ, ନବମ ଶ୍ରେଣୀର ପିଲା ସୁମିତାର ମା ଚାକିରୀଆ । ତେଣୁ ତାର ଜେଜେମା ସହିତ ଦିନଟା ସେ କଟେଇଦିଏ ମା ଆସିବା ପର୍ଯ୍ୟନ୍ତ । ଚାହୁଁ ଚାହୁଁ ସୁମିତା, ରୁଚି ଆଉ ସିଲୁ ବହୁତ ସାଙ୍ଗ ହୋଇଗଲେ। ତିନି ଜଣ ଯାକ ସ୍କୁଲ ରୁ ଫେରି କୌଣସି ମତେ ବହି ପତ୍ର ଥୋଇ ଦେଇ କଣ ଟିକେ ଟିକେ ଖାଇଦେଇ ଆପାର୍ଟମେଣ୍ଟ ତଳେ ଆସି ହାଜର ହୋଇଯାଆନ୍ତି । ବାଡମିଟନ୍ ,ସାଇକେଲିଙ୍ଗ, ଆଦି ଖେଳରେ ଲିପ୍ତ ରୁହନ୍ତି ସଂଧ୍ୟା ହେବା ପର୍ଯ୍ୟନ୍ତ । ସ୍କୁଲ ରୁ ଫେରି ଦିନେ ତଳକୁ ନଆସିଲେ ତାଙ୍କର ମୁଣ୍ଡ ଖରାପ ହୋଇଯାଏ । ସବୁ ପର୍ବରେ ନାଚ,ଗୀତ ପ୍ରୋଗ୍ରାମ୍ ମଧ୍ୟ ଚାଲେ ଏମିତି ଅନେକ ଦିନ କଟିଗଲା ପରେ ଆଉ ଗୋଟିଏ ଝିଅ  ମୁନୁ ତା ବାପା ମା ଙ୍କ ସାଙ୍ଗେ ଆପାର୍ଟମେଣ୍ଟରେ ରହିବାକୁ  ଆସିଲା ।ମାତ୍ର ମୁନୁ ଏମାନଙ୍କ ସଙ୍ଗେ ମିଶିଲାନି କି ଖେଳିବାକୁ ତଳକୁ ମଧ୍ୟ ଆସିଲାନି। ଏମାନେ ଭାବିନେଲେ ଯେ ଝିଅଟା ବୋଧେ ବହୁତ ଗର୍ବି । ସେ ବୋଧେ ଆମମାନଙ୍କ ସଙ୍ଗେ ମିଶିବାକୁ ପସନ୍ଦ କରୁନି।  କିନ୍ତୁ ଅନେକ ଦିନ ଅତିକ୍ରମ  କଲାପରେ ଦିନେ ସିଲୁ ଯାଉ ଯାଉ ଦେଖେତ ଗୋଟେ କଣରେ ଠିଆ ହୋଇ ସେ ଝିଅଟି ସେମାନଙ୍କର ଖେଳର ମଜା ନଉଛି । ମନେ ମନେ ହସି ତାଳି ମଧ୍ୟ ମାରୁଛି ମାତ୍ର ସେମାନଙ୍କ ପାଖକୁ  ଯାଉନି। ସିଲୁ ତାର ନାଁ, କେଉଁ ସ୍କୁଲ ରେ ପଢୁଛି ଓ କୋଉ କ୍ଲାସ ରେ ପଢୁଛି ସବୁ ପଚାରି ବସିଲା । ମାତ୍ର କିଛି ଉତ୍ତର ତାଠାରୁ ପାଇଲାନି । ସେ ମନେ ମନେ ଟିକେ ବିରକ୍ତ ହୋଇଗଲା ।

ସିଲୁ ଟିକେ ବିରକ୍ତ ହୋଇ ସେଠାରୁ ଚାଲିଯିବାକୁ ବସିଲା ବେଳକୁ ମୁନୁ ର ମା ଆସି ସେଠାରେ ପହଞ୍ଚିଲେ ,ତାକୁ ଖୋଜି ଖୋଜି ଘରକୁ ନେବାକୁ। ମୁନୁର ମା ସିଲୁ କୁ ଦେଖି ଟିକେ ହସିଦେଲେ ଓ କିଛି କଥାବାର୍ତ୍ତା ମଧ୍ୟ ହେଲେ । ସିଲୁ କହିଲା ଆଣ୍ଟି ଆପଣଙ୍କ ଝିଅକୁ ଯାହା ପଚାରିଲେ କିଛି କହୁନି କି ଆମସାଥେ ଖେଳିବାକୁ ଆସୁନି। ଆଂଟି ଟିକେ ମନଦୁଃଖ କରି ଲୁହ ଛଳ ଛଳ ଆଖିରେ କହିଲେ କଣ କହିବି ଝିଅ ? "ମୋ ଝିଅ ସବୁଥିରେ ଭଲ ଯେ ହେଲେ ଜନ୍ମ ରୁ ସେ କଥା କହି ପାରେନି । "ଭଗବାନ୍ ତାକୁ ସବୁଗୁଣରେ ଭରିଛନ୍ତି ହେଲେ ଏ କଥା କହିବାର ଶକ୍ତି ଟା ଅଭାବ ରଖି ଦେଇଛନ୍ତି । "ସେଥିଲାଗି ସେ କୌଣସି ପିଲା ସହିତ ସହଜରେ ମିଶି ପାରେନି ।ତୁମେଟିକେ ତାକୁ ସାହାଯ୍ୟ କଲେ ,ସେ ସମସ୍ତଙ୍କ ସଙ୍ଗେ ସହଜରେ ମିଶି ପାରିବ । ମୁନୁର ମା ଙ୍କ କଥା ଶୁଣି ସିଲୁ ର ମନ ଟା ଦୁଃଖ ହୋଇଗଲା । ତା ବିଷୟରେ କିଛି ନ ଜାଣି ତା ନାଁ ରେ କଣ ସବୁ ଭାବୁଥିଲେ ଭାବି ଭଗବାନ୍ ଙ୍କୁ କ୍ଷମା ମାଗିଲା । ତା ପରଦିନ ସ୍କୁଲ ରୁ ଫେରି ସମସ୍ତେ ଖେଳିବାକୁ  ପ୍ରସ୍ତୁତ ହେଉଛନ୍ତି, ସିଲୁ କବାଟ ଖୋଲି ଦେଖେ ତ,ମୁନୁ ଆସି ତା ଘର ଆଗରେ ଠିଆ ହୋଇଛି । କଥା କହିବାର ଶକ୍ତି ତ ନାହିଁ, ନୀରବ ଆଖିରେ ତାର ଅସହାୟତାର ହାତ ବଢାଉଛି ଯେମିତି । ସିଲୁର ମୁନୁ ପ୍ରତି ବହୁତ୍ ଦୟା ହେଲା ଓ ସେ ମୁନୁ କୁ ସାଙ୍ଗରେ ନେଇ ତଳକୁ ଖେଳିବାକୁ ଗଲା । ସେ ତାକୁ ସବୁ କ୍ଷେତ୍ରରେ ସାହଯ୍ୟ ର ହାତ ବଢାଇଲା। କିନ୍ତୁ ମୁନୁ କୁ ନାଚ ପ୍ରୋଗ୍ରାମ୍ ରେ କେହି ହରେଇ ପାରନ୍ତିନି । ସିଲୁ ଆଉ ମୁନୁ ଏକା ସ୍କୁଲ ରେ ପାଠ ପଢନ୍ତି ।

ସେଦିନ ସ୍କୁଲ ର ଆନୁଆଲ ପ୍ରୋଗ୍ରାମ୍ ରେ ମୁନୁ ଭାଗ ନେଇଥାଏ । ମୁନୁ ବହୁତ ଭଲ ନାଚେ ଆଉ ନାଚିବାରେ ତାର ବହୁତ ସଉକ ଥାଏ । ମାତ୍ର ପ୍ରୋଗ୍ରାମ୍ ସରିଲାପରେ ମୁନୁ ବାହାରେ ଆସି ଦେଖେ ତ ତାର ହାରର ସେଟ୍ ଟା କେଉଁଠି ପଡି ଯାଇଛି । ସବୁ ପିଲାମାନେ ଆସି ନିଜ ନିଜର ଜିନିଷ ଖୋଜିକି ନେଇ ଘରକୁ ଫେରିଲେ ।ମାତ୍ର ମୁନୁ ତା ଜିନିଷ ପାଇଲାନି । ସାଙ୍ଗ ମାନଙ୍କୁ  ଆଉ ଟିଚର ମାନଙ୍କୁ ଏ ବିଷୟରେ  କିଛି ବୁଝାଇ ପାରିଲାନି । ମା ବାପା ମଧ୍ୟ ଭିତରେ ପଶିବାକୁ ପରମିସନ୍ ନଥାଏ । ସେମାନେ କାହାକୁ ଚିହ୍ନି ନାହାଁନ୍ତି, ତେଣୁ କାହାକୁ କିଛି କହିବି ପାରୁନାହାନ୍ତି । ମୁନୁ କାନ୍ଦି କାନ୍ଦି ମନଦୁଃଖ ରେ ବାପ ମା ଙ୍କ ସାଥେ ଗେଟ୍ ପାଖରେ ଠିଆ ହୋଇଛି । ରାତି ଭି ବହୁତ୍ ହେଲାଣି । ଠିକ୍ ଏହି ସମୟରେ ସିଲୁ ତାର ମମି  ସହିତ ସେହି ଗେଟ୍ ପାଖରେ ଆସି ପହଞ୍ଚିଲା ।

ମୁନୁ ,ସିଲୁ ମକୁ ଦେଖି ଖୁସିରେ ଗଦ୍ ଗଦ୍ ହୋଇଯାଇ ତାକୁ କୁଣ୍ଢେଇ ପକାଇଲା । କଥା କଣ ତୁ ଏମିତି କାନ୍ଦୁଛୁ କାହିଁକି ? ମୁନୁ ର ମା ସିଲୁକୁ ସବୁକଥା ବୁଝାଇ କହିଲେ । ଆଉ ମଧ୍ୟ କହିଲେ ଟିକେ ଦୟାକରି ଝିଅ ତାର ସେଟ୍ ଟା ଖୋଜି ଆଣିଦିଅ । ବହୁତ ଦାମିକିଆ ସେଟ୍ ଟା । ସିଲୁ ଶୁଣିଲା କ୍ଷଣି ଭିତରକୁ ଯାଇ ଟିଚର ମାନଙ୍କ ସହିତ କଥାବାର୍ତ୍ତା କରି ଖୋଜି ଆଣି ସେଟ୍ ଟା ମୁନୁ କୁ ଧରେଇ ଦେଲା । ମୁନୁ ଦେଖି ବହୁତ ଖୁସି ହୋଇଗଲା । ତା ଖୁସିରେ ବାପା ମା ମଧ୍ୟ ଖୁସି ହୋଇଗଲେ । ସିଲୁର ମୁଣ୍ଡ ଉପରେ ହାତ ଥାପୁଡେଇ ମା ତାର କହିଲେ ଭଗବାନ୍ ତୁମର ମଙ୍ଗଳ କରନ୍ତୁ ଝିଅ କହି ସେମାନେ ଘରକୁ ଫେରିଗଲେ ।ସିଲୁ ମଧ୍ୟ ତାର ମମି 

ସାଙ୍ଗରେ ଘରକୁ ଫେରିଲା।

ସେ ଦିନଠୁଁ ମୁନୁ ଆହୁରି ଭଲ ପାଇଲା ସିଲୁକୁ । ଘରେ କିଛି ଭଲ ଜିନିଷ ତିଆରି ହୋଇଥିଲେ,ସିଲୁ ପାଇଁ ଲୁଚେଇକି ନେଇଆସେ ମୁନୁ । ମା ଭି ତାର ମନା କରି ପାରନ୍ତିନି । ଝିଅର ଖୁସିରେ ମା ଭି ଖୁସି ହୋଇଯାନ୍ତି । ଏମିତି ଅନେକ ଦିନ ବିତିଗଲା । ମୁନୁର ମା ଲକ୍ଷ୍ୟ କଲେ ମୁନୁ ଆଜିକାଲି ବହୁତ ଖୁସି ରହୁଛି । ମାତ୍ର ମୁନୁ ହଠାତ୍ ଶୁଣିଲା ସିଲୁ ବାପାଙ୍କର ଆଉ ଗୋଟେ ଜାଗାକୁ ବଦଳି ହୋଇ ଯାଉଛି । ତେଣୁ ସିଲୁ ଘରେ ସବୁ ଜିନିଷପତ୍ରର ପାକିଙ୍ଗ ଚାଲିଛି । ଆଉ ପାଂଚ ଦିନ ପରେ ସେମାନେ ଏ ଜାଗା ଛାଡି ଚାଲିଯିବେ ।ଏ କଥା ଶୁଣି ମୁନୁ କୁ ବହୁତ ବାଧିଲା। ମୁନୁ ରାତି ଦିନ ଖାଲି କାନ୍ଦି କାନ୍ଦି  ଦିନ  କଟେଇଲା। ତା ମା କିଛି ବୁଝିପାରିଲେନି । ହଠାତ୍ ମୁନୁର କଣ ହେଲା ? ଏତେ ତ ଖୁସି ରହୁଥିଲା, ଏବେ କଣ ହେଲା ଯେ ଏତେ ଦୁଃଖି ରହୁଛି ? ଏଥିରେ ତାର ମା ବହୁତ ବ୍ୟସ୍ତ ହୋଇ ପଡିଲେ । ବୁଝୁ ବୁଝୁ ଜାଣିପାରିଲେ ଯେ ସିଲୁ ଏବେ ଆପାର୍ଟମେଣ୍ଟ ଛାଡି ଚାଲି ଯାଉଛି। ମୁନୁ ର ମା ମଧ୍ୟ ବହୁତ  ଦୁଃଖିତ ହୋଇପଡିଲେ । ଏତେ ଦିନପରେ ତାଙ୍କ ଝିଅ ପାଇଥିବା ଖୁସି ଏବେ ମଳିନ ପଡିଯାଉଛି । ଜାଣିଲେ କିଛି କରିପାରିବେନି ସେ । ସିଲୁର ଯିବାଦିନ ଆସି ପହଞ୍ଚିଲା । ଟ୍ରକ୍ ଆସି ପହଞ୍ଚିଲା । ଜିନିଷପତ୍ର ସବୁ ଲଦା ହେଲା । ଅନ୍ୟ ଏକ ଗାଡିରେ ସିଲୁ ଓ ତାର ବାପ ମା ବସି ଚାଲିଗଲେ ଅନେକ ଦୂର। ଗାଡି ଟି ଅନେକ ଦୂର ଯିବା ପର୍ଯ୍ୟନ୍ତ ମୁନୁ ଖାଲି ଚାହିଁ ରହିଥିଲା ସେ ଗାଡିକୁ । ଗାଡିଟି ଅଦୃଶ୍ୟ ହେବା ପର୍ଯ୍ୟନ୍ତ ସେ କେବଳ ଠିଆ ହୋଇ ରହିଥିଲା ।


Rate this content
Log in