STORYMIRROR

Trushna Das

Drama Horror Others

4  

Trushna Das

Drama Horror Others

ମାୟାଜାଲ ( ଭାଗ : 3 )

ମାୟାଜାଲ ( ଭାଗ : 3 )

5 mins
481


କାହାଣୀଟିକୁ ବୁଝିବା ପାଇଁ ଦୟା କରି ମାୟାଜାଲ ର ପୂର୍ବ ଭାଗଗୁଡିକୁ ପଢନ୍ତୁ। ଆଗରୁ ଆମେ ପଢି ଥିଲୁ ଯେ ଧାନୀଙ୍କୁ ନେଇ ପୋଲିସ ଇନ୍ସପେକ୍ଟର ଧାନୀଙ୍କ ସ୍ୱାମୀ ମଳୟଙ୍କୁ ବଞ୍ଚାଇବା ପାଇଁ ରତନପୁର ଅଭିମୁଖେ ବାହାରିଛନ୍ତି। ବର୍ଷା ଜୋରରେ ହେଉଛି। ତେଣୁ ଗାଡି ଧିରେ ଧିରେ ଆଗକୁ ବଢୁଛି।ଧାନୀ ନିଜ ବିବାହରେ ଘଟି ଥିବା ବିଘ୍ନ ବିଷୟରେ କହୁଛନ୍ତି। ତାପରେ..... 


ଆଜି :


ଇନ୍ସପେକ୍ଟର ଧାନୀଙ୍କୁ ଅଟକାଇ ପଚାରିଲେ ମ୍ୟାମ ଆପଣ କିଛି ଖାଇବେ କି? 

  

ଧାନୀ ଟିକେ ଅଟକି ଯାଇ କହିଲେ ନା ନା..... ମୋତେ ଭୋକ ନାହିଁ।


ଇନ୍ସପେକ୍ଟର : ଏହା କଣ ସତ ଯେ ଦୁନିଆରେ ପ୍ରେତାତ୍ମା ବୋଲି କିଛି ଅଛି?

ଧାନୀ : ଆପଣଙ୍କ ପାଇଁ ଅନ୍ଧବିଶ୍ୱାସ କିନ୍ତୁ ମୋ ଜୀବନର ଅଙ୍ଗେ ଲିଭେଇ ଥିବା ସତ୍ୟତା। 


ଏତିକି କହି ଧାନୀ ଚୁପ୍ ହୋଇ ଗଲେ।


ଇନ୍ସପେକ୍ଟର : Sorry ମ୍ୟାମ୍। କୁହନ୍ତୁ ତାପରେ କଣ ହେଲା। 


ଧାନୀ:ବସରେ ସମସ୍ତେ ଭୟଭୀତ ହୋଇ ଭଗବାନଙ୍କୁ ଡାକୁ ଥାଆନ୍ତି।ସବୁ ଭୟରେ ଝାଳନାଳ।ବସ ମନ୍ଦିର ଅଭିମୁଖେ ଗଡି ଚାଲୁ ଥାଏ। ଘାଟି ପାରେଇବା ପରେ ଫୋନର ନେଟୱାର୍କ ଆସିଲା। ମାଆ ( ଶାଶୁ ) ରାମୁ ବାବାଙ୍କୁ ଫୋନ କରି କହିବାରୁ ରାମୁ ବାବା କହିଲେ ହଁ ତାଙ୍କୁ ସଙ୍କେତ ମିଳି ସାରିଛି। ଦୀପ ଲିଭୁ ଲିଭୁ ରହିଗଲା। ସେ ମନ୍ଦିରରେ ଆମମାନଙ୍କ ସୁରକ୍ଷା ପାଇଁ ପୂଜା କରୁଛନ୍ତି। ହେଲେ ସେ ପ୍ରେତାତ୍ମାଟି ବହୁତ ଭୟଙ୍କର ଓ ଶକ୍ତିଶାଳୀ।ତେଣୁ ସମସ୍ତେ ଭଗବାନଙ୍କୁ ପ୍ରାର୍ଥନା କରନ୍ତୁ ବୋଲି କହିଲେ। 


ମୋର ଡରର ସୀମା ନ ଥାଏ। ମୋତେ ଖାଲି ସେ ସ୍ତ୍ରୀ ଲୋକର କଥା ଶୁଣା ଯାଉଥାଏ। ମୁଁ ଜାକି ହୋଇ ମଳୟଙ୍କ ହାତ ଧରି ବସି ଥାଏ ଆଉ ମାଆ ମଙ୍ଗଳାଙ୍କ ବୀଜ ମନ୍ତ୍ର ଜପ କରୁ ଥାଏ। ମଳୟ ବି ଡରି ଯାଇ ଥାନ୍ତି। ହେଲେ ମୋତେ ସାହାସ ଦେବା ପାଇଁ କହୁ ଥାଆନ୍ତି ଏତେ ଡର ନା ତୁମର। କିଛି ହେବ ନାହିଁ। ହେଲେ ମୋ ମନକୁ ପାପ ଛୁଉଁ ଥାଏ ଯେ କାଳେ ଆଗକୁ ପୁଣି ଆଉ କିଛି ଅଘଟଣ ନ ଘଟୁ। ସସସ୍ତେ ବହୁତ ଭୟଭୀତ ଓ ଚିନ୍ତିତ। 


ମନ୍ଦିର ପହଞ୍ଚିବା ପାଇଁ ପାଖାପାଖି ଆଉ ଗୋଟିଏ କି. ମି ଥାଏ। ସମସ୍ତେ ଥକାରେ ଆଉ ଡରେ ବସି ଥାଆନ୍ତି। ମୋର ବି ଆଖି କେମିତି ଲାଗିଲା ଜାଣେ ନାହିଁ।ହଠାତ୍ ଡ୍ରାଇଭର ବ୍ରେକ ମାରିଲା ଆଉ ଜୋରରେ ଶବ୍ଦ ହେଲା। ମୁଁ ଉଠି ପଡି କିଛି ବୁଝି ପାରୁ ନ ଥିଲି ପୁଣି କଣ ହେଲା? 


ମଳୟ ପଚାରିବାରୁ ବସ ଡ୍ରାଇଭର କହିଲା ଯେ ସାମ୍ନାରେ ଗୋଟିଏ ସ୍ତ୍ରୀ ଲୋକଟିକୁ ଦେଖି ଗାଡି କାଟି ପାରେଇବା ପାଇଁ ବ୍ରେକ ହଠାତ୍ ବ୍ରେକ ମାରିବାରୁ ସାମ୍ନା ଚକଟି ବ୍ଳାଷ୍ଟ କରି ଗଲା। ସ୍ତ୍ରୀ ଲୋକଟି ବେଶଭୂଷା ରାଜ ଦରବାରର ସଦସ୍ୟ ପରି। ହେଲେ ତା ଶରୀରର ଅତ୍ୟନ୍ତ ଭୟଙ୍କର। ଆଖି ଦୁଇଟି ରକ୍ତ ପିପାସୁ। ଆଖିରେ ଯେମିତି ନିଆଁ ଜଳୁଛି। ହାତ ଆଉ ଗୋଡରେ କଟା ଦାଗ। ହାତରୁ ରକ୍ତ ବହିଗଲା ପରି ଲାଗୁ ଥିଲା। ତା ଗୋଡରେ ଲୁହାର ଶିକୁଳି ବି ଥିଲା। ସେ ସ୍ତ୍ରୀ ଲୋକ ନ ଥିଲା ବୋଧେ ସେଇ ପ୍ରେତାତ୍ମା। 


ଏତିକି ଶୁଣି ସମସ୍ତେ ଡରରେ ଚିତ୍କାର କରି ଉଠିଲେ। 


ରାମୁ ବାବାଙ୍କୁ କିଛି ସଙ୍କେତ ମିଳି ଥିବାରୁ ସେ ବି ଆସି ସେଠାରେ ପହଞ୍ଚି ଗଲେ। ସେ ଆସି ସେହି ବସରେ ଗୋଟିଏ ଅଭିମନ୍ତ୍ରିତ ସୂତା ବାନ୍ଧି ବସ ଡ୍ରାଇଭରକୁ କହିଲେ ବସ ଏବେ ସୁରକ୍ଷିତ। ତୁମେ ବସକୁ ଠିକ କରି ମନ୍ଦିର ପାଖକୁ ଆସ। ସେ ଆମ ସମସ୍ତଙ୍କୁ କହିଲେ ଜୋତା ବସରେ ରଖି ଦେଇ ଖାଲି ପାଦରେ ଭଗବାନଙ୍କ ନାମ ନେଇ ତାଙ୍କ ପଛେ ପଛେ ଯିବା ପାଇଁ। ରାସ୍ତାରେ ସିନା ବର୍ଷା ଦାଉ ସାଜି ଥିଲା ହେଲେ ଏବେ ସେଠି ପ୍ରବଳ ଗରମ। ଦ୍ୱିପହର ସମୟ। ପାହାଡିଆ ଜାଗ। ଖାଲି ପାଦରେ ଚାଲି ଚାଲି ଯିବାଟା ଥିଲା କଷ୍ଟ ଦାୟକ। ହେଲେ ସମସ୍ତେ ଜୀବନ ବିକଳରେ ରାମୁ ବାବାଙ୍କ କଥା ମାନି ଆଗକୁ ବଢୁ ଥାଆନ୍ତି ଲାଗୁ ଥାଏ ଯେମିତି ଗୋଡରେ ଫୋଟକା ହୋଇ ଯିବ। ଯାହା ବି ହେଉ ମାଆ ମଙ୍ଗଳାଙ୍କ ଦୟାରୁ ଆମେ ଯଥା ସମୟରେ ମନ୍ଦିରରେ ପହଞ୍ଚି ଗଲୁ। 


ବିବାହ କାର୍ଯ୍ୟ ଯେମିତି ଆରମ୍ଭ ହୋଇଛି ସେହି ପ୍ରେତାତ୍ମର ପୁଣି ଶୁଣା ଗଲା। ହେଲେ ଏବେ ସମସ୍ତେ ଶୁଣିଲେ। ସେ ଜୋର ଜରରେ କହୁ ଥାଏ ସେ ମଳୟ ଆଉ ମୋ ଠାରୁ ପ୍ରତିଶୋଧ ନେବ। ସେ ମଳୟକୁ ମୋ ଠାରୁ ଦୂରେଇ ନେବ। ତା କର୍କଶ ସ୍ଵରରେ ମୁଣ୍ଡ କଣ ହୋଇ ଯାଉ ଥାଏ। ସମସ୍ତେ ମନ୍ଦିର ଭିତରେ ବସି ମାଆ ମଙ୍ଗଳାଙ୍କ ପାଖେ ଆଶ୍ରୟ ନେଇ ଥାଆନ୍ତି। ପବନ ଜୋରରେ ବହିବାକୁ ଲାଗିଲା। ଶୁଖିଲା ପତ୍ର ଓ ଧୂଳି ଉଡିବା ପାଇଁ ଲାଗିଲା। ପଥରର ବର୍ଷା ହେଲା ପରି ଉପରୁ ପଥରର ବର୍ଷା ହେଲା।ହେଲେ ଆଶ୍ଚର୍ଯ୍ୟ କଥା ସେ ସବୁ ମନ୍ଦିର ବାହାରେ ହେଲା। ପବନ ସୁଧା ମିନ୍ଦିର ଭିତରକୁ ଆସି ପାରୁ ନ ଥିଲା। 


ରାମୁ ବାବା କହିଲେ ଏ ଯେ ପବନ ବହିବା, ପଥର ବର୍ଷା ହେବା ଏ ସବୁ ସେ ପ୍ରତାତ୍ମାର ମାୟାଜାଲ ଯାହ ମନ୍ଦିର ମଧ୍ୟକୁ ଆସି ପାରୁ ନାହିଁ। 


ତାର ଚିତ୍କାରକୁ ଧ୍ୟାନ ନ ଦେଇ ବିବାହ କର୍ମ ଯେମିତି ହେବା କଥା ଚାଳିଲା। ଯେମିତି ମଳୟ ମୋ ମୁଣ୍ଡରେ ମାଆଙ୍କ ସିନ୍ଦୁର ଦେଲେ ସେ ପ୍ରେତାତ୍ମା ଭୟଙ୍କର ଭାବରେ କାନ୍ଦିବା ପାଇଁ ଲାଗିଲା। 


ତାପରେ ରାମୁ ବାବା ଗୋଟିଏ ମଙ୍ଗଳସୁତ୍ର ଆଣି ମଳୟଙ୍କୁ ଦେଇ କହିଲେ ଏଇଟା ଅଭିମନ୍ତ୍ରିତ। ଏଇଟା ପିନ୍ଧିଲେ ସେ ପ୍ରେତାତ୍ମା ଆଉ ମୋ ପାଖକୁ ଆସି ପାରିବ ନାହିଁ। 


ରାମୁ ବାବା ମଳୟଙ୍କ ଆଡକୁ ଚାହିଁ କହିଲେ ଆଉ ତୋର କବଚକୁ ସେ ପ୍ରେତାତ୍ମା ଗଛ ଉଠାଇବା ସମୟରେ ତୋ ଠାରୁ ଅଲଗା କରିବାରେ ସଫଳ ହୋଇଛି। ତେଣୁ ତୋ ସହ ଏତେ ସବୁ ହେଲା। 


ମଳୟ ଯେମିତି ମୋତେ ମଙ୍ଗଳସୁତ୍ର ପିନ୍ଧାଇଲେ ସେ ପ୍ରେତାତ୍ମା ଏତେ ଜୋରରେ ଚିଳାଇଲା ଯେମିତି ସମସ୍ତଙ୍କ କାନ ପରଦା ଫାଟି ଯିବ। ତାପରେ ଆଉ ତାର ଶବ୍ଦ କିଛି ନାହିଁ। 


ରାମୁ ବାବା କହିଲେ ସେ ମଳୟ ପାଇଁ ଆଉ ଥରେ କବଚ କରି କିଛି ଦିନ ମଧ୍ୟରେ ଆଣି ଦେବେ। ମଳୟ ସହ ମୋର ବିବାହରେ ସେ ପ୍ରେତାତ୍ମାର ଶକ୍ତି ଟିକିଏ କମି ଯାଇଥିବ। ଏହା ଶୁଣି ମନକୁ ଟିକିଏ ଆଶ୍ୱସ୍ତି ମିଳିଲା। 


ସେତେବେଳକୁ ଡେରି ରାତି ହୋଇ ଯାଇଥିଲା। ମନ୍ଦିରରେ ପ୍ରସାଦ ବ୍ୟବସ୍ଥା ହୋଇଥିଲା। ସେଇଠି ଖାଇ ଆମେ ରାତି ସେହି ମନ୍ଦିରରେ କାଟିବାର ଯୋଜନା କଲୁ।କାରଣ ଦିନ ଯାକ ସେ ପ୍ରେତାତ୍ମାର ଭୟ ଏବେ ବି ସମସ୍ତଙ୍କ ମନରୁ ଯାଇ ନାହିଁ। ତାପର ଦିନ ଆମେ ସବୁ ଆମ ଘର ଅଭିମୁଖେ ବାହାରିଲୁ ହେଲେ ମନରେ ଗୋଟିଏ ଭୟ ଥାଏ ପୁଣି ସେ ପ୍ରେତାତ୍ମା କିଛି କରିବ ନାହିଁ ତ।!


ଆଜି :

ଠିକ୍ ଏତିକି ବେଳେ ଡ୍ରାଇଭର ଗାଡିକୁ ଅଟକାଇଲା। 


ଧାନୀ ଚମକି ପଡ଼ିଲେ। 


ଇନ୍ସପେକ୍ଟର ଡ୍ରାଇଭରକୁ ପଚାରିଲେ କଣ ହେଲା? 


ଡ୍ରିଇଭର କହିଲା ସାର ବହୁତ ବର୍ଷା ହେଉଛି। ରାସ୍ତା ଜମାରୁ ଦେଖା ଯାଉ ନାହିଁ। ପୁଣି ଡେରି ରାତି ହେଲାଣି। ଭୋକ ବି ଲାଗୁଛି।ଏଇ ଢାବାରେ ରାତ୍ରି ଭୋଜନ କରି ଦେବା। ଆଗରେ ଆଉ ଢାବା ବୋଧେ ମିଳିବନି। କାରଣ ଆଗକୁ ଖାଲି ଜଙ୍ଗଲ ଆଉ ଘାଟି।


ଇନ୍ସପେକ୍ଟର କହିଲେ ହଉ ଠିକ ଅଛି। 


ଧାନୀ ଖାଇବେ ନାହିଁ ବୋଲି ମନା କରୁଥିଲେ। ହେଲେ ଇନ୍ସପେକ୍ଟର କହିଲେ ମ୍ୟାମ ଔଷଧ ଖାଇବେ ପରା ଆପଣ ସୁସ୍ଥ ହେଲେ ସିନା ଆପଣଙ୍କ ସ୍ୱାମୀ ପାଇଁ ଆପଣ ଲଢିବେ। ତାପରେ ଧାନୀ ବି ଓହ୍ଲାଇ ଖାଇବା ପାଇଁ ଗଲେ।


ଖାଇ ସାରି ଆସିବା ପରେ ଯେତେବେଳେ ଡ୍ରାଇଭର ଆସି କି ଗାଡି ସ୍ଟାର୍ଟ କରିଲେ ଗାଡି ଆଉ ସ୍ଟାର୍ଟ ହେଲା ନାହିଁ। ଡ୍ରାଇଭର ଛତା ନେଇ ବାହାରକୁ ବାହାରି ଦେଖିଲେ ଯେ ଗାଡି ତେଳ ପାଇପରେ ଲିକେଜ୍ ହୋଇ ଯାଇଛି। ଆଉ ଗାଡିରେ ତେଳ ନାହିଁ। ସେ ଏ ବିଷୟରେ ଇନ୍ସପେକ୍ଟରକୁ ଜଣାଇଲେ। ନୂଆ ସ୍କର୍ପିଓ ଗାଡ଼ିରେ ହଠାତ୍ ତେଳ ପାଇପ ଲିକେଜ କଥା ଶୁଣି ଇନ୍ସପେକ୍ଟର ଆଉ ଧାନୀ ଆଶ୍ଚର୍ଯ୍ୟ ହୋଇ ଗଲେ। ଇନ୍ସପେକ୍ଟର ସାଙ୍ଗେ ସାଙ୍ଗ ଦୌଡ଼ି ଯାଇ ଢାବାବାଲାକୁ ସାହାଯ୍ୟ ମାଗିଲେ।ଢାବାବାଲା ଗୋଟିଏ ଗାଡି ରିପ୍ୟାର କରିବା ଲୋକର ଫୋନ ନମ୍ବର ଦେଲେ। ସେ ଲୋକ କହିଲେ ତାଙ୍କୁ ପାଖାପାଖି ଅଧ ଘଣ୍ଟା ସମୟ ଲାଗିବ ସେଠାରେ ପହଞ୍ଚିବା ପାଇଁ। ଇନ୍ସପେକ୍ଟର କହିଲେ ଆସିବା ସମୟରେ କିଛି ଡିଜେଲ ସାଙ୍ଗରେ ନେଇ ଆସିବା ପାଇଁ। 


ଧାନୀ ଜାଣି ସାରିଲେଣି ଏ ସବୁ ସେଇ ପ୍ରେତାତ୍ମାର ମାୟାଜାଲ। ସେ ଖାଲି ମାଆ ମଙ୍ଗଳାଙ୍କୁ ଡାକୁ ଥାନ୍ତି। 


ଗାଡି ଠିକ୍ ହେଉ ହେଉ ଦୁଇ ଘଣ୍ଟା ଲାଗିଗଲା। ଗାଡି ରିପ୍ୟାରବାଲା ଦଶ ଲିଟର ଡିଜେଲ ନେଇ ଆସିଥିଲେ। ଗାଡିରେ ଢାଳି ରତନପୁର ଅଭିମୁଖେ ବାହାରିଲେ। ଧାନୀ ବହୁତ ଚିନ୍ତିତ ଦେଖା ଯାଇଥାଆନ୍ତି। 


ଇନ୍ସପେକ୍ଟର କହିଲେ କଣ ହେଲା ମ୍ୟାମ୍?


ଧାନୀ କହିଲେ ଏ ସବୁ ସେଇ ପ୍ରେତାତ୍ମାର ମାୟାଜାଲ। 


ଇନ୍ସପେକ୍ଟର : ମୁଁ ବିଶ୍ୱାସ କରି ପାରୁ ନାହିଁ ଆପଣ ଏପରି ଭାବୁଛନ୍ତି ..... ଏହା ଏକ ଦୁର୍ଘଟଣା। 


ଧାନୀ : ଆପଣ ମାନୁ ନାହାଁନ୍ତି। କାରଣ ଏ ସବୁ ମୋ ସହ ଘଟିଛି। ମୋ ଜୀବନକୁ ସେ ନର୍କ କରି ସାରିଛି। 


ଏତିକିବେଳେ ଗାଡି ଗୋଟିଏ ପେଟ୍ରୋଲ ପମ୍ପରେ ଅଟକିଲା।


ପେଟ୍ରୋଲ ପମ୍ପରେ ତେଲ ପୁରାଉ ଥିବା ସମୟରେ ଧାନୀ ଚିତ୍କାର କରି କହିଲେ ତୁ ଏଇଠି ବି। 


ଇନ୍ସପେକ୍ଟର ଯାଇ ଗାଡି ଭିତରକୁ ଯାଇ ଦେଖିଲେ ଧାନୀ ଅଚେତ ହୋଇ ଯାଇଛନ୍ତି। 


ଇନ୍ସପେକ୍ଟର ଧନୀଙ୍କ ଉପରେ ପାଣି ଛିଞ୍ଚିବାରୁ ଧାନୀଙ୍କ କିଛି ସମୟ ପରେ ଚେତା ଆସିଲା। 


ଇନ୍ସପେକ୍ଟର : କଣ ହେଲା ଆପଣଙ୍କର? 


ଧାନୀ : ସେଇ ପ୍ରେତାତ୍ମା। ସେ ସେଇ ଗଛ ପାଖରେ ଛାଡା ହୋଇ ହସୁ ଥିଲା। ତା ଆଖି ପୁରା ନିଆଁ ଜଳିଲା ପରେ। ସେ ମୋତେ କହିଲା କାଲି ମୋ ମଳୟଙ୍କୁ ନେଇ ଯିବ ତା ସାଙ୍ଗରେ ଆଉ ତାର ପ୍ରତିଶୋଧ ପୂରଣ କରିବ। 


କ୍ରମଶଃ........


ଧାନୀ କେମିତି ସେ ନଦୀ କୂଳରେ ରକ୍ତାକ୍ତ ଅବସ୍ଥାରେ ପହଞ୍ଚିଲେ ଏବଂ କଣ ସେ ପୋଲିସର ସହାୟତାରେ ମଳୟଙ୍କୁ ବଞ୍ଚାଇ ପାରିବେ ଜାଣିବା ପାଇଁ ମାୟାଜାଲର ସମସ୍ତ ଭାଗଗୁଡିକୁ ପଢନ୍ତୁ।


Rate this content
Log in

Similar oriya story from Drama