Trushna Das

Drama Horror Tragedy

4.5  

Trushna Das

Drama Horror Tragedy

ମାୟାଜାଲ ( ଭାଗ : 2 )

ମାୟାଜାଲ ( ଭାଗ : 2 )

6 mins
327



କାହାଣୀଟୀକୁ ବୁଝିବା ପାଇଁ ଦୟା କରି ମାୟାଜାଲ ର ପୂର୍ବ ଭଗକୁ ପଢନ୍ତୁ। ଆଗରୁ ପଢି ଥିଲେ ଯେ ନଦୀ କୂଳରୁ ଗୋଟିଏ ସ୍ତ୍ରୀ ଲୋକକୁ ରକ୍ତାକ୍ତ ଅବସ୍ଥାରେ କିଛି ସ୍ଥାନୀୟ ଲୋକମାନେ ଦେଖି ପୋଲିସକୁ ଖବର ଦେଲେ। ପୋଲିସ ସ୍ତ୍ରୀ ଲୋକଟିକୁ ଡାକ୍ତରଖାନାକୁ ନେଇ ଗୁରୁତ୍ବ ଅବସ୍ଥାରେ ଚିକିତ୍ସା କରାଇଲା। ସ୍ତ୍ରୀ ଲୋକଟିର ଚେତା ଆସିବାରୁ ପୋଲିସ ତାଙ୍କ ପରିଚୟ ଜାଣିଲେ ଯେ ସେ ହେଉଛନ୍ତି ଧାନୀ। ତାଙ୍କ ସ୍ୱାମୀ ରତନପୁରରେ ଅଛନ୍ତି ଏବଂ ତାଙ୍କ ଜୀବନ ବିପଦପୂର୍ଣ୍ଣ ଅଛି। ପୋଲିସ ଧାନୀଙ୍କୁ ନେଇ ରତନପୁର ଅଭିମୁଖେ ବାହାରିଛି। ଗାଡିରେ ଧାନୀ ଇନ୍ସପେକ୍ଟରକୁ ତାଙ୍କ ଜୀବନରେ ଘଟି ଥିବା ଅଘଟଣ ବିଷୟରେ କହୁଛନ୍ତି ଯେ ତାଙ୍କ ବାହାଘରରେ ବହୁତ ବିଘ୍ନ ଘଟି ଥିଲା। ଚାଳନ୍ତ ଜାଣିବା କଣ ବିଘ୍ନ :


ଇନ୍ସପେକ୍ଟର : କଣ ବିଘ୍ନ ?


ଧାନୀ: ବାହାଘର ଦିନ ନିର୍ଦ୍ଧାରିତ ହେବା ପରଠାରୁ କିଛି ନା କିଛି ଅସୁବିଧା ହେଉଥାଏ। ଯେମିତି କିଛି ଗୋଟିଏ ଅଦୃଶ୍ୟ ଶକ୍ତି ଏ ବାହାଘର ଅଟକାଇବା ପାଇଁ ଚେଷ୍ଟା କରୁଛି। ରାମୁ ବାବା କହିଥିଲେ ଯେ ଲଗ୍ନଧରା ଆଉ ବିବାହ ଏକା ସମୟରେ କରା ହେବ। ନହେଲେ ଝିଅ ଓ ପୁଅ ଜୀବନ ପାଇଁ ବିପଦ ଅଛି। ତଥାପି ବିଘ୍ନ ଗୋଟିଏ ପରେ ଗୋଟିଏ ଅସୁବିଧା ହେଉଛି। ବାହାଘର ସ୍ଥିର କରି ଆସିଲା ବେଳକୁ ମାଆ (ଶାଶୁ) ଆସିବା ସମୟରେ ତାଙ୍କ ଗାଡ଼ି ଦୁର୍ଘଟଣା ଘଟିଲା। ମାଆଙ୍କ ବାମ ଗୋଡ ହାଡରେ ଟିକିଏ ଫାଟ ପଡିଲା। ଡାକ୍ତର ମାଆଙ୍କୁ ପୁରା ଶୋଇ ରହିବା ପାଇଁ କହିଲେ। 


ତାପରେ ମୋ ମାମୁଁଙ୍କ ଦୋକାନରେ ନିଆଁ ଲାଗିଗଲା। ମାମୁଁ ଅଳ୍ପକେ ସେଠାରୁ ବଞ୍ଚିଲେ। ଏ ସବୁ ଦେଖି ମାମୁଁ ବହୁତ ଚିନ୍ତିତ ହେଲେ। ଭାବିଲେ ଏ ବାହାଘର ଠିକ ନୁହେଁ। ସେ ଶେଷରେ ବାହାଘର ଭାଙ୍ଗି ଦେବା ପାଇଁ ମନେ ମନେ ସ୍ଥିର କଲେ ଏବଂ ଦୁଇ ପରିବାରକୁ ଡାକି ଜଣାଇଲେ। ମାଆ ( ଶାଶୁ ) କିନ୍ତୁ ମାମୁଁଙ୍କ ଅନୁରୋଧ କଲେ ବିବାହ ପାଇଁ। ମୁଁ ଆଉ ମଳୟ ଅନ୍ଧବିଶ୍ୱାସ ବୋଲି ଭାବି ବିବାହ ଭାଙ୍ଗିବା କଥାରେ ରାଜି ହେଲୁ ନାହିଁ। 


ବାହାଘର ପାଖାପାଖି ଦୁଇ ମାସ ଥାଏ। ସେହି ସମୟରେ ମଳୟଙ୍କ ସ୍କୁଲ ବେଳର ସାଙ୍ଗ ସୁନେନା ଆସି ମଳୟଙ୍କ ଘରେ ରହିଲେ। ମଳୟ ତାଙ୍କୁ ନେନା ଡାକନ୍ତି। ନେନା ଆସିବା ପାଖରୁ ମଳୟ ଆଉ ମୋ ଭିତରେ ସବୁ ବେଳେ ମତାନ୍ତର ହେଉଥାଏ। ତଥାପି ଭଗବାନଙ୍କ ଆର୍ଶୀବାଦରୁ କିଛି ସମୟ ପରେ ସବୁ ଠିକ ହୋଇ ଯାଉଥାଏ। ହେଲେ ସେ ସମୟରେ ମଳୟ ସବୁ କଥାରେ ମୋତେ ନେନା ସହ ତୁଳନା କରୁଥିଲେ। ସବୁବେଳେ ସେ କହୁଥିଲେ ଯେ ମୁଁ ନେନା ପରି ହୋଇ ଯାଏ। କିନ୍ତୁ ମୋତେ ଜମାରୁ ଭଲ ଲାଗୁ ନ ଥାଏ। ବହୁତ ଝଗଡା ହେଉଥାଏ। ଶେଷ ମୁଁ ମଳୟଙ୍କୁ ବିବାହ ପାଇଁ ମନା କଲି। ହେଲେ ଜାଣେ ନାହିଁ କଣ ହେଲା ତାପରେ। ମଳୟ ନିଜ ଭୂଲ ବୁଝି ଆସି ମୋତେ କ୍ଷମା ମାଗିଲେ। ତାଙ୍କୁ ଲାଗିଲା ଯେମିତି କିଛି ଗୋଟିଏ ଦିବ୍ୟ ଶକ୍ତି ତାଙ୍କୁ ଆସି କହିଲେ ଯେ ସେ ଭୂଲ କରୁଛନ୍ତି। ଏ ବିଷୟରେ ଆମେ ଘରେ ଜଣାଇବାରୁ ମାଆ (ଶାଶୁ) ଆମକୁ ନେଇ ରାମୁ ବାବାଙ୍କ ପାଖକୁ ଗଲେ। 


ରାମୁ ବାବା କହିଲେ ଯେ ଆମ ଦୁହିଁଙ୍କ ମଧ୍ୟରେ ଦୁଇଟି ଶକ୍ତି ରହୁଛୀ। ଗୋଟିଏ ହେଲା ଦିବ୍ୟ ଶକ୍ତି ଆଉ ଗୋଟିଏ ହେଲା କୁଶକ୍ତି। କୁଶକ୍ତି ବିବାହ ଭାଙ୍ଗିବାକୁ ଚାହିଁବା ବେଳକୁ ଦିବ୍ଯ ଶକ୍ତି ଆମକୁ ମିଶାଇବା ପାଇଁ ଚାହୁଁଛନ୍ତି। ମୋ ମୁଣ୍ଡରେ ଏ କଥା ଠିକ୍ ରେ ପଶିଲା ନାହିଁ। ସତରେ କଣ ଆଜି କାଲି ଦୁନିଆରେ ଏମିତି ବି କିଛି ହୁଏ। ମୁଁ କେବଳ ଭଗବାନଙ୍କୁ ମନରେ ଭକ୍ତି କରେ। ମାଆ ମଙ୍ଗଳାଙ୍କୁ ଉପରେ ଭରସା କରି ଆଗେଇବି ବୋଲି ସ୍ଥିର କଲି। 


ରାମୁ ବାବା ମଳୟଙ୍କୁ ଗୋଟିଏ କବଚ ଆଣି ଦେଲେ ଯେ ସବୁ ଦିନ ସେ କବଚ ପିନ୍ଧିବା ପାଇଁ। ଆଉ କହିଲେ ମୋତେ ସେ ବିବାହ ଦିନ କହିବେ ମୁଁ କଣ କରିବି। ଆଉ ଗୋଟିଏ କଥା ବାରମ୍ବାର ସେ ମୋତେ କହିଲେ ତୁ ଯେମିତି ମାଆ ମଙ୍ଗଳାଙ୍କୁ ପୂଜା କରୁଛୁ ଯେଉଁ ଭକ୍ତି ଭାବ ନେଇ ସେ ଭକ୍ତି ଭାବ ସବୁ ଦିନ ତୋ ମନରେ ରଖିଥିବୁ। ମାଆ ତୋର ସାହା ହେବେ। ଏ ସବୁ ଯାହା ହେଉଛି ତାହା ଆମ ପୂର୍ବ ଜନ୍ମ ସହ ଜଡିତ। 


ମୁଁ ପଚାରିଲି ମାନେ? 


ରାମୁ ବାବା କହିଲେ ଏବେ ସେ କିଛି କହି ପାରିବେ ନାହିଁ। ସମୟ ଆସିଲେ କହିବେ। 


ବାହାଘର ଦିନ ଗୋଟିଏ ବଡ ବସରେ ଝିଅ ଘର ଓ ପୁଅ ଘର ଲୋକ ମିଶି ଯିବାର ସ୍ଥିର ହେଲା। ମୁଁ, ମଳୟ, ମାଆ ଆଉ ମୋ ମାମୁଁ ମାଇଁ ଗୋଟିଏ ଇନୋଭାରେ ଯିବାର ସ୍ଥିର ହେଲା। ରାମୁ ବାବା ତା ଆଗ ଦିନରୁ ଯାଇ କୁଳଦେବୀଙ୍କ ମନ୍ଦିରରେ ଯଜ୍ଞ କରିବେ ଏବଂ ବାହାଘରର ସବୁ ପୂଜାର ଆୟୋଜନ କରି ଥିବେ।ନେନା କିନ୍ତୁ ବାହାଘର ଦିନ ଆମ ସହ ଯିବା ପାଇଁ ମନା କଲେ। ମୋତେ ଲାଗିଲା ବୋଧେ ମଳୟଙ୍କୁ ମନେ ମନେ ଭଲ ପାଉଥିଲେ ତେଣୁ ସେ ମନା କଲେ।


ବାହାଘର ଦିନ ସକାଳୁ ମୋ ମାଇଁ ମୋତେ ଅଳତା ପିନ୍ଧାଇଲା ବେଳକୁ ସେ ଅଳତାରେ କାଚ କେମିତି ଆସିଲା କେ ଜାଣ। ତାଙ୍କ ହାତ ଖଣ୍ଡିଆ ହୋଇ ଗଲା। ଅଳତାରେ ରକ୍ତ ମିଶି ଯିବାରୁ ମୋ ମାଉସୀ କହିଲେ ଏ ତ ଅଶୁଭ ହୋଇ ଗଲା। ଘରୁ ମଳୟ ବାହାରିବା ସମୟରେ ଗୋଟିଏ କଳା ବିଲେଇ ରାସ୍ତା କାଟିଲା।


ତାପରେ ଆମ ଗାଡି ଆଗେଇ ଚାଲି ଥାଏ ମନ୍ଦିର ଅଭିମୁଖେ। ଆଗରେ ଆମ ଗାଡି ପଛରେ ବସ ଚାଳି ଥାଏ।ଲାଗୁ ଥାଏ ଯେପରିକି ଆମ ଗାଡି ପଛେ ପଛେ କେହି ଆମକୁ ଅଟକାବା ପାଇଁ ପିଛା କରୁଛି। ଆମକୁ ରାମୁ ବାବା କହିଥିଲେ ଯେମିତି ବି ହେଉ ସନ୍ଧ୍ୟା ଚାରିଟା ଆଗରୁ ମନ୍ଦିର ପହଞ୍ଚିବା ପାଇଁ। ମୋ ମନରେ ଖାଲି ଡର। ଆଉ କିଛି ଅଶୁଭ ହେବନି ତ। ବସ ହୋଟେଲରେ ଅଟକିଲା ଖାଇବା ପାଇଁ। ଆମ ଗାଡି ବି ଅଟକି ଥିଲା ସେଠି କିଛି ସମୟ। କାଳେ ଡେରି ହୋଇ ଯିବ ସେଠି ପାଇଁ ଆମ ଗାଡି ଆଗେ ହୋଟେଲରୁ ବାହାରି ଆସିଲା। 


ଠିକ ସେତିକିବେଳକୁ ଜୋରରେ ବର୍ଷା ଆଉ ଝଡ। ପବନ ଜୋରରେ ବହିଲା। ବର୍ଷା ଧୂଆଁ ଭଳିଆ ହେଲା।ରାସ୍ତା ଦେଖା ଯାଉ ନ ଥାଏ। ଯେମିତି ପ୍ରକୃତି ବି ଆମକୁ ଅଟକାଉଛି ଯିବା ପାଇଁ। ମୁଁ ଖାଲି ମାଆ ମଙ୍ଗଳାଙ୍କୁ ରାସ୍ତାରେ ଡାକି ଡାକି ଚାଳି ଥାଏ। ଗାଡି ଘାଟିରେ ଧିରେ ଧିରେ ଚାଳି ଥାଏ। ଡ୍ରାଇଭର କହୁ ଥାଏ ଯେ ଏମିତି ବର୍ଷାରେ ସେ କେବେ ଗାଡି ଚଳାଇ ନାହିଁ।ତାକୁ ଲାଗୁଛି ଯେମିତି କେହି ଗୋଟିଏ ଗାଡିକୁ ଅଟକାଇବା ପାଇଁ ଟାଣି ଧରୁଛି। ଗାଡି ଧିରେ ଧିରେ ଆଗଉଛି।ଏବେ ମୋତେ ବି ବିଶ୍ୱାସ ହୋଇ ଗଲାଣି ଯେ ରାମୁ ବାବା ଯାହା କହୁଥିଲେ ସବୁ ସତ କଥା। ଆମ ବାହାଘରକୁ ଅଟକାଇବା ପାଇଁ କୁଶକ୍ତି ଗୋଟିଏ ଆମ ପଛରେ ପଡିଛି। 


ହଠାତ୍ ଡ୍ରାଇଭର ଗାଡି ଜୋରରେ ବ୍ରେକ ମାରି ଗାଡି ଅଟକାଇଲା। ପଛକୁ ଘୁରି ମାଆଙ୍କୁ ପଚାରିଲା ଆପଣ ଗାଡି ଅଟକାଇବା ପାଇଁ କହିଲେ କି? ମାଆ କହିଲେ ନାଇଁ ତ। ସେ କହିଲେ କେହି ଜଣେ ସ୍ତ୍ରୀ ଲୋକ ତାଙ୍କୁ ଅଟକିବା ପାଇଁ କହିଲେ। 


ଏତିକି କହୁ କହୁ ଜୋରେ ଶବ୍ଦ ହେଲା।ଆମେ ସାମ୍ନାକୁ ଦେଖିଲା ବେଳକୁ ଗୋଟିଏ ବଡ ଗଛ ରାସ୍ତାରେ ପଡିଛି। ଆମର ଆଉ ବୁଝିବାରେ ବାକି ରହିଲା ନାହିଁ ଯେ ସେ ସ୍ତ୍ରୀ ଲୋକ ଆଉ କେହି ନୁହେଁ..... ମାଆ ମଙ୍ଗଳା ଆମକୁ ବଞ୍ଚାଇଲେ। 


ଗଛଟିକୁ ହଟାଇବା ପାଇଁ ମାମୁଁ ଓ ଡ୍ରାଇଭର ଗଲେ। ହେଲେ ଏତେ ବଡ ଗଛକୁ ହଟାଇବା ଦୁହିଁଙ୍କ ପାଖରେ ସମ୍ଭବ ନୁହେଁ। ଶେଷରେ ମଳୟ ମଧ୍ୟ ଯାଇ ହଟାଇବା ପାଇଁ ଚେଷ୍ଟା କଲେ। ସେପଟେ ପୁଣି ଡେରି ବି ହୋଇ ଯାଉଛି। କିଛି ସମୟ ପରେ ଆମ ବସ ଆସି ପହଞ୍ଚିଲା। ବସରୁ କିଛି ସମ୍ପର୍କୀୟମାନେ ବାହାରି ଗଛଟିକୁ ହଟାଇବାରେ ସାହାଯ୍ୟ କଲେ। 


ଏହା ଭିତରେ ଘଣ୍ଟାଟିଏ କଟି ଗଲାଣି। ବର୍ଷା ବି ଝିପ ଝିପ ହେଉ ଥାଏ।ଡେରି ହୋଇଗଲାଣି। ଗାଡି ଡ୍ରାଇଭର ଜୋରରେ ଗାଡି ଚଳାଉ ଥାଏ। ମୁଁ ମାଆ ମଙ୍ଗଳାଙ୍କୁ ଡାକୁ ଡାକୁ ହଠାତ୍ ମୋ ଆଖି ଲାଗି ଯାଇଥାଏ। ହଠାତ୍ କଣ ଗୋଟାଏ ଜୋରରେ ଶବ୍ଦ ହେଲା...... ଯେମିତି ବାଣ ଫାଟିଲା ପରି। ମୁଁ ଉଠି ଚାହିଁଲା ବେଳକୁ ଦେଖେ ତ ଗାଡିଟି ଆମର ଗୋଟିଏ ବଡ ପଥରରେ କୁଟି ଯାଇଛି। ଇଞ୍ଜିନରୁ ଧୂଆଁ ବାହାରୁଛି।ଅବଶ୍ୟ ଠାକୁରଙ୍କ ଦୟାରୁ କେହି ସେମିତି ବେଶୀ ଆହତ ହୋଇ ନାହାଁନ୍ତି ।ଡ୍ରାଇଭର ଓ ମାମୁଁ ସାମ୍ନାରେ ବସି ଥିବାରୁ ଟିକେ ମୁଣ୍ଡରେ ବାଜିଛି। ମାଆ ( ଶାଶୁ ) ସେମାନଙ୍କୁ ଗାଡିର ଔଷଧ ବାକ୍ସରୁ ଔଷଧ କାଢି ଲାଗାଉଛନ୍ତି। ମଳୟ ମୋତେ ପଚାରିଲେ ତୁମେ ଠିକ୍ ଅଛ ତ? ମୁଁ ହଁ ତ ମାରିଛି। 


ତାପରେ ଗୋଟିଏ ବିକଟା ହସ ମଳୟ ଓ ମୋ କାନରେ ବାଜି ଉଠିଲା। କହିଲା ସେ ମଳୟକୁ ନେଇ ଯିବ।ଏ ବିବାହ ସେ କରିବାକୁ ଦେବ ନାହିଁ। ଗୋଟିଏ ସ୍ତ୍ରୀ ଲୋକର ଏମିତି ଭୟଙ୍କର ଚିତ୍କାର ମୁଁ କି ମଳୟ କେବେ ଶୁଣି ନ ଥିଲୁ। ଭୟରେ ମୁଁ ମଳୟକୁ ଯାକି ଧରି ଥାଏ। ଆଉ ମାଆ ମଙ୍ଗଳାଙ୍କୁ ମନେ ମନେ ଡାକିବାରେ ଲାଗିଲି। ମାଆଙ୍କ ବୀଜ ମନ୍ତ୍ର ଜପ କଲି। କିଛି ସମୟ ମଧ୍ୟରେ ସେ ସ୍ତ୍ରୀ ଲୋକର ହସ ବଦଳରେ କାନ୍ଦ ଶୁଣିଲୁ। ଆଉ ତାପରେ ବନ୍ଦ ହୋଇ ଗଲା। 


ବସ ବି ଆସି ପହଞ୍ଚି ସାରି ଥାଏ। ବସ ଡ୍ରାଇଭର ଆମ ଗାଡି ଡ୍ରାଇଭର କୁ ପଚାରିଲା କଣ ହେଲା ଏମିତି ବ୍ରେକ ମାରି ତୁ ଗାଡି କାଟିଲୁ। ଯଦି ସାମ୍ନାରେ ଗାଡି ଥାଆନ୍ତା କି ଗାଡି ଘାଟିରୁ ତଳକୁ ଖସି ପଡି ଥାଆନ୍ତା।


ଆମ ଡ୍ରାଇଭର କହିଲା ଗୋଟିଏ ସ୍ତ୍ରୀ ଲୋକ ତା ରାସ୍ତାରେ ହଠାତ୍ ଗାଡି ସାମ୍ନାକୁ ଆସି ଗଲା। ତାକୁ ବଞ୍ଚାଇବା ପାଇଁ ମୁଁ ଗାଡି କାଟିଲି। 


ବସ ଡ୍ରାଇଭର : ମଦ ପିଇଛୁ କି? ତୋ ଗାଡି ପଛରେ ମୋ ବସ ଥିଲା କେହି ସ୍ତ୍ରୀ ଲୋକ ନ ଥିଲେ ସେଠି। 


ମାମୁଁ : ନା ସେ ଠିକ୍ କହୁଛି। ମୁଁ ବି ସେ ସ୍ତ୍ରୀ ଲୋକଟିକୁ ଦେଖିଛି। 


ସବୁ ପଛକୁ ଘୁରି ଦେଖିଲେ ଯେ ପଛରେ ଆମ ଲୋକଙ୍କ ଛଡା କେହି ନ ଥିଲେ। 


ତାପରେ ମୁଁ କହିଲି ଏ ସବୁ ସେ ପ୍ରେତାତ୍ମାର କାମ। ଯାହା ଶୁଣି ଥିଲି ସବୁ କହିଲି। ହେଲେ ସବୁ କହିଲୃ ସେମାନେ କିଛି ଶୁଣି ନାହାନ୍ତି। ମଳୟଙ୍କୁ କହିଲେ ସେ ବି ଶୁଣିଛନ୍ତି। ମାଆ ( ଶାଶୁ ) କହିଲେ ସବୁ ଆମେ ମିଶି ଭଗବାନଙ୍କୁ ଡାକି ଡାକି ଯିବା। ମୋବାଇଲ ନେଟୱାର୍କ ନ ଥିବାରୁ ଆମେ ଆଉ ରାମୁ ବାବାଙ୍କୁ ଫୋନ କରି ଏ ବିଷୟରେ କହି ତାର ପ୍ରତିକାର ବି ବୁଝି ପାରିଲୁ ନାହିଁ। 


ଆମ ଗାଡି ସେଠି ଛାଡି ଦେଇ ଆମେ ବସରେ ବାହାରିଲୁ। ସମସ୍ତେ ଏବେ ଭୟଭୀତ। ସବୁ ମନେ ମନେ ଭଗବାନଙ୍କୁ ଡାକି ଡାକି ଚାଳି ଥାଉ। 


କଣ ଏ ବାହାଘରରେ ଆଉ କିଛି ବିଘ୍ନ ଆସିବ..... ନା ବାହାଘର ଭଲରେ ହୋଇ ଯିବ....... ?ଧାନୀ କେମିତି ଯାଇ ନଦୀ କୂଳରେ ରକ୍ତାକ୍ତ ଅବସ୍ଥାରେ ନଦୀ କୂଳରେ ପଡିଥିଲେ ଜାଣିବା ପାଇଁ ମାୟାଜାଲର ଆଗାମୀ ଭାଗ ପଢନ୍ତୁ। 


କ୍ରମଶଃ......


Rate this content
Log in

Similar oriya story from Drama