ମାୟାବିନୀ :6
ମାୟାବିନୀ :6
କାହାଣୀଟିକୁ ଭଲ ଭାବରେ ବୁଝିବା ପାଇଁ ଦୟା କରି " ମାୟାବିନୀ " କାହାଣୀର ପୂର୍ବ ଅଧ୍ୟାୟ ଗୁଡିକୁ ପଢନ୍ତୁ। ଆଗରୁ ପଢି ଥିଲୁ ଯେ ଦିଶା ଓ ଶୁଭମଙ୍କ ବୈବାହିକ ଜୀବନକୁ ଆଗକୁ ବଢାଇଛନ୍ତି।
ତାପରେ :
ସକାଳୁ ରବି ନନା ଦିଶାଙ୍କୁ ମନ୍ଦିରରେ ଦେଖା କଲେ ଏବଂ ମହାଦେବଙ୍କ ବେଲ ପତ୍ରର ମାଳ ଦେଲେ ହାତରେ ବାନ୍ଧିବା ପାଇଁ। କାରଣ ଦିଶା ସେତେବେଳେ ଶକ୍ତିହୀନ ଥିଲେ। ଆଉ ଆର ନାଗୁଣୀ ତାଙ୍କୁ ଅସୁବିଧାରେ ପକାଇ ପାରେ।
ମନ୍ଦିରରୁ ଫେରି ଦିଶା ଘରେ ରୋଷେଇ କରୁ ଥାଆନ୍ତି। ସେତେବେଳେ ତାଙ୍କୁ ଅତୀତର କିଛି କଥା ମନେ ପକାଉ ଥାଆନ୍ତି। ସେହି ସମୟରେ ପଛପଟୁ ଶୁଭମ ଆସି କୁଣ୍ଢାଇ ଧରିଲେ ଏବଂ କହିଲେ ଶୁଭ ସକାଳ। ଦିଶା ଚମକି ଗଲେ।
ଶୁଭମ : କଣ ହେଲା। କାହିଁକି ଚମକି ଗଲ।
ଦିଶା : ମୋତେ କିଛି କଥା ଝାପ୍ସା ଝାପ୍ସା ମନେ ପଡୁଛି। ଯେମିତି ।
ଏତିକି କହୁ କହୁ ଶୁଭମ କହିଲେ ଆମ ଭିତରେ ଯାହା ହେଉଛି ସେ ସବୁ ଆଗରୁ ହୋଇ ସାରିଛି।
ଦିଶା କହିଲେ ହଁ ସତ କହିଲ। ଆଉ ମୋତେ ନା ବାବା ପଠାଇ ଥିବା ମନ୍ଦିର ଆଉ ସେ କୁଡିଆ ବହୁତ ଆପଣାର ଲାଗୁ ଥିଲା। ମୋତେ ଆଉ ଥରେ ଯିବା ପାଇଁ ଇଚ୍ଛା ହେଉଛି।
ଶୁଭମ ଏ ସବୁ ତ ମୋତେ ବି ଲାଗୁଥିଲା। ଯେମିତି ସେଇଠି ଥିବା ସବୁ କିଛି ମୋ ନିଜର ଆଉ ମୁଁ ସେ ଜାଗା ବିଷୟରେ ସବୁ ଜାଣିଛି।
ଦିଶା : ମୁଁ ବୁଝି ପାରୁ ନାହିଁ ଏ ସବୁ କଣ ପାଇଁ?
ଶୁଭମ : ଚାଲ ଆମେ ସେଇ ମନ୍ଦିର ଓ କୁଡିଆକୁ ଯିବା।
ତାପରେ ଦିଶା ଓ ଶୁଭମ ବାହାରି ଗଲେ। ମନ୍ଦିର ଯାଇ ଶୁଭମ ଓ ଦିଶା ପୂଜା କରୁ ଥାଆନ୍ତି। ସେଇ ସମୟରେ ଦିଶାଙ୍କୁ ଗୋଟିଏ ଝିଅ ଡାକିଲେ। ଶୁଭମ ନନାଙ୍କ ସହ କଥା ହେଉ ଥାଆନ୍ତି।
ଦିଶା ମନ୍ଦିର ପଛପଟକୁ ଯାଇ କଥା ସେ ଝିଅ ସହ ଅଥା ହେଲେ।
ସେ ଝିଅଟି କହିଲା ନାଗ ରାଣୀ ଆପଣ ପୁଣି ବେଲ ପତ୍ରମାଳ ପିନ୍ଧିଛନ୍ତି.... କେମିତି? ଏହାକୁ ତ ସାପ ମାନେ ପିନ୍ଧି ପାରିବେ ନାହିଁ।
ଦିଶା : ହଁ ମୁଁ ଜାଣେ।
ତାପରେ ଦିଶା ସବୁ କଥା କହିଲେ। ସେ ଝିଅଟି ପ୍ରକୃତରେ ଗୋଟିଏ ଇଚ୍ଛାଧାରୀ ନାଗୁଣୀ ଥିଲା।
ସେ ଝିଅଟି କହିଲା ଆଉ ନାଗ ରାଜା କେମିତି ଅଛନ୍ତି?
ଦିଶା : ସେ ଭଲ ଅଛନ୍ତି।
ସେ ଝିଅଟି କହିଲା ହେଲେ ଆପଣ ଯାହା କରୁଛନ୍ତି ମାନେ ନାଗୁଣୀ ଓ ମନୁଷ୍ୟର ମିଳନରେ କଣ ହୁଏ ଜାଣିଛନ୍ତି ତ ପ୍ରଳୟ ଆସିବ?
ଦିଶା : ସେମିତି କିଛି ହେବ ନାହିଁ। କାରଣ ଶୁଭମ ହିଁ ନାଗ ରାଜା।
ଠିକ ଏତିକି ବେଳେ ସେଇ ବଦମାସ ନାଗୁଣୀ ଯିଏ ଦିଶାଙ୍କୁ ମାରିବାକୁ ଚେଷ୍ଟା କରୁ ଥିଲା ସିଏ ଆସିଲା।ସିଏ ହସିଲା ଆଉ କହିଲା ଆଜି ମୁଁ ତୋତେ ମାରି ଦେବି। ତୋର ଶକ୍ତି ନାହିଁ। ସେ ଦିଶାଙ୍କୁ ମାରିବା ପାଇଁ ଚେଷ୍ଟା କଲାରୁ ସେ ଝିଟିକି ପଡିଲା।
ସେତେବେଳେ ସିଏ ଦେଖିଲା ଯେ ଦିଶା ବେଲ ପତ୍ରର ମାଳ ପିନ୍ଧିଛନ୍ତି। ସେ ନାଗୁଣୀ ନିଜ ମଣିଷ ରୂପରେ ଆସିଗଲା। ଆଉ ସିଏ ଆଉ କେହି ନୁହେଁ ସିଏ ହେଉଛି ସୋନା।
ଦିଶା : ସୋନା ତୋ ପାଇଁ ମୁଁ ଆଉ ଶୁଭମ ମାନେ ମୋ ରୁଦ୍ର ମୋ ଠାରୁ ଅଲଗା ହୋଇ ଥିଲେ। ହେଲେ ଏ ଥର ନୁହେଁ। ମୁଁ ଜାଣି ଥିଲି ତୁ ଏ ସପ୍ତାହ ମଧ୍ୟରେ ମୋ ଶକ୍ତି ନ ଥିବାରୁ ମୋ ସହ ଏମିତି କିଛି କରିବା ପାଇଁ ଚେଷ୍ଟା କରିବୁ। ତୁ ମାୟାବିନୀ। ଗତ ଥର ତୋର ମାୟାରେ ଫସାଇ ଦେଇ ଥିଲୁ। ଆଉ ମୋ ଉପରେ କଳା ବିଦ୍ୟା ପ୍ରୟୋଗ କଲୁ।
ସୋନା : ହଁ ମୁଁ କରିଛି। କେବଳ ଶୁଭମ ମାନେ ରୁଦ୍ରକୁ ପାଇବା ପାଇଁ ନାଗରାଣୀ। ଆଉ ତୋତେ ମାରି ମୁଁ ନାଗ ରାଣୀ ହୋଇ ଥାଆନ୍ତି।
ଦିଶା : ରୁଦ୍ର ( ଶୁଭମ ) କେବର ମୋର।ଏତେ ସବୁ ହେଲା ପରେ ମଧ୍ୟ ଦେଖ ଶୁଭମ ଓ ମୋର ବିବାହ ହେଲା। ଆଉ ଆମେ ଆମ ସମ୍ପର୍କରେ ଆଗକୁ ବଢି ସାରିଛୁ।
ସୋନା : ତା ମାନେ ତୁ ତୋର ଶକ୍ତି ହରାଇ ବସିବୁ। କାରଣ ଗୋଟିଏ ନାଗୁଣୀ ଆଉ ମଣିଷର ମିଳନ ପ୍ରକୃତିର ବିରୁଦ୍ଧରେ।
ଦିଶା : ମୋର ଓ ଶୁଭମଙ୍କର ମିଳନ ମଣିଷ ରୂପରେ ହିଁ ହୋଇଛି। ଆଉ ଶୁଭମ ସାଧାରଣ ମଣିଷ ନୁହେଁ। ତୁ ବି ଜାଣୁ ସେ କିଏ?
ସୋନା : ହଁ ଦିନେ ସେ ନାଗରାଜା ଥିଲେ।
ଦିଶା : ସେ ହେଉଛନ୍ତି ନାଗ ବଂଶର ଉତ୍ତରାଧିକାରୀ।
ସୋନା : ମୁଁ ଶୁଭମଙ୍କୁ ଉତ୍ତରାଧିକାରୀ ହେବା ପାଇଁ ଦେବି ନାହିଁ। ମୁଁ ତୋତେ କିଛି କରି ନ ପାରିଲେ କଣ ହେଲା ଶୁଭମକୁ ତାଙ୍କ ଗତ ଜନ୍ମ ପରି ମୋ ମାୟା ଜାଲରେ ଫସାଇ ଦେବି।
ଦିଶା : ତୁ ମାୟାବିନୀ। କେବଳ ଛଳନାର ତୋ ଜାଲ ହିଁ ବିଛାଇବୁ।
ସୋନା : ହଁ ମୁଁ ମାୟାବିନୀ। ଆଉ ଏଇ ଥର ବି ଶୁଭମ ଓ ତୋତେ ଏକ ହେବା ପାଇଁ ଦେବି ନାହିଁ।
ଦିଶା : ଆମେ ଏକ ହୋଇ ସାରିଛୁ। ଆଉ ଶୁଭମଙ୍କର ବି ବହୁତ ଜଳଦି ସବୁ ମନେ ପଡି ଯିବ। ତାପରେ ସେ ତାଙ୍କ ଶକ୍ତି ଫେରି ପାଇବେ। ଆଉ ଆମେ ଦୁହେଁ ମିଶି ନାଗ ମଣି ନେଇ ଠିକ ଜାଗାରେ ରଖି ଦେବୁ।
ସୋନା : ଆଗ ଥର ପରି ଏଥର ବି ତୁ ଆଉ ଶୁଭମ ଏକାଠି ରହି ପାରିବ ନାହିଁ। ମୁଁ ଶୁଭମକୁ ପାଇବା ପାଇଁ କେତେ କଣ କରିଛି। ହେଲେ ତୁ ଏଇ ଦୁଇ ବର୍ଷ ଭିତରେ ଆମ ଦୁହିଁଙ୍କ ମଧ୍ୟରେ ଆସି ଗଲୁ। ମୁଁ ସେଦିନ ଗାଁ କୁ ଆସିବା ସମୟରେ ଜଙ୍ଗଲରେ ତୋତେ ନେହା ସାମ୍ନାରେ ଦଂଶନ କଲି। ତୁ ନେହା ସାମ୍ନାରେ ନିଜର ପ୍ରକୃତ ରୂପ କୁ ଆସି ପାରିବୁ ନାହିଁ ବୋଲି। ମୁଁ ତୋତେ କଳା ଶକ୍ତିର ମହା ବିଷ ଦେଇ ଥିଲି ହେଲେ ତୁ କେମିତି ବଞ୍ଚି ଗଲୁ ମୁଁ ବୁଝି ପାରିଲି ନାହିଁ।
ଦିଶା : ମୁଁ ମହାଦେବଙ୍କ ଆଶ୍ରିତ। ଆଉ ଶୁଭମ ମୋର ନାଗ ରାଜା। ହୁଏ ତ ସେ ତାଙ୍କର ଅସ୍ତିତ୍ୱ ଜାଣି ନାହାଁନ୍ତି କିନ୍ତୁ ନାଗ ରାଜା ଓ ନାଗ ରାଣୀ ମିଶି ଗଲେ ଅସମ୍ଭବ କୁ ସମ୍ଭବ କରି ଦେବେ ତୁ କଣ ଜାଣି ନାହୁଁ? ଶୁଭମ ମୋ ଦେହରୁ ଯେତେବେଳେ ବିଷ କାଢିବା ପାଇଁ ଚେଷ୍ଟା କଲେ ତାଙ୍କ ପାଟିର ଲାଲ ମୋ ଶରୀରକୁ ଗଲା ଆଉ ମୁଁ ଚେତା ଫେରି ପାଇଲି ଏବଂ ମୋ ଶକ୍ତି ଆଉ ତାଙ୍କ ଶକ୍ତି ମିଶି ଗଲା ତେଣୁ ଆମେ ଦୁହେଁ ଠିକ ହୋଇ ଗଲୁ।
ସୋନା : ଏଥର ତୁ ଯାହା ବି କର ଶୁଭମ ମାନେ ନାଗ ରାଜା ରୁଦ୍ର କେବଳ ମୋର ହେବେ।
ଦିଶା : କିଏ କାହାର ସେ ତ ଭଗବାନ ଙ୍କ ଇଚ୍ଛା। ଆଉ ଶୁଭମ ମୋର ଥିଲେ, ମୋର ହୋଇ ଅଛନ୍ତି ଆଉ ସବୁ ଦିନ ମୋର ହୋଇ ରହିବେ।
ସୋନା : ତୁ ଭୁଲି ଯାଆ। ମୁଁ ମାୟାବିନୀ। ଆଗ ଥର ଭଳି ଏଥର ବି ମୁଁ ମାୟା ଜାଲ ବିଛାଇବି ଆଉ ଶୁଭମ ମୋର ହେବେ।
ଦିଶା : ମାୟାର ଜାଲ କଣ ଭୋଳାନାଥ ଙ୍କ ଠାରୁ ବଡ। ତୋର ସେଇ ମାୟା ଆଉ ଛଳନା ପାଇଁ ତୁ ପରା ନାଗ ଜଗତ ଓ ମହାଦେବଙ୍କ ମନ୍ଦିରରୁ ବିଚ୍ଛେଦ ହୋଇଛୁ।
ସୋନା : ଦେଖ ମୁଁ ତୋର କଣ କରୁଛି।
ଦିଶା : ମୋ ହାତରେ ଶିବ ବାବାଙ୍କର ବେଲ ମାଳ ଥିବା ଯାଏଁ ତୁ କିଛି କରି ପାରିବୁ ନାହିଁ।
ସୋନା : ମୁଁ ତୋର ନ କରି ପାରିଲେ କ'ଣ ହେବ। ଶୁଭମଙ୍କର ତ କରି ପାରିବି।
ଦିଶା : ଶୁଭମଙ୍କର କିଛି କ୍ଷତି କରିବା କଥା ଭାବିବୁ ବି ନାହିଁ। ନ ହେଲେ ମୋ ଠାରୁ ଖରାପ ଆଉ କେହି ହେବେ ନାହିଁ।
ସୋନା : ଦେଖ ମୁଁ ଏବେ କଣ କରୁଛି?
ଦିଶା : ମୁଁ ତ ବିଶ୍ୱାସ ବି କରି ପାରୁ ନାହିଁ ତୁ ମୋର ଦିନେ ଏତେ ଭଲ ସାଙ୍ଗ ହୋଇ ମୋ ବିଶ୍ୱାସ ରେ ବିଷ ଦେଲୁ। ଏବେ ବି ସମୟ ଅଛି ସୁଧୁରି ଯାଆ ନ ହେଲେ ତୋର ମୃତ୍ୟୁ ନିଶ୍ଚିତ ହେବ।
ସୋନା : ମୁଁ ଏକା ହିଁ ତୁମମାନଙ୍କୁ ଭାରି ପଡୁଛି। ତୁ ମୋର କଣ କରିବୁ ?
ଏତିକି ବେଳେ ଶୁଭମ ଦିଶା ଦିଶା ଡାକି ଡାକି ମନ୍ଦିର ପଛ ଆଡକୁ ଆସିଲେ।
ସୋନା ସାଙ୍ଗେ ସାଙ୍ଗ ଲୁଚି ଗଲେ। ଦିଶା କହିଲେ ଏମିତି ଗୋଟିଏ ଝିଅ ସହ କଥା ହେଉ ଥିଲେ ବୋଲି।
ଶୁଭମ କହିଲେ ଆଜି ଆମେ ସନ୍ଧ୍ୟା ରେ ମନ୍ଦିର ଆଳତି ସାରି ଦେଇ ପ୍ରସାଦ ଖାଇ ଜଙ୍ଗଲ ମଧ୍ୟରେ ଥିବା ସେଇ କୁଡିଆକୁ ଯାଇ ରାତି କାଟିବା।
ଦିଶା ମନେ ମନେ ଖୁସି ହୋଇ ଗଲେ।
ରାତିରେ ଶୁଭମ ଓ ଦିଶା ସେଇ କୁଡିଆକୁ ଗଲେ। ଦିଶା ଶୁଇବା ପାଇଁ ବିଛଣା ବିଛାଉ ଥାଆନ୍ତି। ଶୁଭମ ଗାଡିକୁ ଗଲେ ଲଣ୍ଠନ ଆଉ ପାଣି ବୋତଲ ଆଣିବା ପାଇଁ।
କିଛି ସମୟ ପରେ ଦିଶା ଦେଖିଲେ ଶୁଭମ ବାହାରେ ରହି ଦିଶାଙ୍କୁ ଡାକୁଛନ୍ତି ଏବଂ କହୁଛନ୍ତି ମୋତେ ଗାଡିରୁ ଜିନିଷ ଆଣିବାରେ ସାହାଯ୍ୟ କର। ଦିଶା ପାଖକୁ ଯିବାରୁ ଶୁଭମ କହିଲେ ହାତରେ ସେ ବେଲ ପତ୍ରମାଳ କାଢି ଫିଙ୍ଗି ଦିଅ। ମୋତେ ସେ ପତ୍ର ଭଲ ଲାଗୁ ନାହିଁ। ଦିଶା ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିଲେ ଶୁଭମଙ୍କୁ ଆଉ ବୁଝି ଗଲେ ଯେ ସେ ଶୁଭମ ନୁହେଁ ସୋନା ଶୁଭମଙ୍କର ରୂପ ନେଇ ଆସିଛନ୍ତି। ଦିଶା ଶୁଭମଙ୍କ ପାଇଁ ବ୍ୟସ୍ତ ହୋଇ ପଡିଲେ।
( ଯଦି ଦିଶାଙ୍କ ପାଖରେ ଶୁଭମ ବଦଳରେ ସୋନା ଅଛନ୍ତି ତେବେ ଶୁଭମ ଗଲେ କୁଆଡେ ଆଉ କଣ ପାଇଁ ସୋନାଙ୍କୁ ନାଗ ବଂଶ ଓ ଶିବ ମନ୍ଦିରରୁ ବିଚ୍ଛେଦ କରା ଯାଇଛି ଜାଣିବା ପାଇଁ " ମାୟାବିନୀ " କାହାଣୀ ର ଆଗାମୀ ଅଧ୍ୟାୟ କୁ ପଢନ୍ତୁ )
କ୍ରମଶଃ ।
