STORYMIRROR

Sudeshna Pradhan

Children

3  

Sudeshna Pradhan

Children

ମାନବିକତା

ମାନବିକତା

5 mins
402

ମାନବିକତା ଓ ମନୁଷ୍ୟତ୍ୱ ଦୁଇଟି ଶବ୍ଦ ଏକାଭଳି ଲାଗୁଥିଲେ ମଧ୍ୟ ଏହାର ଭାବବୋଧ କିନ୍ତୁ ଅଲଗା ଅଲଗା l କାରଣ ପୃଥିବୀର ଶ୍ରେଷ୍ଠ ଜୀବ ମନୁଷ୍ୟ, ତାର ମାନବିକତା ମୂଲ୍ୟ ବୋଧ ଦ୍ୱାରା ମନୁଷ୍ୟତ୍ୱ ବଜାୟ ରଖିଥlଏ l ସେହିଭଳି ଏକ ମାନବିକତା, କିପରି ଛୋଟରେ ବଡ଼ର ସନ୍ଧାନ ଦେଇଥାଏ, ନିମ୍ନ ଗଳ୍ପରୁ ଆସ ଜାଣିବା l            

ସେଦିନ ଥିଲା ମଙ୍ଗଳ ବାର l ସବୁଦିନ ପରି ମୁଁ ଭୋର ଚାରିଟାରୁ ଉଠି ପ୍ରାର୍ଥନା ସାରି ମୋର ମୋବାଇଲ ଦେଖୁଥିଲି l ହଠାତ ଘରମାଲିକଙ୍କ ପାଟି ଶୁଭିଲା, "ସାଇରାମ, ସାଇରାମ, ହେ ପ୍ରଭୁ!ଏ କି ପ୍ରକାର ପରୀକ୍ଷା, ସକାଳୁ ସକାଳୁ ଗେଟ ପାଖରେ କଣ ଗୋଟେ ଏଇଟା? ଆଜିର ପରି ଦିନରେ, ଏ କଥା ନ ସରୁଣୁ ଘର ମାଲିକାଣି ସିଡ଼ି ଉପରୁ ପାଟି କଲେ ସାଇରାମ ! ଦେଖା କେତେ ରକ୍ତ ପଡିଛି, କୁଆଡୁ ଆସିଲା ? ଏସବୁ ମୋତେ ଶୁଭୁଥିଲେ ମଧ୍ୟ ମୁଁ ବୁଝି ପାରୁନଥିଲି ପ୍ରକୃତରେ କଣ ହୋଇଛି l ହଠାତ ଘରମାଲିକ କହିଲେ ଧଳାପକ୍ଷୀଟା ବୋଧହୁଏ କିଛି କ୍ଷତ ହୋଇ ଶରଣ ମାଗୁଛି l ମାଲିକାଣୀ ମାଆ ପାଟିକଲେ ଆଉ ଶରଣ ଦେଇ ଘରେ ପୁରାଅ ନାହିଁ l ଆଜି ଶ୍ରାଦ୍ଧରେ ମୁଁ ଆଉ ଧୋଇପାରିବିନି ଘର l ତୁମକୁ ଫୁଲ ଆଣିବାକୁ କହିଥିଲି, ଫୁଲ ଆଣି ଧୀରେ ଘରକୁ ଆସ l ଏକଥା ଯେମିତି ପକ୍ଷୀଟି ବୁଝିପାରୁଥିଲା l ସେ ବେକ ନୁଆଇଁ ଧୀରେ ଧୀରେ ରାସ୍ତା ସେପଟେ ଘାସ ବୁଦା ମୁଳକୁ ଚାଲିଗଲା l ଆସ୍ତେ ଆସ୍ତେ ଉଜ୍ୱଳ ହେଲା ମୁଁ ବି କବାଟ ଖୋଲି ଦେଖିଲି ଧଳା ପକ୍ଷୀଟି ଘାସ ବୁଦା ଭିତରେ ବସିଛି, କିନ୍ତୁ ଏ କଣ, ତା ବେକ କୁଆଡେ ଗଲା? କିଛି ପିଲା ସେବାଟ ଦେଇ ଟିଉସନ ଯାଉଥିଲେ କହିଲେ ଦେଖରେ ବଗଟା ନା କଣ, ତା ମୁଣ୍ଡ ନାହିଁ l ବହୁତ କଷ୍ଟ ହେଲା ମୋତେ l କିନ୍ତୁ କଣ କରିବି ? ମୋତେ ତ ପକ୍ଷୀ ଧରି ଆସେନି, ତାକୁ କେମିତି ସାହାଯ୍ୟ କରିବି? ଗୋଟେ ଅକୁହା ଜୀବଟେ କିଛି ସହାୟତା ମାଗୁଛି, ଅଥଚ ମୁଁ କିଛି କରିପାରୁନି !ଧିକ ମୋ ମନୁଷ୍ୟତ୍ୱ, ମୁଁ ଖାଲି ଭାଗବାନଙ୍କୁ ଡାକିଲି, ପ୍ରଭୁ !ରାକ୍ଷକର ତାକୁ l ଏତିକି ବେଳେ ଗେଟଟିକୁ ଖୋଲି ଦେଲି, ବଗଟି ବୁଝିଗଲା ପରି ପୁଣି ଥରେ ଘର ମୁଁହା ହେଲା, ବେକଟି ଢଳି ରହିଛି l ମୋର ବୁଝିବାରେ ବିଳମ୍ବ ହେଲାନି ଯେ ଏ ସବୁ କୁଆମାନଙ୍କ କାମ l ଏତିକି ବେଳେ ମୋ ସାନ ପୁଅ ଗୋଲୁ ଉଠିପଡ଼ି ଦୌଡ଼ି ଆସି କହିଲା, ମାମା ତାକୁ କଷ୍ଟ ହେଉଛି ଲୋ l ଘରକୁ ଆଣେ l ଘରମାଲିକଙ୍କ ଶ୍ରlଦ୍ଧ, ପୁଣି ମାଆଙ୍କ କଥା ଶୁଣିଚି, ଆଉ ସାହସ ହେଲାନି l ଗୋଲୁ ଯାଇ ବଡ ପୁଅ ବାପୁକୁ ଉଠାଇଲା, ଭାଇ ଆସେ ଦେଖୁ ବଗଟାକୁ କିଏ ବେକ ଖଣ୍ଡିଆ କରିଛି l ବାପୁ ତରତର ହୋଇ ଆସି ଦେଖିଲା, ପିଲାଙ୍କ ପାଟି ଶୁଣି ବଗଟି ଧୀରେ ଧୀରେ ବେକ ଉପରକୁ ଟେକି ଚାହିଁଲା, ସତେ ଯେମିତି ତା ସାଙ୍ଗମାନେ ରକ୍ଷା କରିବାକୁ ଆସିଛନ୍ତି!ଗୋଲୁ କହିଲା ଭାଇ ତାକୁ କେମିତି ବଞ୍ଚାଇବା କହ? ବାପୁ କହିଲା ମାମା !ପଶୁଡକ୍ଟର କଣ ପକ୍ଷୀମାନଙ୍କୁ ଚିକିତ୍ସା କରିପାରିବେନି? ମୁଁ କହିଲି, ହଁ ଯେ ସେ ଘରେ ପାଳିଥିବା ପଶୁପକ୍ଷୀର ଚିକିତ୍ସା କରନ୍ତି, ଏମିତି କାଉ ବଗଙ୍କ କରିବାକୁ ଆସିବେକି ନାହିଁ କେଜାଣି !ଏତିକି ବେଳେ ମୋ କାମ କରିବାକୁ ଘର ଭିତରକୁ ଆସିଲି l ପିଲାଦୁଇଟା ବଗ ଚିନ୍ତାରେ ଆଲୋଚନା କରୁଥାନ୍ତି l ଗୋଲୁ କହିଲା ମାମା, ପଶୁଡାକ୍ତରଙ୍କୁ ଫୋନ କର, ଆମେ ଆସିବାକୁ କହିବୁ l ମୁଁ କହିଲି ମୋ ପାଖରେ ନମ୍ବର ନାହିଁ, ସାଇରାମ ଆଜ୍ଞାଙ୍କଠୁ ନେଇ ଆସ l ସେ ମୋ କଥା ନା ସରୁଣୁ ଧାଇଁ ଗଲା ଘର ମାଲିକ ପାଖକୁ, ପାଟି କରି କହିଲା, ଆଜ୍ଞା !ବଗଟା କଷ୍ଟ ପାଉଛି, ଆପଣ ପଶୁଡକ୍ଟରଙ୍କ ଫୋନ ନମ୍ବର ଦିଅନ୍ତୁ, ମାମା କରି ଡ଼ାକିବ l ପିଲାଙ୍କ ସାହସ, ଆଉ ସହାୟ ମନୋଭାବ ଦେଖି ସେ ଖୁସିହୋଇ ଫୋନ ନମ୍ବର ଦେଲେ l ଗୋଲୁ ନମ୍ବର ଲଗlଇ ମୋତେ କହିଲା ମାମା, ମୁଁ ଲଗାଇଦେଉଛି, ତୁମେ କହିବ ବଗଟା ହଇରାଣ ହଉଚି ଜଲଦି ମେଡ଼ିସିନ ଧରି ଆସ l ମୁଁ କହିଲି ନାଇଁରେ ବାବା, ଆମେ ଏ ଗାଆଁର ବାସିନ୍ଦା ନୁହନ୍ତି, ତେଣୁ ଆମେ ଡାକିଲେ କେହି ଆସିବେନି, ତୁ ସାଇରାମ ଆଜ୍ଞାଙ୍କୁ କହ, ସେ ଦୌଡ଼ି ଯାଇ କହିବାରୁ, ମାଲିକ ଏଥର ଫୋନ କରି କହିଲେ ପଶୁଡାକ୍ତରଙ୍କୁ ଆସିବାକୁ l ମାଲିକାଣୀଙ୍କ କଟକଣାଠାରୁ ଏ ପିଲାଙ୍କ ମାନବିକତା ତାଙ୍କୁ ଉତ୍ସlହ ଦେଇଥିଲା l କିନ୍ତୁ ଏ କଣ !କୁଆଡେ ଗଲେ ଡାକ୍ତର? ଦଶ ମିନିଟ ରେ ପହଁଚୁଛି କହି ଦୁଇ ଘଣ୍ଟା ହେଲାଣି, ବଗଟା ବି ଆଶା ହରାଇ ଘାସ ବୁଦାକୁ ଚାଲିଗଲା l ବାପୁ ଗୋଲୁ ପୁଣି ଥରେ ଫୋନ କରିବାକୁ ବାଧ୍ୟ କଲେ, ମାଲିକ ବି ଲଗାଇଲେ, ସେ ଏକା ଉତ୍ତର, ପହଁଚୁଛି ଦଶ ମିନିଟରେ l ଗୋଲୁ ବିରକ୍ତ ହୋଇ କହିଲା ଏ ଡାକ୍ତର ଶଳା ଭଲ ନୁହଁ, ତାକୁ ଟାଇମ ଜଣା ନାହିଁ, ସିଏ କି ଭଲ କରିବ, ମାମା ତୁମେ କିଛି କର l ବଗଟିର କଷ୍ଟ ଯେତିକି ଜଣା ପଡ଼ୁନଥାଏ ତା ଠାରୁ ବେଶି ବିକଳ ମୋ ଛଅ ବର୍ଷର ପିଲାଙ୍କ ବିକଳତା ଦେଖି l ଏଥର ମୁଁ ବି ରୋଷେଇ ଅଧା ଛାଡି ଦାଣ୍ଡ ପଟେ ଆସିଲି, ପିଲାଯାକ ବ୍ରସ କରିନାହାନ୍ତି, କାଳେ କୁକୁର ପକ୍ଷୀଟିକୁ ନେଇଯିବ, ବାଡ଼ିଟିଏ ଧରି ଜଗିଥାନ୍ତି, ଏଣେ ମୋ ସ୍କୁଲ ସମୟ ହେଇଆସୁଥାଏ, ମୁଁ ଘରମାଲିକଙ୍କ ପାଖକୁ ଯାଇ କହିଲି, ଆଜ୍ଞା ସେ ଡାକ୍ତର ଆସିବେ ଯଦି ଠିକ ସମୟ କହୁନାହାନ୍ତି, ନ ସେ ବଗ ପାଇଁ ଆସିବାକୁ ଘୃଣା କରୁଛନ୍ତି, ତ କହିଦିଅନ୍ତୁ, ଏତେ ଭୁଆଁ ବୁଲାଉଛନ୍ତି କାହିଁକି? ମୋ ପିଲାମାନେ ଭୋକରେ ଜଗିଛନ୍ତି, ଏବେ ତ ତାଙ୍କୁ ଆସିବାକୁ ପଡିବ l ଏହା ଶୁଣି ମାଲିକ ପୁଣି ଫୋନ କରି କହିଲେ ପିଲାଦିଟା ସେତେବେଳୁ ଜଗିଛନ୍ତି ଆପଣ ଆସିବେ ନା କଣ? ଏତିକି ବେଳେ ଆସି ପହଁଚିଲେ ଡାକ୍ତର, ପିଲାଙ୍କ ଖୁସି କହିଲେ ନସରେ l ସେ ଡାକ୍ତରଙ୍କୁ ଗୋଲୁ ବାପୁ ଅଧୈର୍ଯ୍ୟ ହୋଇ କଣ କଣ କହିଗଲେ, ସେ ଡାକ୍ତର ବି ପିଲାଙ୍କ ମାନବିକତା ଆଗରେ ହାର ମାନିଗଲେ, ଆଉ ଖୁସିରେ ଚିକିତ୍ସା କାମ ଆରମ୍ଭ କଲେ l ମୋତେ କହିଲେ ମାଡାମ ବଗଟିକୁ ଟିକେ ଧରି ମେଡ଼ିସିନ ଖୁଆଇଦେବେ, କିଛି ସମୟ ପରେ ଭଲ ହୋଇଯିବ l ଗୋଲୁ ରାଗି କହିଲା ତୁମେ ଖୁଆଉନ, ତାକୁ କାଟିବନି ଧରିଲେ ? ଆଉରି ଡାକ୍ତର ହେଇଚ, ଏତେ ଲେଟରେ ଆସିଲ l ଡାକ୍ତର ହସିଲେ, ବାପୁ ଯାଇ ମେଡ଼ିସିନ ଆଣିଲା ମାତ୍ର ଦୁଇଟଙ୍କl, ଦି ଥର ଧଉଡି, ଏଥର ଆଉ ଗୋଟେ ପିଲା ବଗ ଗୋଡ଼କୁ ଧରିଲା ସେ ମେଡ଼ିସିନ ଖୋଇଲେ, ମୁଁ କହିଲି ସାର, ରାତିରୁ ବୋଧହୁଏ କୁଆ ଖୁମ୍ପି ଦେଇଛି, ସେ ଭୋକରେ ଥିବ, ତାକୁ କଣ ଖାଇବାକୁ ଦେବା, ଡାକ୍ତର କହିଲେ ଆଉ ଟିକେ ଯାଉ ଝିଟିକା କିମ୍ବା ଛୋଟ ପୋକ ଖାଇବ, ଏ ସବୁ କୋଉଠି ପାଇବୁ, ଗୋଲୁ କହିଲା ମାମା ତାକୁ ପାଣି ଆଉ ଭାତ ଦେ l ସେ ମରିଯିବ l ଏତିକି ବେଳେ ମୋ ସମୟ ହେଇଯାଉଥାଏ, ତଥାପି ଡାକ୍ତର କହିଲେ ମାଡାମ!ସୋରିଷ ବଟl ଲଗାଇଲେ ସବୁ ଭଲ ହୋଇଯିବ l ମୁଁ ବିଳମ୍ବ ନ କରି, ସୋରିଷ ଆଣି ଶିଳରେ ବାଟିଲି, ତାକୁ ନେଇ ଡାକ୍ତର ବଗ ବେକରେ ଲଗାଇଲେ, ସେ ବୋଧହୁଏ ସୁସ୍ଥ ଅନୁଭବ କରୁଥିଲା, ଏଥର ବଗଟି ଉଠି ବେକ ଟେକି ରହିଲା, ଡାକ୍ତର ଆଉ ଗୋଟେ ବଟିକା ଖରାବେଳେ ଦେବେ କହି ଚାଲିଗଲେ, ମୁଁ ସ୍କୁଲ ବାହାରିଲି, ବାପୁ ଗୋଲୁ ବ୍ରସ କରି ଖାଇଲେ, ବଗଟିକୁ ଜଗିରହିଲେ, କିଛି ସମୟ ବଗଟି ସିଡ଼ି ପାଖରେ ସୁରକ୍ଷାରେ ଥିବାରୁ ଦୁଇଜଣ ଘରବସି ଟିଭି ଲଗାଇ ଦେଖିଲେ, ଏତିକିବେଳେ ସବୁ ପରିଶ୍ରମ ବୃଥା ହେଇଗଲା l କୁଆଡେ ଥିଲା ଯମ ରୂପି କୁଆ ହଠାତ ଆସି ବଗଟିକୁ ଆକ୍ରମଣ କଲା, କ୍ଷଣକେ ବଗଟିର ପ୍ରାଣ ଚାଲିଗଲା l ଆଉ କେତେ ବା ସହିଥାନ୍ତା ଅଖିଆ ଅପିଆ, କାଳ ରୂପୀ କଳା ପକ୍ଷୀ ଆଗରେ ହାର ମାନିଗଲା ଧର୍ମ ରୂପୀ ଧଳା ପକ୍ଷୀ l ଗୋଲୁ ବlପୁ ନିଜକୁ ଦୋଷୀ ମାନି କାଉଟିକୁ ଗାଳିଦେଉଥାନ୍ତି l ମୁଁ ଘରକୁ ଫେରିଲାପରେ ଅନର୍ଗଳ ଗାଇଗଲେ ଏସବୁ ବିଷୟ l ସତେ ଯେମିତି ଆକାଶଟା ତଳେ ପଡିଗଲା l ପ୍ରଭୁଙ୍କୁ କହିଲି ଏତେସବୁ କଲାପରେ ବି ନେଇଗଲ , ତାହେଲେ ଆମ ସମସ୍ତଙ୍କ ପରିଶ୍ରମ ବୃଥା ଥିଲା ନା ଛୋଟ ପିଲାଙ୍କ ମାନବିକତା ମିଛ ଥିଲା, ଯଦି ନେବାର ଥିଲା ଆଗରୁ କାହିଁକି ନ ନେଲ ? ନା ସମସ୍ତଙ୍କ ମଣିଷପଣିଆର ପରୀକ୍ଷା ନେଉଥିଲ, ସବୁ ତୁମ ଇଚ୍ଛା l ହଉ, ଗୋଲୁ କହିଲା ମାମା ଆଜ୍ଞା ବଗଟିକୁ ନଡ଼ିଆ ଗଛ ମୂଳେ ପୋତି ଫୁଲ ଦେଇଦେଲେ, ତାକୁ କଷ୍ଟ ହେଉନଥିବ l ଆଜ୍ଞା ବି ଭଲ ନୁହଁ l ମୁଁ ସେ କାଉକୁ ଛାଡିବିନି l ମୁଁ ମନେ ମନେ ଖୁସି ହେଉଥିଲି ମୋ ଛୋଟ ପିଲାଙ୍କ ଏ ମଣିଷପଣିଆ ଦେଖି l ସତରେ, ଏ କଣ ମାନବିକତା ? ବିଚାର ଆପଣଙ୍କ l (ଅକ୍ଟୋବର 1ତାରିଖ ସତ ଘଟଣା )



Rate this content
Log in

Similar oriya story from Children