STORYMIRROR

Sudeshna Pradhan

Children Stories

3  

Sudeshna Pradhan

Children Stories

ଦୁଃଖ

ଦୁଃଖ

2 mins
146

ମୁଁ ସବୁଦିନେ ଯେମିତି ସ୍କୁଲ ଯାଉଥିଲି ଆଜି ଭି ସେହି ପରି ସ୍କୁଲ ଗଲି । ସବୁଦିନେ ଯେମିତି ସାଇକେଲ ସ୍କୁଲ ରଖେ ସେମିତି ଆଜି ଭି ରଖିଲି । ମୁଁ ମୋ କ୍ଲାସ୍ କୁ ଯାଇ ବସିଲି । ମୋ ସାଙ୍ଗ ଭି ମୋ ସାଙ୍ଗରେ ବସିଲା । ସାର ଆସିଲେ । ପ୍ରଥମେ ଆଟାନାସ ପକାଇ ପାଠ ପଢ଼ାଇଲେ । ସେ ପ୍ରଶ୍ନ ପଚାରୁଥାନ୍ତି । ଯାହାକୁ ପ୍ରଶ୍ନର ଉତ୍ତର ଆସୁଥାଏ ସେମାନେ ହାତ ଟେକିଥାନ୍ତି । ଯେଉଁମାନଙ୍କୁ ଆସୁନଥାଏ ସେମାନଙ୍କୁ ସାର ପିଟୁଥାନ୍ତି । ପ୍ରାୟ କ୍ଲାସ ଆରମ୍ଭ ହେବାର ୧ ଘଣ୍ଟା ପରେ ଆମ କ୍ଲାସର ଗୋଟେ ପିଲାଟି ଚିଲ୍ଲେଇ ହୋଇ କହିଲା ସାର ସାର ଦେଖନ୍ତୁ ସେ ଯୋ ଲାଇନ ଖୁମ୍ବ ଟି ଅଛି ସେଇ ଖୁମ୍ବ ଟିକୁ ସେଇ ହନୁ ଟି ଛୁଇଁ ଦେବାରୁ ସେଇ ହନୁ ଟି ତଳେ ପଡିଗଲା ।


ସବୁପିଲା ଓ ଆମ ସାର ବାହାରକୁ ଆସିଲେ । ଆମେ ଦେଖିଲୁକି ହନୁଟିକୁ କରେଣ୍ଟ ମାରିଛି । ଆଉ ଦୁଇଟି ସାର ଆସିଲେ । ସେମାନେ ଭି ସେଇ ହନୁକୁ ଦେଖିଲେ । ଆମ ସାର କହିଲେ ସେଇ ହନୁର ହାତଗୋଡ ଜଳିଯାଇଥିବା । ଏହା କହି ସାର ଆମକୁ କହିଲେ କ୍ଲାସ ଭିତରକୁ ଚାଲ । ଆମେ ସମସ୍ତେ କ୍ଲାସ ଭିତରେ ବସିଲୁ, କିନ୍ତୁ ସମସ୍ତଙ୍କ ଧ୍ୟାନ ସେଇ ହନୁ ଉପରେ ଥିଲା । ଆମମାନଙ୍କୁ ବହୁତ ଦୁଃଖ ହେଲା । ସବୁ ପିଲା କହିଲେ, ହେ ଭଗବାନ ସେ ହନୁକୁ କଷ୍ଟ ଦିଅନାହିଁ । ସେତେବେଳେ ଆମେଦେଖିଲୁକି ସେ ହନୁଟି ଆଉ ଚାଲିପାରୁନଥିଲା । ଏହାପରେ ସାର ମଧ୍ୟ୍ୟ କ୍ଲାସ ବାହାରକୁ ଚାଲିଗଲେ ।


ମୁଁ ମୋ ସାଙ୍ଗକୁ କହିଲି, ଚାଲେ ସାରଙ୍କୁ କହିବା ବନବିଭାଗ ଓ ପଶୁଡକ୍ଟରଙ୍କୁ ଡାକିବେ । ଏହିସମୟରେ ସେ ହନୁଟି ଗଛରେ ଚଢ଼ି ଗଲା, ଖୁସିଲାଗିଲା, କିନ୍ତୁ କିଛି ସମୟ ପରେ ଆଉ ଜଣେ ପିଲା ପାଟିକରି କହିଲା ସାର, ହନୁ ଛୁଆଟିକୁ କୁକୁର କାମୁଡି ଦେଲା । ଏହାଶୁଣି ସମସ୍ତେ ବାହାରକୁ ଦଉଡିଲୁ । ଆମେ ଯାହାଦେଖିଲୁ, ବହୁତ ଦୁଃଖ ଲାଗିଲା । ସେ ଛୁଆଟିକୁ ମଧ୍ୟ କରେଣ୍ଟ ଲାଗିଥିଲା । ଏହା ଆମେ ଜାଣିନଥିଲୁ । ସମସ୍ତେ ତାର ସୁରକ୍ଷା ପାଇଁ ପ୍ରାର୍ଥନା କଲେ । ଏହିସମୟରେ କୁକୁରଟି ଛୁଆଟିକୁ ଧରି ଦୌଡ଼ି ପଳେଇଲା । ଠିକ ଏତିକିବେଳେ ଆମେ ସମସ୍ତେ ଗୋଡ଼ାଇ କୁକୁରକୁ ଘେରିଦେଲୁ । ଏଥର ସେ ଯିବ କୁଆଡେ, କିନ୍ତୁ ଦୁର୍ଭାଗ୍ୟ ଆମେ ହନୁଛୁଆଟିକୁ କୁକୁର ପାଖରୁ ବଞ୍ଚାଇ ପାରିଲୁନାହିଁ । ଏହା ଦେଖି ଆମେ ନିଜକୁ ଦୋଷୀ ମାନିଲୁ, ଆମ ସମସ୍ତଙ୍କ ମନ ବହୁତ ଦୁଃଖ ହେଲା । ସେଇ ଘଟଣା ପରେ ଆଉ ପଢ଼ାରେ ମନ ଲାଗିଲା ନାହିଁ । ଆଜିବି ସେଇ ଘଟଣା ଭାବିଲେ ବହୁତ ଦୁଃଖ ଲାଗେ ।


                      ପଶୁପକ୍ଷୀ ନିଜର ଦୁଃଖ ପ୍ରକାଶ କରି ପାରନ୍ତିନି, ତେଣୁ ଅସମୟରେ ଆମେ ସେମାନଙ୍କୁ ସାହାଯ୍ୟ କରିବା ଉଚିତ । ଭଗବାନ ସେମାନଙ୍କୁ ଏମିତି ଦୁଃଖ କେବେ ନ ଦିଅନ୍ତୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍