Sudeshna Pradhan

Children

3.9  

Sudeshna Pradhan

Children

ଅତିଥି

ଅତିଥି

2 mins
351


ଆଜି ସକାଳୁ ବାବୁଙ୍କର ବ୍ୟାଣ୍ଡେଜ ପଟି ଖୋଲା ହେବ, ସେଥିପାଇଁ ତରବରିଆ ହୋଇ ଶୀଘ୍ର ଉଠି ଗାଧୁଆ ପାଧୁଆ ସାରି ପ୍ରସ୍ତୁତ ହୋଇଗଲେଣି ।ଚା ଜଳଖିଆ ଖାଇ ବାବୁ ରେଡି ହୋଇଗଲେ ।ଏତିକିବେଳେ ଫୋନ ଆସିଲା, କଥାବାର୍ତ୍ତା ରୁ ଜଣା ପଡୁଥିଲା କେହି ଆସୁଛନ୍ତି, କିନ୍ତୁ ପଚାରିବାରୁ କନଫର୍ମ ନାହିଁ ବୋଲି କହି ଚାଲିଗଲେ ।ମୁଁ ରୋଷେଇ କରିବାକୁ ବାହାରିଲି ।ମୁଁ କହିବାକୁ ଭୁଲି ଯାଇଛି ଯେ ପୂଜା ଛୁଟି ପାଇଁ ଆମେ ସବୁ ବ୍ରହ୍ମ୍ମପୁର ଆସିଛୁ ।ଏଠି ଘରଟା ଅନ୍ୟ ସବୁଦିନେ ତାଲା ଝୁଲେ ଆଉ ସରକାରୀ ଛୁଟିରେ ଖୋଲିଥାଏ ।ତେଣୁ ଗାଁରୁ ପନିପରିବା, ଆଉ ଦରକାରୀ ରାସନ ଜିନିଷ ନେଇ ଆସିଥାଉ ।କାରଣ ବାବୁଙ୍କ ଗୋଡ ପାଟିପଡ଼ିଥିବାରୁ ସେ ମାର୍କେଟିଙ୍ଗ କରି ଯାଇପାରିବେନି ।ହେଲେ ସବୁଦିନେ କିଛି ନା କିଛି ରନ୍ଧା ଖାଦ୍ୟ ବଳି ନଷ୍ଟ ହେଉଛି ।


ଏବେ ପରିବାପତ୍ର ବି ଆକାଶଛୁଆଁ ଦର, ତାହିଁରେ ଏପରି ନଷ୍ଟ ହେବା ଭାରି ବାଧୁଛି ।ତେଣୁ ଆଜି ବାବୁଙ୍କୁ କହିଲି ଘରେ କେତେଜଣ ଖାଇବ ଠିକ କରି କୁହ, ତାକୁ ଧରି ରୋଷେଇ ହବ ।ବାବୁ ବିରକ୍ତ ହୋଇ କହିଲେ, ଆରେ ଆଜି ଘରେ ଖାଇବି, ମେଡିକାଲରୁ ଫେରିଲାଆସି ଲେଟ ହବ ତେଣୁ ଭୋଜିକୁ ଯାଇପାରିବିନି ।ହଉ କହି ମୁଁ ରୋଷେଇ ଆରମ୍ଭ କଲି ।ଏଠି ରୋଷେଇ ପାଇଁ ଗୋଟେ ଇଣ୍ଡାକ୍ସନ ଚୁଲା ଆଉ ସିଙ୍ଗଲ ଗ୍ୟାସ ଚୁଲା ।ଭାତ, ଟମାଟ ଚାରୁ ହେଇଗଲା, ଆଉ ଘାଣ୍ଟ ତରକାରୀ ବାବୁଙ୍କ ପସନ୍ଦ, ବସାଇବା ବେଳକୁ ଇଣ୍ଡାକ୍ସନ ଚୁଲାଟି ଖରାପ ହୋଇଗଲା ।ସମୟ ପ୍ରାୟ ଗୋଟେ ବାଜିଲାଣି, କଷ୍ଟମଷ୍ଟରେ ଗ୍ୟାସ ରେ ହେଇଗଲା ଘାଣ୍ଟ, ଏତିକିବେଳେ ବାବୁ ପହଁଚିଲେ ମସରୁମ ନେଇ, କଣ ନା ଏବେ ହିଁ କରିଦିଅ ।ହଉ କହି ମସାଲାବାଟି ପ୍ରସ୍ତୁତିରେ ଲାଗିଲି, ଅଧଘଣ୍ଟାଏ ଲାଗିଲା ମସଲା କଷାରେ, ବିରକ୍ତ ହୋଇ କହିଲି, ଡବଲ ଗ୍ୟାସ ଚୁଲା ଆଣନି, ତୁମକୁ କଣ ଜଣାପଡୁଛି, ରୋଷେଇରେ ହିଁ ଦଶ ଘଣ୍ଟା ଲାଗୁଚି, କିଏ ଆସିଲେ କେମିତି ହବ ।


ମୋ କଥା ନ ସରୁଣୁ ବାବୁ କହିଲେ ଆରେ ମନେ ପଡିଲା ମୋର ସ୍ଟୁଡେଣ୍ଟ ଜଣେ ଆସିବ ଏବେ, ଗୋଟେ ମିଲସ ହବତ? ମୁଁ କହିଲି ଆଗରୁ ପଚାରିଲି କହି ନ ଥିଲ ତ ।ସେ ବିରକ୍ତ ହୋଇ କହିଲେ ହବ କି ନାହିଁ, ଏତେ କଥା କୁହନି, ସିଏ କି ବୁଝିବେ ଆଜିର ସମସ୍ୟା, ସବୁଦିନେ ନଷ୍ଟ ହେଉଛି ବୋଲି ଆଜି ସବୁ କଣ୍ଟିକି ରୋଷେଇ ହେଇଚି, ଆଜି ଏକା ଏସବୁ ହେବାର ଥିଲl ¡ହଉ, ଦେଖାଯାଉ, ଏତିକିବେଳେ ଯୁବକଟିଏ ଆସି ପହଁଚିଲେ ।ସେ କୁଆଡେ କଟକରୁ ଆସିଲେ ।ବାବୁଙ୍କ ସହ ବସି କଥାବାର୍ତ୍ତା ହେଉଥାନ୍ତି ।


ଦୁଇଟା ବାଜିଗଲାଣି, ପିଲାଙ୍କୁ ଆଉ ଶଶୁରଙ୍କୁ ଖାଇବାକୁ ଦେଲି ।ଆଉ ଅପେକ୍ଷା ନ କରି ଖାଇବାକୁ ଡାକିଲି ବାବୁଙ୍କୁ ।ସେ ପିଲାଟି ମୋତେ ପ୍ରଣାମ କରି, ମାଡାମ ଜାଣିପାରିଲେ ବୋଲି ପଚାରିଲା ।ହଁ ଆଗରୁ କେବେ ଦେଖିଥିବି କହିଲି ।ଏହାପରେ ଏକୁଟିଆ ବାବୁଙ୍କୁ କିପରି ଖାଇବାକୁ ଡାକିବି, ଯାହା ହେଲେବି ଅତିଥି, ଭାବିଲି ପୁଣିଥରେ ରୋଷେଇ କରିବି ପଛେ, ପିଲାଟା ଭୋକରେ ବସିବ, ନା ନା ମୁଁ ଆଉକଣ ଖାଇଦେବି ।ଏପରି କହି ଦୁଇଜଣ ପାଇଁ ବଢ଼ାବାଢି କଲି ଭାତ, ଚାରୁ, ଘାଣ୍ଟ ଆଉ ମସରୁମ କସା ।ଦେବାବେଳେ ସେ ମନା କରୁଥିଲେ, ମୁଁ କହିଲି ଖାଇବା ସମୟରେ ଆସି ଫେରିବା ଭଲ ନୁହଁ, ବାଧ୍ୟ କରିବାରୁ ସେ ଖାଇଲେ ।ଏଥର ସେ ଗାଁକୁ ଯିବାକୁ ବାହାରିଲେ, ଏଠୁ ଶହେ କିଲୋମିଟର ।ରାତି ସାତଟା ହେବ ବସରେ ଗଲେ ।ପିଲାଟି ଗଣ୍ଡେ ଖାଇଥିବାରୁ ମୋ ମନ ଖୁସିଥିଲା, କିନ୍ତୁ ମୋତେ ବି ଭୋକ ଲାଗିଲା ହେଲେ ମୁଠିଏ ଭାତ ଆଉ ଚାରୁ, ଟିକେ ଘାଣ୍ଟ ବଳିଥିଲା, ତରବରରେ ଚାଉଳ ମୁଠେ ପକାଇ ସେତିକ ଖାଇବାକୁ ବସିଲି, ଲେଟ ରେ ଭାତ ହୋଇଗଲା, ନେଇ ଆଡ଼ଜଷ୍ଟ କରିନେଲି ।ଶେଷରେ ଭାବିଲି ମୋତେ କଷ୍ଟ ହେଲାସିନା, ଅତିଥି ସତ୍କାର ତ ହୋଇପାରିଲା, ଯଦି ସେ ଭୋକରେ ଯାଇଥାନ୍ତେ ମୁଁ ସିନା ପେଟ ଭରି ଖାଇଥାନ୍ତି ହେଲେ ମନ ଖୁସି ନଥାନ୍ତା ।ଆମ ଦେଶରେ ଅଛି ପରା, "ଅତିଥି ଦେବ ଭଵ ", ମୁଁ କେମିତି ଭୁଲିଥାନ୍ତି!


Rate this content
Log in

Similar oriya story from Children