Sudeshna Pradhan

Inspirational Children

3  

Sudeshna Pradhan

Inspirational Children

ଜନ୍ମଦିନ

ଜନ୍ମଦିନ

2 mins
214


ଆଜି ପୂଜା ଜନ୍ମଦିନ ଆନନ୍ଦ କିଏ ଦେଖେ

ଉପହାର ସେ ପାଇଛିଯେତେ କିଏବା ବସି ଲେଖେ ।

ସକାଳୁଉଠି ମାଆ ସାଥିରେ ମନ୍ଦିର ଗଲା ପୂଜା

ଦେଖିଲା ସେଠି ମନ୍ଦିରଦ୍ୱାର ହୋଇଛି ଫୁଲ ସଜ୍ଜା ।


ତା ଠାରୁ ସାନ ଛୋଟ ପୁଅଟି କରୁଛି ଫୁଲ ମାଳ

ମୁଣ୍ଡ ନୁଖୁରା ମୁଁହ ଶୁଖିଲା ଛିଣ୍ଡାପୋଷାକ ଦେହେତାର ।

ପୂଜାମନରେ ଆସିଲା ଦୟାପାଖକୁ ଗଲା ତାର

ପଚାରିଲା ତୁ କିଏ ସେ କହ କେଉଁଠି ତୋର ଘର?

ମୁଣ୍ଡ ଉଠାଇ ନିମିଷେ ଚାହିଁ କହିଲା ସେହି ପୁଅ

କହିଲାବେଳେ ପାଟି ଥରୁଛି ଝରୁଛି ଆଖିଲୁହ ।


ବାପାଙ୍କୁ ମୋର ଦେଖିନି କେବେ ଜାଣିନି କିଏ ମାଆ

ପାଳିଛି ଯିଏ ରୋଗୀଣା ଅଟେମୁଁ ଏବେ ତାର ସାହା ।

ଜନମ ଦେଇ ମାଆ ମୋହର ମନ୍ଦିରେ ଛାଡିଦେଲା

ଫୁଲ ବିକିଣ ପ୍ରସାଦ ଖାଇ ବଞ୍ଚିଛୁ ଆମେ ଭଲା ।


ଜାଣିନି ଖେଳ ମଉଜ କଣ ନାହିଁ ମୋ ସାଙ୍ଗ ସାଥୀ

ରାତିପାହିଲେ ମନ୍ଦିର ଆଗେ ବିତୁଛି ଦିନରାତି ।

ଏହା ଶୁଣିଣ ପୂଜା ଆଖିରୁ ଝରିଲା ଲୁହ ଧାର

କହିଲା ମାଆ ଭଲ କରିଛ ଆଣି ମୋତେ ମନ୍ଦିର ।


ଜନମ ଦିନ ପାଳୁଛି ମୁହିଁ କରିଣ ଭୋଜି ଭାତ

ଭୋକ ଉପାସେ କାମ କରନ୍ତି ଏ ବୟସରେ ଅନାଥ ।

କହିଲା ମାଆ ଗୋଟିଏ କଥା ରଖିବ ଆଜି ମୋର

ତାହା ହୋଇବ ତୁମ ପକ୍ଷରୁ ମୋ ଜନ୍ମ ଉପହାର ।


ମାଆ ଶୁଣିଣ ହୋଇଲେ ଖୁସି ଦେଖି ଝିଅବିଚାର

କହିଲେ ତୁ ଯାହା ମାଗିବୁ ଦେବି ମୁଁ ଉପହାର ।

ପୂଜା କହିଲା ଶୁଣ ହେ ମାଆ କେକ କଟନି ମୋର

ସେହି ପଇସା ଏ ପିଲାକୁ ଦିଅ ପିନ୍ଧୁ ନୂଆଁ ବସ୍ତର ।


ଭୋଜି ରାନ୍ଧନି ଘରେ ଆମର ଡାକନି ସାଙ୍ଗସାଥି

ତା ବଦଳରେ ଖାଦ୍ୟ ଆଣିଣ ଦିଅ ଅନାଥେ ବାଣ୍ଟି ।

ତାହେଲେ ଯାଇ ମନ ମୋହର ପାଇବ ଟିକେ ଶାନ୍ତି

ସବୁଥର ମୋ ଜନମ ଦିନେ ଏହା ହେବ ମୋ ଭେଟି ।

ଶୁଣିଣ ଖୁସି ହୋଇଲେ ମାଆ କହିଲେ ଧନ ମୋର

ନିଶ୍ଚୟ ସବୁ ଜନମ ଦିନେ ଦେବି ଏ ଉପହାର ।


ଛୋଟ ପିଲାଟି ଦେଖିଣ ଏହା ପଡିଲା ପାଦ ତଳେ

କହିଲା ପ୍ରଭୁ ସାହା ହୁଅନ୍ତୁ ତୁମକୁ ସବୁବେଳେ ।

ଶୁଭକାମନା ନେଇଣ ପୂଜା ପଇସା କିଛି ଦେଲା

ମନ୍ଦିର ପୂଜା ସାରିଣ ତାକୁ ସାଥେ ଘରକୁ ନେଲା ।


ଘରେ ତାହାକୁ ଖାଇବା ଦେଇ ଦେଲା ଯେ ଉପହାର

କହିଲା ଏକା ଲାଗିବ ଯେବେ ଆସି ଖେଳିବୁ ଖେଳ ।

ନାନାରଙ୍ଗର ବେଲୁନ ସହ ଖେଳଣା କେତେ ଦେଲା

ସମସ୍ତେ ସେଠି ଦେଖିକହିଲେ ପୂଜାଆମ ଭଲପିଲା ।

ସେଇଦିନଠୁ ପୂଜା ଆମର ପାଳୁଛି ଜନ୍ମଦିନ

ଦୁଃଖୀରଙ୍କି କୁ ଖାଦ୍ୟ ପୋଷାକ କରୁଛି ସିଏ ଦାନ ।


ଜନମ ଦିନେ ଏମିତି କିଛି ଭଲ କାମ କରିଥିଲେ

ଆଶିଷ ତାଙ୍କ ଶୁଭକାମନା ସାଜିବ ଆମ ଭଲେ ।



Rate this content
Log in

Similar oriya story from Inspirational