STORYMIRROR

Sudeshna Pradhan

Inspirational Children

3  

Sudeshna Pradhan

Inspirational Children

ସମୟର ମୂଲ୍ୟ

ସମୟର ମୂଲ୍ୟ

2 mins
310

ଗୋଟିଏ ସହରରେ ମନୋଜ ନାମରେ ଗୋଟିଏ ପିଲା ରହୁଥିଲା |ସେ ଗୋଟିଏ ଧନୀ ଘରରୁ ଥିଲା |ତାଙ୍କ ପରିବାର ରେ କେବଳ ମନୋଜ ଓ ତାର ମାମା, ବାବା ଓ ଜେଜେମା ରହୁଥିଲେ |ସେ ଜଣେ ଧନୀ ଘରରୁ ଥିଲେ ମଧ୍ୟ ତାକୁ ସମୟ ର ମୂଲ୍ୟ ଜଣା ନଥିଲା |ସେ ଗୋଟିଏ କାମ କରିବ ବୋଲି କହି ସେ ଖେଳିବା ପାଇଁ ବା ଟି.ଭି (T. V.)ଦେଖିବା ପାଇଁ ଚାଲିଯାଏ |ଦିନେ ତାଙ୍କ ମାମା ମନୋଜ କୁ ତାଙ୍କ ସାହାଯ୍ୟ ପାଇଁ ଡାକିଲେ,କିନ୍ତୁ ମନୋଜ ତାଙ୍କୁ ହଁ କହି ଖେଳିବାକୁ ଚାଲିଗଲା |ତାଙ୍କ ଜେଜେମା ତାକୁ ନିତି ପଢ଼ାନ୍ତି |ଦିନେ ମନୋଜ ର ପ୍ରିୟ ଖେଳ ତାଙ୍କ ଟି.ଭି (T. V.)ରେ ଆସିଲା |ସେ ଟି.ଭି ଦେଖିଲା ବେଳକୁହିଁ ତାଙ୍କ ଜେଜେମା ମନୋଜ କୁ ପଢିବାକୁ ଡାକିଲେ କାରଣ ମନୋଜ ର ପଢା ସମୟ ହୋଇଯାଇଥିଲା|କିନ୍ତୁ ମନୋଜ ଜିଦ କରି ଟି. ଭି ଦେଖିଲା |ଏହା ଦେଖି ଜେଜେମା ନଚାଁହୁ ଥିଲେ ଭି ଚିଡ଼ିଲେ |ଏହା ଦେଖି ମନୋଜ ଡରି ପାଠ ପଢିବାକୁ ଗଲେ |ଏହା ଦେଖି ଜେଜେମା ଚିନ୍ତିତ ହେଲେ କି ମନୋଜ ଯଦି ସମୟ ର ମୂଲ୍ୟ ଜାଣିବନି ତାହାଲେ ସେ ଆଗକୁ କେବେହେଲେ ବଢ଼ିପାରିବନାହିଁ |ଏହା ଜାଣି ଜେଜେମା ନିଶ୍ଚୟ କଲେକି ସେ ମନୋଜ କୁ ସମୟ ର ମୂଲ୍ୟ ଜଣାଇବେ |କେତେଦିନ ଗଲା ପରେ ମନୋଜ ra ଜନ୍ମଦିନ ଆସିଲା |ସେ ବହୁତ ଖୁସି ଥିଲା କାରଣ ତା ପାଇଁ ବହୁତ ଗିଫ୍ଟ ଆସିଥିଲା |ସମସ୍ତେ ଗଲା ପରେ ଜେଜେମା ମନୋଜ କୁ ଡାକିତାକୁ ଏକ ବହୁତ ଛୋଟ ଘଣ୍ଟା ଟିଏ ଦେଲେ |ସେହି ଘଣ୍ଟା ରେ ଏକ ଚେନ ଲାଗିଥିଲା |ମନୋଜ ସେହି ଘଣ୍ଟା କୁ ବେକରେ ପିନ୍ଧିଲେ |ଜେଜେମା କହିଲେ ଏହା ତୋର ଜନ୍ମଦିନ ଗିଫ୍ଟ |ଏହା ଶୁଣି ମନୋଜ ଖେଳିବାକୁ ଚାଲିଗଲେ |କିନ୍ତୁ ପରଦିନ ସନ୍ଧ୍ୟାବେଳେ ଯେତେବେଳେ ଜେଜେମା ଘରେ ନଥିଲେ ସେତେବେଳେ ମନୋଜ ଟି. ଭି ଦେଖିଲା |କିନ୍ତୁ ସେତେବେଳେ ତାକୁ ପଢ଼ିବାର ଥିଲା |ସେତେବେଳେ ସେ ନପଢି ଟି. ଭି ଦେଖିଲା |ସେତେବେଳେ ହିଁ ଘଣ୍ଟା ଟି ବାଜି ଉଠିଲା |ସେଥିରୁ ଆବାଜ ଆସିଲା ପଢିବାକୁ ଚାଲ, ପଢିବାକୁ ଚାଲ |ମନୋଜ ଘଣ୍ଟାଟିକୁ ବନ୍ଦ କରିବାକୁ ଚାହିଁଲେ ମଧ୍ୟ ବନ୍ଦ କରି ପାରିଲା ନାହିଁ ଓ ବାଧ୍ୟ ହୋଇ ପଢିବାକୁ ଗଲା |ଯେତେବେଳେ ଜେଜେମା ଆସିଲେ ସେତେବେଳେ ମନୋଜ ତାଙ୍କୁ ପୁରା କଥା କହିଲା |ସେତେବେଳେ ଜେଜେମା କହିଲେ ମୁ ଭି ପିଲାଦିନେ ଦୁଷ୍ଟ ଥିଲି ସେତେବେଳେ ମୋ ମା ମୋତେ ଏହା ଦେଇଥିଲେ |ଏହା ସମୟ ରେ ନିଜ କାମ କରିବାକୁ କହେ |ଏହା ପରେ ଯେତେବେଳେଭି ମନୋଜ ସମୟ ନଷ୍ଟ କରେ ଘଣ୍ଟା ଟି ବାଜି ଉଠେ |ଏହା ପରେ ମନୋଜ ସମୟ ରେ ନିଜ କାମ କରିବାକୁ ଲାଗିଲା |ଦିନେ ମନୋଜ ର ବେକରୁ ଆପେ, ଆପେ ଘଣ୍ଟା ଟି ବାହାରି ପଡିଲା |ଏହା ଦେଖି ଜେଜେମା କହିଲେ ତୁମେ ନିଜ କାମ ସମୟ ରେ କରୁଥିବାରୁ ଘଣ୍ଟା ଟି ଆପେ ବାହାରି ପଡିଲା |ଏହା ପରେ ଜେଜେମା କହିଲେ ଏହା ତୁମ ଜନ୍ମଦିନ ଗିଫ୍ଟ ଏହାକୁ ତୁମେ ରଖ| ଏହା ଶୁଣି ମନୋଜ ବହୁତ ଖୁସି ହେଲା |                            


Rate this content
Log in

Similar oriya story from Inspirational