Sudeshna Pradhan

Tragedy Action Others

4.5  

Sudeshna Pradhan

Tragedy Action Others

ବିଷାକ୍ତ ସହର

ବିଷାକ୍ତ ସହର

3 mins
234


ଓଃ!କି ବିଚିତ୍ର ଏ ଦୁନିଆ |ରୋଗ ପୋକ ଦାଉରୁ ଖାଦ୍ୟ ଶସ୍ୟକୁ ରକ୍ଷା କରିବାକୁ ଯାଇ ଯେଉଁ ବିଷାକ୍ତ ଔଷଧ ଫସଲରେ ପ୍ରୟୋଗ କରାଯାଉଛି, ତାହା ଫସଲ ସିନା ନିରୋଗ ରଖୁଛି ହେଲେ ସେହିଫସଲ ଖାଉଥିବା ମନୁଷ୍ୟ କିନ୍ତୁ ରୋଗାକ୍ରାନ୍ତ ହେଉଛି |ଆଉ ଯଦି ଖତ ସାର ଦେଇ ବଢିଥିବା ପନିପରିବା ଆଖିକୁ ସୁନ୍ଦର ନ ଦିଶିଲେ ପୁଣି କେହି କିଣିବାକୁ ପସନ୍ଦ କରନ୍ତିନି |ତଥାପି ସତ୍ୟାନନା (ସତ୍ୟାନନ୍ଦ )ସକାଳୁ ପ୍ରହରୁ ଅଖିଆ ଅପିଆ ଲାଗିପଡ଼ିଛି ପରିବା ବୋଝ ସଜାଡ଼ିବାରେ |କଣ ନା କୁଆଡେ ବ୍ରହ୍ମପୁର ସହରକୁ ମାଧବ ସାରଙ୍କ ଭୋଜିକୁ ଯିବ |ଆରେ ଭାଇ ଏଡ଼େବଡ଼ ସହରରେ କଣ ପରିବା ମିଳୁନି ଯେ ସେ ବଡଘର ବଡ଼ବାବୁମାନେ ଗାଁ ର ପରିବା ନେଇ ଖାଇବେ |କଥାଟା କେମିତି ଅଡୁଆ ଅଡୁଆ ଲାଗୁଛି, ହେଲେ କିନ୍ତୁ ସତ |ସହରର ପରିବା ସବୁଦିନେ ଦେଖିବାକୁ ସଜ ସତେଜ, ରହିବନି କେମିତି, ରାତିପାହିଲେ ସବୁପରିବାରେ ରସାୟନ ପାଣି ଗୋଳାଇ ରଖାଯାଉଛି, ନହେଲେ ଲୋକ ସଜ ପରିବା ବାଛି କଲର ଦେଖି ନେବେ କେମିତି |ମାଧବ ମାଷ୍ଟ୍ରେ କିନ୍ତୁ ସତ୍ୟା ନନାଙ୍କ ଗାଁର |ଏବେ ଦୁଇବର୍ଷ ହେଲା ବଦଳିହୋଇ ସହରକୁ ଯାଇଛନ୍ତି, ତାଙ୍କ ଦେହେ କି ଯିବ ସହରର ନକଲି ସଉଦା |କଣ ବା କରିଥାନ୍ତେ ପରିବାପାଇଁ ତ ଆଉ ଶହେ କୋଶ ବାଟରୁ ଗାଁକୁ ଆସିନଥାନ୍ତେ, ତେଣୁ ସେଠି ଯାହା ମିଳେ କଷ୍ଟେ ମଷ୍ଟେ ଚଳାଇ ଦିଅନ୍ତି |ଏମିତିରେ ବର୍ଷେ ବିତିଗଲା, ଆସ୍ତେ ଆସ୍ତେ ମାଷ୍ଟ୍ରେ ଙ୍କ ଦେହ ବିଗିଡ଼ିବାରେ ଲାଗିଲା |ଥରେ ପିଲାଙ୍କୁ ପଢ଼ାଉଥିବା ସମୟରେ ସେ ଚେତାଶୂନ୍ୟ ହୋଇ ତଳେ ପଡିଗଲେ |ସାଙ୍ଗେ ସାଙ୍ଗେ ତାଙ୍କୁ ଡାକ୍ତରଖାନା ନିଆଗଲା |ସେଠି ଡାକ୍ତରବାବୁ ସବୁ ପରୀକ୍ଷା ନିରୀକ୍ଷା କରି ଔଷଧ ଦେଲେ |ରିପୋର୍ଟ ରୁ ଜଣାପଡିଲାଯେ ଗ୍ୟାସ ସହ ବିଷାକ୍ତ ଖାଦ୍ୟ ପ୍ରଭାବରୁ ମାନସିକ ଶକ୍ତି ଦୁର୍ବଳ ହୋଇ ଏପରି ଘଟିଛି |ପୁଣି ଖାଦ୍ୟସାର (ଭିଟାମିନ )ର ଅଭାବ |ମାଧବ ବାବୁଙ୍କୁ ଗ୍ରୀନ ବା ସବୁଜ ପନିପରିବା ସହ କିଛି ଫଳ ପ୍ରତିଦିନ ଖାଇବାକୁ, ଡାକ୍ତର ବାବୁ ପରାମର୍ଶ ଦେଲେ |ମାଧବ ବାବୁ ହସିଲେ, କହିଲେ ଯୋଉ ସବୁଜ ପରିବାରୁ ଭିଟାମିନ ମିଳନ୍ତା ତାହା ତ ଭେଜାଲ, ରସାୟନ ଔଷଧ ବଳରେ ଗୋଟେ ରାତିରେ ଦୁଇ କିଲୋଗ୍ରାମରୁ ଅଧିକ ଓଜନ, ପୁଣି ମହମ ବୋଳା ଫଳ ସାମଗ୍ରୀ ଏଥିରୁ କି ଭିଟାମିନ ମିଳିବ |ଅସଲି ଭିଟାମିନ ତ ଆମ ଗାଁର ଖତ ପିଡିଆ ଦିଆ ଫସଲ ରେ ଅଛି |ତେଣୁ ନାତୁଣୀର ବାହାଘର ଭୋଜି ପାଇଁ ମାଷ୍ଟ୍ରେ ଗାଁରରୁ ପନିପରିବା ମଗାଇଛନ୍ତି |                            ଏପଟେ ଦୁଇଦିନ ରହିଲା ବାହାଘର, କେତେ କଣ କରିବାର ଅଛି, ବନ୍ଧୁବାନ୍ଧବ ଆସିବଯିବା ହେବେ, ବରଯାତ୍ରୀ ଆସିବେ |ଇସ, କଣ ଟିକେ ହେଇଗଲା ବୋଲି ମେଡିକାଲ ରେ ହିଁ ଦୁଇଦିନ ପଳେଇଗଲା |ଆଉ ସମୟ ନାହିଁ, ଘର ଆଗ ଅଗଣା ସଫା ସଫି କରିବାକୁ ପଡିବ |ସହରର ଯୁଆଡେ ଦେଖ ଅଳିଆ କୁଢ଼ |ଡ୍ରେନ ଯେମିତି ଦୁର୍ଗନ୍ଧ, ତା ସାଙ୍ଗକୁ ଜଳଖିଆ ପଲିଥିନ, ପରିବା ଆବର୍ଜନା ଆହୁରି ଅନାବନା ଅସନାରେ ସାହି ମୁଁହ ପୂର୍ଣ୍ଣ ହେଇଛି |ଆରେ କୁଆଡେ ଗଲ ସବୁ, ମାଷ୍ଟ୍ରେ ଡାକ ଛାଡିଲେ, କାହାକୁ ତ ଜଣାଅ ଏସବୁ ସଫା କର |ପିଲାମାନେ ଭାବୁଥାନ୍ତି, ବାପା ଏଠି ବି ଗାଁ ପରି ସବୁ ନିଜେ କରିବାକୁ କହୁଛନ୍ତି |ଏ କଣ ଗାଁର ଶୁଖିଲା ଅଳିଆ ହେଇଛି ଯେ ଯାହାକୁ କହିଲେ ବି ଆସିବ ଝାଡୁ କରି ନିଆଁ ଲଗାଇବ କି ଗାତ ଖୋଳି ପୋତିବ, ଏ ପରା ସହର |ଏଠି ଶରୀର ଚିକ୍କଣ, ଚାରିଆଡେ ଅଳିଆ କୁଢ଼ |ସମସ୍ତଙ୍କ ଘର ଭିତର ବହୁ ସଜ୍ଜାବଟ, ଆଉ ଘର ବାହାର ଅଳିଆ କୁଢ଼ |ଏଠି ଅଳିଆ କରିବେ ଜନ ସାଧାରଣ, ଆଉ ସଫା କରିବେ ସରକାରୀ ସ୍ତରର ଲୋକ |ବଡ ପୁଅ ଆସି କହିଲା, ବାପା!ଆପଣ ଅଯଥାରେ ବ୍ୟସ୍ତ ହେଉଛନ୍ତି, ଏହା ତ ନିତି ଦିନିଆ ଘଟଣା, ମୁନିସିପାଲିଟି ଵାଲା ଆସି ତାଙ୍କ କାମ କରୁଛନ୍ତି |ପୁଣି ପରଦିନ ସକାଳେ ଯୋଉ ଅସନାକୁ ସେଇୟା |ଏଠି ସହରରେ ଏମିତି ହୁଏ |ଆମ କଥା କେହି ଶୁଣିବେନି |ଏହାଶୁଣି ମାଧବ ବାବୁ ମନେ ମନେ ବିଚାରିଲେ, ଏ ସହର ଏବେ ଗାଁ ଠାରୁ ବି ଅସନା, ଏଠି ସମସ୍ତଙ୍କ ଚିନ୍ତାଧାରା ବି ବିଷାକ୍ତ, ଏମିତିରେ ବାୟୁ, ଜଳ ସବୁ ଦୂଷିତ |ଶାନ୍ତିରେ ନିଶ୍ୱାସ ବି ଟିକେ ନେଇହେଉନି |ଏମିତି ଯଦି ଆଗକୁ ହୁଏ, ସହରରେ ବଞ୍ଚିବା ବି ମୁସ୍କିଲ ହୋଇପଡିବ, ଆଉ ସହରର ସବୁ ଲୋକେ ଜଙ୍ଗଲ ମୁଁହା ହେବେ ଖୋଲା ପବନ ଟିକେ ପାଇବା ପାଇଁ |ହଉ ସବୁ କର୍ମର ଫଳ |ଚାକିରିଟା ସରିଗଲେ ଗାଁକୁ ପଳେଇବା ବହୁତ ଭଲ ହେବ |ଏହାକହି ସେ ଭୋଜି ଯୋଗାଡ଼ ରେ ବ୍ୟସ୍ତ ରହିଲେ |ସେ ଦିନଠୁ କେହି ସହରରେ ରହିବାକୁ ଇଚ୍ଛା କଲେ ମାଷ୍ଟ୍ରେ ଏମିତି ଲମ୍ବାଚଉଡା ଗପ କହି, ତା ମନ ଭାଙ୍ଗି ଦିଅନ୍ତି |


Rate this content
Log in

Similar oriya story from Tragedy