Sudeshna Pradhan

Children

4.0  

Sudeshna Pradhan

Children

କର୍ତ୍ତବ୍ୟ

କର୍ତ୍ତବ୍ୟ

3 mins
441


ପିଲାମାନେ ତୁମେ ଜାଣିଛ, ସୂରୁଜ ଉଇଁଲାଠୁ ବୁଡିବା ଭିତରେ ସବୁ ଜୀବମାନେ ଚଳଚଞ୍ଚଳ ହୋଇ ନିଜ ନିଜର କର୍ମରେ ବ୍ୟସ୍ତ ରହିଥାନ୍ତି |ଅନ୍ୟ ଅର୍ଥରେ କହିବାକୁ ଗଲେ ନିଜର କର୍ତ୍ତବ୍ୟ ସମ୍ପାଦନ କରିଥାନ୍ତି |କର୍ତ୍ତବ୍ୟ, ଅର୍ଥାତ ଯାହା କରିବା ଉଚିତ, ଆଉ ଏହା ସମସ୍ତଙ୍କ ପାଇଁ ଉଦ୍ଧିଷ୍ଟ |ଆସ ଆଜି ଏହି କର୍ତ୍ତବ୍ୟ ବିଷୟରେ ଏକ କାହାଣୀ ଶୁଣିବା |         ଗୋଟେ ଛୋଟ ଗାଁ ଟିଏ ଥିଲା |ସେଇଗାଁରେ ରାମଚନ୍ଦ୍ର ନାମରେ ଜଣେ ସଚ୍ଚୋଟ ସୁଦାର ବ୍ୟକ୍ତି ରହୁଥିଲେ |ସେ ଘରର ସାନପୁଅ ଥିଲା |ବାହାଘରପରେ ବାପମା ଆରପାରିକୁ ଚାଲିଗଲେ |ଏବେ ତାର ସହାୟ କେବଳ ତାର ବଡଭାଇ ଯିଏ ଚାକିରୀ ଖଣ୍ଡେ କରୁଥିଲେ |ରାମ ଗାଁର ଜମିବାଡ଼ି ଚାଷ କରିବା ସହ ସମବାୟ ବ୍ୟାଙ୍କ ରେ କିଛି କାମ କରି ଦି ପଇସା ରୋଜଗାର କରୁଥିଲେ |ଆସ୍ତେ ଆସ୍ତେ ପରିବାର ବଢିଲା, ରାମର ଦୁଇଟି ଝିଅ ହେଲେ |ବଡ଼ଝିଅ ଧୋବୀ ଓ ସାନଝିଅ କଇଁ  |ଦୁଇଟି ଝିଅ ଦେଖି ବଡଭାଇ ଏଥର ଟିକେ ସବୁକାମରେ ଅଣଦେଖା କରନ୍ତି |ତାଙ୍କର ତ ତିନୋଟି ପୁଅ, ସେ ଏହି ଝିଅମାନଙ୍କ ଏକାଠି ରହି ଖର୍ଚ୍ଚ କରି କିଛି ଲାଭ ନାହିଁ, ଏମାନେ ବଡହେଲେ ଯାନିଯୌତୁକ ସବୁପୁଣି ତାଙ୍କୁ କରିବାକୁ ହେବ, ତେଣୁ ସେ ଛଳନା କରି ଅଲଗା ରହିଲେ |ଏପଟେ ରାମର କର୍ତ୍ତବ୍ୟ ନିଷ୍ଠା ଦେଖି ତାକୁ ପିଅନ ଚାକିରୀଟିଏ ମିଳିଗଲା |ଯେଣୁତେଣୁ କରି ଘର ଚଳିଯାଉଥାଏ |ଝିଅ ଦୁଇଟା ବି ଭଲ ପାଠ ପଢ଼ନ୍ତି |ବଡ଼ଝିଅ ସବୁ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କାର ପାଏ |ଗାଁଲୋକ ତାର ଏହିସବୁ ଗୁଣ ଦେଖି ତାକୁ ଭାରି ପ୍ରଶଂସା କରନ୍ତି |ସାନ ଝିଅ ମଧ୍ୟ ପାଠପଢା ସହ ଘର କାମରେ ମାଆଙ୍କୁ ସାହାଯ୍ୟ କରେ |ଏମିତି ଦିନ ଗଡିଚାଲିଲା |ସେପଟେ ବଡଭାଇଙ୍କ ପୁଅମାନେ ବାଳୁଙ୍ଗା ହୋଇ ବୁଲୁଥାନ୍ତି, ବାପ ଅର୍ଜନରେ ଖାଇପିଇ ଉତ୍ପାତ ହୁଅନ୍ତି |କିନ୍ତୁ ରାମର ସମସ୍ୟା ବି କାମ ନୁହଁ |ଝିଅମାନଙ୍କ ପଢା ସରିଲା, ବଡ ଝିଅକୁ ବୃତ୍ତି ବାବଦରେ ମାସକୁ ଦୁଇଶହ ଲେଖାଏଁ ତିନିବର୍ଷ ମିଳିଲା, ଏପଟେ ସାନଝିଅ ବି ବଡଠାରୁ ଦୁଇବର୍ଷ ସାନ |ଏବେ ପଢାପଢି ସାରି ଦୁହେଁ ଚାକିରୀ ସନ୍ଧାନ କରୁଛନ୍ତି |ଚାକିରୀ କଣ ସହଜ କଥା, ସେପଟେ ବଡବାପା କଥାଣୀ କୁହନ୍ତି, ଝିଅପିଲଜାକୁ ପଢାଇ ଖାଲିହାତରେ ବସିଛି, ଏବେ କେମିତି ବହାଶହl କରିବ ଦେଖିବା |ସତକଥା, ଗରିବ ବାପ ଜାଣିଛି ଝିଅ ଦୁଇଟିର ବୋଝ, କିନ୍ତୁ ରାମ କେବେ ସାହସ ହାରିନି, ସେ ଭାଗବାନଙ୍କ ଉପରେ ଭରସା ରଖି ତାର କର୍ତ୍ତବ୍ୟ କରିଚାଲିଥାଏ, କିଛି ଦିନ ପରେ ବଡ଼ଝିଅ ପାଇଁ ଗୋଟେ ପ୍ରସ୍ତାବ ଆସିଲା ପୁଅଟି ଭୁବନେଶ୍ୱର ରେ ଓକିଲାତି କରୁଛି, ଯେନଟାଏଁ ରାମ ଲାଗିପଡ଼ି ବଡ଼ଝିଅର ବାହାଘର କରିଦେଲା, ଧୋବୀ ମଧ୍ୟ ଭୁବନେଶ୍ୱର ରେ ନିଜର ବିଜିନେସ ଟିଏ ଆରମ୍ଭ କରି ବେଶ ଆରାମରେ ଅଛି, ଏପଟେ ସାନଝିଅ ମନରେ କିନ୍ତୁ ଅଲଗା ଚିନ୍ତା, ବାପାମାଙ୍କୁ ସାହାଯ୍ୟ କରିବା, ତାଙ୍କ ପ୍ରତି ସନ୍ତାନର କର୍ତ୍ତବ୍ୟ ବିଷୟରେ ସେ ଭାବୁଥାଏ|ଶତ ଚେଷ୍ଟା ପରେ ତାକୁ ନର୍ସିଙ୍ଗ ଟ୍ରେନିଂ ପାଇଁ ସିଲେକ୍ସନ ଚିଠି ଆସିଲା, ବାପମାର ଖୁସି କହିଲେ ନ ସରେ, ଝିଅ ଚାକିରୀ କରିବ, ସାହିପାଡିଶା ବହୁତ ପ୍ରଶଂସା କରନ୍ତି, ବଡବାପା କିନ୍ତୁ ଖପା, ନିଜର ପୁଅଭାବି ତାଙ୍କ ପ୍ରତି ଯେଉଁ ଘୃଣାଭାବ ଥିଲା ଆଜି ନିଜେ ଲଜିତ ଅନୁଭବ କରୁଥିଲେ |ଟ୍ରେନିଂ ସରିଲା ପାଖ ସହରରେ ଚାକିରିବି ମିଳିଗଲା |ରେଗୁଲାର ଚାକିରୀ, ଏଥର ବାପାମାଆ ସାନଝିଅକୁ ବାହାଘର ପାଇଁ ପ୍ରସ୍ତାବ ଖୋଜିଲେ, କିନ୍ତୁ ସାନ ଝିଅ ମନାକଲା |କହିଲା ବାପା ତୁମେ ଆମକୁ ପାଳନ କରି ବାରେ ଯେଉଁ କଷ୍ଟ ଉଠାଇଛ, ଏବେ ମୋର କର୍ତ୍ତବ୍ୟ ମୁଁ ତୁମକୁ ଏ ବୟସରେ ସାହାଯ୍ୟ କରିବି, ନାନୀଙ୍କ ବାହାଘର ବାକି ସୁଝି ସାରିଲେ ମୋ କଥା ପଛେ ଭାବିବା |ବାପାମାଆ ଝିଅର ଏକଥା ଶୁଣି ଛାତି କୁଣ୍ଢେ ମୋଟ ହେଇଯାଉଥାଏ |ସାନଝିଅ ସବୁଲୋକଙ୍କ ବାକି ସୁଝି, ଆଉଗୋଟିଏ ନୂଆ ଜାଗା କିଣି ବଡଘରଟିଏ କଲା, ବାପାମାଙ୍କୁ ସୁବିଧା ହେଲାପରି ସବୁ ଜିନିଷରେ ଘରକୁ ସଜାଇଲା, ଗରିବଘର ଝିଅଟିର ଏ ପ୍ରକାର କର୍ତ୍ତବ୍ୟ ନିଷ୍ଠା ଦେଖି ସମସ୍ତେ ପ୍ରଶଂସା କରୁଥାନ୍ତି |ଆସ୍ତେ ଆସ୍ତେ କଇଁ ସେ ଗାଁର ଝିଅଥିବା ବାପାମାଙ୍କ ଉଦାହରଣ ପାଲଟିଗଲା, ଏଥର ସମସ୍ତେ ଝିଅମାନଙ୍କୁ ମଧ୍ୟ ପଢାଇବାକୁ ପଠାଇଲେ |ଏଥର ଝିଅ ବାହାଘର ପାଇଁ ବାପା ପ୍ରସ୍ତାବ ଖୋଜିଲେ, ଝିଅ ମଧ୍ୟ ରାଜିଥିଲା, କିନ୍ତୁ ବେସିଖୁସି ଭଗବାନ ସାହିପାରିଲେନି, ହଠାତ ହାର୍ଟ ଆଟକ ରେ ବାପାଙ୍କର ଅକାଳ ବିୟୋଗ ହେଲା, କଇଁ ଏଥର ଭାଙ୍ଗିପଡ଼ିଲା, ତଥାପି ସାହସ କରି ବାପାଙ୍କ କାର୍ଯ୍ୟ ସମ୍ପାଦନ କଲା |ଏବେ ଘରେ ଏକୁଟିଆ ମାଆ, ସେ ଆଉ ବାହାହେବନି ବୋଲି ନିଷ୍ପତ୍ତି ନେଲା, କିନ୍ତୁ ମାଆ ଏଥିରେ ନାରାଜ ଥିଲେ, ବାପଥିଲେ କଣ ଏସବୁ ହେଇଥାନ୍ତା, ଏକଥା ଶୁଣି ସେ ଆହୁରି ବିଚଳିତ ହେଇପଡୁଥାଏ |ପ୍ରଭୁଙ୍କ ଲୀଳା, ବାପାଙ୍କ ବର୍ଷିକିଆ ପରେ କଇଁ ବାହାଘର ପାଇଁ ରାଜି ହେଲା, ଆଉ ଆଜି ମଧ୍ୟ ସେ ନିଜ କର୍ତ୍ତବ୍ୟ ପଥରେ ତିଷ୍ଠି ରହି ନିଜ ମାଆ, ସହ ଶାଶୁ ଶଶୁରଙ୍କୁ ସାହାଯ୍ୟ କରୁଛି |କର୍ତ୍ତବ୍ୟ ପାଇଁ ନିଷ୍ଠା ଦରକାର, ଆଉ କର୍ତ୍ତବ୍ୟ ଠିକ ଥିଲେ କେହି ହରାଇପାରିବେ ନାହିଁ |ତେଣୁ ସମସ୍ତେ ନିଜ କର୍ତ୍ତବ୍ୟ ସୁଚାରୁ ରୂପେ କରିବା ଉଚିତ |


Rate this content
Log in

Similar oriya story from Children