Trushna Das

Drama Tragedy Inspirational

4  

Trushna Das

Drama Tragedy Inspirational

ମାଆ

ମାଆ

5 mins
182


ସପନା ପାଖାପାଖି ଦଶ ମାସ ହେବ ଘରକୁ ଆସି ନାହାଁନ୍ତି। ସେ ଛଅ ମାସର ଗର୍ଭବତୀ।ଆଜି ଡାକ୍ତର ଦେଖାଇବାକୁ କେଶବ ଓ ଦିଶାଙ୍କ ସହ ଡାକ୍ତରଙ୍କ ପାଖକୁ ଆସିଥିଲେ। କେଶବଙ୍କୁ ବହୁତ କହିବାରୁ ସେ ସେମାନଙ୍କ ସହ ନିଜ ଘରକୁ ବାପା ମାଆଙ୍କୁ ଦେଖା କରିବାକୁ ଆସିଛନ୍ତି। 


ସୁଲ ସୁଲ ପବନ ବହୁଛି। ସପନାଙ୍କ ଆଖି ଲାଗି ଯାଉଥାଏ। ଅନେକ କଥା ମନରେ ଚାଲୁଥାଏ।କେଶବ ଓ ସପନାଙ୍କ ବିବାହ ବହୁତ ଧୁମଧାମରେ ହୋଇଛି। ନବ ବଧୁ ବେଶରେ ସାଜି ବସିଛନ୍ତି। କେଶବ ଆସି ତାଙ୍କ ସହ କେତେ ମିଠା କଥା ହେଉଛନ୍ତି। ତାପରେ ବାସର ରାତିର ମିଳନ। 


କେଶବଙ୍କ ବାପା ମାଆ ସପନାଙ୍କୁ ନିଜ ଝିଅ ପରି ଭଲ ପାଉଛନ୍ତି। କେବେ ତାଙ୍କୁ ବୋହୂ ପରି ବ୍ୟବହାର କରି ନାହାଁନ୍ତି।ବାହାଘର ଅଷ୍ଟ ମଙ୍ଗଳା ପରେ ସେମାନେ ନିଜେ କେଶବ ଓ ସପନାଙ୍କୁ ହୋନିମୁନ ପାଇଁ ଗୋଆକୁ ପଠାଇଛନ୍ତି। କେଶବ ତାଙ୍କର ବହୁତ ଯତ୍ନ ନିଅନ୍ତି।କେଶବ ତାଙ୍କୁ ତିଳେ ହେଲେ ଛାଡି ଏକା ରହି ପାରନ୍ତି ନାହିଁ। ବହୁତ ପ୍ରେମ କରନ୍ତି। ଦିଅର ରିଶବ ବି ତାଙ୍କର ବହୁତ ଭଲ..... ସେମାନେ ଭଲ ସାଙ୍ଗ ପରି ରୁହନ୍ତି। ବାହାଘର ବର୍ଷେ ପରେ ସପନା ମାଆ ହେବାକୁ ଯାଉଥିଲେ.... କିନ୍ତୁ ଗୋଟିଏ ଦୁର୍ଘଟଣାରେ ସେ ନିଜ ଛୁଆକୁ ହରାଇ ବସିଲେ। ଡାକ୍ତର କହିଲେ ସପନାଙ୍କ ମାଆ ହେବା ଆଶା ବହୁତ କମ୍। ତଥାପି ଚିକିତ୍ସା କଲେ ଓ ଭଗବାନଙ୍କ ଆର୍ଶୀବାଦ ଥିଲେ ସେ ନିଶ୍ଚିତ ମାଆ ହେବେ। ଆଉ ବାହାଘରର ଆଜି ପାଞ୍ଚ ବର୍ଷ ପରେ ତାଙ୍କ ଗର୍ଭରେ ଚାରି ମାସର ଛୁଆ।


ଗାଡି ଆଗକୁ ବଢି ଚାଲି ଥାଏ।କିଛି ସମୟ ପରେ କେଶବ କହିଲେ ସପନା ତୁମ ଘର ଆସିଲା। ସପନା ଚମକି ଉଠିଲେ।ସେ ଶୋଇ ପଡିଥିଲେ।ଉଠିଲା ବେଳକୁ ଆଖି ଛଳଛଳ ହୋଇ ଯାଇଥିଲା। 


କେଶବ ପଚାରିଲେ କଣ ହେଲା। 


ସପନା କହିଲେ..... ନା କିଛି ନୁହଁ। ମୁଁ ସପନ ଦେଖୁଥିଲି। 


କେଶବ ସପନାଙ୍କ କବାଟ ଖୋଲି ସପନାଙ୍କ ହାତ ଧରି ଡାକିଲେ। ସପନା ଯାଇ ମାଆ ମାଆ କହି ଡାକିଲେ। ସପନାଙ୍କ ମାଆ ବି ଖୁସିରେ କବାଟ ଖୋଲିଲେ। ସପନାର ଏମିତି ଅବସ୍ଥା ଦେଖି ସେ ସପନାଙ୍କୁ ରାଗି ଜୋରରେ ଚାପୁଡାଟିଏ ଏବଂ କହିଲେ ଛି ତୋତେ ଲାଜ ଲାଗୁ ନାହିଁ..... କାହା ସହ ମୁହଁ କଳା କଲୁ.... ଶେଷରେ ଗର୍ଭବତୀ ହୋଇ ମୋ ଘରକୁ ଆସିଛୁ। 


କେଶବ କହିଲେ ମାଉସୀ ଟିକେ ଶୁଣନ୍ତୁ ତ। 


ସପନାର ମାଆ କହିଲେ ବାବୁ ତୁମେ ସେ ମଣିଆପୁରର ଜମିଦାର ଙ୍କ ପୁଅ ନା..... ତୁମେ ସେ ଦିନ ତୁମ ସ୍ତ୍ରୀ ସହ ଡାକ୍ତରଖାନା ଆସିଥିଲ।ମୋ ଝିଅକୁ କଣ ଯେ ସରଟି ନା କଣ ଗୋଟିଏ କାମ ଦେବ କହି ନେଇ ଗଲ। ଆଉ ଆଜି ତାକୁ କଳଙ୍କିତ କରି ଆଣିଛ। 


ସପନାଙ୍କ ଆଖିରୁ ଲୁହ ବହି ଯାଇଥାଏ। 


ସପନା କହିଲେ ମାଆ ଶୁଣ ତ ଟିକିଏ। 


ସପନାଙ୍କର ମାଆ କହିଲେ ଚୁପ୍ ପୁରା..... ମୁଁ ତ ମୁର୍ଖ ଲୋକଟା..... ତୁ ପରା ପାଠ ପଢୁଥିଲୁ।ତୁ କି ବୁଝି ପାରିଲୁ ନାହିଁ କି କାମ..... ଶେଷରେ କାମ କହି ତୁ ଏ କଣ କଲୁ। 


ସପନା କହିଲେ ମାଆ ମନେ ପକା ଦଶ ମାସ ତଳର କଥା।ବାପାଙ୍କ ସେ ଦିନ ହଠାତ୍ ଭୟଙ୍କର ଦୁର୍ଘଟଣା ହେଲା। ତାଙ୍କ ମୁଣ୍ଡରେ ମାଡ ବାଜି ଥିଲା। ଡାକ୍ତର କହିଲେ ଅପରେଶନ ହେବ। ପାଞ୍ଚ ଲକ୍ଷ ଟଙ୍କା ଦରକାର।ଅପରେଶନ ନ ହେଲେ ବାପାଙ୍କ କିଛି ବି ହୋଇ ପାରେ। ଆମେ ତ ଗରିବ ଲୋକ। କୋଉଠୁ ଏତେ ଟଙ୍କା ଆଣିଥାନ୍ତୁ। ତୁ କହିଲୁ ଯେମିତି ବି ହେଉ ଟଙ୍କା ଆଣିବା ପାଇଁ।ତୋର ଗହଣା ସବୁକୁ ବିକିଲା ବେଳକୁ ପଚାଶ ହଜାର ବି ହେଲାନାହିଁ। ମୁଁ ଡାକ୍ତରଙ୍କୁ ଟଙ୍କା ପାଇଁ ଅନୁରୋଧ କରିବାକୁ ଯାଇ ଥାଏ। ଠିକ ସେତିକିବେଳେ କେଶବ ବାବୁ ଓ ତାଙ୍କ ସ୍ତ୍ରୀ ଦିଶା ଦିଦିଙ୍କୁ ମୁଁ ସେଥି ଦେଖିଲି।ସେମାନେ ଆଉ ଡାକ୍ତର ବାବୁ ବହୁତ ଚିନ୍ତିତ ଥାଆନ୍ତି। ତାଙ୍କୁ ସର୍ରୋଗେସି ପାଇଁ ଗୋଟିଏ ଝିଅ ଦରକାର। 


ଡାକ୍ତରବାବୁଙ୍କୁ ମୁଁ ଆମ ଅସୁବିଧା ଜଣାଇବାରୁ ସେ କହିଲେ ଯେ ସେ ତ ଆର୍ଥିକ ସାହାଯ୍ୟ ତ କରି ପାରିବେ ନାହିଁ କି ବିନା ଟଙ୍କାରେ ବାପାଙ୍କ ଅପରେଶନ ହେବ ନାହିଁ। 


ହଠାତ୍ ମୋତେ ଗୋଟିଏ ବୁଦ୍ଧି ଆସିଲା। ମୁଁ ସର୍ରୋଗେସି ମାଆ ହେବା ପାଇଁ ହଁ ମାରିଲି ବଦଳରେ କହିଲି ମୋ ବାପାଙ୍କ ଚିକିତ୍ସା।


ଏହା ଶୁଣି କେଶବ ବାବୁ ଓ ଦିଶା ଦିଦି ବହୁତ ଖୁସି ହୋଇ ଗଲେ। ସେମାନେ ମୋର ଆଭାରୀମାନୀ ମୋର ଆଉ ମୋ ପରିବାରର ସବୁ ଦାୟିତ୍ୱ ପିଲା ହେବା ପର୍ଯ୍ୟନ୍ତ ନେଲେ ଏବଂ ଆହୁରି ଅଧିକ ଟଙ୍କା ଦେବେ ବୋଲି କହିଲେ। 


ତାପରେ ମୁଁ ତୋତେ ଯାଇ କହିଲି..... ତୁ କିନ୍ତୁ ଶୁଣିବା ଅବସ୍ଥାରେ ନ ଥିଲୁ।କେଶବ ବାବୁ ତାପରେ ବାପାଙ୍କ ପାଇଁ ଟଙ୍କା ଦେଇ ତାଙ୍କର ଚିକିତ୍ସା କଲେ।ଏବେ ପର୍ଯ୍ୟନ୍ତ ସେ ଆମ ପରିବାର କଥା ବୁଝୁଛନ୍ତି।ବାପାଙ୍କ ଡାକ୍ତରଖାନାରେ ଚିକିତ୍ସା ଚାଲୁଥିବା ସମୟରେ ସେମାନେ ମୋର ସମସ୍ତ ଶାରୀରିକ ପରୀକ୍ଷା କରି ସାରିଥିଲେ। ବାପା ଠିକ ହେଲା ପରେ ତୋତେ କହି କେଶବ ବାବୁ ଓ ଦିଶା ଦିଦି ମୋତେ ନେଇ ଗଲେ। ଯିବା ବେଳକୁ ଇଚ୍ଛା ହେଉଥାଏ ତୋତେ ମୋ କାମ କଣ ବୁଝାଇ କହିବି ବୋଲି..... ହେଲେ ତୋ ଅବସ୍ଥା ଦେଖି ତୋତେ କହି ପାରିଲି ନାହିଁ। 


ସପନାଙ୍କର ମାଆ..... ଯାହା ହେଲେ ବି ତ ତୁ କଳଙ୍କିତ ହୋଇ ଗଲୁ...... ବିନା ବାହାଘରରେ ଆଉ କାହା ସହ..... ଛି..... ଛି।ତୋ ମୁହଁ ମୋତେ ଦେଖିବାକୁ ଇଚ୍ଛା ହେଉ ନାହିଁ। 


ଗାଁ ଲୋକମାନେ ଏକତ୍ର ହୋଇ ସାରିଲେଣି। କିଛି ଲୋକ ପଠର ଉଠାଇ ସପନାଙ୍କୁ ମାରି ବାକୁ ଲାଗିଲେଣି। 


ଦିଶା ଆଉ ସହି ନ ପାରି ଗାଡିରୁ ବାହାରି ସପନାଙ୍କ ପାଖକୁ ଯାଇ କହିଲେ ବାସ୍..... ସବୁ ଚୁପ୍...... ସପନା କଳଙ୍କିତ ନୁହେଁ। ସପନା ଗର୍ଭବତୀ ଅଛନ୍ତି ସତ। ହେଲେ ତାଙ୍କ ଗର୍ଭରେ ଥିବା ସନ୍ତାନ ତାଙ୍କର ନୁହେଁ। ତାହା ହେଉଛି ମୋର ଓ କେଶବଙ୍କ ଅଂଶ। ସେ ପୁରା ପବିତ୍ର। ଗର୍ଭବତୀ ହେବା ପାଇଁ ସେ ଗୋଟିଏ ବି ରାତି କେଶବ ସହ କି କାହାରି ସହ ବି କାଟି ନାହାଁନ୍ତି। ଡାକ୍ତରୀ ଚିକିତ୍ସା (ସର୍ରୋଗେସି)ସାହାଯ୍ୟରେ ମୋର ଓ କେଶବଙ୍କ ଅଂଶର ଭୃଣଙ୍କୁ ତାଙ୍କ ଗର୍ଭରେ ସ୍ଥାପନ କରାଯାଇଛି।ସପନା ତ ମହାନ।ସେ ନିଜର ଗର୍ଭରେ ଏତେ କଷ୍ଟ ସହି ଆମ ସନ୍ତାନକୁ ପାଳୁଛନ୍ତି। ସେ ଆଜି ବି ସତୀ ଅଛନ୍ତି। 


ସେତେବେଳକୁ ସପନାର ମାଆ କହିଛନ୍ତି ଠିକ ଅଛି..... ଦିଶା ମ୍ୟାଡମ୍..... ହେଲେ କୁହନ୍ତୁ ଏଇଟା ହେଲା ପରେ ମୋ ଝିଅକୁ ଆଉ କିଏ ବା ଗ୍ରହଣ କରିବ!


କେଶବ କହିଲେ ଆମ ପରିବାରର ସମସ୍ତେ ସପନାଙ୍କୁ ବହୁତ ଭଲ ପାଆନ୍ତି।ଆଉ ମୋ ଭାଇ ରିଶବ ବି ସପନାଙ୍କୁ ମନେ ମନେ ଭଲପାଏ।କିଛି ଦିନ ତଳେ ସେ ମୋ ସହ କଥା ହଉହଉ କହି ପକାଇଲା। 


ଦିଶା କହିଲେ ହଁ ମୁଁ ବି ଶୁଣିଛି ଏ ବିଷୟରେ ରିଶବ ଠାରୁ।ଦିଶା କହିଲେ ଆଜି କେଶବ ଓ ମୁଁ ଆପଣଙ୍କୁ ପ୍ରତିଶ୍ରୁତି ଦେଉଛୁ ଯେ ସପନାଙ୍କ ପ୍ରସବ ପରେ ରିଶବ ଓ ସପନାଙ୍କ ବିବାହ ହେବ..... ଯଦି ଆପଣ ଓ ସପନା ରାଜି ହୁଅନ୍ତି ତ! 


ସପନା ମାଆ ସପନାଙ୍କ ଆଡକୁ ଚାହିଁଲାରୁ ସପନା ମୁଣ୍ଡ ହଲାଇ ସହମତି ଜଣାଇଲେ। ତାପରେ ସପନାଙ୍କ ମାଆ ବି ରାଜି ହୋଇ ଗଲେ। ସେ ସପନା, କେଶବ ଓ ଦିଶାଙ୍କୁ ଖୁସିରେ ଘରକୁ ପାଛୋଟି ନେଲେ।ଗାଁ ଲୋକ ସବୁ ଫୁସୁରଫାସୁର ହୋଇ ସେଠାରୁ ପଳାଇଲେ। 


 ସପନା କିଛି ସମୟ ବାପା ମାଆ ସହ ରହବା ପରେ ପୁଣି କେଶବ ଓ ଦିଶାଙ୍କ ସହ କେଶବଙ୍କ ଘରକୁ ଫେରିଗଲେ। 


ରାସ୍ତାରେ ଗଲା ବେଳକୁ ସପନା କିଛି ସମୟ ଆଗରୁ ଦେଖିଥିବା ସପନକୁ ମନେ ପକାଉଛନ୍ତି। ସେ ଯେଉଁ ସପନ ଦେଖିଥିଲେ କେଶବ ଓ ନିଜ ବିବାହ ଓ ଘର ସଂସାର ବିଷୟରେ ପ୍ରକୃତ ଜୀବନରେ ତାହା କେଶବ ଓ ଦିଶାଙ୍କ ପ୍ରକୃତ ଜୀବନ କାହାଣୀ ।ବଧେ ତାଙ୍କ ମନରେ କେଶବଙ୍କ ପାଇଁ ଯାହା ଭାବନା ଥିଲା ତାହା ପ୍ରେମ ନୁହେଁ..... ତାହା ଥିଲା କେଶବ ବାବୁଙ୍କ ପ୍ରତି ସମ୍ମାନ। ରିଶବଙ୍କୁ ଯଦିଓ ସପନା ଭଲ ପାଇ ନାହାଁନ୍ତି ତଥାପି ରିଶବ ତାଙ୍କର ଭଲ ସାଙ୍ଗ ହୋଇ ଯାଇଛନ୍ତି..... ପୁଣି କେଶବ ବାବୁଙ୍କ ମାଆ ବାପା ବି ବହୁତ ଭଲ। ତେଣୁ ସେ ଏ ବିବାହରେ ରାଜି ହୋଇ ଗଲେ।ସେ ନିଜ ଗର୍ଭରେ ଥିବା ସନ୍ତାନକୁ ଏବେ ଅନୁଭବ କରି ପାରୁଛନ୍ତି।ନିଜ ପେଟ ଉପରେ ହାତ ବୁଲାଇ ଗର୍ଭରେ ଥିବା ସନ୍ତାନ ପାଇଁ ମନେ ମନେ ଖୁସି ହେଲେ ଯେ ମାଆ ନ ହେଲେ ବି ତା ପାଖରେ କାକୀ ମାଆ ହୋଇ କି ହେଲେ ବି ତ ରହିପାରିବେ। ଏମିତି ଭାବୁ ଭାବୁ ତାଙ୍କ ଆଖି ଛଳଛଳ ହୋଇ ଗଲା ଯେ ଏ ସମାଜ ତା କଣ.....।କାହିଁକି ଗୋଟିଏ ନାରୀ ଉପରେ ସବୁବେଳେ ଆଙ୍ଗୁଳି ଉଠେ। ସର୍ରୋଗେସି ମାଆ ହେଲେ ତ କଣ ହେଲା..... ପରିସ୍ଥିତିରେ ପଡି ନିଜ ଗର୍ଭରେ ଗୋଟିଏ ଦମ୍ପତ୍ତିର ସନ୍ତାନକୁ ଏ ଦୁନିଆକୁ ଆଣିଲେ..... ସେ ତ ପୁଣ୍ୟ କାମ କଲେ..... ଗୋଟିଏ ଘରକୁ ତାର ଉତ୍ତରାଧିକାରୀ ଦେବାକୁ ଯାଉଛନ୍ତି..... ଯାହା ହେଲେ ବି ସେ ବି ତ ମାଆ .....ସେ ବି ନିଜ ଭିତରେ ଛୁଆକୁ ଅନୁଭବ କରୁଛନ୍ତି ଅନ୍ୟମାନଙ୍କ ପରି..... ତଥାପି ସମାଜ ତାଙ୍କ ଚରିତ୍ର ଉପରେ ଆଙ୍ଗୁଳି ଉଠାଇଲା..... ତାଙ୍କୁ ଘୃଣ୍ୟ ଚକ୍ଷୁରେ ଦେଖିଲା.....।ଆଉ କେଶବ ବାବୁଙ୍କ ପରିବାର କେତେ ଭଲ....ମାନବିକତାର ପରିଚୟ ଦେଇ ତାଙ୍କୁ ନିଜର କଲା। 


ଏମିତି ଭାବୁ ଭାବୁ ସପନା ଆଖି ଛଳଛଳ କରି ଦିଶାଙ୍କ ଆଡକୁ ଚାହିଁଲେ। 


ଦିଶା ସପନାଙ୍କ ମନ ଅବସ୍ଥା ଜାଣି ଥିବାରୁ ସପନାଙ୍କୁ ଖୁସି କରିବାକୁ ଯାଇ ହସି ଦେଇ ସପନାଙ୍କ ପେଟରେ ହାତ ମାରି କହିଲେ..... ଆଉ କାକୀ ମାଆ ଠିକ ଅଛ ତ...... ମୋ ଦିଅର ପସନ୍ଦ ତ..... ଆମ ଛୁଆ କଥା ବୁଝିବ ତ!


ସପନାଙ୍କ ଉଦାସ ମୁହଁରେ ହସ ଫୁଟିଗଲା। ଦିଶା ଓ କେଶବଙ୍କ ହାତକୁ ଧରି ନିଜ ପେଟରେ ଲଗାଇ କହିଲେ..... ହଁ ଦିଦି..... ମୁଁ ଆଉ ଆମ ଛୁଆ ବହୁତ ଖୁସି। ଦେଖ ସେ ବି ଖୁସିରେ ଖେଳୁଛି। ଦିଶା ଓ କେଶବ ସପନା ପେଟରେ ନିଜ ଛୁଆକୁ ଅନୁଭବ କରି ଫିକ୍ କି ନା ହସି ଦେଲେ।


Rate this content
Log in

Similar oriya story from Drama