STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମାଆ ର ମହାନତା

ମାଆ ର ମହାନତା

2 mins
169


ସତରେ ମାଆ ନାମ କେତେ ମଧୁର।ମାଆ ପାଇଁ ଆମ ହସୁଛି ସଂସାର।ମାଆ ନାହିଁ ଯାହାର ସାହା ନାହିଁ ତାହାର।ମାଆ ଥିଲେ ଦୁଃଖ ଯିବ। ମାଆ ର ପଣତେ ଶାନ୍ତି ମିଳିବ।କିନ୍ତୁ ମାଆ ର ମହାନତା କୁ ସବୁ ପିଲା ବୁଝନ୍ତି ନାହିଁ।କାରଣ ସେମାନେ 

ଗର୍ବ ଦମ୍ଭ କୁ ଧରି ମାନବ ରୁ ଦାନବ ହୋଇ ଯାଆନ୍ତି। ବହୁତ ଦିନ ତଳ ର କଥା ଚମ୍ପା ପୁର ଗାଁ ରେ ରମା ଦେବୀ ଙ୍କ ଘର।ସେ ବହୁତ ଗରିବ।ସେ ଜଣେ ବିଧବା ସ୍ତ୍ରୀ ଲୋକ।ପିଲାକୁ ମଣିଷ କରିବାକୁ ସେ ପର ଘରେ ବାସନ ମାଜନ୍ତି।କାହା ଘରେ ପାଣି ଦିଅନ୍ତି।ପୁଣି ରାତିରେ ସିଲେଇ କରି କିଛି ପଇସା ମାସକୁ ଆଣନ୍ତି।

  ରମା ଦେବୀ ଙ୍କ ଗୋଟିଏ ପୁଅ।ତାର ନାମ ମଙ୍ଗୁ।ସେ ଭାରି ଚଗଲା।ମାଆ ର କଥା କେବେ ଶୁଣେ ନାହିଁ।

ତାକୁ ପାଳି ପୋଷି ବଡ଼ କରିବାକୁ ରମା ଦେବୀ କଷ୍ଟ କରନ୍ତି।ନିଜେ ନ ଖାଇ ନିଜ ପିଲାକୁ ଦିଅନ୍ତି।ମଙ୍ଗୁ ଛୋଟ ରୁ ବଡ଼ ହେଲା।ବଡ଼ ହୋଇ ହାକିମ ହୋଇଲା।

   ମାଆ ତା ପାଇଁ ଝିଅ ଖୋଜିଲେ।ଏକ ଜମିଦାର ଘରେ ମଙ୍ଗୁର ବିବାହ ହୋଇଲା।ହେଲେ ବିବାହ ପରେ ମଙ୍ଗୁ ତା ସ୍ତ୍ରୀ କୁ ନେଇ କଟକ ଚାଲି ଗଲା।ସେ ସେଠୀ ରହି ବହୁତ ପଇସା କମାଇଲା।ନିଜ ମାଆ କଥା କୁ ପୁରା ଭୁଲି ଗଲା।

   ଗାଁ ଲୋକେ ଖବର ଦେଲେ ଆରେ ମଙ୍ଗୁ ତୋ ମାଆର ଦେହ ଖରାପ ହେଲାଣି ତୋ ପାଖକୁ ନେଇ ଯା।ଲୋକ ନିନ୍ଦା ଶୁଣି ସେ ମାଆକୁ ସିନା ନେଲା ହେଲେ ସ୍ତ୍ରୀ କଥା ରେ ପଡି ମାଆ ର ଦୁଃଖ ବୁଝିଲାନି। ମାଆ ନିଜ ନାତି ନାତୁଣୀ ର ସ୍ନେହ ଶ୍ରଦ୍ଧା ବି ପାଇପାରିଲା ନାହିଁ। ମାଆ ଯେତେ ବେଳେ ରୋଗୀଣା ହୋଇ ଗଲା ମଙ୍ଗୁ ମାଆକୁ ନେଇ ଜରା ଶ୍ରମରେ ଛାଡି ଦେଲା।

ମାଆ କାନ୍ଦି କାନ୍ଦି ରହିଲା।ମଙ୍ଗୁ କୁ କେବେ ଗାଳି ଦିଏନି ମାଆ।ମଙ୍ଗୁ ପାଇଁ ମାଆ ସବୁ ଦିନ ଦୀପ ଜାଳେ।ବ୍ରତ ଉପବାସ କରେ।ଶେଷରେ ମାଆ ମଙ୍ଗୁ କୁ ଝୁରି ଝୁରି ଆର ପାରିକୁ ଚାଲିଗଲା। କିଛି ଦିନ ପରେ ମଙ୍ଗୁ ର ଦେହ ଖରାପ ହେଲା।ମଙ୍ଗୁ ଆଉ ଚାକିରୀ କରି ପାରିଲା ନାହିଁ।ମଙ୍ଗୁର ସ୍ତ୍ରୀ ମଙ୍ଗୁ ସହିତ ଖରାପ ବ୍ୟବହାର କରିଲା। ଖାଇବାକୁ ବି ଦେଲା ନାହିଁ।ମଙ୍ଗୁ ନିଜ ମାଆକୁ ଝୁରି ହେଲା।ମାଆ କଥା ମନେ ପକେଇଲା ମାଆ ଜୀବନ ରେ କେତେ ମହାନ ସେ ଜାଣି ପାରିଲା ଓ

ଅନୁତାପ କରି କରି ନିଜକୁ ସୁଧାରିଲା। ଜୀବନରେ ମାଆ ଠୁ ବଡ଼ ଆଉ କେହି ନାହିଁ।ଯିଏ ଆମ ମନ କଥା ବୁଝି ଥାଏ।ନିଜର ସବର୍ସ୍ଵ ଦେଇ ଆମ ସେବା କରେ।ମା ର ମହାନତା କୁ ବୁଝି ଆମେ ମାଆକୁ ହତାଦର କରିବା ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics