ମାଆ ମମତା(ତୃତୀୟ ଭାଗ )
ମାଆ ମମତା(ତୃତୀୟ ଭାଗ )
କିଛି କହିବା ପୁର୍ବରୁ ମାଆ ଜଣକ କହିଲେ ରୁହମ ସେତିକି ଥାଉ ଆଉ କୁହନି ।ଯେତେ ହେଲେବି ସେ ଆମ ପୁଅ । ସୁଖରେ ଦୁଃଖରେ ଆମେ ସହିବାନିତ ସହିବ କିଏ ।ହଁ ହେଉ ମୋ ପାଟିକୁ ବନ୍ଦ କରୁଛି ।
ପୁଣି କିଛି ସମୟ ପରେ ବୁଢାବାପା ଦୁଃଖରେ ବୁଢୀମାଙ୍କୁ କହୁଛନ୍ତି ଘଟଣାଟି ନକହିଲେ ସମାଜ ଶିଖିବ କଣ ? ଆଉ ଆମେ ସମାଜର ଦୋଷୀ ହୋଇଯିବ ଯେ ! ବୁଢୀମା ଙ୍କ ଉତ୍ତର ନଶୁଣୁନୁ ବୁଢାପା କହିବାକୁ ଲାଗିଲେ ."ସେଦିନ ଗାଡି ଆସିଥିଲା ସତ । ପୁଅ ବି ଘରକୁ ଆସିଥିଲା ସତ ।ମାତ୍ର ସେଦିନ ଘରକୁ ଆଉ ଜଣେ ଆସିଥିଲା ତା ସହିତ l କାହିଁକି ଜାଣିଛୁ ସେଦିନ ମୁ ଆକାଶକୁ ଯେଉଁ କାରଣ ପାଇଁ ଅନେଇବସିଥିଲି ସେଥି ମଧ୍ୟରୁ ଗୋଟିଏ କଥା ସତ୍ୟ ଥିଲା । "
ସେଦିନରାତିରେ ସେଇ ଆସିଥିବା ନୁଆ ଅତିଥି କୁ ଦେଖି ଆମେ ବୁଢା ବୁଢ଼ୀ ଅବାକ ହୋଇଯାଇଥିଲୁ । କିଛି କହିବା ପୁର୍ବରୁ ଆସୁ ଆସୁ ପୁଅକୁ ସେଇ ଅତିଥି ଅନେକ ଏପଟ ସେପଟ କହୁଥାଏ ଯଥା ତମ ଘର ଭଲ ନାହିଁ ,ତମ ମାଆ ବାପା ଗରିବ ,ତାଙ୍କୁ ଆଚାର ବିଚାର ଜଣା ନାହିଁ ,କଥା ବାର୍ତା ଠିକରେ କହିବା ଆସୁନି ଅନେକ କିଛି ।ଏମିତି ଦିନେ ଦୁଇଦିନ ବିତିଯିବା ଭିତରେ ପୁଅ ଆମକୁ ବହୁତ ଏପଟ ସେପଟ କହିଛି ।ଯିଏ ତା 'ମାଆ ପଣତ ଛାଡ଼ୁନଥିଲା ସେ ରାଗରେ ତାମାକୁ ଗର ଗର ହେଉଛି ,ମାଆ ଉପର ରାଗୁଛି ।ହେଲେ ମାଆ ମନଟା ତ' ସବୁ କାହାକୁ କିଛି ନକହି ସାହିଯାଉଛି । ଏହା ଦେଖି ମୋତେ ଭାରି କଷ୍ଟ ହେଉ
ଥାଏ । ହେଲେ କ'ଣ କରିବି ଆପଣଲl ଶୁନ ତ' ଭେଣ୍ଡି । ମାଆ କୁ ବେଳେ ବେଳେ ଗଲି ଗୁଲଜ କରି ଘର ଛାଡ଼ିଯିବାକୁ କୁହେ ।
ଏମିତି କାଲି ରାତିରେ ସେମାନେ କଥା ହେଉଥିଲେ ସେମାନେ ରାତିରୁ ଉଠି ଘର ଛାଡି ଚାଲିଯିବାକୁ । ଏହି କଥା ତା ମାଆ ଆଉ ମୁ ଶୁଣିଥିଲୁ ।ସବୁଦିନ ପରି ରାତିରେ ଖାଇ ଆରାମରେ ସୋଇଗଲୁ ।ସକାଳୁ ଉଠିଦେଖିଲା ବେଳକୁ ପୁଅ ଆଉ ନୁଆ ଅତିଥି ଜଣକ ଘରେ ନାଁହାନ୍ତି ।ତା ପରେ ସବୁ କାମ ଛାଡି ଏବେ ଖାଲି ଶୂନ୍ୟକୁ ଚାଂହିଛୁ । ଆଉ କରିବୁ କଣ ଯାହାପାଇଁ ସବୁ କରୁଥିଲୁ ସେ ତ ଚାଲିଯାଇଛି ।ସେତିକି ଶୁଣି ସେଠାରୁ ଚାଲି ଆସିଥିଲି ।
ଏମିତି କିଛି ମାସ ପରେ ସହରରୁ ଫେରି ଦେଖିଲାବେଳକୁ ଘରେ କେହି ନାଁହାନ୍ତି । ଘର ସେମିତି ଭାଙ୍ଗି ପଡିଛି । ଲୋକଙ୍କୁ ପଚାରିବାରୁ କହିଲେ ସେମାନେ ଘର ଛାଡି କୁଆଡେ ଯାଇଛନ୍ତି କାହାକୁ ଜଣା ନାହିଁ । କେହି କେହି କହିଲେ ସେମାନେ ଭିକ ମାଗୁଥିବାର ଦେଖିଛି ,ଆଉ କେହି କହିଲେ ସେମାନେ ପାଗଳ ପାଗେଳୀ ପରି ବୁଲୁଛନ୍ତି ଏମିତି ଅନେକ କିଛି .ଓଃ ଶୁଣିହେବନି ।
ବର୍ଷେ ଦିବର୍ଷ ବିତିଗଲା । ଦିନେ ବୁଢୀମା ଆଉ ବୁଢାବାପା ଙ୍କ ପୁଅ ଆସିଥିଲା ଘରକୁ ।ଦେଖିଲା ଘର ଭଙ୍ଗା ପଡିଛି ।ଘର ସାର ଗାଈ ଗୋରୁ,କୁକୁର ,ବିଲେଇ ଆଦି ସୋଇଛନ୍ତି ।ଅଥଚ ବାପା ମାଆ ନାଁହାନ୍ତି ।ଆଶ୍ଚର୍ଯ୍ୟ
କ୍ରମଶଃ