ପାଉଣା ପାଣିରେ ନଯାଉ
ପାଉଣା ପାଣିରେ ନଯାଉ
ରକ୍ଷାବନ୍ଧନ ପାଇଁ ବିଦ୍ୟାଳୟ ,ମହାବିଦ୍ୟାଳୟ ସବୁ ଛୁଟି ହୋଇ ଯାଇଥିଲା l ମୁଁ ଛାତ୍ରଆବାସରେ ରହୁଥିଲି l ମତେ ମହାବିଦ୍ୟାଳୟରୁ ଘରକୁ ଆସିବାର ଥିଲା l କୌଣସି କାରଣ ବଶତଃ ମୁଁ ରକ୍ଷାବନ୍ଧନ ଆଗରୁ ଆସିପାରି ନଥିଲି ଘରକୁ l ସମସ୍ତ କାରଣର ଅବସାନ ଘଟାଇ ଘରକୁ ଆସିବା ପାଇଁ ବାହାରିଲି ରକ୍ଷାବନ୍ଧନ ଦିନ l ଭାଗ୍ୟର ବିଡମ୍ବନା ସେଦିନ ପାଣିପାଗ ଟିକିଏ ମେଘୁଆ ଥିଲା l ମନରେ ଆଣ୍ଟ ବାନ୍ଧି ବାହାରି ଆସିଥିଲି ବସଷ୍ଟାଣ୍ଡ ଆଡକୁ l ହେଲେ କଣ ହେବ ବସଷ୍ଟାଣ୍ଡକୁ ପହଂଚିବାକୁ ଶହେ ନା ଦୁଇଶହ ମିଟର ଦୂରତା ଥାଏ ....ପ୍ରବଳ ବର୍ଷା ସହ କୁଆପଥର ,ଝଡ଼ -ତୋଫାନର ସୁଅ ଫିଟିବାକୁ ଲାଗିଲା l ଦୌଡ଼ି ଦୌଡ଼ି ବସଷ୍ଟାଣ୍ଡକୁ ଆସି ପହଂଚିବା ପୁର୍ବରୁ ଦୁଇ ଚାରିଟା କୁଆପଥର ବାଜି ସାରିଥିଲା ଦେହରେ l ସବୁପରେ ମଧ୍ୟ ସେଦିନ ବସଷ୍ଟାଣ୍ଡକୁ ପହଂଚି ଯାଇଥିଲି l
ବସଷ୍ଟାଣ୍ଡରେ ଯାଇ ପହଁଚିଲା ବେଳକୁ ଆଉ ବସ ଯିବନି କହିଲା ବାସବଲା l ଏଣେତେଣେ ଦେଖୁଥିଲି l ଆଉ ମୋ ଭଉଣୀ ମାନଙ୍କ ଉପବାସ କଥା ଭାବି ......ଆଖିରୁ ସେଦିନ ବହିଯାଉଥିଲା ଧାର ଧାର ଅଶ୍ରୁ l ସତରେ ଉପବାସ କେତେ କଷ୍ଟ ....!ହାତରେ ରାକ୍ଷୀ ନବାନ୍ଧିଲା ଯାଏ ସେମାନେ ସେମିତି ଉପବାସ ରହୁଥିଲେ l ଏଥର କଣ କିଛି ଖାଇଥିବେ ..? ନା ସେମିତି ଅନେଇ ବସିଥିବେ ମୋ ଫେରିଲା ବାଟକୁ ଚାହିଁ l ଅନ୍ୟ ରାକ୍ଷୀରେ ସେମାନଙ୍କୁ ବାପା ,ମା ,ଜେଜେ ,ଜେଜୀ ,ବଡ଼ବାପା ,ବଡ଼ ମା ,ସାନ ବାପା ,ସାନ ମା ,ଅପା ସମସ୍ତେ ତୋ ଖାଇବାକୁ କହୁଥିଲେ ହେଲେ କଣ ସେମାନେ ଶୁଣୁଥିଲେ ? ଆଜି କଣ କରୁଥିବେ କେଜାଣି ? ଏମିତି ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା ମନରେ l
ହଠାତ ଏକ ଟ୍ରକ ଆସି ଅଟକି ଗଲା ମୋ ଆଖି ସାମ୍ନାରେ l ଆଉ ସେହି ଟ୍ରକରୁ ବାହାରି ଆସିଥିଲେ ଜଣେ ନିଶୁଆ ଲୋକ l ପୁରା ଅଜଣା ଅଚିହ୍ନା ଥିଲେ ସେ ମୋ ପାଇଁ l ଭାବୁଥିଲି,ସେ କୁଆଡେ ଯିବେ ?ଆମ ରାସ୍ତାରେ ଯିବେକି ?ମୋତେ ଟିକିଏ ନେଇ ଯାନ୍ତେ,ଏମିତି ଅନେକ ପ୍ରଶ୍ନ l ସେ ସିଗାରେଟ ଟିଏ ଟାଣିଲେ l ତଥାପି ରକ୍ଷାବନ୍ଧନ ଦିନର ହସ-ଖୁସି କଥା ଭାବି ସେ ଟ୍ରକବାଲାକୁ ଯାଇ ପଚାରିଲି ଭାଇ କୁଆଡେ ଯିବକି ? ତମେ ଚାରିଛକ ରାସ୍ତାରେ ଯିବକି ?ସେ ଭାଇ ଜଣକ ହଁ ବୋଲି କହିଲେ l ମୋତେ ପଚାରିଲେ କଣ କାମ ଅଛିକି ? ମୁଁ ଟିକିଏ କିଛି ନକହି ରହିଲି ....I ମାତ୍ର ମୋ ମନେପଡି ଯାଉଥିଲା ସେଦିନର ଭାଇ ଓ ଭଉଣୀ ମାନଙ୍କ ବନ୍ଧନର ପ୍ରତିଧ୍ୱନି କେମିତି ଭୂମି -ଭୂମା ,ପାଣି ପବନରେ କେମିତି ଗୁଞ୍ଜରି ଉଠୁଥିଲା l ମାତ୍ର ସେଦିନର ଘଟଣା ସବୁ ଭାବି ମୋ ମନର ହସଫୁଲ ଗୁଡାକ ମଉଳି ଯାଉଥିଲେ l ଚିନ୍ତା ସେ ମୋତେ ନେବେ ନା ନାହିଁ ..?ସବୁ ଭୁଲି କହିଲି ଭାଇ ମୋତେ ତମ ସହ ଟିକିଏ ଚାରିଛକ ଯାଏ ନେବକି ?ସେ ମୋତେ ବଲବଲ କରି ଦେଖିଲେ ଆଉ ହଉ ଯିବା କହିଲେ l ବର୍ଷା ଟିକିଏ କମି ଆସୁଥିଲା l ସେଇଠୁ ବାହାରିଲୁ l
ଗାଡ଼ି ବସଷ୍ଟାଣ୍ଡ ଛାଡ଼ି ସହର ଛାଡୁଥିଲା l ମୋ ମନରେ ଭୟ ବଢ଼ି ବଢ଼ି ଚାଲୁଥିଲା l ତଥାପି ମୋ ମନରେ ଚିନ୍ତା ନଥିଲା l କେବଳ ଗୋଟିଏ ଚିନ୍ତାଥିଲା ..."ଠିକ ସମୟରେ ମୋ ଭଉଣୀ ଅର୍ଣ୍ଣ ,ରାଜେଶ୍ୱରୀ ଆଉ ମମ ପାଖରେ ମୋ ଉପସ୍ଥାନ ପକାଇ ପାରିଵିତ l ନହେଲେ ସେମାନେ ଅଭିମାନ କରିବେଯେ ଆକାଶ ପାତାଳ ଖାଲି ଦୁଲୁକିବ l ଏତିକି ବେଳେ ଗାଡ଼ି ଯାଇ ଜଙ୍ଗଲ ରାସ୍ତା ହେଲାଣି ..! ଗାଡ଼ି ଚାଳକ କହିଲେ କଣ କିରେ ଛୋଟୁ କଣ ତୋର ଜରୁରୀ କାମ ଅଛିକି ? ଏମିତି ପାଗରେ ବାହାରିଲୁ କୁଆଡେ ?ମୁଁ ଡରି ଡରି କହିଲି ଭାଇ ଘରକୁ l କାହାର କଣ ହୋଇଛି କି ବୋଲି ସେ ପୁଣି ପଚାରିଲେ ?କହିଲି ନାହିଁ l ଆଜି ରକ୍ଷାବନ୍ଧନ ତୋ' ଭାଇ ,ସେଥିପାଇଁ l ଦେଖିଲି ହଠାତ ତାଙ୍କ ଆଖିରୁ ଧାର ଧାର ଲୁହ ବହି ଆସୁଥିଲା l ପଚାରିଲି ଭାଇ କଣ ହେଲା ତମ ଆଖିରୁ କଣ ଲୁହ ....I ନାଇଁରେ ଛୋଟୁ ତୋ'କଥା ଶୁଣି ମୋ ଆଖିରୁ ଲୁହ ବାହାରି ଆସିଲା l ମୋର କେହି ଭଉଣୀ ନାହିଁ ତୋ ..?ସେଥିପାଇଁ ରକ୍ଷାବନ୍ଧନରେ ମୁଁ ଘରକୁ ଯାଏନି l ଏମିତି ଅନେକ କଥା ହେଉ ହେଉ ଗାଡ଼ି ଚାରିଛକ ପହଂଚି ଯାଇଥିଲା l ମୁଁ ଗାଡ଼ିରୁ ଓଲ୍ହାଇ ଆସିଲା ବେଳେ ସେଇ ଭାଇ ଜଣକ ମୋତେ ହାତରେ କୋଡିଏ ଟଙ୍କା ଧରାଇ ଦେଇ କହିଲେ ନେ ଛୋଟେ କିଛି ଖାଇଦେଇ ଯିବୁ l ମୁଁ ଆଣୁନଥାଏ ବାର ବାର କହିବାରୁ ସେଇ କୋଡିଏ ଟଙ୍କିଆ ନୋଟକୁ ଛୋଟଛୁଆ ପରି ଧରିଥିଲି l ଆଉ ତାଙ୍କ ପାଖରୁ ଚାଲି ଆସିଥିଲି l
ସେଇଠୁ ଆଉ ଗାଡ଼ି ନଥିଲା ସେତିକି ବେଳେ l ଗାଁକୁ ଗୋଟିଏ ଗାଡ଼ି ସେଇଟା ପୁଣି "ରାଜଲକ୍ଷ୍ମୀ"l ସେ ଆସିବାର ଥିଲା ଅପରାହ୍ନ ଚାରିଟା ସମୟରେ l ହ
େଲେ ସେତେବେଳେ ସମୟ ଅପରାହ୍ନ ଦୁଇଟା ଥିଲା l ଭାବିଲି ଏତେସମୟ କଣ କରିବି ?ବୁଲାବୁଲି ଟିକିଏ କରିଦିଏ l ଏମିତି କିଛିସମୟ ବୁଲୁବୁଲୁ ଦେଖିଲି ଏକ କଳାହାଣ୍ଡିଆ ମେଘ ଗର୍ଜନ କରି ମାଡ଼ି ଆସୁଛି l ଅଳ୍ପ ସମୟ ଶବ୍ଦହୀନ ହୋଇ ରହିଯାଇଥିଲି l ବର୍ଷା ଆସିବାର କଥାକୁ ଭାବି ନୁହେଁ ,ସେଇ କଳାହାଣ୍ଡିଆ ମେଘ ଆସିବାର ସୁରେ ସୁରେ ନାଚୁଥିବା ଧବଳମୟୂରୀକୁ ଦେଖି l ତାକୁ ଦେଖି ସେଦିନ ମୋ ଜୀବନର ପ୍ରେମ ମନ୍ଦିରରେ ପ୍ରେମର ଘଣ୍ଟ ବାଜୁଥିଲା l ମୁଁ ବା କଣ କରିଥାନ୍ତି ?ମଣିଷ ମନ l ସେ ମୋତେ ସେଦିନ ପରି ଓ ସ୍ୱର୍ଗର ଅପସରି ପରି ଲାଗୁଥିଲା l ହଠାତ ଶୂନ୍ୟବାଣୀ ପରି ଡାକବାଜି ଯନ୍ତ୍ରରୁ ଶବ୍ଦ ଶୁଭିଲା, ରକ୍ଷାବନ୍ଧନର l ମୋର ମନେପଡି ଯାଇଥିଲା ରକ୍ଷାବନ୍ଧନ କଥା l ନିଜକୁ ବହୁତ ଘୃଣା ଲାଗୁଥିଲା l ହୃଦୟରୁ ଶବ୍ଦ ମାନେ ଧିକାର କରୁଥିଲେ ନିଜକୁ l ଆଉ କହୁଥିଲେ ...."ଧେତ ସେ ମୟୂରୀ କି ପରି ନୁହେଁ ,ସେ ଆଉ କାହା ଭଉଣୀ ହୋଇଥିବ l ଧିରେ ଧିରେ ବାଦଲ ଆକାଶରୁ ହଜି ହଜି ଆସୁଥିଲା l ସେ ଭଉଣୀ ଜଣକ ଚାଲିଗଲେ ଦୂର ପାହାଡ଼ ଦିଗବଳୟ ଆଡକୁ .....I ମୋ ବୁଲାବୁଲି ସରିବା ପୁର୍ବରୁ ଗାଡ଼ି ବାଲା ଡାକ ଦେଲା ଛତରଙ୍ଗ ,ହରଭଙ୍ଗା ,କୁସଙ୍ଗ .....ମହାଲିକପଡା l
ଗାଁକୁ ତୋ' ଗୋଟିଏ ବସ ଥିଲା l ବିନା ଦ୍ୱିଧାରେ ଚଢ଼ିଗଲି ବସ ଉପରକୁ l ତା'ପରେ ମୁଣ୍ଡ ଝାଳ ତୁଣ୍ଡରେ ମାରି ଯିବାକୁ ପଡିଥିଲା l କାହିଁକି ଜାଣିଛ ?ଗାଡ଼ି ଟିକିଏ ରହିଯା .....କହି ଝାଳ ବାହାରି ଯାଉଥିଲା l ଏତେ ଲୋକେ କହିଲେ ନସରେ l ମାତ୍ର ଗୋଟିଏ ଗାଡ଼ି,ସେ ପୁଣି ଘଡିକେ ଘୋଡା ଛୁଟିଲା ପରି ଘଡ ...ଘଡ଼ ..ଘିଡ଼ି ..ଘିଡ଼ି ...ହେଉଥିଲା l ତଥାପି ଆମ ଲୋକଙ୍କ କହିଲେ ନସରେ ଆଉ ଦେଖିବ କେତେ ଡେଇଁବା ପାଇଁ ଯାହାକୁ ଯେତେ l ସତରେ ମୁଁ କି ବାଦ ପଡ଼ିଥିଲି ସେଦିନ, ନାଇଁମ ମୁଁ ବି ସେଇ ରକମର l ଭାବୁଥିଲି "ହଉ ଏହି ଦହଗଞ୍ଜ କେବେ ବନ୍ଦ ହେବ କେଜାଣି ? ସମସ୍ତେ ଜାଣି ତ ....ନିରବ l କିଏ କରିବ ଏହାର ସମାଧାନ ଦେଖିବା "? ସବୁ ସେଇ ଉପରେ ବାଲାର ଖେଳ ଚଳେଇନେବା l
ଶେଷରେ ଗାଁ ଆସିଯାଇଥିଲା l ଦୂରରୁ ସଫା ଦେଖା ଯାଉଥିଲା ବଡ଼ଭାଇ(ଅଶ୍ୱିନୀ)ଘରକୁ ଚାଲିଗଲେ ଦାଣ୍ଡ ପିଣ୍ଡାରୁ l ଜେଜେ ବସିଥିଲେ ସେଇ ପାଚିଲା କଳା ବାଙ୍କୁଡ଼ି ବାଡି଼କୁ ଧରି l ସାନଭାଇ (ଗୁଡ଼ୁ ) ମୋତେ ବାହାରୁ ଦେଖି ଭାଇ ଆସିଗଲା ଡାକି ଡାକି ଘରକୁ ପଶିଗଲା l ଗାଡ଼ି ଘର ମୁଁହରେ ଠିଆ ହୋଇଗଲା l ମୁଁ ଯାଇ ଜେଜେ ବାପାଙ୍କ ପାଦଛୁଇଁ ଦଣ୍ଡବତ ହେଲି l ଘରକୁ ଯାଇ ଦେଖେତ ....!ଭଉଣୀ ମାନେ ରକ୍ଷାବନ୍ଧନର ସମସ୍ତ ସାମଗ୍ରୀ ସହ ଘର ଆଗରେ ଥିଲେ l ହତାଘଡ଼ିକୁ ଟିକେ ଦେଖିଲି l ସମୟ ଆସି ସନ୍ଧ୍ୟା ୬ଟା l ବିଧିବଧ ଭାବରେ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ସରିଯାଇଥିଲା l ମୋ ଖୋଲା ହାତଟା ଭଉଣୀ ମାନଙ୍କ ସମସ୍ତ ଅପେକ୍ଷାର ଅବସାନ ଘଟାଇ ପୁରିଉଠିଥିଲା l ମୋ ମନ ଖୁସିରେ କଣ୍ଢେମୋଟ ହୋଇଯାଇଥିଲା l ଗୋଡ଼ ତଳେ ଲାଗୁନଥିଲା ସେ ସମୟର ଆନନ୍ଦରେ l ମୋ ଭଉଣୀ ମାନଙ୍କୁ ରକ୍ଷାବନ୍ଧନର ପାଉଣା ମାଗିବାକୁ କହିଲି l ହେଲେ କେହି କିଛି କହିଲେ ନାହିଁ ଖାଲି ବଲବଲ କରି ଅନେଇ ବସିଲେ l ମୋର ସବୁକିଛି ହସ ହଜିଗଲା କେଇ ସେକେଣ୍ଡ ସମୟର ଅବଧିରେ l ମୁଁ ଭାବିଲି ଘରକୁ ଡେରିରେ ଆସିଥିବାରୁ ସମସ୍ତେ ରାଗିଛନ୍ତି ବୋଧେ l କିଛି ସମୟ ପାଇଁ ଚୁପ ରହିଥିଲି l
ହଠାତ ସମସ୍ତେ କହିଲେ ପାଉଣା ଦେବୁତ ...? ତେବେ କଥା ଦେ l କିଛି ନଭାବି କଥା ଦେଇଦେଲି l ତାପରେ କହିଲେ .....
"ପାଉଣା ଆମର କଣ ହେବ ? ସବୁବର୍ଷ ରକ୍ଷାବନ୍ଧନ ପୁର୍ବରୁ ତୁ ଆମ ମାନଙ୍କ ପାଖରେ ଉପସ୍ଥିତ ରହିବୁ ,ଏହାହିଁ ଆମ ପାଇଁ ସବୁଠାରୁ ମୂଲ୍ୟବାନ ପାଉଣା l ମନେ ରହେ ଆମ ପାଉଣା ଯେମିତି ପାଣିରେ ନଯାଏ "l ମୋ ଆଖିରୁ ଥପ ଥପ ଲୁହ ଗଡିଆସିଥିଲା ସେମାନଙ୍କ କଥା ଶୁଣି l
ବଡ଼ ଅଡୁଆରେ ପଡିଯାଇଥିଲି ସେଦିନ l ମଣିଷ ଜୀବନ l କେତେବେଳେ କଣ ହେବ ? ପୁଣି ଭଉଣୀ ମାନଙ୍କ ଏପରି ପ୍ରତିଶୃତି l ହଉ ,ମନରେ ଜଗାକାଳିଆକୁ ସ୍ମରଣ କରି କଥାଦେଇଥିଲି ଯେତେବେଳେ ଓଠରୁ ହଁ ଶବ୍ଦ ବାହାର କଲି l ତା ପରେ ଦେଖିଲି ସେମାନଙ୍କ ମନର ଖୁସି କହିଲେ ନସରେ I ଆଉ ସେଇଦିନ ହୃଦୟଙ୍ଗମ କଲି,"ସତରେ ଭଉଣୀମାନଙ୍କ ପାଇଁ ପାଉଣା କେବଳ ବାହାନା ,ମାତ୍ର ସେମାନଙ୍କ ପାଇଁ ଲୋଡ଼ା ରକ୍ଷାବନ୍ଧନ ରେ ରାକ୍ଷୀ ବାନ୍ଧିବା ପାଇଁ ଗୋଟିଏ ଭାଇର ହାତ l ଯେଉଁ ହାତ ସେମାନଙ୍କୁ ସୁଖ ଦୁଃଖ ସବୁ ପରିସ୍ଥିତିରେ ରକ୍ଷା କରିବ ଆଉ ସାହାରା ହେବ "l
ସତରେ ବିଚିତ୍ର ଭାଇ ଓ ଭଉଣୀଙ୍କ ବନ୍ଧନ l ରକ୍ଷାବନ୍ଧନ ଏକ ରହସ୍ୟ l