STORYMIRROR

Anil kumar Pradhan

Abstract Inspirational

4  

Anil kumar Pradhan

Abstract Inspirational

ମାଆ ମମତା (ଦ୍ୱିତୀୟ ଭାଗ )

ମାଆ ମମତା (ଦ୍ୱିତୀୟ ଭାଗ )

2 mins
332


ସେ ଆମ ଏକଇରବୋଳା ବିଶିକେସନ ଥିଲା |ସେ ଆମ ସାହାରା ଥିଲା । ଏମିତି କିଛିଦିନ ଗଲାପରେ ତାଙ୍କ ହଷ୍ଟେଲରୁ ଗୁରୁଜୀଙ୍କ ମୋବଇଲ ରୁ କଲ କରି କଥା ହେଲା |ତା କଥା ପଚାରିବାରୁ ସେ ଏକା ନିଶ୍ୱାସରେ ସବୁ ଭଲ ବୋଲି କହିଲା |ପ୍ରଥମେ ପ୍ରଥମେ ସେ କଲ କରି କଥାହେଉଥାଏ .....l ଧୀରେ ଧୀରେ କଲ କରିବା କମିଗଲା |ତାପରେ ମାସକୁ ଥରେ ଦିଥର କଲ କରେ 

କେତେବେଳେ ଟଙ୍କା ପାଇଁ ତ'କେତେବେଳେ ପେଣ୍ଟ ସାର୍ଟ ପାଇଁ |ତା ମାଆ ମନ ବୁଝୁନଥାଏ |କାହିଁକିନା ତାର ମାଆ ଡାକ ଆଉ ତାକୁ ଶୁଣିବାକୁ ମିଳୁନଥାଏ |ବେଳେ ବେଳେ ଇଚ୍ଛାକଲେ ସେ ଯାଇ ଘେରାଏ ମାରି ଆସେ |

ଏମିତି ଠିକ ଠାକ ଚାଲିଥାଏ l ଯୁକ୍ତଦୁଇ ପଢିବା ସରିଗଲା |ଆଉ ପଢିବ କହିଯିଦ ଧରିବସିଲା |ଏଣେ ଟଙ୍କା ପଇସାର ଅଭାବ କାମ ନକଲେ ଖାଇବା ମିଳିବନି 

ତଥାପି ପୁଅ କହୁଛି ପାଠପଢିବ |ଟାଣବାନ୍ଧି ପୁଅକୁ ସ୍ନାତକ ରେ ନାମଲେଖାଇଲୁ |ଏପଟେ ଆମ ବୟସ ବଢିବଢି ଆସୁଥାଏ |କାମକରିବା କଷ୍ଟକର ଲାଗୁଥାଏ |ତଥାପି ଜୀବନଟି ଚାଲୁଥାଏ ପୁଅର ପାଠନିଶାରେ |ସ୍ନାତକ ସମୟରେ ସେ ଘରକୁ କଲ ଏତେ କରୁନଥିଲା ଆଉ କେବେ ଗାଁକୁ ଆସୁଥିଲା |କିନ୍ତୁ ଏହା ତା ମାଆ ମନକୁ ଭାରି କଷ୍ଟ ଦିଏ .....ଯେତେ ହେଲେ ମାଆ ମନ ବୁଝିବ କୁଆଡୁ |ତାକୁ ମଝିରେ ମଝିରେ ଘରକୁ ଆସୁନୁ କହି ଏଣେ ତେଣେ କହି ପକାଏ ଅଭିମାନକରି |ସେ ଖାଲି ମୋବାଇଲ ରେ ହସିଦିଏ .......କହେ ଆସିବି ଆସିବି .....ଆଜିବି ସେ ଆସିବି ଶବ୍ଦ ପାଇଁ ମୁ ଏଠି ଜଗିବସିଛି ସେ ଆସିବକି ଭାବି ......।

  &nbs

p;      ଜାଣିଛି ସେ ଆସିବ ନାହିଁ ..


କାହିଁକି ଜାଣିଛ ବାବୁ ....ଆଖିରୁ ଲୁହ ଧାର ଧାର ...ମାଟି ମାଆ କୋଲେରେ ଆଶ୍ରୟ ନେଉଛନ୍ତି | ସାହସ ଲାଗୁନଥାଏ ମୋତେ କାରଣ ପଚାରିବାକୁ ....

ବୁଢାବାପା କହୁଥିବା କଥାକୁ କିଛି ବୁଝିବା ପୁର୍ବରୁ ମୋରି ଆଖିରୁ ମଧ୍ୟ ଅଜାଣତେ ବହି ଆସୁଥାଏ ଧାର ଧାର ଲୁହ |କିଛି ସମୟ ପରେ ବୁଢାବାପା ପୁଣି କହିଲେ .....

ଦୁଇ ଦିନ ତଳେ ମୋବାଇଲ ରେ କଲ ଆସିଥିଲା ପୁଅ ସାଙ୍ଗ ମାନଙ୍କ ସହ ବଣଭୋଜୀ କରିଯାଇ ପାଣିରେ ଭାସି ଯାଇଛି | ଆଉ ତା ଶବ ଆଜିବି ମିଳିନି |ତା ମାଆ ଏକଥା ଜାଣିନି .....କେମିତି କହିବି ତା ମାଆ ତା ପୁଅପ୍ରେମରରେ ଅଂଧୁଣି |ସେଥିପାଇଁ ତାକୁ କହିଥିଲି ପୁଅ କାଲିକି ଆସୁଛି |ସେ ଏଇ କଥା ଶୁଣି ମୋତେ ଦାଣ୍ଡରେ ପୁଅ ବାଟକୁ ଚାହିଁ ବସିବାକୁ କହିଛି |ମୁ ବି ଜଗିଛି କେତେବେଳେ ଫେରିବ ବୋଲି .....!

       ଆଉ ତା କଥା ପଚାରିବାରୁ ସମସ୍ତେ କୁଆଡେ କହୁଥିଲେ ସେ ପୁଣି ଗୋଟିଏ ଝିଅକୁ ଭଲ ପାଉଥିଲା |

ଆଉ ସେ ଝିଅ ଯାହାକହୁଥିଲା ତାହା କରୁଥିଲ |ଆଉ ସେ ଖରାପ ସାଙ୍ଗଙ୍କ ସହ ମିଶି ଅବକାରୀ ସାମଗ୍ରୀ ବି ଗ୍ରହଣ କରୁଥିଲା | ପରେ ପରେ ସେ ଝିଅ କଥାରେ ଅନେକ ଖରାପ କାମ ମଧ୍ୟ କରୁଥିଲ| | ଆଉ ଜଣା ଯାଏ ଯାଉ ଝିଅକୁ ସେ ଭଲ ପାଉଥିଲା ତାକୁ ଆଉଜଣେ କିଏ ଭଲ ପାଉଥିଲା | ଆଉ ତାପରେ କିଛି ଜାଣିନି.....ଫୋନ କଟିଗଲା ..

   କ୍ରମଶଃ....


Rate this content
Log in

Similar oriya story from Abstract