STORYMIRROR

Anil kumar Pradhan

Abstract Inspirational

4  

Anil kumar Pradhan

Abstract Inspirational

ମାଆ ମମତା (ଦ୍ୱିତୀୟ ଭାଗ )

ମାଆ ମମତା (ଦ୍ୱିତୀୟ ଭାଗ )

2 mins
327

ସେ ଆମ ଏକଇରବୋଳା ବିଶିକେସନ ଥିଲା |ସେ ଆମ ସାହାରା ଥିଲା । ଏମିତି କିଛିଦିନ ଗଲାପରେ ତାଙ୍କ ହଷ୍ଟେଲରୁ ଗୁରୁଜୀଙ୍କ ମୋବଇଲ ରୁ କଲ କରି କଥା ହେଲା |ତା କଥା ପଚାରିବାରୁ ସେ ଏକା ନିଶ୍ୱାସରେ ସବୁ ଭଲ ବୋଲି କହିଲା |ପ୍ରଥମେ ପ୍ରଥମେ ସେ କଲ କରି କଥାହେଉଥାଏ .....l ଧୀରେ ଧୀରେ କଲ କରିବା କମିଗଲା |ତାପରେ ମାସକୁ ଥରେ ଦିଥର କଲ କରେ 

କେତେବେଳେ ଟଙ୍କା ପାଇଁ ତ'କେତେବେଳେ ପେଣ୍ଟ ସାର୍ଟ ପାଇଁ |ତା ମାଆ ମନ ବୁଝୁନଥାଏ |କାହିଁକିନା ତାର ମାଆ ଡାକ ଆଉ ତାକୁ ଶୁଣିବାକୁ ମିଳୁନଥାଏ |ବେଳେ ବେଳେ ଇଚ୍ଛାକଲେ ସେ ଯାଇ ଘେରାଏ ମାରି ଆସେ |

ଏମିତି ଠିକ ଠାକ ଚାଲିଥାଏ l ଯୁକ୍ତଦୁଇ ପଢିବା ସରିଗଲା |ଆଉ ପଢିବ କହିଯିଦ ଧରିବସିଲା |ଏଣେ ଟଙ୍କା ପଇସାର ଅଭାବ କାମ ନକଲେ ଖାଇବା ମିଳିବନି 

ତଥାପି ପୁଅ କହୁଛି ପାଠପଢିବ |ଟାଣବାନ୍ଧି ପୁଅକୁ ସ୍ନାତକ ରେ ନାମଲେଖାଇଲୁ |ଏପଟେ ଆମ ବୟସ ବଢିବଢି ଆସୁଥାଏ |କାମକରିବା କଷ୍ଟକର ଲାଗୁଥାଏ |ତଥାପି ଜୀବନଟି ଚାଲୁଥାଏ ପୁଅର ପାଠନିଶାରେ |ସ୍ନାତକ ସମୟରେ ସେ ଘରକୁ କଲ ଏତେ କରୁନଥିଲା ଆଉ କେବେ ଗାଁକୁ ଆସୁଥିଲା |କିନ୍ତୁ ଏହା ତା ମାଆ ମନକୁ ଭାରି କଷ୍ଟ ଦିଏ .....ଯେତେ ହେଲେ ମାଆ ମନ ବୁଝିବ କୁଆଡୁ |ତାକୁ ମଝିରେ ମଝିରେ ଘରକୁ ଆସୁନୁ କହି ଏଣେ ତେଣେ କହି ପକାଏ ଅଭିମାନକରି |ସେ ଖାଲି ମୋବାଇଲ ରେ ହସିଦିଏ .......କହେ ଆସିବି ଆସିବି .....ଆଜିବି ସେ ଆସିବି ଶବ୍ଦ ପାଇଁ ମୁ ଏଠି ଜଗିବସିଛି ସେ ଆସିବକି ଭାବି ......।

         ଜାଣିଛି ସେ ଆସିବ ନାହିଁ ..


କାହିଁକି ଜାଣିଛ ବାବୁ ....ଆଖିରୁ ଲୁହ ଧାର ଧାର ...ମାଟି ମାଆ କୋଲେରେ ଆଶ୍ରୟ ନେଉଛନ୍ତି | ସାହସ ଲାଗୁନଥାଏ ମୋତେ କାରଣ ପଚାରିବାକୁ ....

ବୁଢାବାପା କହୁଥିବା କଥାକୁ କିଛି ବୁଝିବା ପୁର୍ବରୁ ମୋରି ଆଖିରୁ ମଧ୍ୟ ଅଜାଣତେ ବହି ଆସୁଥାଏ ଧାର ଧାର ଲୁହ |କିଛି ସମୟ ପରେ ବୁଢାବାପା ପୁଣି କହିଲେ .....

ଦୁଇ ଦିନ ତଳେ ମୋବାଇଲ ରେ କଲ ଆସିଥିଲା ପୁଅ ସାଙ୍ଗ ମାନଙ୍କ ସହ ବଣଭୋଜୀ କରିଯାଇ ପାଣିରେ ଭାସି ଯାଇଛି | ଆଉ ତା ଶବ ଆଜିବି ମିଳିନି |ତା ମାଆ ଏକଥା ଜାଣିନି .....କେମିତି କହିବି ତା ମାଆ ତା ପୁଅପ୍ରେମରରେ ଅଂଧୁଣି |ସେଥିପାଇଁ ତାକୁ କହିଥିଲି ପୁଅ କାଲିକି ଆସୁଛି |ସେ ଏଇ କଥା ଶୁଣି ମୋତେ ଦାଣ୍ଡରେ ପୁଅ ବାଟକୁ ଚାହିଁ ବସିବାକୁ କହିଛି |ମୁ ବି ଜଗିଛି କେତେବେଳେ ଫେରିବ ବୋଲି .....!

       ଆଉ ତା କଥା ପଚାରିବାରୁ ସମସ୍ତେ କୁଆଡେ କହୁଥିଲେ ସେ ପୁଣି ଗୋଟିଏ ଝିଅକୁ ଭଲ ପାଉଥିଲା |

ଆଉ ସେ ଝିଅ ଯାହାକହୁଥିଲା ତାହା କରୁଥିଲ |ଆଉ ସେ ଖରାପ ସାଙ୍ଗଙ୍କ ସହ ମିଶି ଅବକାରୀ ସାମଗ୍ରୀ ବି ଗ୍ରହଣ କରୁଥିଲା | ପରେ ପରେ ସେ ଝିଅ କଥାରେ ଅନେକ ଖରାପ କାମ ମଧ୍ୟ କରୁଥିଲ| | ଆଉ ଜଣା ଯାଏ ଯାଉ ଝିଅକୁ ସେ ଭଲ ପାଉଥିଲା ତାକୁ ଆଉଜଣେ କିଏ ଭଲ ପାଉଥିଲା | ଆଉ ତାପରେ କିଛି ଜାଣିନି.....ଫୋନ କଟିଗଲା ..

   କ୍ରମଶଃ....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract