Anil kumar Pradhan

Tragedy Inspirational Thriller

3.8  

Anil kumar Pradhan

Tragedy Inspirational Thriller

ଜନମ ଜୁଇ

ଜନମ ଜୁଇ

5 mins
294



  ଭାଗ୍ୟର ଦାନ ଓ ଭଗବାନଙ୍କ ଦୟାରୁ ଝିଅଟିଏ ଓ ପୁଅଟିଏ ଭାସି ଆସି ଏକ ଗ୍ରାମର ନଦୀତଟରେ ଲାଗିଥିଲେ l ଦୁହେଁ ଦୁହିଁଙ୍କ ପାଇଁ ଅଜଣା, ଅଚିହ୍ନା ଥିଲେ l ଉଭୟେ ଉଭୟଙ୍କୁ ବଲବଲ କରି ଅନେଇ ବସିଥିଲେ l ମାତ୍ର ତିନି ଚାରି ଦିନ କିଛି ନ ଖାଇ ଭୋକରେ ମୂଷା ଦଉଡୁ ଥିଲେ ତାଙ୍କ ପେଟରେ l 

ଭୋକ ବିକଳରେ ଦୁଇଜଣ ଧାଇଁଲେ ପାଖ ଗ୍ରାମ ଆଡକୁ l ପୁଅଟି ମାଗି ଯାଚି ନିଜ ପାଇଁ ଖାଦ୍ୟ ପାଇ ଯାଇ ଥିଲା l ମାତ୍ର ଝିଅଟି କିଛି ଖାଇବା ପାଇ ନ ଥିଲା l କାରଣ ଝିଅଟି ଜାଣିନଥିଲା ଯେ ମାଗିଲେ ଖାଇବା ମିଳେ ବୋଲି l ମାତ୍ର ମନମୋହନକୁ ଜଣାଥିଲା l କାରଣ ମନମୋହନ ଏକ ଗରିବ ଘରର ମାତ୍ର ସ୍ୱଚ୍ଛ ଓ ସଚ୍ଚା ମନର ପୁଅ ଥିଲା l ହେଲେ ଝିଅଟି ଥିଲା ଘରର, ତା ନାମ ଚିତ୍ରଲେଖା ଥିଲା l ଦୁଇଜଣ ଗ୍ରାମ ଶେଷ ବରଗଛ ମୂଳରେ ବସିଥିଲେ l ମନମୋହନ ଟିକିଏ ଭାବିଲା ଓ ତା'ଭାଗରୁ କିଛି ଖାଦ୍ୟ ଚିତ୍ରଲେଖାକୁ ଦେଇଦେଲା l ଚିତ୍ରଲେଖା ତାକୁ ଖାଇଦେଇ ଶୋଇଗଲା ବରଗଛ ମୂଳରେ l ମାତ୍ର ମନମୋହନ ଚିତ୍ରଲେଖା ଶୋଇଥିବା ବେଳେହିଁ ଏକ କୁଡ଼ିଆ ତିଆରି କରିଦେଲା l କିଛି ସମୟପରେ ଚିତ୍ରଲେଖା ଉଠିଲାବେଳେ ଚାରିଆଡେ କିଚିରି ମିଚିରି ଶବ୍ଦ ଶୁଭୁଥିଲା l ସନ୍ଧ୍ୟା ସମୟ ମାଡ଼ି ଆସୁଥିଲା l କିଛି ଭାବିବl ଆଗରୁ ଦୁଇଜଣ ସେଇ କୁଡ଼ିଆରେ ସୋଇଗଲେ l

   ସକାଳ ଆସିଲା l ସୂର୍ଯ୍ୟର ଆଲୋକ ପାଇ ପୁନଶ୍ଚ କିଚିରି ମିଚିରି ଶବ୍ଦ ଶୁଭୁଥିଲା l କିଚିରି ମିଚିରି ଶବ୍ଦରେ ଦୁଇ ଜଣଙ୍କର ନିଦ ଭାଙ୍ଗିଗଲା l ଦୁଇ ଜଣ କୁଡ଼ିଆ ବାହାରକୁ ବାହାରି ନିର୍ମଳ ଆକାଶକୁ ଚାହିଁ କଣ ଭାବିଲେ ............

ପ୍ଲାଷ୍ଟିକ ବୋତଲ, ପଲିଥିନ ଆଦି ଗୋଟାଇବାକୁ ବାହାରିପଡିଲେ l ଏମିତି ସେମାନଙ୍କ ଭିତରେ ସ୍ନେହ, ଶ୍ରଦ୍ଧା, ଭଲପାଇବା ବଢ଼ି ଚାଲିଥିଲା l ଉଭୟଙ୍କ ବୟସ ବି ପାଖlପାଖି ସମାନ ଥିଲା l ଏମିତି ସେମାନେ ଦୁଇଜଣଙ୍କ ଜୀବନ ସୁଖ ଦୁଃଖରେ ଚଳିଯାଉଥିଲା l

ଦିନକର ଘଟଣା ମନମୋହନ ଓ ଚିତ୍ରଲେଖା ପଲିଥିନ ଗୋଟାଇଲା ବେଳେ, ପଲିଥିନ ଭିତରେ ଏକ ଜୀବନ୍ତ କନ୍ୟାଶିଶୁ ଥିବାର ଦେଖିଥିଲେ l ତାକୁ ଦୁଇଜଣ ବହୁତ ଭଲ ପାଉଥିଲେ l ନିଜ ଭଉଣୀ ପରି ସ୍ନେହ, ଶ୍ରଦ୍ଧା, ଭଲପାଇବା ଦେଉଥିଲେ l ସେ ସନ୍ଧ୍ୟା ସମୟରେ ମିଳିଥିବାରୁ ଓ ବହୁତ ସୁନ୍ଦର ଦିଶୁଥିବାରୁ ସେଇ କନ୍ୟାଶିଶୁକୁ ଶ୍ରଦ୍ଧାରେ ଚିତ୍ରଲେଖା ଓ ମନମୋହନ ସୁଲଗ୍ନା ଡାକୁଥିଲେ l ସୁଲଗ୍ନାକୁ ମନମୋହନ କାମରୁ ଫେରିଲା ବେଳେ ଖେଳଣା, ମିଠା ଆଦି ଆଣି ଦେଉ ଥିଲା l ସୁଲଗ୍ନା ଜାଣିଲା ଦିନରୁ ଓଷା, ବ୍ରତ, ପୂଜା ପାଠରେ ଭାରି ମନଦେଉଥିଲା l ତେଣୁ ସେ ସବୁବର୍ଷ ବାଟଓଷା ପାଇଁ ପାଖ ମଧୁ ଗୋବିନ୍ଦପୁରକୁ ଯାଉଥିଲା l ତାକୁ ମଧ୍ୟ ସମସ୍ତ ସାମଗ୍ରୀ ସଜାଇଦେଇ ଚିତ୍ରଲେଖା ଓ ମନମୋହନ ପଠାଇ ଦେଉଥିଲେ ପୂଜା ପାଇଁ l 

ଏମିତି ଦେଖୁ ଦେଖୁ ଚିତ୍ରଲେଖା ଓ ମନମୋହନର ବିବାହ ବୟସ ହୋଇଯାଇଥିଲା l ମାତ୍ର ଚିତ୍ରଲେଖାର ଗୋଟିଏ ଇଚ୍ଛା ପ୍ରଥମେ ସୁଲଗ୍ନାର ବାହାଘର କରିବେ ତା'ପରେ ଅନ୍ୟକଥା l ଚିତ୍ରଲେଖାର କଥାରେ ମନମୋହନ ଏକମତ ହୋଇଗଲା l 

   କିଛି ବର୍ଷପରେ ସୁଲଗ୍ନା ବିବାହ ଯୋଗ୍ୟ ହୋଇଗଲା l ତା' ବିବାହ ପାଇଁ ଏକ ଭଲ ବର ଖୋଜା ହୋଇଗଲା l ମାତ୍ର, ଯୌତୁକ କଥାକୁ ନେଇ ଏକ ଅଡ଼ୁଆ ଥିଲା l କିନ୍ତୁ ସମସ୍ତ ସଞ୍ଚିତ ଧନ ଦେଇ ସୁଲଗ୍ନାର ବାହାଘର କରିବାକୁ ଚିତ୍ରଲେଖା ମନମୋହନକୁ କହିଥିଲେ l ଶେଷରେ ସୁଲଗ୍ନାର ବାହାଘର ହୋଇଗଲା l ସୁଲଗ୍ନା ବିନା କୁଡ଼ିଆ ଘର ଖାଁ ଖାଁ ଲାଗୁଥିଲା l ସେ ଭାରି ମନେ ପଡୁଥିଲା ଚିତ୍ରଲେଖା ଓ ମନମୋହନଙ୍କ ପାଇଁ l ଏମିତି ବାହାଘର ପରେ କିଛି ଦିନ ସ୍ମୃତି ସାଉଣ୍ଟି ସାଉଣ୍ଟି ଦୁଇଜଣ ବଞ୍ଚିଗଲେ l

    ଦିନକର କଥା, ମନମୋହନର ଦେହ ବହୁତ ଖରାପ ଥିଲା l ତାତି କମୁନଥିଲା l ଚିତ୍ରଲେଖା ଓଦା କପଡ଼ା ତାଳୁରେ ବାର ବାର ଦେଉଥିଲା l ମାତ୍ର, ତାତି ଦେହରୁ ଖସୁନଥିଲା l ବାହାରେ ଝିପି ଝିପି ବର୍ଷା ହେଉଥିଲା l ପାଖରେ ପଇସା କିଛି ନଥିଲା l ଚିତ୍ରଲେଖା ଖୁଦ ମଳୁଖୁ ଗଣ୍ଡିରା ହାତରେ ଧରିଲା ଓ ମୁଣ୍ଡରେ ଏକ ଝାମ୍ପି ପିନ୍ଧି ଔଷଧ ପାଇଁ ବାହାରିଲା l ତାକୁ ଔଷଧ ପାଇଁ ଦୁଇ କିମି ବାଟ ଯିବାକୁ ଥିଲା l ବାଟ ନିର୍ଜନ ମୁହଁ ଅନ୍ଧାର ହୋଇଆସୁଥିଲା l ଚିତ୍ରଲେଖା ପହଞ୍ଚି ଗଲା ଔଷଧ ଦୋକାନରେ l ପେଟର ଭୋକ ଦେଇ ଧରି ଆସୁଥିଲା ଔଷଧ l ତରତର ହୋଇ ଫେରିଆସୁଥିଲା

ଚିତ୍ରଲେଖା l ଅନ୍ଧାର ରାତି, ଝିପି ଝିପି ବର୍ଷା, ହଠାତ ଗୋଟିଏ ଗାଡ଼ି ଆସି ତା'ଆଗରେ ଛିଡା ହୋଇଗଲା l ଚିତ୍ରଲେଖା ବାଟ ଫେରେଇ ହୋଇ ଆସିଲା ବେଳକୁ ଗାଡ଼ିରୁ ଦୁଇ ଚାରିଜଣ ମୁଖାପିନ୍ଧି କଣ ଗୋଟିଏ ସ୍ପ୍ରେ କରିଦେଲେ ଚିତ୍ରଲେଖା ମୁଁହରେ l ଚିତ୍ରଲେଖା ସଙ୍ଗେ ସଙ୍ଗେ ବେହୋସ ହୋଇଯାଇଥିଲା l ଦେଖୁ ଦେଖୁ ଗାଡ଼ି ଏକ ନିର୍ଜନ ବଣ ମଧ୍ୟକୁ ପଶିଗଲା l ଆଉ ସେଇଠି ରାକ୍ଷସ ମାନେ ଦେହର ଭୋକ ମେଣ୍ଟାଉଥିଲେ ଏକ ଅଚେତ ଶକ୍ତିକୁ ଖିନଭିନ କରି l ମଝିରେ ଶବ୍ଦ ହେଉଥିଲା ବଞ୍ଚାଅ ....ବଞ୍ଚାଅ l

ରାତ୍ରୀ ଅଧା ହୋଇଯାଇଥିଲା l ମନମୋହନର ଦେହରୁ ତାତି ଖସି ସାରିଥିଲା l ମନମୋହନ ଚିତ୍ରଲେଖା ଆସିବାର ବିଳମ୍ବ ହେବl ଦେଖି କୁଡ଼ିଆ ବାହାରକୁ ବାହାରିଲା l ଦେଖିଲା ଗୋଟାଏ ଗାଡ଼ି ଆସି କଣ ଗୋଟେ ଫୋପାଡ଼ି ଦେଇଗଲା ବରଗଛ ମୂଳରେ l ମନମୋହନ ତ ସହଜରେ କାହା ଜିନିଷ ଛୁଇଁବା ପିଲା ନୁହଁ l ତଥାପି ପାଖକୁ ଗଲା l ଠିକ ସେତିକି ବେଳେ ଏକ ଆକାଶ ଛିଡ଼ା ଘଡଘଡି ମାରିଲା l ସାଙ୍ଗକୁ ଏକ ବିଜୁଳି ମାରିଲା l ବିଜୁଳି ଆଲୁଅରେ ଚିତ୍ରଲେଖାକୁ ଦେଖି ସେ ...କିଛି ସମୟ ପାଇଁ ସ୍ତବ୍ଧ ହୋଇଗଲା l ଆଖିରୁ ଝରିଗଲା ଥପ ଥପ ରକ୍ତ l କିଛି ସମୟପରେ ଚିତ୍ରଲେଖାକୁ ଘର ଭିତରକୁ ନେଇଗଲା l ମନମୋହନ କିଛି କହିବl ପୁର୍ବରୁ ଚିତ୍ରଲେଖା ହାତରେ ମୁଠେଇ ଧରିଥିବା ଔଷଧ ଦେଇ ନିଜର ଓ ସୁଲଗ୍ନାର ଯତ୍ନ ନେବାକୁ କହିଲା l ମନମୋହନ କିଛି କହିବା ପୁର୍ବରୁ ଚିତ୍ରଲେଖା ଚାଲିଯାଇଥିଲା ଆରପାରିକୁ l ମନମୋହନ ସେଦିନ ଜୀବନ ହରିଦେବାକୁ ଭାବିଥିଲା l ମାତ୍ର ଚିତ୍ରଲେଖାର ଶେଷ ଇଚ୍ଛା ପୁରଣ କରିବା ପାଇଁ ବଞ୍ଚିଥିଲା l ଏହି ଖବର ମନମୋହନ ସୁଲଗ୍ନାକୁ ପଠେଇଥିଲା ମାତ୍ର ସୁଲଗ୍ନାର ଶ୍ୱଶୁର ଘରେ ବାରଣ କରିବାରୁ ଆସିପାରିବନି ବୋଲି ଖବର ଦେଇଥିଲା ସୁଲଗ୍ନା lଆଉ କହିଥିଲା ସେ ବାଟ ଓଷା ପାଇଁ ମଧୁ ଗୋବିନ୍ଦପୁରକୁ ଶାଶୁଙ୍କ ସହ ଆସିବ l ମନମୋହନ ସମସ୍ତ କାମ ଧୈର୍ଯ୍ୟର ସହ ସମାପ୍ତ କରିଥିଲାl

   ସେଇ ଦିନ ଠାରୁ ସେ ସେଇ ଗ୍ରାମ ଛାଡ଼ି ଚାଲିଯାଇଥିଲା ମଧୁ ଗୋବିନ୍ଦପୁର ଗ୍ରାମକୁ l ସେଇ ଗ୍ରାମରେ ମିସ ଆରତୀ ବୋଲି ଜଣେ ରହୁଥିଲେ l ତାଙ୍କରି ଘରେ ମନମୋହନ ଚାକର କାମ କରୁଥିଲା l ତା ସଚ୍ଚୋଟପଣିଆ ଦେଖି ମିସ ଆରତୀ ତାକୁ ଗୋଟିଏ ଘର କରିଦେଇ ଥିଲେ l ଆଉ ମନମୋହନ ସେଇ ଘରକୁ "ଚିତ୍ରଲେଖା କୁଡ଼ିଆ " ନାମରେ ନାମିତ କରିଥିଲା l ସେହି ଘରେ ସେ ରହିବl ସହ ଅନାଥ ପିଲାଙ୍କୁ ରଖୁଥିଲା l ସେ ଭୋକରେ ରହିଯାଉଥିଲା l ମାତ୍ର ଚିତ୍ରଲେଖା କୁଡ଼ିଆରେ କାହାକୁ ଉପବାସ ରଖୁନଥିଲା l ଚାକର ପଇସାରୁ ଯାହା ପାଉଥିଲା ପିଲାଙ୍କ ପାଇଁ ଖର୍ଚ୍ଚ କରୁଥିଲା l ଆଉ ସେ ମରିଗଲେ ତାକୁ ଆଗରୁ ରହୁଥିବା ବରଗଛ ପାଖରେ ପୋଡିଦେବା ପାଇଁ କହୁଥିଲା .....I

  ଗୋଟିଏ ଦିନ ସକାଳ ଚl କରୁଥିଲା ମନମୋହନ l ମିସ ଆରତୀ ମନମୋହନକୁ କହିଲେ "ଆଜି ଉପର ବେଳା ଟିକିଏ ଶୀଘ୍ର ଆସିବୁ ..ଆଜି ଆମ ଗ୍ରାମ ଶେଷ ବରଗଛରେ ବାଟଓଷା ଅଛି" l ସବୁକଥା ଶୁଣି ମନମୋହନର ମନ କୁଣ୍ଢେମୋଟ ହେଉଥିଲା l ସେଦିନ ଶୀଘ୍ରଆସି ପହଞ୍ଚି ଗଲା ମିସ ଆରତୀଙ୍କ ଘରେ ଓ ସବୁ କାମ ଠିକ ଠିକ କରିଦେଲା l ହାତରେ ଚା କପେ ଓ କିଛି ଚର୍ଚ୍ଚା ସାମଗ୍ରୀଧରି ଏକ କାନ୍ଥରେ ଆଉଜି ହୋଇ ଆକାଶକୁ ଚାହିଁ ଭାବୁଥିଲା ...

"ଚିତ୍ରଲେଖା ଚାଲିଯିବାର ଆଜକୁ ଠିକ ଏକବର୍ଷ ବିତିଗଲା l ଅଣନିଃଶ୍ୱାସୀ ହୋଇ ବଞ୍ଚିବା ଅପେକ୍ଷା, ଆତ୍ମହତ୍ୟା କରିଦେବା ଠିକ ବୋଲି ସେଦିନ ଯଦି ଭାବିଥାନ୍ତି, ତେବେ ସୁଲଗ୍ନା ଓଠର ହସ ଓ ମଥାର ଝଟକୁ ଥିବା ସିନ୍ଦୂର ସାଙ୍ଗକୁ ହାତେ ଲମ୍ବର ଓଢ଼ଣୀ ଦେଖିବା ଯେମିତି ସ୍ୱପ୍ନ ହୋଇଯାଇଥାନ୍ତ ମୋ ପାଇଁ l ଆଜି ଗାଁ ଶେଷ ବରଗଛ ମୂଳେ ବାଟଓଷା ହେବ, ସୁଲଗ୍ନା ଗାଁକୁ ଆସିଛି ଓଷା କରିବାକୁ, ଇଛା ହେଉଛି ସମ୍ପୁର୍ଣ୍ଣ ମଧୁ ଗୋବିନ୍ଦପୁର ତାଲାବନ୍ଦ ହୋଇଯାଆନ୍ତା କି ?ଅଳ୍ପ ହେଉ ପଛେ ସ୍କୁଲ ବାରଣ୍ଡାରେ କିଛି ଗପ କରିଦେଇଥାନ୍ତି ତା ସହ" l

ଭାବନାରୁ ପରଦା ହଟାଇଲl ମନମୋହନ l ଏଇତ ତାଙ୍କ ପ୍ରତ୍ୟେକ ଭାବନାକୁ ଅଧାରେ ଅଟକାଇବା ଯେମିତି ମିସ ଆରତୀଙ୍କ ନିତିଦିନିଆ କାମ ହୋଇ ଗଲାଣି l ହଁ ମୁଁ ବି କେଡ଼େ ପାଗଳ ଏଇ ସଞ୍ଜବେଳେ ସୁଲଗ୍ନା କଥା ଭାବିବା ଆଗରୁ ଅନ୍ତତଃ ମିସ ଆରତୀଙ୍କ କପେ ଚା ଓ ଚର୍ଚ୍ଚା କଥା ଭାବିବାର ଥିଲା ll



Rate this content
Log in

Similar oriya story from Tragedy