Anil kumar Pradhan

Thriller

3  

Anil kumar Pradhan

Thriller

ଏମିତି ବି ପରିଚୟ ହୁଏ

ଏମିତି ବି ପରିଚୟ ହୁଏ

2 mins
204



ସବୁଦିନ ପରି ନାହିଁ ଆଉ ମହାନଦୀ l ଆଜି ଟିକିଏ ନିଆରା ଆଉ ରୋମାଣ୍ଟିକ ଥିଲା ତା' ପରିବେଶ l ତା' ଶରୀର ଆଜି ବହୁ ପ୍ରକାର ଫୁଲରେ ସଜ୍ଜିତ ହୋଇଥିଲା l

ସତେ ଲାଗୁଥିଲା ସ୍ୱର୍ଗର ଅପସରିମାନେ ସ୍ୱର୍ଗରୁ ଓଲ୍ହେଇ ଆସିଛନ୍ତି ଏଇ ମହାନଦୀକୁ l କିଏ ଜଣେ ବହୁ ଦୂରରେ ଠିଆ ହୋଇଥାଏ ? ଆଉ ଦେଖୁଥାଏ ବହୁତ ଦୁରକୁ ...

ଟିକିଏ ହାଲ୍କା ପବନ ସାଙ୍ଗକୁ କୋହଲା ପାଗ l ଦେଖି ଟିକିଏ ଅଟକି ଗଲି ସେଇ ମହାନଦୀ ମଝିରେ l 

      କେହି ଜଣେ ନଦୀ ସେ କୂଳରୁ ଡାକୁଥିଲା l ସେ ଶବ୍ଦ ସବୁ କର୍ଣ୍ଣପଟହକୁ ବାଧା ସୃଷ୍ଟି କରୁଥାଏ ସତ ମାତ୍ର ତା' ଆଡକୁ ଦେଖିବା ପୂର୍ବରୁ ଏପଟେ ଟିକିଏ ଅଟକି ଯାଇଥାଏ ଆଖିଦୁଇଟି l ଠିକ କିଛି ସମୟ ପରେ ଯିବାକୁ ହେବ କାଠ ଡଙ୍ଗାରେ ନଈ ପାର ହୋଇ l ସେପଟୁ ଡାକ ଶୁଣି ଧାଇଁ ଗଲି .....

    ଡଙ୍ଗାରେ ସମସ୍ତ ଯାତ୍ରୀ ବସିଗଲେଣି l ହେଲେ ଡ଼ଙ୍ଗା ଯାଉନି l ମନରେ ଅନେକ ଦ୍ୱନ୍ଦ l କାହାକୁ ପଚାରିବି ଡ଼ଙ୍ଗା ଯାଉନି କାହିଁକି ?ନାଉରିଆକୁ ପଚାରିବାକୁ ଭାବୁଥାଏ ,ଏତିକି ବେଳେ ଦେଖିଲି କେହିଜଣେ ପାଟିକରି ଆସୁଛି କିଛି ଦୂରରୁ l ଆଖି ବୁଲେଇ ଦେଖିଲି ,ଏଇତ ସେଇ ...ଯାହାକୁ ଦେଖି ଅଟକି ଯାଇଥିଲି ମଝି ନଈର ଥଣ୍ଡା ଓ ଗରମ ମିଶା ନଈରେ l ଟିକିଏ ନିରବ ବସିଲି l ଦେଖିଲି ସେ ଡଙ୍ଗାରେ ବସିଲା l ଡଙ୍ଗାରେ ବସି ନଈପାର ହେଲୁ l ସମସ୍ତେ ବାଲିରେ ଚାଲିବା ମଜା ନେଉଥାଉ l ଏତିକି ବେଳେ ଆରମ୍ଭ ହୋଇଗଲା କିଏ କୁଆଡେ ଯିବ ପଚାରିବାର ସ୍ୱର ? 

   ସମସ୍ତେ ଆସିବା ଆଉ ଯିବା ଠିକଣା କହିବାକୁ ଲାଗିଲେ l ମାତ୍ର କେହି ଜଣେ ପରିଚୟ ଦେଉନଥାଏ l ଆଉ ତାକୁ ସଭିଏଁ ପଚାରୁଥାନ୍ତି କୁଆଡେ ଯିବୁ ?

       ବେସ ମୋର ଗାଡି ଆସିବାର ଥିଲା l ତା' ବି ସେଇ ଯିବା ଆସିବା ମୋର ନୂଆ ନଥିଲା l ଫଳରେ ମୋର କାହାକୁ କିଛି କହିବାକୁ ନଥିଲା l କିଛି ବାଲି ଚାଲିବା ପରେ ନଈଖଣ୍ଡିରେ ପହଞ୍ଚି ଗଲୁ ସମସ୍ତେ l ଯିଏ ଯାହାର ଲକ୍ଷ୍ୟ ସ୍ଥଳକୁ ଚାଲିଗଲେ l ମୋ ପାଇଁ ମଧ୍ୟ ଗାଡ଼ି ଆସି ନଈଖଣ୍ଡିରେ ଲାଗିଥିଲା l ଶୀଘ୍ର ଯାଇ ଗାଡ଼ି ଭିତରେ ବସିଗଲି l ହେଲେ ଭାଇ ଗାଡ଼ି ଚଲେଇବା ବଦଳରେ ଗାଡ଼ିରୁ ତଳକୁ ଓଲ୍ହାଇଲେ l କିଛି ବୁଝିହେଉ ନଥାଏ l ଭୋକରେ ପେଟ ଏପଟ ସେପଟ l ରାଗ ଲାଗୁଥିଲା l କିଛି ସମୟ ଗାଡ଼ି ଭିତରେ ବସିଲି l ଭାଇ ଟିକିଏ ବିଳମ୍ବ କରିବାରୁ ତଳକୁ ଓଲ୍ହେଇଲି l 

    ଅବାକ ...! ଭାଇ ....ହାତରେ ଥିଲା ତାରି ବ୍ୟାଗ l

ଯାହାକୁ ଦେଖି ଅଟକି ଯାଇଥିଲି ଆଉ କର୍ଣ୍ଣ ପ୍ରତିଉତ୍ତର ଦେଉନଥିଲା କାହା ସ୍ୱରକୁ , ମସ୍ତିସ୍କ ଚହଲି ଯାଇ ପାଟି ବି ନିଃଶବ୍ଦ ଥିଲା l କିଛି କହିଲିନି ଗାଡ଼ିରେ ବସିଗଲି l 

ଭାଇ ଆସିଲେ ...ଗାଡ଼ି ଚଳାଇବା ପୁର୍ବରୁ ସେ ବସିଗଲା ଗାଡ଼ିଭିତରେ l ଭାବୁଥାଏ ଭାଇଙ୍କ କିଏ ଚିହ୍ନା ପରିଚୟ ହେଇଥିବେ l ବଲବଲ କରି ଅନେଇ ରହିଥିଲା l ଭାଇ କହିଲେ ଚିହ୍ନିଲୁ ଏଇ ମୋ ସାନ ଭାଇ l ଓଃ ଏଇ...ତା'ପରେ ....କଢ଼ଲିପି ।


Rate this content
Log in

Similar oriya story from Thriller