Anil kumar Pradhan

Romance

4.6  

Anil kumar Pradhan

Romance

"ପାଚିଲା ପ୍ରେମ "

"ପାଚିଲା ପ୍ରେମ "

3 mins
398


ପୃଥିବୀର କୌଣସି କୋଣ ଅନୁକୋଣରେ ଥିବା ଦୁଇଟି ଗ୍ରାମରେ ଦୁଇଜଣ ନିଜ ପରିବାର ସହ ରହୁଥିଲେ । ଦୁଇଜଣଙ୍କ ଗ୍ରାମ ପାଖାପାଖି ହୋଇଥିଲେ ମଧ୍ୟ କେହି କାହାକୁ କେବେ ମଧ୍ୟ ଦେଖି ନଥିଲେ । ହଠାତ ,ଦୁଇଜଣଙ୍କ ଭେଟ ହୋଇଥିଲା ମହାବିଧ୍ୟାଳୟରେ ଶିକ୍ଷା ଅଧ୍ୟୟନ ବେଳେ । ଜଣେ ଗୋଟିଏ ଚାଉଳରେ ଗଢ଼ା ସୁନ୍ଦରୀ କିଶୋରୀ ବାଳିକା ଓ ଆଉ ଜଣେ ଶ୍ୟାମଳ ବାଳକ ଥିଲେ । ପ୍ରଥମେ ପ୍ରଥମେ ବାଳକ ବାଳିକାକୁ ପସନ୍ଦ କରିବସିଥିଲା । ମାତ୍ର ପାଠ୍ୟ ଖସଡ଼ା ଦେଖି ସେ ଭୟ ମଧ୍ୟ କରୁଥିଲ । କାରଣ ଏଇ ପ୍ରେମ ନିଶାରେ ପଡି ବହୁତ ପୁଅ -ଝିଅ ପାଠପଢ଼ା ଖରାପ କରିବା କଥା ବାଳକ ଆଗରୁ ଶୁଣିଥିଲା । ବାଳିକା ଭଲ ପାଉଥିଲାକି ନାହିଁ ସେ ସମୟ ଯାଏ ଜଣା ନଥିଲା । ତଥାପି ବାଳକଟି ଦୃଢ଼ ବିଶ୍ୱାସର ସହ ଝିଅଟିକୁ ସାଙ୍ଗସାଥୀ ନଜାଣିଲା ପରି ମନେ ମନେ ଭଲ ପାଉଥିଲା ।


ଏମିତି ହୋଇ ହୋଇ ...ପାଞ୍ଚଟି ସେମିସ୍ଟେର ସରିଯାଇଥିଲା । ଷଷ୍ଠ ସେମିସ୍ଟେର ପାଖସମୟ ବେଳକୁ ହଠାତ ବାଳକ ଜଣକ whatsup ରେ ଅଜଣା ବ୍ୟକ୍ତିତ୍ୱ ପାଖକୁ ବାର୍ତ୍ତା ଲେଖିଲା .."ଜୟ ଜଗନ୍ନାଥ " । ହେଲେ ବିଡମ୍ବନା ବାର୍ତ୍ତାଟି ଯାଇଥିଲା ସେହି ବାଳିକା ପାଖକୁ ।

କାରଣ ସେହି ବାଳକର ବନ୍ଧୁର ବାନ୍ଧବୀ ଥିଲା ସେହି ବାଳିକା । କୌଣସି କାରଣ ବଶତଃ ବାଳକର ବନ୍ଧୁ ଜଣକ ଭ୍ରାମ୍ୟମାଣ ଯନ୍ତ୍ରରୁ ଯୋଗାଯୋଗ କରିଥିଲେ ସେହି ବାଳିକା ସହ । ଭାଗ୍ୟର ଖେଳ ତାଳଗଛକୁ ଯିବାକୁ ତାଳପଡିବ । କଥା ହେଲା । ସେହି ଜୟ ଜଗନ୍ନାଥ ...ଶବ୍ଦରୁ ବାଳକ ବାଳିକା ର କଥପୋକଥନର ଅଙ୍କୁରୋଦଗମ ହୋଇଥିଲା ।


ଦିନକୁ ଦିନ ଏମିତି ଦୁହିଁଙ୍କ ମଧ୍ୟରେ କଥା ବଢ଼ି ଚାଲିଲା । ମାତ୍ର କେହି କାହାକୁ ଭଲ ପାଉଛନ୍ତି ବୋଲି କହୁନଥିଲେ । ଦୁଇଜଣଙ୍କ କଥା ବାର୍ତ୍ତା ପରେ ଜାଣିପାରିଲେ ଯେ ଦୁଇଜଣଙ୍କ ଗ୍ରାମ ପାଖାପାଖି । ଶ୍ରେଣୀଗୃହରେ ବାଳକଟି ବାଳିକାକୁ କେହି ନଜାଣିଲା ପରି ଦେଖେ ଆଉ ସେହି ସମୟରେ ବାଳିକାଟି ମଧ୍ୟ ନଜାଣିଲା ପରି ମୁଁହ ତଳକୁ କରିଦିଏ । ଏମିତି ବାଳିକାଟି ମଧ୍ୟ ଦେଖୁଥାଏ ବୋଧେ ନଚେତ ବାଳକଟି ଦେଖୁଥିଲା ବେଳେ ସେ ମୁଁହ ତଳକୁ କରେ କାହିଁକି .....I


ଏମିତି କିଛି ଦିନଗଲା ପରେ ହଠାତ ରାତି ଅଧାରେ ଭ୍ରାମ୍ୟମାଣ ଯନ୍ତ୍ରରେ କଲ୍ ଆସିଥିଲା ବାଳିକା ପାଖରୁ ବାଳକ ପାଖକୁ । କଥାରୁ ଜଣାଗଲା ......ମହାବିଦ୍ୟାଳୟର project କଥା ।

ତା'ପରେ ବାଳକଟି ଭ୍ରାମ୍ୟମାଣ ଯନ୍ତ୍ର ବନ୍ଦ କରି ସୋଇଯାଇଥିଲା । ଏମିତି ଦୁଇଜଣଙ୍କ ଭିତରେ କଥା ବାର୍ତ୍ତା ଚାଲିଥାଏ । କିଛିଦିନ ପରେ ବାଲିକାଟିର whatsup ରୁ ବାର୍ତ୍ତା ଆସିଲା ଇଂରାଜୀରେ । କଥା କଥା ରେ ବାଳକର ସବୁକିଛି ତଥ୍ୟ ସଠିକ କହିଯାଉଥିଲା ବାର୍ତ୍ତା ପ୍ରେରକ । ଶେଷରେ ବାଳକର ନାମ ମଧ୍ୟ କହିଲା । ବାଳକଟି ଆଶ୍ଚର୍ଯ୍ୟ ହୋଇଗଲା । କାରଣ ବାଳକଟି ଜାଣିନଥିଲା ଯେ ତା'ର ବାଲ୍ୟବାନ୍ଧବୀ ଜଣେ ସେହି ବାଳିକା ର ସାଙ୍ଗ ଥିଲା । ସେ ସବୁ ଜାଣିବନି ଅବା କେମିତି ?


ଯେତେବେଳେ ତା ସହ ବାଳକଟି ଥଟା ,ମଜା ,ଗୁଲି ,ଗପ ସପ ସବୁ କରୁଥିଲା । ଏମିତି କିଛି ଦିନ ବିତିଯିବା ପରେ ଶେଷ ସେମିସ୍ଟେର ମଧ୍ୟ ସରିଗଲା । ସମସ୍ତେ ନିଜ ନିଜ ଘରକୁ ଫେରିଯାଇଥିଲେ ମାତ୍ର ବାଳିକାଟି ଏକୁଟିଆ ରହିଯାଇଥିଲା । ସେଦିନରାତିରେ ବାଳକ ବାଳିକା ବହୁତ କଥା ହୋଇଥିଲେ । ଏମିତିକି କଥାରେ କଥାରେ ..

ବାଳିକା -ବିଦ୍ୟୁତ କଟିଗଲା ହେ ...ଭାରି ଡର ମାଡୁଛି

ବାଳକ -ଆସିବିକି ...

ବାଳିକା -ହଁ ....ହଁ ..ତମେ ଆସୁଛ

ବାଳକ -ଆଉ କହୁନ ...ଦେଖିବ ଏଇ ତମ ଫାଟକ ପାଖରେ ଦେଖୁନ

ବାଳିକା -ଆଉ କୁହନି ...ତମେ ବିଦ୍ୟୁତ ଆସିଲା

ବାଳକ -ହେ ଜାଣିଛ ମୁଁ ଏତିକି ସମୟ କାହା ସହ କେବେ କଥା ହୋଇନି

ବାଳିକା -ସତକି ?

ବାଳକ -ବୋଧେ ଏଇଟା ମୋର ପ୍ରଥମ ଅଧିକ ସମୟ କଥା ହେବା ପୁଣି ଏକ ଝିଅ ସହ

ବାଳିକା -ହଁ ..ମୁଁ ତ କାଲିକି ଯିବି

ବାଳକ -ହଉ ଯାଅ ....ଆମକୁ ଆଉ କିଏ ମନେ ରଖିବ ନାଇକି

ବାଳିକା -ସେମିତି ନାଇହୋ

ବାଳକ -ହଉ ଦେଖିବା


ଏମିତି ଆଉ କିଛି କଥା ବାର୍ତ୍ତା ହୋଇ ସେଦିନ ରାତି କଟିଯାଇଥିଲା । ତା ପରଦିନ ଝିଅକୁ ଦେଖା କରିବାକୁ ପୁଅଟି ଯାଇଥିଲା । ମାତ୍ର ଝିଅଟି କୁଆଡେ ତା ଭାଇ ସହ ତିନିଚକିଆ ଯାନରେ ଚାଲିଯାଇଥିଲା ବୋଲି ପୁଅକୁ ca । । କରିଥିଲା । ପୁଅଟି ସେଦିନ ମନ ଦୁଃଖରେ ନିଜ ବନ୍ଧୁ ଘରକୁ ବୁଲିଯାଇ ଫେରିଆସିଥିଲା ।

ଏମିତି ପୁଅ ଝିଅ ର ଆଗପରି ପୁନଶ୍ଚ କଥା ବାର୍ତ୍ତା ଚାଲୁଥାଏ । ପୁଅଟି ମଜାରେ ମଜାରେ ଝିଅକୁ "ଆଳୁ"ବୋଲି କହିଲେ ଝିଅ ପୁଅକୁ ତମନାମ କଣ ବାଇଗଣ କି ବୋଲି କହୁଥିଲା । ମାତ୍ର ଝିଅକୁ ଆଳୁ କହିଲେ ସେ ଚିଡିଯାଇ ପୁଅ ସହ କଥା ହେଉନଥିଲା । ପୁନଶ୍ଚ ପୁଅ ଝିଅକୁ ମଜାରେ ମ କହିଲେ ....କଥା ହେଉଥିଲା । ମାତ୍ର ପୁଅଟି ଟିକିଏ ଅବୁଝା ଥିଲା । ସେ କଥାରେ କଥାରେ ଝିଅକୁ ଆଳୁ ବୋଲି ଡାକିଦେଉଥିଲା । ଭାଗ୍ୟ ଭଲ ଝିଅଟି ଆଗଭଳି ପୁଅ ଉପରେ ରାଗୁନଥିଲା ।


ଏତିକି ପରେ ମଧ୍ୟ ପୁଅ ଝିଅ କେହିକାହାକୁ ଭଲ ପାଆନ୍ତି ବୋଲି କହି ନଥିଲେ । ମାତ୍ର ଏମିତି ଦୁଇଜଣଙ୍କ ଭିତରେ ଭଲପାଇବା ବଢ଼ି ଚାଲିଥିଲା । ପୁଅ ଝିଅ କେବେ ବି ପାଖା ପାଖି କଥା ବାର୍ତ୍ତା ହୋଇନାଁହାନ୍ତି ସତ ମାତ୍ର ଉଭୟେ ଉଭୟକୁ ନିଜ ଭଲ ମନ୍ଦ ଖୁବ କୁହୁଥିଲେ । ବାସ୍ତବରେ କେହି କାହାକୁ ଭଲ ପାଉଛନ୍ତି ବୋଲି ନକହି ମଧ୍ୟ ଏମାନଙ୍କ ଭିତରେ ଥିଲା ଅପୂର୍ବ ପ୍ରେମ , ସ୍ବର୍ଗୀୟ ଭଲ ପାଇବା । ସତରେ "ଆଳୁ "ଆଉ "ବାଇଗଣ"ଉଭୟଙ୍କ ପ୍ରେମ ଥିଲା ପାଚିଲା ପ୍ରେମ ।


Rate this content
Log in

Similar oriya story from Romance