ହସ ପ୍ରେମିକା
ହସ ପ୍ରେମିକା
ହସ_ପ୍ରେମିକା
❤
ଆଜି ଜଣେ ପଚାରିଲେ ତୁମେ କଣ କାହାକୁ ଭଲ ପାଇଚ୍ଛ..? ଟିକିଏ ହସିଲି..! କିଛି କହିଲିନି l ଅବଶ୍ୟ ବୃଦ୍ଧ ବୟସରେ ବି କବି ଜଣକ ଫୁଲ୍ ବୋବାଲିଆ ଲାଗୁଥିଲେ l ପୁଣି.. କିଛି କଥା ବାର୍ତ୍ତା ହେଉ ହେଉ... ସେଇଠି ମାୟାଧର ମାନ ସିଂ ଙ୍କ କବିତା ଆଉ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ଚର୍ଚ୍ଚା l ହଠାତ ପ୍ରଶ୍ନ କଲେ.. ଅନୀଲ ବାବୁ କଣ ତୁମେ କେବେ କାହା ପ୍ରେମ ରେ ପଡ଼ିଛ..? ଏଥର ପୁଣି ଆଉ ଟିକିଏ ହସିଲି..! କବି ଜଣକ ନିରବ ରହିଲେ l ମାତ୍ର କିଛି ନ କହି ପୁଣି.. ଏକ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇ ଥିଲା l ଠିକ୍ ଏତିକି ବେଳେ ସ୍ମୃତି ସବୁ ଗୋଟେ ପରେ ଗୋଟେ ହୋଇ ଦୃଶ୍ୟ ପଟକୁ ଆସୁଥିଲେ l ଟିକିଏ ଅନ୍ୟ ମନସ୍କ ହୋଇଯାଇ ଥିଲି l ଜଣେ ଅନୁଭୂତି ସମ୍ପର୍ଣ୍ଣ କବି, ଏମିତି ରେ ସେ ପାଖା ପାଖା ଦୁନିଆ କୁ ପଢ଼ି ସାରିଥିବା ମଣିଷ ନୁହେଁ ତ କିମ୍ବଦନ୍ତୀ l ହଠାତ୍ ଅନ୍ୟ ମନସ୍କ ହେବାର କାରଣ ପଚାରିଲେ, ଉତ୍ତର ରେ ମୋ' ଓଠ ଦୁଇଟି ଗାଲ ଆଡ଼କୁ ଘୁଞ୍ଚି ଯାଇ ସରମି ଗଲେ..! ଶେଷରେ ପୁଣି ଚର୍ଚ୍ଚା ର ବିଷୟ ବସ୍ତୁ ଉପରେ ପଚାରିଲେ, ମାତ୍ର କିଛି କହି ପାରିଲି ନାହିଁ କାରଣ କିଛି ମୁହୂର୍ତ୍ତ ପାଇଁ ମୁଁ ମୋର ହୋଇ ନଥିଲି, ମୋତେ ଆଉ କେହି ଜଣେ ନିଜର କରି ନେଇଥିଲା -ଏହା ହିଁ ସତ୍ୟ l ହେଲେ ଏକଥା ବା କହିବି କାହାକୁ..? ପୁଣି ଟିକିଏ ହସିଦେଲି..! ଆଉ କିଛି ପଚାରିଲେ ନାହିଁ, ଚର୍ଚ୍ଚା ଚାଲିଲା l ଚର୍ଚ୍ଚା ସରିଲା l ଯିଏ ଯାହା ଘରକୁ ଫେରିବା ସମୟ ବି ହୋଇଗଲା l ସଭିଏଁ ନିଜ ନିଜ ବସିବା ସ୍ଥାନ ଛାଡ଼ି ଘର ମୁଁହା ହେଉଥିଲେ... ଏତିକି ବେଳେ ମୋତେ ବେଶୀ ଭଲ ପାଉଥିବା ଆଉ ମୋର ପ୍ରିୟ, ପୂଜ୍ୟ ସେଈ ବୃଦ୍ଧ ବିଜ୍ଞ କବି ଜଣକ ଆସି ପୁଣି ମଜାରେ ମଜାରେ କହିଲେ ତୁ ସତରେ କଣ କାହାକୁ ଭଲ ପାଇଲୁନି..? ନା କିଏ ତୋତେ ମିଳିଲେନି କିରେ..? ସବୁ ଥର ପରି ଏଥର ନିଶବ୍ଦ ନ ଥିଲି l ଏ ପ୍ରଶ୍ନ ମୋର ଅନ୍ତର ଆଡ଼କୁ ଭେଦି ଭେଦି ଯାଉଥାଏ l ଭାବିଲି ଟିକିଏ ଚମକେଇ ଦେବି, ପୁଣି ମନେ ପଡ଼ିଗଲା ତୁମ ହସ l ଆଉ ନିଜକୁ ନିଜେ ସମ୍ଭାଳି ନେଇ.. ଜୋର ରେ ହସିଲି l ସେ ପଚାରି ଉଠିଲେ.. କିରେ ତୁ ଟା ଆମର ପୁରା ପାଗଳ ଟା..! ମୋତେ ଆଉ ଜୋର ରେ ହସ ମାଡୁଥାଏ l କାରଣ ସବୁ ପ୍ରଶ୍ନ ର ଉତ୍ତର ମୁଁ ଦେଇ ସାରିଥିଲି ଅଥଚ ଶବ୍ଦ ମାନଙ୍କୁ ନେଇ ଖେଳୁଥିବା,ନାଚୁଥିବା, ଗାଉଥିବା, ଗଢୁ ଥିବା,ଭାଙ୍ଗୁଥିବା, ବଞ୍ଚୁଥିବା ଶବ୍ଦ ର ଭାଗ୍ୟ ନିଜେ ବୁଝି ପାରୁନଥିଲେ ସେଈ ଶବ୍ଦ l ହଉ... ରେ ନାତିଆ.. ପୁଣି ଦେଖା ହେବା କହି ସେ ଚାଲିଗଲେ ତାଙ୍କ ଚାରି ଚକିଆ
ଯାନ ଆଡ଼କୁ..! ପୁଣି କହିଲେ କିଏ କିରେ.. ବାଃ.. ଆଉଥରେ ପାଦ ଛୁଇଁ ପ୍ରଣାମ କଲି, ଆଉ ମୁଁହକୁ ଦେଖି ହସିଦେଲି..! ବେସ୍ ସେ ଚାଲିଗଲେ ଆଉ ମୁଁ ବି ହସି ହସି ଚର୍ଚ୍ଚା ସ୍ଥାନ ରୁ ଘର ଆଡ଼କୁ ଫେରି ଆସିଲି l
----------------------------------------
ହସ...... 💯❣️
