Anil kumar Pradhan

Abstract Inspirational

4  

Anil kumar Pradhan

Abstract Inspirational

ମାଆ ମମତା (ପ୍ରଥମ ଭାଗ)

ମାଆ ମମତା (ପ୍ରଥମ ଭାଗ)

2 mins
220



ଜୀବନ ଶୈଳୀ ବଦଳି ଗଲଣି l ମାଟିରାସ୍ତା ପିଚୁ ଆଉ ପକ୍କା ହୋଇଗଲାଣି l ଗାଁ ମୁଣ୍ଡରେ ଆଗପରି ଆଉ ଗୋଡ଼ କାଦୁଅରେ ଆଣ୍ଠୁ ଯାଏ ବୁଡ଼ିଯାଉନି l ଲୋକମାନେ ଆଗପରି ବାହାରକୁ କାମକୁ ଯାଉନାଁହାନ୍ତି l ସମସ୍ତେ ଖୁସିରେ ଅଛନ୍ତି l ଘର-ଜମିବାଡ଼ି ସବୁ ଯେମିତିକୁ ସେମିତି ପଡିଛି l କାହାର କାହାର ଜମି ଭାଗ ଧରି କେହି କେହି ଚାଷ କରୁଛନ୍ତି 'ତ ',କାହାର କାହାର ପଡିଆ ପଡ଼ିଛି l ତଥାପି ସବୁ ଠିକ ଠାକ ଚାଲିଛି l

କାହାର କିଛି ଅଭାବ ନାହିଁ ଧନର -ମାନର l ସମସ୍ତେ ଯେମିତି ବଂଚିବା କଥା ଠିକ ସେଇଭଳି ଜୀବନ ନିର୍ବାହ କରୁଛନ୍ତି l

          ମାତ୍ର ସେଥି ଭିତରେ ବି ବେଳେ ବେଳେ ଖୋଲା ଆକାଶକୁ ଚାହିଁ ରହିଥିବା କିଛି ମାଆ -ବାପାଙ୍କୁ ଗାଁ ମାଟିକୁଡିଆର ଭଙ୍ଗା କାନ୍ଥରେ ଆଉଜିଥିବା ଖଦଡିଆ ପିଣ୍ଡା ଉପରେ ଦେଖିବାକୁ ମିଳେ l ସେତେବେଳେ ମନକୁ ବଡ଼ ଦୁଃଖଲାଗେ ,ସହିହୁଏନି l ଟିକିଏ ଟିକିଏ ତାଙ୍କ ପାଖକୁ ଯାଇ ପଚାରିଲି ବୁଢାବାପା ଉପରକୁ କଣ ଦେଖୁଛ ....? ଉତ୍ତର ଆସିଲା ....ଛପର ଆଉଜି ହୋଇ ରହିଥିବା ଚୂଲି ମୁଣ୍ଡରୁ କିଏ ପୁଅ ଆସିଲାଣି କି ? ତରତର ହୋଇ ଜଣେ ବୁଢ଼ୀମା ବାହାରି ଆସିଲା l ବୋଲ ବୋଲ କରି ଚାହିଁଲା କିଛି ନକହି ଘର ଭିତରୁ ଚାଲିଯାଇ ପୁଣି ଡାକ ଛାଡି କହିଲା ହେଇଟି ଶୁଣୁଛ ପୁଅ ଆସିଲେ ଟିକିଏ କହିବ l ବୁଢାବାପା କହିଲେ ଦେଖୁଛି ଆସିଲେ କହିବି l ମୋତେ ତ ଅବାକ ଲାଗୁଥାଏ .....ତଥାପି ପଚାରିଲି ବାପା ତମେ ଆକାଶକୁ ଦେଖୁଛଯେ l

ସେଇଠୁ ବୁଢାବାପାର ଆଖିରୁ ଧାର ଧାର ଲୁହ ଲହୁ ପରି ଝରିଗଲା |କିଛିବୁଝିବା ପୁର୍ବରୁ ବୁଢାବାପା ଜଣକ ନିଜର କଣ୍ଠରୁ ଦିପଦ କଥା କହିଲେ "ମୋର ବି ତମ ବୟସର ଗୋଟିଏ ପୁଅ ଥିଲା |

                        ସେ ଛୋଟ ବେଳୁ ଅତି ସରଳ , ଦୟାଳୁ , ଶାନ୍ତ ,ପ୍ରକୃତିର ଥିଲା l ସେ ତା ମାଆର ଅତି ଗେଲ୍ହା ଥିଲା l ମାଆ ପଛ କେବେ ଛାଡୁ ନଥିଲା |ମାଆ ପୁଅଙ୍କ ଜୀବନ ସତେ ଯେପରି ଗୋଟିଏ ପରି ଲାଗୁଥାଏ |ମୋତେ ବି ବହୁତ ଖୁସିଲାଗେ ମାଆପୁଅ ଙ୍କୁ ଦେଖି |ମୁ ବି ବହୁତ ଭଲ ପାଉଥିଲି ମୋ ପୁଅକୁ |ସମୟର ସୁଅରେ ଧୀରେ ଧୀରେ ସେ ବଡହେବାକୁ ଲାଗିଲା |ପାଠ ପଢିବା ଆରମ୍ଭକଲା |ବହୁତ ଭଲ ପାଠ ବି ପଢୁଥିଲା |ଏମିତି ଦେଖୁ ଦେଖୁ ସେ ତାର ପ୍ରାଥମିକ ଶିକ୍ଷା ସମାପ୍ତ କରିଲା |

ଯେହେତୁ ସେ ଭଲ ପଢୁଥିଲା ତେଣୁ ସମସ୍ତ ଶିକ୍ଷକ ତାକୁ ପାଠ ପଢେଇବାକୁ ଆମକୁ ସବୁବେଳେ କହୁଥାନ୍ତି |ପୁଅର ଭଲ ପାଠପଢିବା ଦେଖି ଭାରି ଖୁସି ଲାଗୁଥିଲା |ବିଭିନ୍ନ ପ୍ରକାର ଖେଳକୁଦ ,ପ୍ରତିଯୋଗିତା ଗୁଡିକରେ ସମ୍ମାନ ପାତ୍ର ଆଣୁଥିଲା ଆଉ କହୁଥିଲା ଏଇତ ବାପା- ମାଙ୍କ ଆଶୀର୍ବାଦ | ଏମିତି ଦିନ ପରେ ଦିନ ଗଡି ଯାଇ ସେ ଦଶମ ଶ୍ରେଣୀରେ ପ୍ରଥମ ସ୍ଥାନ ରଖି ପରୀକ୍ଷାରେ କୃତକାର୍ଯ୍ୟ ହେଲା |ତାପରେ ସେ ସହରକୁ ପଢିବାକୁ ଗଲା ଆଉ ସେ ସହରକୁ ପଡ଼ିଯିବାଦିନ ଆମ୍ଭେ ବୁଢା ବୁଢ଼ୀ ଯେତିକି ଖୁସି ଥିଲୁ ସେତିକି ଦୁଃଖୀ |କାହିଁକି ଜାଣିଛ ....!


କ୍ରମଶଃ....

  


Rate this content
Log in

Similar oriya story from Abstract