Anil kumar Pradhan

Inspirational abstract

4.4  

Anil kumar Pradhan

Inspirational abstract

ହାଲିଆ ହକ

ହାଲିଆ ହକ

1 min
264


ଉଦୁଉଦିଆ ଖରା ମାରୁଥିଲା l ଚାରିଦିଗରେ ଲୋକଙ୍କ ଭିଡ ଜମିଥିଲା l ବଜାରରୁ ପରିବା କିଣି ଫେରୁଥିଲେ ଦୁଇ ବନ୍ଧୁ ଦିଲିପ ଓ ଅକୃର l ଫେରିବା ବାଟରେ ଏକ ଜଳଖିଆ ଦୋକାନରେ ନେଇଥିବା ଲୁନାଗାଡ଼ିଟିକୁ ରଖିଦେଇ ଜଳଖିଆ କରୁଥିଲେ l ହଠାତ ତାଙ୍କ ପାଖରେ ଆସି ପହଂଚିଗଲା ଏକ ପୋଲିସ ଗାଡ଼ି l କିଛି ଭାବିବା ଆଗରୁ ଦୁଇ ଜଣଙ୍କୁ ନେଇ ଚାଲିଗଲେ ଜିଲ୍ଲାର ମୁଖ୍ୟ ଥାନାକୁ କଏଦୀଙ୍କ ଭଳି!

     ମାତ୍ର ଦୁଇ ବନ୍ଧୁଙ୍କ ମୁଖରେ ଏକ ନବନିର୍ମାଣର ଝଲକ ଝଲସି ଉଠୁଥିଲା ସେଇଦିନ l ଯେମିତି ଲାଗୁଥିଲା ସେମାନେ ନିର୍ଦୋଷ ଥିଲେ l ଅଜଣା ଲୋକେ କାବାହୋଇ ଅନେଇ ବସିଥିଲେ l ଆଉ ଜାଣିଲା ଲୋକେ ଖବରକୁ ନେଇ ସେମାନଙ୍କ ଗାଁ ଗୁଡିକରେ ହଇଚଇ ସୃଷ୍ଟି କରୁଥିଲେ l କିଛି ମୁହୁର୍ତ୍ତରେ ଖବର ସାରା ଇଲାକାରେ ଖେଳିଗଲା l ଗ୍ରାମ ଲୋକେ ଖବରର ତଦାରଖ କରିବାକୁ ଲାଗିଗଲେ l ଶେଷରେ ଗ୍ରାମର ବିଶେଷ ବ୍ୟକ୍ତିଙ୍କ ଦ୍ୱାରା ଜଣାଗଲା ଯେ ଏହା ଏକ ଷଡଯନ୍ତ୍ର l ସ୍ୱାର୍ଥ ହାସଲ ପାଇଁ କେତେଜଣ ମନ୍ଦବୁଦ୍ଧିଙ୍କ ଦ୍ୱାରା ଏତଲା ଦେଇ ସେଇ ଦୁଇ ଜଣ ସହ ଗ୍ରାମର ଆଉ ପାଞ୍ଚ -ଛଅ ଜଣଙ୍କୁ ଥାନାରେ ରଖି କାର୍ଯ୍ୟ ହାସଲ କରିବା ତାଙ୍କର ଲକ୍ଷ୍ୟ ଥିଲା l

ଭାଗ୍ୟର ବିଡମ୍ବନା ସେ ଦୁଇବନ୍ଧୁ ହିଁ ଜେଲକୁ ଗଲେ l କିଏ ଜାଣିଥିଲା ଗ୍ରାମ କାର୍ଯ୍ୟରେ ଯାଇ ଏମିତି ହେବ ବୋଲି..?ସେ ଦିନ ଘଟଣା ସ୍ଥଳରେ ତ' ସମସ୍ତେ ଥିଲେ, ହେଲେ ଏ ଦୁଇଜଣଙ୍କୁ ଯେ କାଳ ହେବ ଏହା ଆଶ୍ଚର୍ଯ୍ୟଜନକ ଥିଲା l ଦିନେ କି ଦୁଇଦିନ ନୁହେଁ ଜେଲରେ ରହିବାକୁ ପଡିଲା ପାଖା ପାଖି ଏକ ମାସ l

ଓଃ କିଏ ଶୁଣିବ ? କିଏ କହିବ ? କିଏ ଦେଖିବ  ? ଏଇ ଭିତରେ କେତେଯେ କଥା ଘଟି ଗଲାଣି ଗାଁ ରେ l ଚାରିଆଡେ ନିସ୍ତବ୍ଦ l ସବୁକିଛି ଆଗପରି ଚାଲିଥିଲା l କାହାର କିଛି ଯାଏ ଆସେ ନାହିଁ l ଖାଲି ଦୁଃଖ ଥିଲା ସେଇ ଦୁଇ ଘରେ,ଯାହାର ମୁଖିଆ ଦିଲିପ ଆଉ ଅକୃର ଥିଲେ l ଘରେ ସମସ୍ତେ ଭଲରେ ଖିଅl ପିଆ କରୁନଥିଲେ l ମନରେ ଗୋଟିଏ ଚିନ୍ତା କେମିତି ଥାନାରୁ ବାହାର କରାହେବ l

ଘର ଲୋକେ ଖାଲି ଭାବୁଥାନ୍ତି.... "ଗାଁ କାମରେ ଯାଇ ଯେବେ ଏତେବଡ ଦଣ୍ଡ ମିଳିଲା, ତେବେ ଯିବା କଣ ଭୁଲ ଥିଲା  ? ଗାଁ ମାଟି ରକ୍ଷା କରିବାରେ ଆନ୍ଦୋଳନ କଣ ଭୁଲ ଥିଲା  ? ଯଦି ହଁ ତେବେ ଏତେ ବୈଠକ, ଗ୍ରାମ ସଭା ବସୁଥିଲା କାହିଁକି ?କଣ ଗ୍ରାମ ର କିଛି ସଦସ୍ୟ ଏତେଲା ଦେଇଥିବା ଲୋକଙ୍କ ସହ ମିଶି ମାଂସ, ମଦ ପିଇବାକୁ l ଧନ୍ୟ ଏ ମାଟିର ମଣିଷ ପଣିଆ l ଧନ୍ୟ ଏ ଗ୍ରାମବାସୀ ବୃନ୍ଦ l"

ସେ ଯାହା ହେଉ ଶେଷରେ ଆଉ ଏକ ଯୁଦ୍ଧ ହେଲା l ଗାଁ ଜମି ବି ଗଲା l ଦିଲିପ ଆଉ ଅକୃର ଦୁଇ ବନ୍ଧୁ ବି ଘରକୁ ଆସିଲେ l ସବୁ ସୁରୁଖୁରୁ ରେ କାମ ଚାଲୁଥିଲା l ଅକୃର ପାଖକୁ ସେଇ ଅଞ୍ଚଳର ଲୋକମାନେ ପ୍ରାୟ ସମୟରେ ଆସୁଥିଲେ ଆଉ ଜେଲ ର ଭଲ ମନ୍ଦ କଥା ପଚାରି ବୁଝୁଥିଲେ l ଓଃ, ନିର୍ଭୟରେ ସେ ଯେଉଁ କଥା କହୁଥିଲେ ସତରେ ଥରେ ଯାଇ ମାମୁଁ ଘରୁ ଆସିଲା ଭଳିଆ ଲାଗୁଥିଲା l ହେଲେ କଥା ସୁରେ ସୁରେ କହୁଥିଲେ.... "ଦୁଃଖ ଏତିକି ଗଢ଼ିଥିବା ସଂସାର ଭାଙ୍ଗିଗଲା ହେଲେ ମୁଁ ଭାଙ୍ଗିନାହିଁ l ଦେଖିଥିବା ସପନ ଅଧା ରହିଗଲା ହେଲେ ସ୍ବପ୍ନ ଆଜିବି ଦେଖିବା ବନ୍ଦ କରି ନାହିଁ l "

ହେଲେ କିଛିଦିନ ପରେ ଲୋକମାନେ ଠିକ୍ ବୁଝିପାରିଲେ ଅକୃର ଆଉ ଦିଲିପ କଣ କହୁଥିଲେ l ମାତ୍ର କିଛି ଦୁଇ ମୁଣ୍ଡିଆ ଜୋକ ମାନଙ୍କ ପାଇଁ ଗାଁ ଜମିଟା ଚାଲିଗଲl ଅଚିନ୍ହା କମ୍ପାନୀ ପାଖକୁ l ଠିକ୍ ସେତିକି ବେଳେ ଦୁଇ ବନ୍ଧୁ ଟିକିଏ ହସି ଦେଇ କହୁଥିଲେ ଯାଉ... ଏ କଣ ଆମ ବାପାର ଜମି  ? ଏପରା ଗାଁ ର କୋଠ ଜମି,ରହିଲେ କେତେ ଗଲେ କେତେ l ଖାଲି ଅବଶୋଷ ରହିଗଲା....ଗଣିବା ଶିଖେଉଥିବା ଲୋକଟା ଆଜି ପାଉନି ଶୂନ୍ୟ ଆଉ ଏକ l 


















Rate this content
Log in

Similar oriya story from Inspirational