STORYMIRROR

Manoj Behera

Classics

4  

Manoj Behera

Classics

ଲୁଲୁଙ୍ଗ ପିକନିକ

ଲୁଲୁଙ୍ଗ ପିକନିକ

6 mins
486

 ନବେ ଦଶକରେ କହିଲେ ଠିକ୍ ହେବ ନାହିଁ ,ତା'ପୂର୍ବରୁ ମଧ୍ୟ ବାରିପଦା ସହର ପାଖପାଖି ପିକନିକ ସ୍ପଟ୍ ଭାବେ ଅନ୍ୟତମ ଆକର୍ଷଣ ରହିଛି ପିଠାବାଟା “ଲୁଲୁଙ୍ଗର”। ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପକଣ୍ଠରେ ଉଭା ଏହି ପ୍ରକୃତିର ପ୍ରାକୃତିକ ବୈଭବ ,ଘନଘନ ବୃକ୍ଷ ଗୁଳ୍ମ ଆଛାଦିତ କଳା ଢିମାଢିମା ବିଶାଳ କାୟ ପଥର । କଥାଟି ଆରମ୍ଭ ଏହିପରି ହୁଏ ,ଘରପାଇଁ ପରିବା କିଣିବାର ଆବଶ୍ୟକତା ଥିବାରୁ ପରିବା କିଣିବା ପାଇଁ ମୋ ସାଙ୍ଗ ବାରିପଦାର ରାତିମାର୍କେଟ ଯିବାର ସୂଚନା ଦେଲେ ।  ଏଣୁ ସବୁ ସାଙ୍ଗ ମାନେ କହିଲେ ବଢିଆହେବ। ତେବେ ଆମ ରାତିମାର୍କେଟରୁ କୁକୁଡା ପଳେଈ ଆସୁ । ସକାଳେ ଗଲା ବେଳେ ଏସବୁ କାମ ଆଉ ରଖିବା ନାହିଁ । ସାଙ୍ଗ ଏବଂ ତାଙ୍କ ସାଇକେଲ । ବନ୍ଧା ହୋଇ ସଂଧ୍ୟାରେ ଆସିପହଞ୍ଚିଲା ସବୁ କୁକୁଡା । ସାଇକେଲର କଉଠି ବାନ୍ଧିଲେ କହିପାରିବିନି ? ପୁଣି ବ୍ରୟେଲର । ବାରିପଦା ରାତି ମାର୍କେଟରୁ ଯଥାରୀତି ଘର ପହଞ୍ଚିଲା ବେଳକୁ ସବୁ କୁକୁଡାସାଇକେଲରେ ପିଟିହୋଇ ମରିଯାଇଛନ୍ତି । କ'ଣ କରିବା ? ସମସ୍ତେ ବଡ ଚିନ୍ତାରେ । ଗୁରୁଜନ ମାନଙ୍କ ପରାମର୍ଶ କ୍ରମେ "-ଏବେ ସଙ୍ଗେ ସଙ୍ଗେ ସବୁ କୁକୁଡା କାଟିବାକୁ ପଡିବ ।  ମାଂସକୁ ଆଜିହିଁ କଷି ରଖୁଲେ ଯାଇ କାଲି ଲୁଲୁଙ୍ଗରେ ଖାଇପାରିବ । ଯେହେତୁ ପାଞ୍ଚ ଛଅ କିଲୋ କୁକୁଡା ନଷ୍ଟ ମଧ୍ୟ କରି ହେବ ନାହିଁ । ତେଣୁ ରାଜିନହେଇ ଉପାୟ ନାହିଁ।  ନିଜ ନିଜ ଭିତରେ ଚାନ୍ଦା ସଂଗ୍ରହଠୁ ଆରମ୍ଭ କରି କଣ ? କଣ ? ଖାଇବା ଆଇଟମ

ହେବ ସେ ସବୁ ଚିଠା ରେ ଲେଖା ରହୁଥାଏ । ଏହି କାର୍ଯ୍ୟକ୍ରମଟି ଆମ ଚିଠାରେ ନଥାଇ ମଧ୍ୟ ଜୋର ଜୋବରଦସ୍ତ ପଶି ଆସିଲା । ଏବେ ଆମେ କେବଳ ସକାଳକୁ ଅପେକ୍ଷା ।

ସିନ୍ଦୁରା ଫିଟିଲା । ସକାଳ ହେଲା ।  ହସୁଥାଏ ଶୀତରାଣୀ ଧରିତ୍ରୀର କୋଳରେ ।  ସମସ୍ତେ ସାଇକେଲରେ ଯିବୁ ।

ଲୁଲୁଙ୍ଗ କେତେ କିଲୋମିଟର ଆମେ ମଧ୍ୟ ଜାଣିନଥିଲୁ କି ଜାଣିବାର ଆବଶ୍ୟକତା ନାହିଁ । କେବଳ ଜାଣିଛୁ ଲୁଲୁଙ୍ଗ ଯିବୁ। ସକାଳ ଠିକ୍ ସମୟରେ ଆସି ଲାଗିଗଲା କୋଡିଏ ଏକୋଇଶ୍ ସାଇକେଲ। ଆମେ ସେତେବେଳେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ର । ପ୍ରାୟ ସମସ୍ତଙ୍କର ହାଇସ୍କୁଲରେ ପଢିବା ବେଳର

ସାଇକେଲ ।କାହା ସାଇକେଲରେ ବାସ୍କେଟ ଲାଗି ଥାଏ ଅବା କାହା ସାଇକେଲରେ ହେଣ୍ଡଲ କେରିଆର ଲାଗିଥାଏ । 

ମୋ ସାଇକେଲରେ ହେଣ୍ଡଲ କେରିୟାର ଲାଗିଥାଏ । ଅଧୁକାଂଶ ସାଇକେଲ ହିରୋ ଜେଟ କମ୍ପାନୀର ଥାଏ ।

 କିଏ କିଏ ଭଉଣୀ ମାନଙ୍କର କିଣା ହୋଇଥିବା ସାଇକେଲ ହିରୋ ହଂସା ମଧ୍ୟ ଆଣି ଆସିଥାନ୍ତି । ଏକ ଶୀତୁଆ ସକାଳରେ ଆମର ଯାତ୍ରାରମ୍ଭ ହେଲା ୱାର୍ଡ଼ ନଂ. ୨୧, ଭୁଗୁଡାକଟା ବାରିପଦାରୁ । ଏ ,ତ ଗଲା ପରିବହନର ପ୍ରସ୍ତୁତି । 

ଏବେ କହିବି ; ଏକ ବିଶେଷ ମଜାଦାର ପ୍ରସ୍ତୁତିର କଥା ଏହି ପ୍ରସ୍ତୁତିରେ ରହିଛି ଏକ ଟେପରେକଡର୍ ଓ କିଛି କେସେଟ ତା’ସହ ବେଟେରୀ । ଆପଣ ଭାବୁଛନ୍ତି ଏହା ରହିବ କେମିତି ? ଏହା ସେହି ସାଇକେଲ ବାସ୍କେଟରେ ବେଟେରୀ ପାଇଁ ରହିଛି ସ୍ୱତନ୍ତ୍ର ବ୍ୟାଗ । ପୁଣି ରହିଲା ରାନ୍ଧିବା ଉପକରଣ ଯେମିତି ଡେକଚି, କରେଇ ସହ  କଷାମାଂସ ,ତଥା ଅନ୍ୟାନ୍ୟ ସାମଗ୍ରୀ ।

ଯେଉଁମାନେ ଡବଲ ବସିଲେ ସେମାନେ ଡେକଚି ,କରେଇ ଧରିବସିଲେ।  ନିଶ୍ଚୟ ପାଳି କରି ସାଇକେଲ ଚଲାଇବାକୁ ପଡିବ ।  ଆସି ସାରିଲା ପରେ ଜାଣିଲୁ ଲୁଲୁଙ୍ଗ ପାଖାପାଖି ଚବିଶ –ପଚିଶ କିଲୋମିଟର ହୋଇଯିବ ଯାହାହେଉ ପ୍ରଥମେ ଜାଣିନଥିଲୁ ଭଲ ହେଲା !

ଗୋଟିଏ ପରେ ଗୋଟିଏ ସାଇକେଲ ଚାଲିଥାଏ । ବାଟରେ ପଡ଼ିଲା ଶ୍ୟାମାଖୁଣ୍ଟା ଫାର୍ମ ।କିଛି ଏହିପରି ଘଟିଥିଲା ଆମ ଲୁଲୁଙ୍ଗ ପିକ୍ ନିକ୍  ।


(୨ୟ ଭାଗ)

ବାଟରେ ପଡ଼ିଲା ସାମାଖୁଣ୍ଟା ଫାର୍ମ ।  ସେଠାରେ ଅଟକିଲୁ କିଛି ସମୟ ପାଇଁ। ସାଇକେଲ ବାସ୍କେଟରେ ଥିବା ଟେପ ରେକର୍ଡରୁ ଗୀତ ବାଜୁଥାଏ ।ମଝିରେ ମଝିରେ ତାର ହଲି ଯିବାରୁ ବନ୍ଦ ହୋଇଯାଏ । କିନ୍ତୁ ଏସବୁ ଯାହା ସାଇକେଲ ରେ ଥାଏ ତାକୁ ସବୁ ଜଣା । କେମିତି ଠିକ ହେବ । କହିବାକୁ ଗଲେ ସବୁ ଗୀତ ବହୁତ ପୂର୍ବ ରୁ ପ୍ରସ୍ତୁତ ହୋଇଥାଏ ।ଗୀତର ଚିଠା ସହ କେସେଟ ରେକଡିଂ କରାଯାଏ। ସେତେବେଳେ ବାରିପଦାରେ କେସେଟ ରେକଡିଂ ଦୋକାନ ର ବହୁତ ଗୁରୁତ୍ଵ ଥିଲା ।

ଏହି ଦୋକାନ ମାନଙ୍କରେ ନିଜ ମନମୁତାବକ ଗୀତ ର ରେକଡ୍ କରିହେବ । ରେକଡିଂ ଦୋକାନ ଗୁଡିକ ମନେ ପକେଇ ଦେଉଛି ପ୍ରଥମରେ ‘ଶୀତୁ ରେକରେକଡିଂ ସେଣ୍ଟର’ । 

ବଡବଜାର ରେ ରହିଥିଲା ଏହିଦୋକାନ । ଘରର ବାହାର ପଟକୁ ଏକ କୋଠରି ରେ ଏହି ଦୋକାନ । ଜଗନ୍ନାଥ ମନ୍ଦିର ଗଲାବେଳକୁ ଶୀତଳା ମନ୍ଦିର ପାରହେଲାପରେ ବାମପଟେ ପୁଷ୍ପଭଣ୍ଡାର।  ତା’ପରେ ସାହୁ ଘର । ସେଇଠି ସେହି ଦୋକାନ । ସନ୍ତୋଷ ସାର ଙ୍କ ସାନଭାଇ ଏହି ଦୋକାନ କରିଥିଲେ ।ସନ୍ତୋଷ ସାର୍ ଆମ ସାର୍ ଥିଲେ । ମହାରାଜା କୃଷ୍ଣଚନ୍ଦ୍ର ଭଞ୍ଜ ଉଚ୍ଚବିଦ୍ୟାଳୟରେ ପଢିବା ବେଳେ । ଅନେକ ପୁରାତନ କମ୍ପାନୀ ର ରେକର୍ଡ ଯେମିତି ଗାଥାନି ,ଏଚ୍. ଏମ୍ . ଭି କମ୍ପାନୀ ର ବହୁ ପୁରାତନ ରେକର୍ଡ ରଖିଥାନ୍ତି ।ସତ୍ୟସାଇ ବାବଙ୍କ ନିଜେ ଗାଇଥିବା ଏକ ରେକର୍ଡ ଥରେ ଆମକୁ ଦେଖାଉଥିଲେ । ଏହା ସହ ଆଉ ଗୋଟିଏ ରେକର୍ଡିଂ ଦୋକାନ ହେଲା ବାରିପଦା ପୋଖରିଆଡି । ବିଷ୍ଣ ଚରଣ ମହାନ୍ତି ଦୋକାନ ପାଖାପାଖି।

ବନ୍ଧ ହୋଇଯାଇଥିବା ହୋଟେଲ ଜନତା ପାଖରେ । 

ସେଠାରେ ରେକର୍ଡିଂ ପାଇଁ ସ୍ଵତନ୍ତ୍ର ଫର୍ମାଟ ଥାଏ ।  ନିଜ ଚୟନ ଗୀତ ଗୁଡିକ ଫିଲ୍ମ ସହ ଲେଖିକି ଦେବାକୁ ହୁଏ ।ଦିନେ ଦୁଇ ଦିନ ପରେ ମିଳିଯିବ। ସେମିତି ବାରିପଦା ର କୁକୁଡା ମାର୍କେଟ ଗଳି ରେ ମୁନାଭାଇଙ୍କ କେସେଟ ଦୋକାନ । ଫିଲ୍ମର ନାମ ମନେ ନପଡିଲେ ମୁନାଭାଇ ଦୋକାନରେ ଜଣେ ସହାୟକ ଥାନ୍ତି । ଆମେ ନନା ବୋଲି ଡାକୁ । ତା’ଙ୍କୁ ସବୁ ଜଣା। ସେ ବେଶ ସହଯୋଗ କରନ୍ତି ।  କେଉଁ ଗୀତ କେଉଁ ସିନେମା ର । 

ତାପରେ ପରେ ପ୍ରିୟା ଡ୍ରେସ ର ମୁନା ଭାଇ ,ସରକାରୀ ବସଷ୍ଟାଣ୍ଡର ସାମ୍ନା ରେ ଜଣେ ନନା ରେକର୍ଡିଂ କରୁଥିଲେ । ଚଷମା ପିନ୍ଧନ୍ତି । ପରେ ପରେ କ୍ରମେ ସିଡି ଆସିଲା । 

ଏସବୁର ଚଳଣି ଗୋଟେ ପ୍ରକାର ଉଠିଗଲା ପରେ ସେ ବସ କଣ୍ଡକ୍ଟର କରୁଅଛନ୍ତି । ପରେ ବହୁତ ଥଣ୍ଡା ଲାଗୁଥାଏ ଅଟକିଲା ବେଳକୁ ।  ଆଉ କିଛି ଦୋକାନ ମନେ ପଡୁଛି କାଳୀପୂଜା ମଣ୍ଡପ ।  ଶ୍ରୀକୃଷ୍ଣ ଟ୍ରେଡ଼ର୍ସ ସାମ୍ନା । 

ସେଠାରେ ଏକ ଗୁମୁଟି ରେ ଜଣେ ନୂଆ କେସେଟ ବିକ୍ରି ସହ ରେକର୍ଡିଂ ମଧ୍ୟ କରନ୍ତି ।  ସେତେବେଲେ ବାରିପଦା ରେ ଅନେକ ଗୁମୁଟି ।ଗୁମୁଟି ରେ ଛୋଟ ଛୋଟ ଦୋକାନ କରିଥାନ୍ତି ।  ଏବେ ଅଳ୍ପ କିଛି- କିଛି ଅଛି। କହୁ କହୁ ରେକର୍ଡିଂ ବିଷୟରେ ବେଶୀ ହୋଇଗଲା । ଏବେ ମୂଳ ବିଷୟକୁ ଫେରିବା ।   ହଁ, କେତେବେଳେ ଶ୍ୟାମାଖୁଣ୍ଟା, ଧନପୁର ଛକ ପାର ହୋଇ ସାରି ରଙ୍ଗାମାଟିଆ ଛକ ପହଞ୍ଚିଗଲୁ ଜଣାପଡିଲାନି ।  ଆଉ ଅଳ୍ପ ବାଟ ପରେ ଆମ ବହୁ ଇପସିତ- ଅନ୍ଵେଷାର ଜୀବନ୍ତ ରୂପ -ପିଠାବାଟା"ଲୁଲୁଙ୍ଗ ।

ରାସ୍ତାକଡରେ ମନମୁଗ୍ଧକର ସବୁଜ ବନାନୀ ଦେଖି ଅବିଭୂତ ହେଲୁ । କାଠ ନେଇ ପାଦରେ ଚାଲି ଚାଲି ଅନେକ ମହିଳା ଆସୁଥାନ୍ତି । ମୁଣ୍ଡ ଉପରେ କାଠ । ଏକ ପୁଡା କରି ବାନ୍ଧି ଥାନ୍ତି । ସବୁ କାଠକୁ ବାନ୍ଧି ସାରିବା ପରେ କାଠ କାଟିଥିବା କୁରାଢି ଅବା ବୁଡିଆ କୁ ମଧ୍ୟ କାଠ ସହ ବନ୍ଧା ହୋଇଥାଏ । 

ଆମ ମୟୂରଭଞ୍ଜ ରେ ବୋଧହୁଏ କୁରାଢି କୁ ବୁଡିଆ କହନ୍ତି । ଆମେ କହୁ ବୁଡିଆ । ଜାଣିଗଲୁ ଏଇଠୁ ଆରମ୍ଭ ହେଲା ଶିମିଳିପାଳ ର ଇଲାକା ଯେଉଁଠି ଶାଳଗଛ ସବୁ ଦୋଳି ଖେଳେ ପବନର ସ୍ପର୍ଶରେ। ମନୋରମ ନୀରବ ପାହାଡ ମନ ମୋହି ନେଉଥାଏ । ପରେ ଜାଣିଲି ଏହି ରାସ୍ତାରେ କୁଆଡେ ଓଡ଼ିଆ ସିନେମାର ଯଶସ୍ଵୀ ସଙ୍ଗୀତ ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ।ମୟୂରଭଞ୍ଜ ମାଟିର କୃତି ସନ୍ତାନ । ୧୯୭୭ ମସିହା। ବାରିପଦାରେ ନିର୍ମିତ ଶ୍ରୀ ଗଣେଶ ଜୀଉଙ୍କ ଓଡ଼ିଆ ସିନେମା ଅଭିମାନ ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିବା ସେହି ଅଭୁଲା ଗୀତ - "ଭସା ମେଘ ମୁଁ ଯେ ଭାସି ଯାଏ ଦୂରେ । ଗୀତର ସୂର ଏହି ରାସ୍ତା ରେ ଅଚାନକ ଭାବେ ଆସିଥିଲା ବୋଲି କେଉଁ ବହିରେ କିମ୍ବା ସାକ୍ଷାତକାରରେ ପଢିଥୁଲି । ମନେପଡୁଛି ପଢିଥିବା ଘଟଣାଟି ଏହିପରି ସଙ୍ଗୀତ ନିର୍ଦ୍ଦେଶକ ରାଧାକୃଷ୍ଣ ଭଞ୍ଜ ଏକଦା ସାଇକେଲ ରେ ଶିମଳିପାଳ ରୁ ଫେରୁଥିଲେ କି ଯାଉଥିଲେ ସଠିକ କହିପାରିବି ନାହିଁ । କିନ୍ତୁ ଯେଉଁ ସ୍ଥାନ ରେ ଗଡାଣି ଥାଏ ସେଇ ଜାଗା ରେ ସାଇକେଲ ର ପେଡାଲ ବନ୍ଧ କରିଦିଅନ୍ତି । ରାସ୍ତାଟି ବେଶ ଗଡାଣି ଥିବାରୁ ସାଇକେଲ ଟି କେତେ ସୁନ୍ଦର ଗଡିଯାଏ ଯେ ବର୍ଣ୍ଣନା କରିବା ଅସମ୍ଭବ ।

କେବଳ ଅନୁଭବି ହିଁ କହିପାରିବ । ଗଡାଣିରେ ସାଇକେଲ ଗଡିଛି । ଅଦୂରରେ ଦେଖାଯାଉଛି ଥାକ ଥାକ ପର୍ବତ ଶ୍ରେଣୀ ।

ସେହି ସମୟରେ ମନକୁ ମନ ସ୍ଵର ଟି ଆସିଛି । ସେଇ ଅଭୂଲା ଗୀତ ଭସା ମେଘ ସେ ଯେ ଭାସି ଯାଏ ଦୂରେ । ଗୀତା ସାରା ଏ ମାଟିର ବାସ୍ନା । ଆଉ ସ୍ଵର ଏ ମାଟିର ଜଲସା । ଗାଇଥିଲେ ଓଡିଆ ସଙ୍ଗୀତ ଜଗତର କାଳଜୟୀ ସଙ୍ଗୀତଜ୍ଞ , ଅନନ୍ୟ ଅକ୍ଷୟ ମହାନ୍ତି ।  ଏ କଥାକୁ ଏଇଠି ସାରିବା ।  ଏହିପରି ଅନେକ ଓଡ଼ିଆ ସିନେମାର ମନୋମୁଗ୍ଧକର ଗୀତ ର ଗନ୍ତଘର ଏହି ଶିମଳିପାଳ । ଚାରିଆଡେ ଘେରି ରହିଛନ୍ତି ଗିରି –ଶିଖର ସମୁହ । ସେମାନେ ସ୍ଥିର ଓ ସ୍ପଷ୍ଟ ପ୍ରତିବିମ୍ବ । 

ଶିମିଳିପାହାଡ ଛାତିର କେନଭାସରେ ଗଢିତୋଳିଛି , କେଉଁ ଏକ ଚିତ୍ରକରର ଭିନ୍ନ ଏକ ଚିତ୍ର।  ଶିମଳିପାଳର ପ୍ରବେଶ ପଥ

ଜନଗହଳି କ୍ରମଶଃ କମି ଆସୁଛି । ଆଉ ଟିକିଏ ପରେ ଗୋଟି-ଗୋଟି ତାରାରେ ଭରିଯିବ ସାରା ଆକାଶଟା । ପୁଣି ନୀରବ ନିଶ୍ଚଳ - ଅନ୍ଧକାରରେ ନିସଙ୍ଗ ହେବ ଲୁଲୁଙ୍ଗ । ଖୋଜି ହେଉଥିବ କିଛି ସମୟର ସେହି ପୂର୍ବ ମୁହୁଉଁ ମାନଙ୍କୁ ? ଯେଉଁଠି ମଣିଷମାନଙ୍କ ଭିଡରେ 'ଲୁଲୁଙ୍ଗ' ଥିଲା କେତେ ଚଳଚଞ୍ଚଳ ! ଖାଇବାର ସମୟ ହେଲା । ସମସ୍ତେ ଖାଇବସିଲୁ। କିନ୍ତୁ ଆମ ମାଂସ ଗୁଡିକ ବେଶୀ ସିଝି ଯିବାରୁ କିଛିଟା ଘାଣ୍ଟି ହୋଇ ଯାଇଥୁଲା । କେବଳ କଣ୍ଟା ଛାଡ଼ିକି ତଥାପି ଆମେ ବହୁତ ଖୁସି ଥାଉ। କିନ୍ତୁ ଚିନ୍ତା ରେ ପଡିଥୁଲା । ସିଏ ? ଯିଏ ଏହାର ଦାୟିତ୍ୱରେ ଥିଲା । ଫେରିଲା ପରେ ସେ କଥା ? ଘଞ୍ଚ ବନାନୀ,ସବୁଜ ତରୁଶାଖା, ପାହାଡି ଝରଣା ପାଣି ର କୁଳକୁଳୁ କଲ୍ଲୋଳ ବେଶ୍ ମନୋମୋହିନିଏ ।ଆଶ୍ଚର୍ଯ୍ୟ ଲାଗେ ପ୍ରକୃତି ପାଖରେ ଏତେ ନୀରବତା । ପାର୍ବତ୍ୟର ମିଶାମିଶା ସବୁଜିମାର ବଳୟ ମଧ୍ୟରେ ହାଲୁକା କହୁଡି ଭରା । କଳା ଢିମା ଢିମା ପଥର ସବୁ ଆକାଶକୁ ମୁଣ୍ଡ ଟେକି ଛିଡା ହୋଇଛନ୍ତି । ଗଛ ,ଘାସ ଓ ଲଟାର ଆବୁରୁ ଜାବୁରୁ ଭିତରେ ପାହାଡଟି ଲାଗେ ରହସ୍ୟମୟ । ତିନିପାଶ୍ବରୁ ଶିମିଳିପାଳ ପାହାଡ ଦ୍ଵାରା ଘେରି ହୋଇ ରହିବାରୁ ଏହି ସ୍ଥାନଟି ବର୍ଷସାରା ପ୍ରାକୃତିକ ସୌନ୍ଦଯ୍ୟ ରେ ପରିପୂର୍ଣ୍ଣ ଥାଏ । ସେଠାରେ ହିଁ ସ୍ଥିର କଲୁ ଯେ ଆସନ୍ତା ବର୍ଷକୁ ଆଉ ସାଇକେଲରେ ନୁହେଁ । ଆମେ ମଧ୍ୟ ଅନ୍ୟମାନଙ୍କ ପରି ଚାରିଚକିଆ ରେ ଯିବୁଅନ୍ଧାର ଯେ ଅନ୍ଧାର ।ସାଇକେଲ ଗଡେଇବୁ ବଢୁଥୁଲା ଶୀତର ପ୍ରକୋପ। ଆଗର ଆଉ ସେସବୁ ନାହିଁ । ଏବେ ସବୁ ତା'ର ରୂପାନ୍ତରୀକରଣ ହୋଇସାରିଛି ।

ପ୍ରବେଶ ଦ୍ଵାର ରେ ସୁନ୍ଦର ତୋରଣ । ହୋଇଛି ରୂପାନ୍ତରୀକରଣ ଅରଣ୍ୟନିବାସର । ନିକଟରେ ଉଦଘାଟିତ ହୋଇଛି ଏକ ଇକୋ କଟେଜ।ସୁନ୍ଦର ଜଙ୍ଗଲିଆ ପରିବେଶରେ ଏହି ଇକୋ କଟେଜ ରେ ରାତ୍ରିଯାପନ ର ବ୍ୟବସ୍ଥା ଅଛି ।ନିର୍ମାଣ ହୋଇଥିବା ସେଇ ଅସ୍ଥାଇ ଗୃହ ଗୁଡିକରେ ।

ଏବେ ଫେରିବାର ବେଳ । ଅନିଛା ସତ୍ତେ ଲମ୍ବିଯାଇଥିବା ରାସ୍ତାରେ ଅଗ୍ରସର ହେଉଥିଲୁ ବାରିପଦା ଆଡକୁ ।

ଚିରାଚରିତ ଜୀବନ ନୀଟକର ମଞ୍ଚ ଆଡକୁ ।


Rate this content
Log in

Similar oriya story from Classics