ଲୁଚକାଳି
ଲୁଚକାଳି


ଗଳ୍ପ ଟି ଗଳ୍ପାଂଶ - ଏକ ରୁ ଅଧିଗ୍ରହିତ
କଳାହାଣ୍ଡିର ବହୁ ଦୂର ଦୁରାନ୍ତର କନ୍ଧମାଳ ଗ୍ରାମାଞ୍ଚଳ ମଧ୍ୟ୍ୟରେ କୋଳେଇପୋଲା ଗ୍ରାମ ଅନ୍ୟତମ. ଆଦିବାସୀ ସମ୍ପ୍ରଦାୟଙ୍କ ଏହି ଗ୍ରାମରେ ତାଙ୍କର ସମସ୍ତ ସୁବିଧା, ଅସୁବିଧା ତାଙ୍କ ନିଜ ସାମ୍ପ୍ରଦାୟକ ନୀତି ନିୟମ ଏବଂ ମୁଖିଆଙ୍କ ଉପସ୍ଥିତି ରେ ସମାଧାନ ହୋଇଯାଏ. ଥାନା,କୋର୍ଟ, କଚେରୀ ଠାରୁ ବହୁ ଦୁରେଇ ରହିବାକୁ ଏବଂ ନିର୍ଭରଶିଳ ନ ହେବା ଏମାନଙ୍କ ପସନ୍ଦ.କିନ୍ତୁ ସେ ଦିନ କଥା ଅଲଗା ଥିଲା. ଧନୁ ମୁଣ୍ଡା ନାମକ ଗ୍ରାମବାସୀର ଦଶ ବର୍ଷର ଝିଅ କୁଜରୀ ହଜି ଯାଇଥିଲା ଥିଲା.ବହୁ ଖୋଜା ଖୋଜି କରିବା ପରେ ଭି ଝିଅ ନ ମିଳିବାରୁ ଗ୍ରାମ ମୁଖିଆଙ୍କ ସହାୟତା ଏବଂ ଉପଦେଶ ଅନୁଯାୟୀ ଥାନା ଅଧିକାରୀ ସୋମେନ ବାବୁଙ୍କ ପାଖରେ ପହଂଚି ଥିଲା ଧନୁ ମୁଣ୍ଡା ଏବଂ ଜଣାଇ ଥିଲା ତାର ଗଭୀର ଦୁଃଖ.
"ଦୁଇ ଦିନ ଝିଅକୁ ଖୋଜା ଖୋଜି କରି ଆମେ ସ୍ୱାମୀ, ସ୍ତ୍ରୀ ଦୁଇଟା ନୟାନ୍ତ ହୋଇଗଲୁଣି. ବିଦ୍ୟାଳୟ ଠୁ ଆରମ୍ଭ କରି ରେଲୱ ଷ୍ଟେସନ ଯାଏ, ଏପରିକି ଗାଁ କୂଅମୁଳ, ପୋଖରୀ ତୁଠ କିଛି ବାଦ ଦେଇନୁ. କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି. ସାଙ୍ଗ, ସାଥୀ କେହି କିଛି କହି ପାରୁନାହାନ୍ତି. ଆମକୁ ଦୟା କର ସାହେବ.
କାନ୍ଦି କାନ୍ଦି ଧନୁ ମୁଣ୍ଡା ସୋମେନ ବାବୁଙ୍କୁ ଗୁହାରି କରୁଥିଲା."
ସୋମେନ ବାବୁ ମଧ୍ୟ୍ୟ ତାର କଥା ଶୁଣି ତାକୁ ସାନ୍ତ୍ୱନା ଦେଇଥିଲେ ଏବଂ ଯଥା ସମ୍ଭବ ଚେଷ୍ଟା କରିବେ ବୋଲି କଥା ଦେଇଥିଲେ.
ଲାଗି ପଡ଼ିଥିଲେ ସୋମେନ ବାବୁ ଏବଂ ତାଙ୍କର ସହକର୍ମୀ ପୋଲିସ କର୍ମଚାରୀ ମାନେ କୁଜରୀ କୁ ଖୋଜିବାରେ. ବହୁ ଖୋଜା ଖୋଜି କରିବା ପରେ ମିଳି ନ ଥିଲା ସନ୍ଧାନ ଝିଅ ଟିର. ଆଜକୁ ଦୁଇ ଦିନ ହୋଇ ଯାଇଥିଲା, ମନେ ମନେ ଥକା, ଚିଡ଼ା ଏବଂ ଅସହାୟ ମନେ କରୁଥିଲେ ସୋମେନ ବାବୁ. ହଠାତ ତାଙ୍କ ମୁଣ୍ତରେ କଣ ପଶିଥିଲା ଜିପ ନେଇ ବାହାରି ପଡିଲେ ଧନୁ ମୁଣ୍ଡା ଘରକୁ, ପହଂଚି ତୁରନ୍ତ ଡକାଇ ଥିଲେ ଧନୁ ମୁଣ୍ଡା ସ୍ତ୍ରୀ କୁ..... ତୁମ ଝିଅ କୁଜରୀ ଆଗରୁ ଏମିତି କରେ ନା ପ୍ରଥମ ଥର? ଧନୁ ସ୍ତ୍ରୀ ଟିକେ ଇତଃସ୍ତତଃ ଅନୁଭବ କରି କହିଥିଲା.... ସାହେବ ତାକୁ ଲୁଚଳାଳୀ ଖେଳିବାର ବହୁତ ଭଲ ଲାଗେ. ସେ ଦିନ ଭି ଖାଇବା ଛାଡି ସେ ମୋତେ ଏମିତି ହଇରାଣ କରିଥିଲା, ମୁଇଁ ତାକୁ କହିଥିଲି ତାର ସ୍କୁଲ ମାଷ୍ଟେର କୁ କହିବି. ତାର ବାପା ଆସିଲେ ତାକୁ ଖୁବ୍ ମାଡ ମାରବେ. ତା ପରେ ନ ଖାଇ ରାଗରେ କୋଉଠି ଚାଲିଗଲା. କହି ଭୋ ଭୋ ହୋଇ କାନ୍ଦି ପକାଇଲା. ପୂରା ଗ୍ରାମବାସୀ ଦୁଃଖୀ ହୋଇ ପଡ଼ିଥିଲେ. ଡରି ଯାଇ ଥିଲେ କାହିଁ ବାଘ କି ଅନ୍ୟ କିଛି ଜନ୍ତୁ ଯନ୍ତା ନେଇ ଗଲାନି ତ. ତାଙ୍କର କଥାବାର୍ତ୍ତା ଶୁଣି ଧନୁ ମୁଣ୍ଡା ଏବଂ ତା ସ୍ତ୍ରୀ ଆହୁରି ଡରି ଯାଉଥିଲେ.
କିଛି କହିବା, ଭାବିବା ପୂର୍ବରୁ ସୋମେନ ବାବୁ ଲାଗି ପଡ଼ିଥିଲେ ଘରର ପ୍ରତ୍ୟକ କୋଣ କୁ ଖୋଜିବାରେ. ଦୀର୍ଘ ସମୟ ଖୋଜିବା ପରେ ତାଙ୍କ ନଜର ପଡିଥିଲା ଧାନ ଖଳା ରେ ଥିବା ଘମ ଉପରେ. ତୁରନ୍ତ ତାକୁ ଖୋଲି ଦେଖି ଥିଲେ କୁନି ଝିଅଟି ଅଚେତ ଅବସ୍ଥାରେ ପଡିଛି. ବିଳମ୍ବ ନ କରି ଆମ୍ବୁଲାନ୍ସ ଦ୍ୱାରା ହସ୍ପିଟାଲ ନେଇ ଯାଇଥିଲେ ସୋମେନ ବାବୁ.
ପାଖାପାଖି ଦୁଇ /ତିନି ଘଣ୍ଟା ପରେ ଆଖି ଖୋଲିଥିଲା କୁଜରୀ.ପ୍ରଥମ ଶବ୍ଦ ତାର ମାଈ ବୋଲି ଥିଲା. ଧନୁମୁଣ୍ଡା ଆଉ ତା ସ୍ତ୍ରୀ ଛାତି ଫଟା କୋହରେ କୁଣ୍ଢେଇ ପକାଇ ଥିଲେ କୁଜରୀ କୁ. ଡାକ୍ତର ବାବୁ ମଧ୍ୟ୍ୟ ନ ଖାଇ, ପି, ଡରରେ ପିଲାଟି ବେହୋସ ହୋଇଯାଇଥିଲା ଏବଂ ସାଲାଇନ, ମେଡ଼ିସିନ ଖାଇ ଭଲ ହୋଇ ଯିବ ବୋଲି କହି ସାରିଥିଲେ. ସେଥି ଲାଗି କୁଜରୀ କୁ ଆହୁରି ତିନି ଦିନ ଡାକ୍ତରଖାନାରେ ରହିବାକୁ ପଡିବ ବୋଲି କହିଥିଲେ.
ବାହାରିବା ସମୟରେ ଅଗାଢ଼ ତୃପ୍ତିମୟ ଭାବନାରେ ସୋମେନ ବାବୁଙ୍କୁ ହାତ ଯୋଡି, ଗୋଡ ତଳେ ପଡି ଯାଇଥିଲେ ଧନୁ ମୁଣ୍ଡା ଏବଂ ତା ସ୍ତ୍ରୀ. ନିଜର କର୍ମ କରିଛି କହି ବିଦାୟ ନେଲା ବେଳେ ଥିଲା ସୋମେନ ବାବୁଙ୍କ ମୁହଁରେ ଏକ ସାନ୍ତ୍ୱନା ମୂଳକ ସ୍ମିତ ହସ ଏବଂ ମନରେ ଥିଲା ନିଜ ଝିଅ ପ୍ରୀତି ର ଲୁଚକାଳି ଖେଳ.
ସମାପ୍ତ,
ଗଳ୍ପାଂଶ ଟି ବିସ୍ମିତା ସାହୁଙ୍କର ଗଳ୍ପରୁ ଅନୁପ୍ରେରିତ. ସେ ଜଣେ ବିଶିଷ୍ଟ ଗାଳ୍ପିକା.
ମୋ ଉପସ୍ଥାପନା ଚିନ୍ତାଧାରା,ଶୈଳୀ, ଗଳ୍ପାଂଶ ସହ ସାମଞ୍ଜସ୍ୟତା ମୋତେ ଭଲ ଲାଗିଲା.