Siddhartha Tripathy

Drama Classics

3  

Siddhartha Tripathy

Drama Classics

ଲଙ୍କା ଦହନ (ହନୁମାନ ଜୟନ୍ତୀ ଉପଲକ୍ଷ୍ୟେ)

ଲଙ୍କା ଦହନ (ହନୁମାନ ଜୟନ୍ତୀ ଉପଲକ୍ଷ୍ୟେ)

4 mins
152



ସବୁ ଆରମ୍ଭର ଶେଷ ଥାଏ। ସବୁ ଶେଷରୁ ଆରମ୍ଭ ହୁଏ। ଆଜିର ପଚିଶବର୍ଷ ସମୟର ଚକ୍ରରେ ପଚାଶ ହୁଏ।

ମୁଁ ମୋର ଯୌବନସମୟରୁ ରାମଚରିତ ମାନସାନୁରାଗୀ। ମୋର ପରମପୂଜ୍ୟ ପିତା ରାମଚରିତମାନସ ପ୍ରବଚକ। ମୁଁ ତାଙ୍କୁ ନେଇ ସବୁ ପ୍ରବଚନ କାର୍ଯ୍ଯକ୍ରମକୁ ଯାଏ ଓ ମନଦେଇ ଶୁଣେ। ସେଦିନର ପଚିଶବର୍ଷର ସିଦ୍ଧାର୍ଥ ଆଜି ପଚାଶବର୍ଷରେ ମନେ ପକେଇ ଲଙ୍କାଦହନ ଉପରେ କିଛିଟା ଲେଖିବାର ପ୍ରଚେଷ୍ଟା କରିଛି।

 ପ୍ରେମ ବହୁତ ହୋଇଗଲା ଏଥର ଟିକିଏ ରାମ ପଢିବା। ଦ୍ୱିତୀୟତଃ ଆଜି ହିନ୍ଦୁଧର୍ମର ଶ୍ରେଷ୍ଠ ପର୍ବ ହନୁମାନ ଜୟନ୍ତୀ। ତେଣୁ କିଛିଟା ଆଧ୍ୟାତ୍ମିକ ଚେତନାର ପ୍ରଚେଷ୍ଟା କରିଛି।

ଆଶା ଭଲ ଲାଗିବ।

ଶ୍ରୀରାମ ରାମ ରଘୁନନ୍ଦନ ରାମ ରାମ,

ଶ୍ରୀରାମ ରାମ ଭରତାଗ୍ରଜ ରାମ ରାମ,

ଶ୍ରୀରାମ ରାମ ରଣକର୍କଶ ରାମ ରାମ,

ଶ୍ରୀରାମ ରାମ ଶରଣଂ ଭବ ରାମ ରାମ।

ରାମ କଥାକେ ରସିକବର ,

ରାମାୟନକେ ରସିକବର,

ଆଜ୍ଞାକାରୀ ମତିଧିର,

କହହୁଁ ଲଙ୍କାଦହନ କଥା ବିସ୍ତାର,

ଆଇଏ ପବନକୁମାର, ପଧାରିଏ ପବନକୁମାର,

ସିୟାବର ରାମଚନ୍ଦ୍ରକି ଜୟ,

ପବନପୁତ୍ର ହନୁମାନକି ଜୟ,

ଉମାପତି ମହାଦେବକି ଜୟ।

ମାତା ସୀତା ଅଶୋକବନରେ ବନ୍ଦିନୀ। ପହଞ୍ଚିଗଲେ ହନୁମାନ। ସୀତାଙ୍କୁ ହନୁମାନ ସମ୍ପୁର୍ଣ୍ଣ ରାମଚନ୍ଦ୍ରଙ୍କ କିର୍ତ୍ତୀର ଗାଥା ଶୁଣାଇଲେ। ଶେଷରେ ବାଳିବଧ ଓ ସୁଗ୍ରୀବର ରାଜ୍ୟାଭିଷେକର କଥା କହିଲେ। ସବୁଶୁଣିସାରି ମାତାସୀତା ଚିନ୍ତାରେ ଭୃକୁଞ୍ଚନ କରି କହିଲେ ତୋପରି ଛୋଟ ବାନରଗୁଡାକ ଏତେ କାଣ୍ଡ ଭିଆଇଲ ? ତାଛଡା ତୋପରି ବାନରସେନା ଧରି ମହାପ୍ରଭୁ ଏହି ପ୍ରବଳପ୍ରତାପୀ, ମହାପରାକ୍ରମୀ, ମହାଜ୍ଞାନୀ ରାବଣ କବଳରୁ ମୋତେ ମୁକ୍ତ କରିବେ ?

ହଠାତ୍.......

ଘୋର ଘର୍ଘର ରୂପତହୁଁ ଧାରା,

ସୁରତହିଁ ଭୟହୁଁ ପର୍ବତାକାରା।

ହନୁମନ୍ତ ପାଦ ପୃଥିବୀରେ ନଥିଲା, ଶରୀର ଆକାଶ ସ୍ପର୍ଶ କରିଥିଲା।

ଜାନକୀ କହିଲେ, ବାବୁରେ ! ମୂଳରୂପକୁ ଆସିଯାଅ।

ହନୁମାନ ବାନର ରୂପକୁ ଆସି କହିଲେ, ମାଆ ! ଭାରୀ ଭୋକ। କିଛି ଖାଇବାକୁ ଦିଅ।

ସୀତାଙ୍କ ଆଖିରୁ ଧାରଧାର ଅଶୃ ବହିବାରେ ଲାଗିଲା। କହିଲେ ବାବୁରେ ! ମାଆ ପୁଅକୁ ନିରାଶ କରେନାହିଁ, ହେଲେ ମୁଁ ତ ଅଶୋକ ବାଟିକାରେ ବନ୍ଦିନୀ। କ'ଣ ଦେଇପାରିବି ତତେ ?

ହନୁମାନ କହିଲେ ମାଆ !

ତମେ ମୋତେ ଆଦେଶକର। ମୁଁ ଖାଇବା ବ୍ୟବସ୍ଥା ଏହି ଅଶୋକବନରେ କରିବି। ସୀତା କହିଲେ ଏତେ ରାସ୍ତା ଅତିକ୍ରମ କଲୁ, କିଛି ଖାଇବାକୁ ପାଇଲୁ ନାହିଁ ?

ହନୁମାନ କହିଲେ ମାଆ ! ରାସ୍ତାରେ ମୋତେ ଖାଇବା ଲୋକ ଯଥା ସମ୍ପାତି, ଲଙ୍କିନୀ ମିଳିଲେ, ମୋତେ ଖୁଆଇବା ଲୋକ ମିଳିଲେ ନାହିଁ। ଭାରୀ ଭୋକ। ସୀତା କହିଲେ, ଠିକ୍ ଅଛି, ମୁଁ ଅନୁମତି ଦେଉଛି କିନ୍ତୁ ଗଛରୁ ଫଳଛିଣ୍ଡାଇ ଖାଇବୁ ନାହିଁ, ତଳେ ପଡିଥିବା ପାଚିଲା ଫଳ ଖାଇବୁ।

ଖୁସିରେ ହଁ ଭରି " ଜୟ ଶ୍ରୀରାମ " କହି ଆଗକୁ ବଢିଲେ ହନୁମାନ।

ବୁଲିଗଲେ ଚତୁର୍ଦ୍ଦିଗ। କିନ୍ତୁ ଗୋଟିଏ ବି ଫଳ ତଳେ ପଡିନଥିଲା। ଗଛଭର୍ତ୍ତି ଥିଲା।

ସୁନ୍ଦର କଥାଟିଏ ତୁଳସୀଦାସ ଲେଖିଛନ୍ତି ::

ଲଙ୍କାରେ ସମସ୍ତେ ମାଂସାହାରୀ, ତେଣୁ ଫଳ କେହି ଖାଉନଥିବାରୁ ତଳେ ଫଳ ପଡିନଥିଲା।

କିଛିକ୍ଷଣ ଚିନ୍ତାକଲେ ହନୁମାନ। ମାଆଙ୍କ ଆଦେଶମାନି ଫଳ ନଛିଣ୍ଡାଇ ଗଛ ଉପାଡି ତଳେ କଚାଡିଦେଲେ। ଫଳସବୁ ତଳେ ଝଡିପଡିଲା ଓ ସେ ଗୋଟାଇ ଖାଇଲେ।

ତୁଳସୀଦାସ ଗଛ ଉପାଡିବା କଥା ଲେଖିବାର କାରଣ ::

ଲଙ୍କା ପ୍ରବେଶ ପଥରେ ବହୁତ ଗଛ। ରାମଚନ୍ଦ୍ର ଯୁଦ୍ଧ କରିବା ସମୟରେ ବ୍ୟାକୁଳ ହୋଇ ସୀତାମାତାଙ୍କୁ ଦେଖିବାରେ ବାଧକ ଏହି ଗଛ। ତେଣୁ ସେ ଗଛ ଉପାଡି ସଫା କରିଦେଲେ।

"ରାମ " ଶବ୍ଦରେ ବ୍ରହ୍ମତତ୍ତ୍ୱ ଓ ଜୀବତତ୍ତ୍ୱ ରହିଛି।

ରା-- ରା ତ୍ ରାମାୟଣଂ ଜ୍ଞେୟମ୍।

ମ-- ମ ନ୍ ମହାଭାରତଃ ଶୃତଃ।


ଚାରିଆଡେ ବିକ୍ଷିପ୍ତ ହୋଇ ପଡିରହିଲା ଅଶୋକ ବାଟିକାର ସୁନ୍ଦର ବୃକ୍ଷରାଜି। ଗଛପଡିବା ଶବ୍ଦରେ ପହଞ୍ଚିଗଲେ ଅଶୋକବାଟିକାର ରାକ୍ଷସ ଜଗୁଆଳି।

ହନୁମାନଙ୍କୁ ଆକଟକରି ତାଙ୍କରି ରୋଷର ଶିକାର ହୋଇ ଛାଡିଦେବାକୁ ଅନୁରୋଧ କଲେ। ହନୁମାନ କହିଲେ ସମସ୍ତଙ୍କୁ ଛାଡିଦେବି କିନ୍ତୁ ମୋ ସହ ଗାଇଚାଲ :

  ରାମରାମ ସୀତାରାମ

  ରାମରାମ ସୀତାରାମ

ଲଙ୍କାରେ ହରିଶବ୍ଦ ଶୁଣି ଦୁଷ୍ଟ ରାବଣ ଆସି ପହଞ୍ଚିବ।

ଭାଗବତରେ ସୁନ୍ଦର କଥାଟିଏ ଉଲ୍ଲେଖ ଅଛି। ସତ୍ୟ ଯୁଗରେ ପ୍ରହ୍ଲାଦ ଗୁରୁଆଶ୍ରମରେ ପଢିବା ସମୟରେ ହିରଣ୍ୟକଶିପୁ ସେନାପତି ଓ ମନ୍ତ୍ରୀଗଣଙ୍କୁ ଅଲଗା ଅଲଗା ସମୟରେ ପଠେଇଲା ପ୍ରହ୍ଲାଦ କ'ଣ ପଢୁଛି ଦେଖିବାପାଇଁ। ସେମାନେ ଦେଖିଲେ ସମସ୍ତ ଶିଷ୍ଯ କହୁଛନ୍ତି ଶ୍ରୀହରି

ସେକଥା ହିରଣ୍ୟକଶିପୁର କାନରେ ପଡିଲା। ସେ ଏମାନଙ୍କ କଥାକୁ ଅବିଶ୍ବାସ କରି ନିଜେ ଗଲା ଓ ଶ୍ରୀହରି ହିଁ ଶୁଣି ବ୍ୟାକୁଳ ଓ ଚିନ୍ତିତ ମନରେ ଫେରିଲା।

ଠିକ୍ ସେମିତି ହନୁମାନ ରାକ୍ଷସଗୁଡାକୁ କାଖରେ ଜାକି କହୁଥିଲେ :

ରାମରାମ ସୀତାରାମ

ରାମରାମ ସୀତାରାମ

ବଡପାଟିରେ ଉଚ୍ଚାରଣ କରିବାକୁ ବାଧ୍ଯ କରୁଥିଲେ ରାକ୍ଷସଗୁଡାକୁ।

ହନୁମାନ କହୁଥିଲେ ବଡପାଟିରେ ଗାନକର। ତମ ମହାରାଜ ବର୍ତ୍ତମାନ ସୁଖନିଦ୍ରାରେ ଥିବେ। ନାଗକନ୍ୟା ମାନେ ପଦସଂଚାଳନ କରୁଥିବେ। ରାବଣକୁ ଶୁଣାଯିବନାହିଁ। ତେଣୁ ପାଟିକରି କୁହ।

ହନୁମାନ କହୁଥିଲେ ଏମିତି ବି ତମେ ଅଳ୍ପାୟୁ।

" ଅଠର ଦିବସ ହେବ ଏଠି ମହାରଣ,

ଯୁଦ୍ଧ କ୍ଷେତ୍ରେ ବାବୁ ସର୍ବେ ହୋଇବ ନିଧନ। "

ପାଟିଗୋଳ ଶୁଣି ରାବଣ ପୁତ୍ର ଅକ୍ଷୟକୁମାରକୁ ଆଦେଶ କଲା, ପୁତ୍ର ଅଶୋକବାଟିକାରେ କୋଳାହଳର କାରଣ ଦେଖିଆସ। ଅକ୍ଷୟକୁମାର ଅଶୋକବାଟିକାର ଏତାଦୃଶ ପରିସ୍ଥିତି ଦେଖି କ୍ରୋଧରେ ଜର୍ଜରିତ ହୋଇ ହନୁମାନ ସହ ଯୁଦ୍ଧ କରି ନିହତ ହେଲା।

ଅକ୍ଷୟକୁମାର ଫେରିବାରେ ବିଳମ୍ବ ଦେଖି ରାବଣ ପୁତ୍ର ଇନ୍ଦ୍ରଜିତଙ୍କୁ ଆଦେଶ କଲା। ମହାପରାକ୍ରମୀ ଇନ୍ଦ୍ରଜିତ କ୍ରୋଧରେ ହନୁମାନ ସହ ଯୁଦ୍ଧ କଲେ। ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବାର ଦେଖି ଚୁପଚାପ ଠିଆ ହୋଇଗଲେ ହନୁମାନ।

ବ୍ରହ୍ମାସ୍ତ୍ର ବିରୁଦ୍ଧରେ ଯିବା ଅର୍ଥ ବ୍ରହ୍ମାଙ୍କର ଅପମାନ। ତେଣୁ ଇନ୍ଦ୍ରଜିତ ସଫଳ ହୋଇ ବାନ୍ଧିନେଇ ରାବଣର ରାଜସଭାରେ ହନୁମାନଙ୍କୁ ଉପସ୍ଥିତ କରାଇବା ସହ ସମସ୍ତ ବୃତ୍ତାନ୍ତ ବର୍ଣ୍ଣନା କଲା। କ୍ରୋଧ ଜର୍ଜରିତ ରାବଣ ହନୁମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଲା। ଅଟକାଇଲେ ବିଭୀଷଣ। କହିଲେ ଭାଇ ! ଏହି ବାନର ଦୂତ ଅଟେ। ଦୂତକୁ ମୃତ୍ୟୁଦଣ୍ଡ ଦେବା ତୁମପରି ମହାପଣ୍ଡିତ ପକ୍ଷେ ଅଶୋଭନୀୟ।

ମନ୍ତ୍ରୀଗଣ କହିଲେ ମର୍କଟର ପ୍ରିୟ ଲାଙ୍ଗୁଳ। ଲାଙ୍ଗୁଳରେ ନିଆଁ ଲାଗିଲେ ଖଣ୍ଡିଆ, ଛିଣ୍ଡା ଲାଙ୍ଗୁଳ ମାଙ୍କଡ ରାମ ପାଖରେ ପହଞ୍ଚିବ ଓ ରାମ ଜାଣିବ ମହାପରାକ୍ରମୀ, ମହାପଣ୍ଡିତ ରାବଣର କରାମତି।

ଠୋ ଠୋ ହସିଉଠି ରାଜିହୋଇ ସେୟା ଆଦେଶକଲା ରାବଣ।

ହସୁଥିଲେ ହନୁମାନଜୀ ମହାରାଜ।

କାରଣ.......

ଶଙ୍କର ଭଗବାନଙ୍କ ମର୍ତ୍ତ୍ୟର ଅବତାର ଗ୍ରହଣ ସମୟରେ ପାର୍ବତୀ କହିଲେ ଶିବଙ୍କ ବିନା ପାର୍ବତୀ ଶବ।

ଶଙ୍କର ଭଗବାନ କହିଲେ ହେ ପାର୍ବତୀ ! ମୁଁ ତ୍ରେତୟାର ହନୁମାନ ଓ ତମେ ମୋ ଲାଙ୍ଗୁଳ।

ପାର୍ବତୀ କାଳୀ, ପାର୍ବତୀ ଅଗ୍ନିମୁଖା। ତେଳ ଢାଳିଲେ ବିନା ଅଗ୍ନିସଂଯୋଗରେ ଜଳିଯିବ।

ହନୁମାନଙ୍କ ଲାଙ୍ଗୁଳରେ ଅଗ୍ନିସଂଯୋଗ କରିବା ପୁର୍ବରୁ ଲୁଗା ବନ୍ଧାହେଲା। ଲାଙ୍ଗୁଳ ବଢିଲା, ଲଙ୍କାର ଲୁଗା ସରିଲା। ପୁର୍ବ ରାତ୍ରିରେ ଲାଙ୍ଗୁଳରେ ଲଙ୍କାର ସମସ୍ତ ପାଣିହାଣ୍ଡି ଭାଙ୍ଗିସାରିଥିଲେ ହନୁମାନ। ହନୁମାନଙ୍କ ଲାଙ୍ଗୁଳ ସ୍ୱୟଂ କାଳୀ। ଲେଲିହାନ ଅଗ୍ନିଶିଖାରେ ଦହନ ହୋଇଗଲା ସ୍ଵର୍ଣ୍ଣ ଲଙ୍କା ଓ ଦହନ ହୋଇଗଲା ସ୍ଵର୍ଣ୍ଣ ଲଙ୍କା।

ଜଳିନଥିଲା ବିଭିଷଣର ଘର ଓ ସୀତା ରହୁଥିବା ସ୍ଥାନ।

      ଭକ୍ତର ଭଗବାନ

ଫେରିବା ପାଇଁ ଜାନକୀଙ୍କୁ ଅନୁମତି ମାଗିବାସହ ଆସିବାର ପ୍ରମାଣ ସ୍ୱରୁପ କିଛି ମାଗିଲେ ହନୁମାନ।

ଜନକନନ୍ଦିନୀ ନିଜର ଚୁଡାମଣିଟି ହନୁମାନଙ୍କ ହାତକୁ ଦେଲେ। ସେହି ଚୁଡାମଣି କୌଶଲ୍ୟା ଶାଶୁର ଗୋଡମୋଡା ପାଉଣା ସ୍ୱରୂପ ବୈଦେହୀଙ୍କୁ ଦେଇଥିଲେ। ତାହା କୌଶଲ୍ୟାଙ୍କୁ ମହାରାଜ ଦଶରଥ ଦେଇଥିଲେ। ତାହା ସାମାନ୍ଯ ଚୁଡାମଣୀ ନଥିଲା। ତାହାଥିଲା ଅନନ୍ତ ବାସୁକୀର ମଣି। ଶୀତଳତାର ପ୍ରତୀକ। ସେହି ଚୁଡାମଣୀ ଜଟରେ ଧାରଣ କରିଥିବାରୁ ରାମଚନ୍ଦ୍ରଙ୍କୁ ନାଗଫାଶ ବନ୍ଧନର ଜ୍ୱାଳା ଅନୁଭୂତ ହୋଇନଥିଲା।

ଚୁଡାମଣି ନେଇ ହନୁମାନ ରାମଚନ୍ଦ୍ରଙ୍କୁ ପ୍ରଣାମ କରିବାସହ ସମସ୍ତ ବୃତ୍ତାନ୍ତ କହିଲେ। ରାମଚନ୍ଦ୍ର କହିଲେ, ହନୁମାନ ! ତୁ ଦୂତ ହୋଇଯାଇଥିଲୁ। ଅଥଚ ଶତୃ ହେଲେ ବି ସ୍ଵର୍ଣ୍ଣ ଲଙ୍କା ଦହନ ଅନୁଚିତ ଥିଲା।

ସ୍ମିତହସି ହନୁମାନ କହିଲେ--

ପ୍ରଭୁ------!

ମୁଁ ତ ଲଙ୍କା ଦହନ କରିନାହିଁ।

ପ୍ରଭୁ-----!

ସଂସାରରେ ବହୁତ ଲୋକ ଇହଧାମ ତ୍ୟାଗ କରନ୍ତି। ସ୍ୱାମୀ ମରିଗଲେ ସ୍ତ୍ରୀ କୁହେ ଯମରାଜ ନେଇଗଲେ। ପୁଅ ମଲେ ବାପ କୁହେ ଯମରାଜ ନେଇଗଲେ। କିନ୍ତୁ ପ୍ରକୃତରେ ସମସ୍ତେ ଜରା, ବ୍ୟାଧିରେ ମରନ୍ତି କିନ୍ତୁ ଦୋଷ ଲଦାହୁଏ ଯମରାଜଙ୍କ ଉପରେ।

ଠିକ୍ ସେମିତି.....ମୁଁ ଲଙ୍କା ଦହନ କରିନାହିଁ ପ୍ରଭୁ। ତମ ଚକ୍ଷୁର ଅଗ୍ନିରେ ଲଙ୍କା ଦହନ ହେଲା।



Rate this content
Log in

Similar oriya story from Drama