କ୍ୟାମେରା
କ୍ୟାମେରା
ସ୍ତ୍ରୀଙ୍କ ମୃତ୍ୟୁ ପରେ ଅବିନାଶ ବାବୁଙ୍କ ହେପାଜତ ପାଇଁ ଝିଅ ସଙ୍ଗରେ ନେଇଗଲା ବେଳେ ପ୍ରତିବାଦ ନକରି ମନ ପରିବର୍ତ୍ତନ ପାଇଁ କିଛି ଦିନ ନାତି ସହ କାଟିବାକୁ ଚାଲିଗଲେ ସିନା ହେଲେ ନାତିସହ ଖେଳୁ ଖେଳୁ ଅଯତ୍ନ ବଢ଼ିଯାଇଥିବା ନଖ ବାଜିଯିବା ଚିହ୍ନ ଦେଖି ଜୋଇଁ ଯେବେ ଅସନ୍ତୁଷ୍ଟତା ପ୍ରକାଶ କଲେ ଅବିନାଶ ସ୍ତ୍ରୀଙ୍କୁ ମନେପକାନ୍ତି, ସେ ପ୍ରତି ରବିବାର ନଖ କାଟିଦିଅନ୍ତି ଅଵିନାଶଙ୍କର, ଏଵେ ନିଜେ ନିଜର ନଖ କାଟିନପାରି ବ୍ୟସ୍ତ ହୋଇ ପଡିବା ବେଳେ ଝିଅ ଯେବେ ବାପାଙ୍କ ଅଭ୍ୟାସ ଭଲ ନୁହେଁ କହୁଥିଲା, ପୁଣି ନାତି କୁ ଗେଲ ରେ ଚୁଇଁଆ ଡାକିଲା ବେଳେ ଝିଅ ମନସ୍ତତ୍ଵର ଉଦାହରଣ ଦେଇ ଆକଟ କରୁଥିଲା, ଅବସରପ୍ରାପ୍ତ ମନସ୍ତତ୍ତ୍ୱ ପ୍ରଫେସର ଅବିନାଶ ବାବୁଙ୍କୁ ତ, ଅବିନାଶ ବାବୁ କେତେ କ'ଣ ଭାବୁଥିଲେ ଅତୀତ ଆଉ ବର୍ତ୍ତମାନ କୁ ନେଇ ଆଉ ବହୁତ ବାକି କାମ ସାରି ପୁଣି ଆସିବେ କହି ବାହାରିଥିଲେ ଘରକୁ l
ଏୟାରପୋର୍ଟ ରେ ପୁଅ ଗାଡ଼ିନେଇ ଆସିବା ଦୂର କଥା ଡ୍ରାଇଭର ସହ ତାଙ୍କ ଗାଡ଼ିବି ପଠେଇନଥିଲା, ଘରେ ପହଂଚି ଆହୁରି ଆଶ୍ଚର୍ଯ୍ୟ ହୋଇଥିଲେ ଯେବେ ତାଙ୍କ ବେଡ଼ରୁମ ତଳକୁ ଆସିଯାଇଥିଲା, ଆଉ କାରଣ ରେ ପୁଅ ଅତି ସୁନ୍ଦର ଭାବେ, ଆପଣଙ୍କ ଅଣ୍ଟାଧରୁଥିବାରୁ ଏହି ବ୍ୟବସ୍ଥା କରାଯାଇଛି କହିଥିଲା, ତ ଅବିନାଶବାବୁ ଉପରେ ଥିବା ନିଜ ବେଡ଼ ରୂମରୁ କପୁଲ ଫୋଟୋ ଟି ଆଣିବାକୁ ଯାଇ ନପାଇ ଉତ୍ତରରେ ସେଇଟା ଆଉ କଣ ଆବଶ୍ୟକ ଶୁଣି ଆଶ୍ଚମ୍ବିତ ହେବା ସହ ନିଜ ବେଡ଼ରୁମ ଟି ଡ୍ରଇଙ୍ଗରୁମ ହେଇଥିବାର ଦେଖି କେତେ କଣ ଭାବିଗଲେ ଅତୀତ ବର୍ତ୍ତମାନ ଓ ଭବିଷ୍ୟତ l
ତା ପରଦିନ ଯେବେ ଘୋଷଣା କଲେ ମୁଁ ଏ ଘରଟିକୁ ବର୍ତ୍ତମାନ ବିକିବାକୁ ଚାଁହୁଛି ତ ପୁଅ ଝିଅ କଥା ହୋଇ ଆମର ବି ଭାଗ ଅଛି କହିଲେତ, ଅବିନାଶବାବୁ କହିଥିଲେ ନିଶ୍ଚୟ ତୁମର ବି ଭାଗ ଅଛି, ବିକିସାରିବା ପରେ ଦୁଇଭାଗ ପୁଅ ଝିଅଙ୍କୁ ଦେଇସାରିବା ପରେ ଏକ ବିରାଟ ବଙ୍ଗଳା କିଣି ଚାକର ପୂଜାରୀ ନିୟୋଜିତ କରି ଚଳିବାରେ ତାଙ୍କର କିଛିବି ଅସୁବିଧା ହୋଇନଥିଲା, କାରଣ ନିଜ ପେନସନ ଓ ସ୍ତ୍ରୀ ଙ୍କ ପେନସନ ସହ ସମସ୍ତ ଗଛିତ ପଇସା ବର୍ତ୍ତମାନ କେବଳ ତାଙ୍କ ପାଇଁ ହିଁ ସେ ଖର୍ଚ୍ଚ କରୁଥିଲେ, ଉପରେ ଚଳି, ତଳଘର ସବୁ କଲ୍ୟାଣୀମଣ୍ଡପ କରିଥିଲେ, ବୁଝାସୁଝା ପାଇଁ ଜଣେ ମ୍ୟାନେଜର ବି ରଖିନେଇଥିଲେ l
ସେଦିନ ମ୍ୟାନେଜର ଯେବେ ଆସି ଜଣେଇଥିଲେ ତାଙ୍କ ପୁଅ କଲ୍ୟାଣୀ ମଣ୍ଡପ ଭଡା ରେ ନେବାକୁ ଚାଁହୁଛନ୍ତି, ତାଙ୍କ ପୁଅ ଅର୍ଥାତ ନାତିର ବ୍ରତଘର ପାଇଁ, ଆଉ ଭଡା କଣ ରଖିବା ଉଚିତ ହେବ ତ ଅବିନାଶ ବାବୁ ସିଧା କହିଥିଲେ ତୁମେ ତୁମ ଡିଉଟି ନକରି ପାରିଲେ ଅନ୍ୟତ୍ର ଦେଖ, ତ ମ୍ୟାନେଜର ଚାଲିଯିବା ପରେ ଅବିନାଶ ବାବୁ କେବଳ ସ୍ତ୍ରୀ ଙ୍କ ଫୋଟୋ ପାଖେ ଠିଆ ହୋଇ ଜୀବନ ର ବାକି କେତେ ପୃଷ୍ଠା କେମିତି କଟୁଛି ଦେଖିବାକୁ ବାକି ରହିଲା କହିବା ବେଳେ, ପୁଅ ର ତଳ ଘରେ ସାଜସଜ୍ଜା ସାଙ୍ଗକୁ ଡ୍ରନକ୍ୟାମେରା ଉଡିବା ପ୍ରସ୍ତୁତି ଭିତରେ ଝିଅ ପୁଅ ତାଙ୍କୁ ନିମନ୍ତ୍ରଣ କରିବାକୁ ଉପରକୁ ଆସିଥିଲେ ତ ଅବିନାଶ ବାବୁ କେବଳ ଏତିକି କହିଥିଲେ, କଲ୍ୟାଣୀମଣ୍ଡପ ଭଡା ନେବାକୁ ସହରରେ ଆଉ କେଉଁଠି ନଥିଲା ନା ଏଠାରେ କରିବା ଗୋଟେ ଚକ୍ରାନ୍ତ, ଯଦି ଭାବୁଥାଅ ଏଠାରେ ଆଉ ଭାଗ ଅଛି ବୋଲି ତେବେ ଜାଣିରଖ, ଅନାଥାଶ୍ରମ ନାମ ରେ ଉଇଲ ହୋଇସାରିଛି, ମୋ ମୃତ୍ୟୁ ପରେ ଏ ସବୁର ମାଲିକାନା ଅନାଥାଶ୍ରମ କୁ ଯିବ, ପୁଅ ଝିଅ ଦୁହେଁ ଫେରୁଥିଲେ ଆଉ ଦ୍ରୋନକ୍ୟମେରା ଟା ଉଡି ଉଡି ଆକାଶରେ ଫୋଟୋ ଉଠାଉଥିଲା l