STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

କୁନିମନର ବଡ କଥା

କୁନିମନର ବଡ କଥା

1 min
252


କିଛିମାସ ତଳରକଥା।ଦିନ ପ୍ରାୟ ଗୋଟାଏ ହେବ।ମୁଁ ସ୍କୁଲ୍ ରୁ ଫେରୁଥାଏ।ଗେଟ୍ ପାଖରେ ବୃଦ୍ଧା ଜଣେ ଭିକ୍ଷା ମାଗିଲେ।ପୁଅ ହାତରେ ଖୁଚୁରା ପଇସା ଦେଲି।ସେ ବୃଦ୍ଧା ପୁଣି ମା....ଆ ...ମା...ଆ ....ଡାକିଲେ। ମୁଁ ପାଖକୁ ଗଲି। ସେ ଲୁଗା ଖଣ୍ଡେ ମାଗୁଥିଲେ।ପୁରୁଣା ଲୁଗା ଦେବାକୁ ମନ କହିଲାନି। ପୁଅ କହିଲା ଆଈର ପୁରୁଣା ଲୁଗା ଦେବାକୁ, ବୁଝାଇ ଦେଲି କାହାକୁ ବି ପୁରୁଣା କାଇଁ ଦେବା ? ନୂଆ ତ ନାହିଁ। ସେ ବି ତ ଆମ ପରି ମଣିଷ। 

    ତା ପରଦିନ ପୁଅକୁ ବିସ୍କୁଟ୍ ଦେଲା ବେଳକୁ ଦେଖିଲି ପ୍ରାୟ ୨୵୩ ପ୍ରକାର ବିସ୍କୁଟ୍ ତାର ଥାଏ।ସେଥିରୁ ଏକମାତ୍ର ପ୍ଯାକେଟ୍ ଥିବା ଲୁଣି ବିସ୍କୁଟ୍ ପ୍ଯାକେଟ୍ ଟି ନାହିଁ।ବିସ୍କୁଟ୍ ଟା ଖାଇଥିଲୁ କି? ପଚାରିବାରୁ କହିଲା, କାଲି ଯେଉଁ ଆଈ ଲୁଗା ମାଗୁଥିଲେ ମୁଁ ତାଙ୍କୁ ବିସ୍କୁଟ୍ ଦେଇଦେଇଛି।ଆମର ସିନା ଲୁଗା ନଥିଲା ତାଙ୍କୁ ଦେବାକୁ କିନ୍ତୁ ଖରାରେ ତାଙ୍କୁ ଭୋକ ଲାଗୁଥିବ ତ ସେଥିପାଇଁ ବିସ୍କୁଟ୍ ଦେଇଦେଇଛି। ତା ଉତ୍ତର ଶୁଣି ମୁଁ ଅବାକ୍ ହୋଇଗଲି। ଆଖିରେ ଲୁହ ଜକେଇ ଆସିଲା।ତା ଦୟାଳୁ ଭାବନା ଦେଖି। ମୁଁ ଚୁପ୍ ରହିବା ଦେଖି ସେ ପଚାରିଲା ରାଗିଲୁ କି? ଭୁଲ୍ କାମ କରିଛି କି? ତତେ ନ ପଚାରି ଦେଇ ଦେଇଛିତ।ମୁଁ କହିଲି, ନା ରାଗିବି କାହିଁକି? ତୁ ତ ଭଲ କାମ କରିଛୁ।ପୁଅ ଖୁସିରେ ସ୍କୁଲ୍ ବାହାରିଗଲା।

   ମୋ ମନରେ କିନ୍ତୁ ଖେଳୁଥିଲା ୪ବର୍ଷ ପୁଅର କୁନି ମନର ବଡକଥାଟି ଆମର ଗୋଟିଏ ଜିନିଷ କାହାକୁ ଦେବାର କ୍ଷମତା ନଥିଲେ ମଧ୍ୟ ଇଚ୍ଛା ଥିଲେ ଆମେ ସକ୍ଷମ ଅନୁସାରେ ଅନ୍ଯମାନଙ୍କୁ ସାହାଯ୍ୟ ସହଯୋଗ କରିପାରିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Children