STORYMIRROR

Sangita Mishra Satapathy

Tragedy

4  

Sangita Mishra Satapathy

Tragedy

ଜୀବନସାଥୀ ୨

ଜୀବନସାଥୀ ୨

1 min
250


ସୁବ୍ରତବାବୁ ଆଖି ଖୋଲି ନିଜକୁ ପାଇଲେ ନିସ୍ତବ୍ଧ କୋଠରୀରେ।

ପାଖରେ ନାଥିଲେ ପତ୍ନୀ ନମିତା ନା ଥିଲେ ପୁଅ ଝିଅ ।ଅପରିଚିତ କୋଠରୀରେ ଅପରିଚିତ ନର୍ସ ଜଣେ ଚୌକିରେ ଢୁଳାଇ ପଡିଥିଲା।ସୁବ୍ରତ ବାବୁ ମନେ ପକାଇବାକୁ ଚେଷ୍ଟା କରୁଥିଲେ ପ୍ରତିଟି ଦୃଶ୍ଯ ଛବିପରି ନାଚିଗଲା ଆଖି ଆଗରେ।ସୁବ୍ରତବାବୁ ଜଣେ ପ୍ରତିଷ୍ଠିତ ବ୍ଯବସାୟୀ। ନିଜର ଆଭିଜାତ୍ଯର ଚାକଚକ୍ଯ ଦେଖାଇ ଆଧୁନିକତାର ଦ୍ବାହିଦେଇ ମଦ୍ୟପାନ କରି ପତ୍ନୀ ଘରକୁ ଫେରନ୍ତି ବିଳମ୍ବିତ ରାତ୍ରିରେ ପାର୍ଟି ଓ କ୍ଲବ ଆଟେନ୍ କରି।ଏବେ ଝିଅ ସୁକନ୍ଯା ବି ସେଇ ପଥର ଯାତ୍ରୀ। ଯାହା ସୁବ୍ରତବାବୁଙ୍କର ପସନ୍ଦ ନୁହେଁ। 

ଏଭଳି ବିପରୀତ ରୁଚିକୁ ନେଇ ସେଦିନ ହୋଇଥିଲା ଦୁହିଁଙ୍କ ମଧ୍ୟରେ ଖୁବ୍ ଯୁକ୍ତିତର୍କ।ପୁଅ ଝିଅ ମଧ୍ୟ ବାପାଙ୍କୁ ହାତ ଉଠାଇବାକୁ ପଛାଇନଥିଲେ outdated କହି।ଖୁବ୍ ବାଧିଥିଲା ।ତା ପରେ ସେଚେତା ଶୂନ୍ଯ ହୋଇ ପଡିଥିଲେ।ତାପରେ...

ହଠାତ୍ ନର୍ସର ନିଦ ଭାଙ୍ଗି ଗଲା।ତରବର ହୋଇ ସେ ଔଷଧ ଖୋଆଇ ଦେଲା।ସୁବ୍ରତବାବୁ ପତ୍ନୀ ନମିତା କାହାଁନ୍ତି ବୋଲି ପଚାରିବାରୁ ନର୍ସ କହିଲା,ଅର୍ଜେଣ୍ଟପାର୍ଟି ଆଟେନ୍ କରିବାକୁ ମ୍ଯାଡାମ୍ ଚାଲିଯାଇଛନ୍ତି। ମୋତେ କିଛି ଟଙ୍କା ଦେଇଯାଇଛନ୍ତି ଆପଣଙ୍କ ଯତ୍ନ ନେବା ପାଇଁ। ଆପଣ ଏବେ ରେଷ୍ଟ ନିଅନ୍ତୁ।

କେହି କଣ ନିଜ ସ୍ବାମୀକୁ ଏପରି ଅବସ୍ଥାରେ ଛାଡି ଚାଲିଯାଇପାରେ ନର୍ସଟି ଗୁଣୁଗୁଣୁ

ହୋଇ କହୁଥାଏ।ଦୀର୍ଘ ଶ୍ବାସ ପକାଇ  ସୁବ୍ରତବାବୁ ଶୋଇବାକୁ ଚେଷ୍ଟା କରୁଥିଲେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy