🧁ଆଇସ୍କ୍ରିମ ବାଲା🍨🍨🍨🍨🍨🍨🍦🍨🍨🍦🍨🍦🍨🍦🍨
🧁ଆଇସ୍କ୍ରିମ ବାଲା🍨🍨🍨🍨🍨🍨🍦🍨🍨🍦🍨🍦🍨🍦🍨
ଓଃ କି ଖରା!ଅସହ୍ଯ ଝାଞ୍ଜି.ସୂର୍ଯ୍ୟ ଯେମିତି କ୍ରୋଧରେ ଜଳୁଛନ୍ତି..ଖରା ତ ନୁହଁ ଆକାଶରୁ ସତେ ଯେପରି ଅଗ୍ନି ବର୍ଷା ହେଉଛି.ଅଧିକାଂଶ ସହରର ତାପମାତ୍ରା ୪୫ଡିଗ୍ରୀ ଉପରେ.ଗାଁ,ସହରର ବୁଝି ଜନଜୀବନ ଅସ୍ତବ୍ୟସ୍ତ. ପଶୁପକ୍ଷୀ ଡହଳ ବିକଳ.ଦିନ ୧୦ଟା ବେଳକୁଘରୁ ବାହାରକୁ ବାହାରିବା କଷ୍ଟ.ବଡ ବିରକ୍ତ ହେଉଥାନ୍ତି ରାଘବ ବାବୁ.ହଠାତ୍ ଟିନ୍..ଟିନ୍ ଶବ୍ଦ ଶୁଣି ବାଲ କୋନିକୁ ଆସି ଦେଖିଲେ ଆଇସ୍କ୍ରିମ
ଆଇସ୍କ୍ରିମ ଡାକି ମଝିରେ ମଝିରେ ଘଣ୍ଟି ବଜାଉଥାଏ ଲୋକଟି.ବୟ ସ ୫୦ /୫୫ବର୍ଷ ହେବ.ଦାରିଦ୍ର୍ୟର କଷାଘାତ,ଭୋକର ଭୂଗୋଳ ବାଧ୍ଯ କରିଛି ଏ ପ୍ରଚଣ୍ଡ ଖରାରେ ଏମିତି ବୁଲିବାକୁ.ଆଜିର ଏ ଅତ୍ଯାଧୁନିକ ଯୁଗରେ ବଜାରରେ ମାଳ ମାଳ ଦୋକାନରୁ ନାମୀଦାମୀ କମ୍ପାନୀର ଆଇସ୍କ୍ରିମ ନକିଛି କିଏ ବା କାହିଁ କି ଏ ବୁଲା ବିକାଳି ଠାରୁ ଶସ୍ତା ଆଇସ୍କ୍ରିମ କିଣିବ ତା ପୁଣି ଏ ଉଦୁଉଦିଆ ଦିପହର ଖରାରେ.କିନ୍ତୁ ତା ପାରିବାରିକ ସ୍ଥିତି ତାକୁ ହୁଏ ତ ବାଧ୍ଯ କରିଛି ଏ ପ୍ରଚଣ୍ଡ ଖରାରେ ଏମିତି ବୁଲି ବୁଲି ଆଇସ୍କ୍ରିମ ବିକିବାକୁ.କିନ୍ତ କିଣୁଛି କିଏ?
ଗ୍ରୀଷ୍ମରେ ଆଇସ୍କ୍ରିମ ଖାଇବାକୁ ଦେଇ ଗ୍ରୀଷ୍ମ ତୃଷ୍ଣା ମେଣ୍ଟାଉଥିବା ଆଇସ୍କ୍ରିମ ବାଲାର କ'ଣ ଇଚ୍ଛା ହୁଏନି ଆଇସ୍କ୍ରିମ ଖାଇବାକୁ!କିଏ କ'ଣ ଏ କଥା କେବେ ଚିନ୍ତା କରିଛି? ଏମିତି ଭାବି ଭାବି ରାଘବଦାସ ବାଲକୋନୀରେ ଓହ୍ଲାଇ ଗେଟ୍ ଖୋଲିଲେ.ଗରାଖ ଆସିଲେ ଭାବି ଆଇସ୍କ୍ରିମ ବାଲାର ମୁହଁରୁ ଉକୁଟି ଆସୁଥିବା ହସ ମଉଳିଗଲା ,ରାଘବନଙ୍କ ଆଭିଜାତ୍ୟପୂର୍ଣ୍ଣ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଠାଣି ଦେଖି. ହଠାତ ରାଘବଦାସ ଆଇସ୍କ୍ରିମ ବାଲାକୁ ଡାକିଲେ ଶୁଣ...ଆ...ମୋ ..ସହ କହି ଘର ଠାରୁ ଅଳ୍ପ ଦୂରରେ ଥିବା କଲୋନୀରେ ଥିବା ବୃଦ୍ଧାଶ୍ରମ ପାଖରେ ଅଟକି ଗଲେ ରାଘବ ବାବୁ.ସବୁ ଆଇସ୍କ୍ରିମ କିଣି ଆଇସ୍କ୍ରିମ ବାଲାକୁ ତାର ପ୍ରାପ୍ଯ ଦେଲେ।ବୃଦ୍ଧାଶ୍ରମର ଅନ୍ତେବାସୀଙ୍କ ହାତରେ ଥିଲା ଆଇସ୍କ୍ରିମ ଆଉ ଓଠରେ ହସ.ଆଇସ୍କ୍ରିମ ବାଲାର ହାତରେ ରାଘବ ବାବୁ ଧରାଇ ଦେଲେ ଆଇସ୍କ୍ରିମ. ଆଉ ସେ ଶଙ୍କି ଯାଇ ନାଇଁ ଆଜ୍ଞା ଥାଉ ଥାଉ କହିଲା ବେଳେ ପିଠି ଥାପୁଡେଇ ରାଘବ ବାବୁ କହିଲେ ଆରେ ନେ.ରାଘବବାବୁ ଆଉ ଆଇସ୍କ୍ରିମ ବାଲା ଉଭୟଙ୍କ ହାତରେ ଥିଲା ଆଇସ୍କ୍ରିମ
ଆଉ ମୁଖମଣ୍ଡଳ ରେଥିଲା ଆତ୍ମତୃପ୍ତିର ଆନନ୍ଦ ।
