Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.
Read a tale of endurance, will & a daring fight against Covid. Click here for "The Stalwarts" by Soni Shalini.

Sangita Mishra Satapathy

Inspirational

3.8  

Sangita Mishra Satapathy

Inspirational

ଭଡାଘର ଏକ ସମ୍ମୋହନ

ଭଡାଘର ଏକ ସମ୍ମୋହନ

2 mins
569


ସୁକନ୍ୟାର ନୂଆ ନୂଆ ଭୁବନେଶ୍ୱରରେ ପୋଷ୍ଟିଙ୍ଗ ହେଲା ଅଧ୍ୟାପିକା ଭାବେ । ସମ୍ବଲପୁରରୁ ଭୁବନେଶ୍ଵର । ନୂଆଜାଗା ପୁଣି ଭୁବନେଶ୍ଵର । ଭଡାଘରଟିଏ ନେଲା । ଉପର ମହଲାରେ ଘର ମାଲିକ ରହୁଥାନ୍ତି । ତଳେ ରହୁଥାଏ ସୁକନ୍ୟା । ନୂଆ ଜାଗା, ପୁଣି ଭଡାଘର ଜଗିରଖି ଚଳିବୁ । ବେଶୀ ମିଳାମିଶା କରିବୁନି ଏଥିଲା ବୋଉର ନିର୍ଦ୍ଧେଶ । ବୋଉ କଥାକୁ ଅକ୍ଷରେ ଅକ୍ଷରେ ପାଳନ କରୁଥିଲା ସୁକନ୍ୟା । ଏମିତିରେ ବି ସେ ଚୁପ୍ ଚାପ୍ ରହିବାକୁ ଭଲ ପାଏ । ମାସ ଆରମ୍ଭ ରୁ ଘରମାଲିକଙ୍କୁ ଫୋନ୍ ପେ କରି କଲ୍ ଟିଏ କରିଦେଲେ ତା କାମ ଶେଷ । 

ପ୍ରତିଦିନ ସେ ଲକ୍ଷ୍ଯ କରେବାଲ୍କୋନିରେ ଘର ମାଲିକାଣୀ ଓରଫ ମାଉସୀ ସୁକନ୍ୟା ଠିକ୍ କଲେଜ ଗଲାବେଳେ ଠିଆ ହୋଇଥାନ୍ତି ବାଲକୋନି ଉପରେ । ତାକୁ ଦେଖି ହସି ଦିଅନ୍ତି ଟିକେ । ସେ ହସରେ ଥାଏ ଆତ୍ମୀୟତା । ଆଉ ଅଦ୍ଭୁତ ସମ୍ମୋହନ । ସୁକନ୍ୟାକୁ ଲାଗେ ଯେପରି ତା ବୋଉ ଠିଆ ହୋଇଛି ତାକୁ ବାଟେଇ ଦେବାକୁ । ଠିକ୍ ଯେମିତି ତା ବୋଉ ଠିଆ ହେଉଥିଲା ସେ ସ୍କୁଲ ଆଉ କଲେଜ ପାଠ ପଢି ଗଲାବେଳେ ଆଉ ପୁଣି ପାଠ ପଢା ସାରି ଚାକିରି କଲାପରେ କଲେଜ ଗଲାବେଳକୁ । ସବୁ ମାଆ ବୋଧେ ଏମିତି । ଜୀବନର ଶେଷ ନିଃଶ୍ୱାସ ଥିବାଯାଏ ଭାବୁଥିବେ ତାଙ୍କ ପିଲା ସଂସାରର ସବୁଠାରୁ ଛୋଟ ଆଉ ଅଜ୍ଞାନ ବାଳୁତ । ପୁଣି କେଜାଣି କେମିତି ସେ ମାଉସୀ ତା ଫେରିବା ବେଳ ଜାଣନ୍ତି ସେମିତି ଅପେକ୍ଷି ଥାଆନ୍ତି ତା ଫେରିବା ବାଟକୁ ଯଦିଓ ତାର ସବୁଦିନ ଫେରିବାର ସମୟ ଭିନ୍ନ ଭିନ୍ନ ହୋଇଥାଏ । ସତେ ଯେମିତି ସୁକନ୍ୟା ଆସିଲେ ତାଙ୍କ ପିଣ୍ଡରେ ପ୍ରାଣ ପଶେ । ସବୁ ମାଆ ଏମିତି ପିଲା ଯେତେ ବଡ ହେଲେ ବି ତାଙ୍କ ଆଖିରେ ସେମିତି ଛୋଟ ହୋଇ ରହିଥାନ୍ତି । ଏମିତି ଭାବନା ଭିତରେ ସୁକନ୍ୟା ଘର ଭିତରକୁ ଆସି ଫ୍ରେସ୍ ହୋଇ ଚା' ଜଳଖିଆ ଖାଇବା ସାରି ଦିଏ । 

  ଏମିତି ଦୁଇବର୍ଷ ରହଣୀ ଭିତରେ ସୁକନ୍ୟା ଆଜି ଏକ ବ୍ୟତିକ୍ରମ ଦେଖିଲା । ସକାଳ ୧୦ଟାରେ କଲେଜ ଗଲାବେଳେ ସେ ବାଲକୋନିରେ ମାଉସୀଙ୍କୁ ଦେଖିବାକୁ ପାଇଲାନି । ହଠାତ୍ ଏ ବ୍ୟତିକ୍ରମ ତାକୁ ବ୍ୟସ୍ତ କରି ପକାଇଲା । ଆପେ ଆପେ ଏକ ଚୁମ୍ବକୀୟ ଆକର୍ଷଣରେ ସେ କେତେବେଳେ ଯାଇ ଚାରି ମହଲାଉପରେ ଯାଇ ଘରମାଲିକଙ୍କ ଦୁଆର ମୁହଁରେ ପହଞ୍ଚି ଯାଇଥିଲା ସେ ଜାଣି ପାରିଲାନି । ମାଉସୀ.......ମାଉସୀ ....ଡାକି ସେ କିଛି ଉତ୍ତର ପାଇଲାନି । ସୌଭାଗତଃ କବାଟ ବନ୍ଦ ନଥିଲା ଆଉଜା ହୋଇଥିଲା । କଲିଂ ବେଲ ଦେବା ପୂର୍ବରୁ କବାଟରେ ହାତ ବାଜୁ ବାଜୁ କବାଟଟି ଖୋଲିଗଲା । ଆଶ୍ଚର୍ଯ୍ୟ ହୋଇଗଲା ସୁକନ୍ୟା । ମାଉସୀ ତଳେ ଚଟାଣରେ ଚେତା ଶୂନ୍ୟ ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ ଡକାଇ ସୁକନ୍ୟା ମାଉସୀଙ୍କୁ ନର୍ସିହୋମରେ Admit କରାଇଲା । ଉଚ୍ଚ ରକ୍ତଚାପ ବଢିଯାଇଥିବାରୁ ଚେତା ଶୂନ୍ୟ ହୋଇଯାଇଥିଲେ ମାଉସୀ । ଠିକ୍ ସମୟରେ ହସ୍ପିଟାଲରେ ନପହଞ୍ଚିଥିଲେ ଜୀବନ ବଞ୍ଚାଇବା କଷ୍ଟ ହୋଇପଡିଥାନ୍ତା । ସକାଳ ୧୦ଟାରୁ କେତେବେଳେ ରାତି ୧୦ଟା ହୋଇଯାଇଥିଲା ସେକଥା ସୁକନ୍ୟା ଜାଣିପାରିନଥିଲା । ଯନ୍ତ୍ର ବତ୍ ସବୁ ସେବାଯତ୍ନ କରି ଚାଲିଥିଲା ଚେତା ଫେରିବା ଯାଏଁ । ହଠାତ୍ ଚେତା ଫେରିଥିଲା ମାଉସୀଙ୍କର । ଆଉ ସେ କୁଣ୍ଢାଇ ଧରିଥିଲେ ସୁକନ୍ୟାକୁ ଏକ ନିବିଡ ଆଶ୍ଳେଷେର । ଦୁହିଁଙ୍କ ଆଖିରୁ ଝରିଯାଉଥିଲା ଲୁହଧାର ବୋଲ ମାନୁନଥିଲା । 



Rate this content
Log in

More oriya story from Sangita Mishra Satapathy

Similar oriya story from Inspirational