STORYMIRROR

Sangita Mishra Satapathy

Abstract

3  

Sangita Mishra Satapathy

Abstract

ବୋଉ ଓ ଆଇସ୍କ୍ରିମ

ବୋଉ ଓ ଆଇସ୍କ୍ରିମ

1 min
20


ଟିନ୍ --ଟିନ୍---ଟି....ନ ଉଦୁଉଦିଆ ଦି ପହରଟାରେ ଘଣ୍ଟି ଶବ୍ଦ ଶୁଣି ଉଠିଆସିଲା ମିତୁ.ପ୍ରବଳ ଖରା ସାଙ୍ଗକୁ ଗରମ ଗୁଳୁଗୁଳି ଝାଳରେ ମଣିଷ 

ଗୋଟାପଣେ ଓଦା.ଘରକାମ ସାରି ଖାଇ ପିଇ ଟିକେ ଗଡପଡ ହୋଇ ଟିକେ ଆଖି ଲାଗିଗଲା ବେଳକୁ ଆଇସ୍କ୍ରିମ ବାଲାର ଟିନ୍ ଟିନ୍ ଘଣ୍ଟି ଶବ୍ଦ ଓଃ!ଚିଡ ଚିଡ଼ ହୋଇ ମିତୁ ତଳ ମହଲାକୁ ଓହ୍ଲାଇ ଆସିଲା ବେଳେ କହୁଥାଏ ,ଯାଏ ଦେଖେ ପୁଅ ଓମ କୁଆଡେ ଗଲା.

    ମିତୁ ଆସି ଦେଖିଲା,ବାପା,ବୋଉ ଆଉ ଓମ୍ ସମସ୍ତ ଙ୍କ ହାତରେ ଆଇସ୍କ୍ରିମ. 

ବୋଉ ହାତରେ ଆଇସ୍କ୍ରିମ ଦେଖିମିତୁ ଚକିତ ହେଲା.ମନେ ପକାଇଲା ପିଲା ଦିନର କଥା.ଆଇସ୍କ୍ରିମ ତା ବାପାଙ୍କର ଓ ଭାରି ପ୍ରିୟ.ଆଉ ତାର ବି.ଗାଁକୁ ଆସୁଥିବା ଆଇସ୍କ୍ରିମ ବାଲାର ଡାକ ସାଙ୍ଗକୁ ତା ଗୀତ ""ଖାଇବ ଆସ କମଳାରଙ୍ଗ ପକେଟରୁ କାଢ଼ିବ ପଇସା ଦଶ"""""କାନରେ ପଡିବା ମାତ୍ରେ ମିତୁ ଜିଗର କରି ବାପାଙ୍କ ଠାରୁ ପଇସା ନେଇ ଧାଇଁଯାଏ ଦାଣ୍ଡକୁ.ଆଉ ହାତରେ ଧରିବାରେ ଦୁଇଟି ଆଇସ୍କ୍ରିମ. ଗୋଟେ ତାର ଆଉ ଗୋଟେ ତା ବାପାଙ୍କ ର.ବୋଉ କୁ ଯାଚିଲେ ସେ କହେ ନ

ନାଇଁ ନାଇଁ ସେଗୁଡିକ ମୁଁ ଖାଇବିନି.ମୋ। ଦାନ୍ତ କୋଲାପ୍ସ ହୋଇ ଯିବ.ସେ କେବେ ବି ବୋଉ ହାତରେ ଆଇସ୍କ୍ରିମ ଦେଖିନି.ଅଥଚ ଆଜି ବୋଉ ଆଇସ୍କ୍ରିମ ଖାଉଛି ଆନନ୍ଦରେ.।ଓମ୍ ବୋଉ କୁ ଆଈ...... ନେ.....ଆଇ......କିମ୍.....କହି ଖୋଇ ଦେଉଛି.।ଆଉ ବୋଉ ଖୋଇ ଦେଉଛି ଓମ୍ କୁ.ମିତୁ ଅଜାଣତରେ ଖୁସିରେ ଝରି ଆସୁଥିଲା ଦୁଇ ଧାର ଲୁହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract