STORYMIRROR

Sangita Mishra Satapathy

Others

3  

Sangita Mishra Satapathy

Others

ଜୀବନସାଥୀ

ଜୀବନସାଥୀ

1 min
155

ଆଜି ତୁହାକୁ ତୁହା ବର୍ଷା ବର୍ଷି ଚାଲିଛି।ରୀତା ଦେବୀ ଏକାକୀ ହସ୍ପିଟାଲ ବେଡ୍ ପାଖରେ ବସି ବ୍ୟସ୍ତ ହୋଇ ପଡୁଥାନ୍ତି। ସ୍ୱାମୀ ରମେଶବାବୁ ନିଶ୍ଚଳ ହୋଇ ଶୋଇ ରହିଥାନ୍ତି। ହସ୍ପିଟାଲ ବେଡ୍ ରେ ରମେଶ ବାବୁଙ୍କର ସାଲାଇନ୍ ଚାଲିଥାଏ।କାଳେ ଆଖି ଲାଗିଯିବ ବୋଲି ରୀତା ଦେବୀ ଜଗିବସିଥାନ୍ତି।ସତେ ଯେପରି ତାଙ୍କ ଅଶ୍ରୁ ହୋଇ ବର୍ଷି ଚାଲିଛି। ଭାବି ଚାଲିଥାନ୍ତି ସକାଳର ଘଟଣାବଳୀ। ସକାଳେ ପୁଅ,ବୋହୂ, ନାତି,ନାତୁଣୀ,ଝିଅ,ଜ୍ୱାଇଁ, ସମସ୍ତେ ଆସିଥିଲେ ଦାମୀ କାର୍ ଚଢି କିଛି ଫଳ ଓ ହର୍ଲିକ୍ସ ବାପାଙ୍କ ବେଡ୍ ପାଖରେ ଥୋଇ ମାତ୍ର କେଇ ମିନିଟରେ ହସ୍ପିଟାଲ ଛାଡି ଚାଲିଯାଇଥିଲେ।ବାପାଙ୍କ ସ୍ନେହ ମମତାକୁ ତାତ୍ସଲ୍ୟ କରି।ହଠାତ୍ ହସ୍ପିଟାଲ ଘଣ୍ଟା ଠନ୍ ଠନ୍ ହୋଇ ଦୁଇ ଥର ବାଜି ଉଠିଲା।ଚମକି ପଡିଲେ ରୀତା ଦେବୀ।ଆରେ ସାଲାଇନ୍ ତ ସରିଯିବଣି। ନର୍ସକୁ ଡାକିଲେ ହେଲେ ଏ ବର୍ଷା ରାତିରେ କିଏ ବା ଶୁଣିବ!ଅନ୍ଧାର ଓ ପରିଣତ ବୟସ ଯୋଗୁଁ ନିଜେ ମଧ୍ୟ ଜାଣିପାରୁନଥିଲେ ସାଲାଇନ୍ ଚାଲିଛି କି ସରିଗଲାଣି।କାକୁତି ମିନତି ହୋଇ ହସ୍ପିଟାଲରେ ଥିବା ରୋଗୀମାନଙ୍କ ସମ୍ପର୍କୀୟଙ୍କୁ ଡାକିଲେ।ଶେଷରେ କେହି ଜଣେ ଅପରିଚିତଙ୍କ ସାହାଯ୍ୟରେ ସରିଥିବା ସାଲାଇନ୍ କାଢି ନୂଆ ସାଲାଇନ୍ ଲଗାଇଲେ।

  ସକାଳୁ ଆଖି ଖୋଲିଲେ ରମେଶବାବୁ। ଆଉ ଅନୁଭବ କରୁଥିଲେ ଜୀବନରେ ପ୍ରକୃତ ଜୀବନସାଥୀର ମହନୀୟତା ।

ରାତି ଅନିଦ୍ରା ହେତୁ ଆଖି ଲାଗିଯାଇଥିବା ରୀତାଦେବୀଙ୍କ ମଥାରେ ହାତ ସାଉଁଳାଇବା ମାତ୍ରେ ବ୍ୟସ୍ତ ବିବ୍ରତ ହୋଇ କହି ପକାଇଲେ ଆରେ ତମେ କେତେବେଳୁ ଉଠିଲଣି।

******00000**********



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍