Sangita Mishra Satapathy

Tragedy

4  

Sangita Mishra Satapathy

Tragedy

ଶୀତ ଓ ରତନାର ସ୍ବପ୍ନ

ଶୀତ ଓ ରତନାର ସ୍ବପ୍ନ

1 min
366


ଆଜି କାଇଁ ବେଶୀ ଶୀତ ହେଉଛି।କୁହୁଡି ଲାଗି ସକାଳ ସାତଟା ବି ରାତି ଅଧ ଭଳି ଲାଗୁଛି। ଛିଣ୍ଡାକନ୍ଥା ସହ ଚିରାଲୁଗା ଯୋଡି ଶୋଇଥିବା ରତନାର ଆଜି ଇଚ୍ଛା ହେଉନି ଉଠିବାକୁ। ନ ଉଠିଲେ କୋଉ ଚଳିବ! କୋଉ କାଳି ଅନ୍ଧାରୁ ମାଆ ତାର ଯିବଣି ହୋଟେଲରେ ବାସନ ମାଜିବାକୁ ସେ ଜରି ଗୋଟାଇ ନଗଲେ ଚୁଲି ଜଳିବ କେମତି?ଚାରି ଭାଇ ଭଉଣୀ ଖାଇବେ କଣ?

୨୵୪ଦିନ ଆଗରୁ ଜରି ଗୋଟାଇଲାବେଳେ ବାବୁମାନେ କଥା ହେଉଥିବାର ଶୁଣିଥିଲା,ଶୀତ କୁଆଡେ ଶସ୍ଯ ସମ୍ଭାର ନେଇ ଆସେ।ମଗୁଶୁରରେ ଶୀତ ସହ ମା ଲକ୍ଷ୍ମୀ କୁଆଡୁ ଧରାକୁ ଓହ୍ଲାଇ ଆସନ୍ତି। ଧନଧାନ୍ଯ ରେ ଭରିଦିଅନ୍ତି ଧରାକୁ।ବର୍ଷ ସାରା ଚାଷୀଭାଇ ଅନାଇଥାଏ ବିଲରୁ ଧାନ ଅମଳ ପାଇଁ। ପ୍ରକୃତି ବି ସଜାଇ ହୁଏ ଗେଣ୍ଡୁ, ସେବତି,ଡାଲିଆ,ରଂଗଣୀ,ଗୋଲାପ,ସୂର୍ଯ୍ୟମୁଖୀ ଆଦି ଫୁଲରେ।ଫୁଲ ଉପରେ କାକର ବୁନ୍ଦା ମୁକ୍ତା ପରି ଝଟକୁଥାଏ ପାର୍କ ଓ ବଡବାବୁମାନଙ୍କ ବଗିଚାରେ। ଖାଲିପାଦରେ ଦୁବଘାସ ଉପରେ ଚାଲୁ ଚାଲୁ କାକର ବିନ୍ଦୁ ତା ପାଦରେ ଲାଗିଲେ ପାଦ ତାର ହେମାଳ ହୋଇଯାଏ।

 ରତନା ଭାବେ ଶୀତ ମିତ ହୋଇ ବଡବଡିଆ ,ଅଫିସରଙ୍କ ପାଇଁ ଆସେ।ପନିପରିବାର ହାଟ ଯେମିତି ପ୍ରକୃତି ଆଣେ ସେଇମାନଙ୍କ ପାଇଁ। ଖଟି ଖଟି ଦିନ ଦିପହରକୁ ଆସିଲା ବେଳକୁ ପଖାଳ,ଆଳୁ କିମ୍ବା ଶୁଖୁଆପୋଡା ଭାଗ୍ଯରେ ଜୁଟିବା ବଡ କଥା। କୋବି ଝୋଳ ଅବା ଟମାଟ ଖଟା ତା ପାଇଁ ସାତ ସପନ।ବସ୍ତିଲୋକେ ନିଆଁ ପୋଇଁଲା ବେଳେ ତା ପାଖରେ ସମୟ ନଥାଏ ବସିବାକୁ। ଏସନ ଜାଡ ଏତେ ବେଶୀ ଯେ ନେତି ଆଈ କହୁଥିଲା ହାଡଭଙ୍ଗା ଶୀତ।ଦି ଦି ଟା ଚିରା ସାର୍ଟ ବି ଶୀତ ସମ୍ଭାଳୁ ନାହିଁ। ରତନର ଇଚ୍ଛା ସେ ପାଠପଢି ବଡ ମଣିଷ ହୁଅନ୍ତା। ଭଲ ସାର୍ଟ,ପ୍ଯାଣ୍ଟ ପିନ୍ଧି ବାବୁ ହୁଅନ୍ତା। ଗଲାସନ ଯେପରି ତାଙ୍କ ବସ୍ତିକୁ ବାବୁ ଆସି କମ୍ବଳ ବାଣ୍ଟୁଥିଲେ। ସେ ବି ବାଣ୍ଟନ୍ତା ତା ବସ୍ତିଲୋକଙ୍କୁ,ଷ୍ଟେସନରେ ବସଷ୍ଟାଣ୍ଡ ,ରାସ୍ତା କଡରେ,ଡାକ୍ତରଖାନା ବାରଣ୍ଡାରେ ଶୋଉଥିବା ଲୋକମାନଙ୍କୁ। ହେଲେ ଏତେ ସପନକୁ ତା ରାତି କାଇଁ?ସେ ତ ସ୍କୁଲ୍ ବାରଣ୍ଡା ମାଡିନି ଏ ଯାଏଁ। ଛିଣ୍ଡାକନ୍ଥା ଭିତରୁ କାଳିଆ ଠାକୁରଙ୍କୁ ହାତଯୋଡି କହିଲା ଏ ଶୀତ ବଡ ବଡୁଆଙ୍କ ପାଇଁ ଆଣ ଠାକୁରେ।ଆମ ପରି ବସ୍ତି,ରାସ୍ତା କଡରେ ଥିବା ଅଭାବୀ ଲୋକମାନଙ୍କ ପାଇଁ  ଆଣନା କାଳିଆ ସାଆନ୍ତ।ଆମମାନଙ୍କ ପାଇଁ ଆଣନା।

ଆରେ ମୁଁ ଏତେ କଥା ଭାବୁଛି ଯାଏ ଜରି ଗୋଟାଇବାକୁ।ତେଣେ ଡେରି ହୋଇଯିବ ଯେ କହି ମୁହଁ ଧୋଇ ବସ୍ତା ଧରି ଧାଇଁଲା ରତନା।



Rate this content
Log in

Similar oriya story from Tragedy