Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ଶୀତ ଓ କମ୍ବଳ

ଶୀତ ଓ କମ୍ବଳ

1 min
175


ଦୀପାବଳିରେ ଅଫିସ୍‌ରେ ଜରୁରୀ କାମ ପାଇଁ ସନ୍ଦୀପ ବାବୁ ପରିବାରକୁ ସମୟ ଦେଇ ପାରିନଥିଲେ। ଅବଶ୍ୟ ରାତିକୁ ବଡବଡୁଆ ଡାକିବା ସମୟରେ ଆସି ପହଞ୍ଚି ଯାଇଥିଲେ।ତେଣୁ ପରବର୍ତ୍ତୀ ରବିବାର ଦିନସନ୍ଧ୍ଯାରେ ପୁଅ ଶୁଭମ୍ ଆଉ ପତ୍ନୀ ଶୁଭ୍ରାଙ୍କୁ ନେଇ ବୁଲାବୁଲି ଆଉ ସପିଂଙ୍ଗ କରିବାକୁ ଗଲେ।

   ନୂଆ ନୂଆ ଶୀତ ଆସିଛି। ଶୀତଳ ଆଗମନରେ ଦୋକାନ,ବଜାର, ସପିଙ୍ଗ ମଲ,ଦୋକାନ,ସବୁଠି ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଆକର୍ଷଣୀୟ ଶୀତବସ୍ତ୍ର,ସ୍ବେଟର, କମ୍ବଳ,ମଫଲର,ଟୋପି,ଜ୍ଯାକେଟ,ଆଦି ସୁସଜ୍ଜିତ ହୋଇ ରଖାଯାଇଛି। ଆକର୍ଷଣୀୟ ଶୀତ ବସ୍ତ୍ର ଦେଖିଲେ ଯେ କେହି ବି କିଣିବାର ଲୋଭ ସମ୍ବରଣ କରି ପାରିବ ନାହିଁ।  ୟା ଭିତରେ ଶୁଭ୍ରା ଆଉ ସନ୍ଦୀପ ମଲ୍ ଭିତଳକୁ ଗଲେ।ଆବଶ୍ୟକ ଜିନିଷ କିଣା କିଣିରେ ବ୍ଯସ୍ତ ଥାଆନ୍ତି ଦୁଇ ଜଣ। କିଣା କିଣି ସାରିବା ପରେ ହଠାତ୍ ଦୁଇଜଣ ବ୍ଯସ୍ତ ହୋଇ ପଡିଲେ ପୁଅ ଶୁଭମ୍ କୁ ନ ପାଇ।ମଲ୍ ସାରା ଖୋଜିଖୋଜି ଆସି ଶେଷରେ ଦୁହେଁ ଆସି ପ୍ରବେଶ ପଥରେ ପହଞ୍ଚିଲେ।

ପୁଅର କାମ ଦେଖି ଦୁହେଁ ଆଶ୍ଚର୍ଯ୍ୟ ହୋଇଗଲେ। ଶୁଭମ୍ ମଲ୍ ର ପ୍ରବେଶ ପଥରେ ରଖାଯାଇଥିବା କମ୍ବଳଟିଏ ଧରି ଚାଲିଥାଏ।ରାସ୍ତାର ଅପର ପାର୍ଶ୍ବକୁ।ରାସ୍ତା ଆରପଟେ ଥିବା ଦୋକାନ ବାରଣ୍ଡାରେ ଶୋଇଥାନ୍ତି ଜଣେ ବୃଦ୍ଧ। ଛିଣ୍ଡା ଧୋତି ଖଣ୍ଡେ ପିନ୍ଧିଥାନ୍ତି।ଘୋଡି ହୋଇଥାନ୍ତି ଚିରା ଗାମୁଛା ଶୀତରେ ଥରିଥରି କୁଙ୍କୁରି କାଙ୍କୁରି ହୋଇ ଶୋଇବାକୁ ଚେଷ୍ଟା କରୁଥାନ୍ତି। ସନ୍ଦୀପ ଲକ୍ଷ୍ଯ କଲେ ପୁଅ ହାତରେ ଧରିଥିବା କମ୍ବଳଟି ନେଇ ସେ ବୃଦ୍ଧଙ୍କୁ ଘୋଡାଇ ଦେଲା। ଆନନ୍ଦ ରେ ବୃଦ୍ଧଙ୍କ ଆଖିରୁ ଝରୁଥିଲା ଲୁହ। ଆଉ ଆଶୀର୍ବାଦ ମୁଦ୍ରାରେ ଥିଲା ହାତ ଦୁଇଟି ଶୁଭମ୍ ର ମଥା ଉପରେ।ୟା ଭିତରେ ସନ୍ଦୀପ ରାସ୍ତା ପାରି ହୋଇ ପୁଅ ପାଖରେ ପହଞ୍ଚି ଯାଇଥିଲେ।ଆଉ ଆନନ୍ଦରେ ଆଉଁସୁଥିଲେ ପୁଅର ମଥା ।


Rate this content
Log in

Similar oriya story from Inspirational