STORYMIRROR

ମିତା ପଟନାୟକ

Classics

3  

ମିତା ପଟନାୟକ

Classics

କଥା ଥିଲା.....

କଥା ଥିଲା.....

3 mins
254



ବର୍ଷା ଟା ଦାଉ ସାଧୁଛି.. ଶୀତ ସାଙ୍ଗକୁ ବର୍ଷା ପରିବେଶ କୁ ମାନ୍ଦା କରିଛି... ସଂଜ ବେଳେ ସେମିତି କିଛି ବିଶେଷ କାମ ନଥିଲା.. ତେଣୁ ଛୋଟ ବଡ଼ କେତେଟା ଶପିଂ ପାଇଁ ସରିତା ପଶିଲା ମଲ ଭିତରେ... ଭିଡ଼ ବି କମ ଥିଲା.. ତେଣୁ ଅନୟାସ ରେ କିଛି ଲୁଗାପଟା ଧରି କାଉଣ୍ଟର ଆସିଲା.. ଆରପଟ କାଉଣ୍ଟର ରେ ଜଣେ ଭଦ୍ରମହିଳା ବିଲିଙ୍ଗ କରୁଥିଲେ.. 

ମୁହଁଟି ଚିଂହା ଚିଂହା ଲାଗୁଥିଲା... ପଚାରିବ ନପଚାରିବ ଭାବୁଛି.... ଆରେ ସରିତା ତୁ ଏଠି...... ଆଗରେ ଠିଆ ହେଇଥିଲା କଲେଜ ବେଳ ର ବ୍ୟାଚ ମେଟ ରିମା..... 


ତିରିଶ ବର୍ଷ ପରେ ଭେଟ ହେବା ବି ଏକ ସଂଯୋଗ... ରିମା କହୁଥିଲା ଆମେ ଏଇ ଗତ ମାସ ଆସିଲୁ ୟାଙ୍କର ଟ୍ରାନ୍ସପରେବଲ ଜବ ତେଣୁ ଖାଲି ଏଠି ସେଠି ବୁଲୁଛୁ... 

ତୋ ଶାଶୁ ଘର ଏଇଠି ନା.. ସରିତା ମୁଣ୍ଡ ଟୁଙ୍ଗାରି କେବଳ ହଁ ନାହିଁ କରୁଥାଏ .. ଆଉ ରିମା ମଥା ର ସିନ୍ଦୁର କୁ ଦେଖୁ ଥାଏ.... ପୁରୁଣା କଥା କେତେଟା ତାକୁ ଖୁବ ଅସ୍ଥିର କରୁଥାଏ.....


ରିମା ବୋଧେ ବୁଝି ପାରିଲା.... କହୁଥିଲା ମୁଁ ଜାଣି ପାରୁଛି ତୁ କଣ ପଚାରିବାକୁ ଚାହୁଁଛୁ... ଟିକେ ଅପେକ୍ଷା କର ତୋର ସବୁ ପ୍ରଶ୍ନ ର ଉତ୍ତର ପାଇଯିବୁ.... ଫୋନ କଲା ""ତମେ କେଉଁଠି ଟିକେ କାଉଣ୍ଟର ପାଖକୁ ଆସ ତ " ସରିତା ବିଶ୍ୱାସ କରି ପାରୁନଥିଲା... ସାମ୍ନାରୁ ଶ୍ରୀରାମ ଭାଇ ଆସୁଥିଲେ.... ସରିତା ଜୁହାର ହେଲା... ଆରେ ସରିତା ତୁ...... ଖୁସି ଆଉ ସ୍ନେହ ରେ ଆଶିଷ ମୁଠେ ଧରେଇଦେଲେ ଶ୍ରୀରାମ ଭାଇ...

ରିମା ଟା କାନ ରେ କହୁଥିଲା ସବୁ କଥା କଣ ଏଇଠି ଶୁଣିବୁ ନା କଣ.... ଏଇ ମଲ ରେ...... 

ସରିତା ବି ପ୍ରକୃତିସ୍ଥ ହେଲା.. ଆଠଟା ବାଜିବ ବର୍ଷା ବି ଛାଡିଲାଣି ତେଣୁ ରିମା ଆଉ ଶ୍ରୀରାମ ଭାଇ ଙ୍କୁ ଘରକୁ ଆସିବାର ନିମନ୍ତ୍ରଣ ଦେଇ ଘରକୁ ଫେରିଲା......... 


ରାତିରେ କାମ ସାରି ଶୋଇବାକୁ ଚେଷ୍ଟା କଲା ହେଲେ କାହିଁକି କେଜାଣି ପୁରୁଣା ସ୍ମୃତି କେତେଟା ତାକୁ ଆଉଟୁ ପାଉଟୁ କରୁଥିଲା...... 


ମନେ ପଡୁଥିଲା କଲେଜ କଥା... ପ୍ଲୁସ ଥ୍ରୀ ର ଦ୍ୱତୀୟ ବର୍ଷ... ସରିତା, ରିମା ଆଉ ନିରୁ ଖୁବ ସାଙ୍ଗ.... ନିରୁ ଘର କଲେଜ ଏକଦମ କଲେଜ ପାଖରେ ଆଉ ନିରୁ ବୋଉ ବି ବେଶ ଭଲ ପାଆନ୍ତି ସରିତା ଆଉ ରିମା କୁ.. ନିରୁ ର ବଡ଼ ଭାଇ ଥିଲେ ଶ୍ରୀରାମ ଭାଇ... ରିମାକୁ ଖୁବ ପସନ୍ଦ କରୁଥିଲେ ନିରୁ ର ବୋଉ ଥଟ୍ଟା ଥଟ୍ଟା ରେ 

ନିରୁ ବୋହୁ କରିବେ ବୋଲି କୁହନ୍ତି.... ସରିତା ଅନେକ ଥର ଲକ୍ଷ କରିଛି ଶ୍ରୀରାମ ଭାଇ ଙ୍କ ମୁହଁ ର ନୀରବ ସଂମତି.... 


ପରୀକ୍ଷା ପରେ ଖରା ଛୁଟି....... ଆଉ ଦିନେ ହଟାତ ରିମା ଆସେ ତା ନିଜ ବାହାଘର କାର୍ଡ ନେଇ... ଆଉ ବାହାଘର ବି ହେଲା.. ସରିତା ନିରୁ ଉଭୟେ ଯାଇଥିଲେ.... ଭଲ ପ୍ରସ୍ତାବ ତେଣୁ ରିମା ର ବାପା ବାପା ନାହିଁ କରିବାର ନଥିଲା.... ରିମା ଯନ୍ତ୍ର ଚାଳିତ ମଣିଷ ସମ ସବୁ ମାନୀ ନେଉଥିଲା ନେଉଥିଲା... 

ଶେଷରେ ବାହାଘର ହେଲା.... 


ତା 'ପରେ ସରିତା ଯେତେଥର ଯାଇଛି ନିରୁ ଘରକୁ ଶ୍ରୀରାମ ଭାଇ କେମିତି ଟିକେ ଅଲଗା ଅଲଗା ଲାଗନ୍ତି.. ଉଦାସିଆ ଆଖି ରେ ବୋଧେ କଞ୍

ଚା ସ୍ବପ୍ନ କେତେଟା ଅସମୟ ରେ ମୃତ୍ୟୁ ବରଣ କରିବାର ହତାଶା ଘାରୁଥାଏ...... 


ଠିକ ଦୁଇମାସ ପରେ ଆମକୁ ସ୍ତବ୍ଧ କରିଥିଲା ଏକ ଦୁଖଦଃ ଖବର... ରିମା ର ସ୍ୱାମୀ ଙ୍କର ରାସ୍ତା ଦୁର୍ଘଟଣାରେ ମୃତ୍ୟୁ.... ଖୁବ ଆଘାତ କରିଥିଲା ସେ ଘଟଣା...... ରିମା ଫେରି ଆସିଥିଲା ତା ବାପ ଘରକୁ... ସରିତା ଆଉ ନିରୁ ଯାଇଥିଲେ ତାଙ୍କ ଘରକୁ..... ରିମା କେମିତି ଗୋଟାଏ ଅଦ୍ଭୁତ ମଣିଷ ପାଲଟି ଯାଇଥିଲା ଶୋକ ର ସଫେଦ ଲୁଗା ପରି ସେ ବି ଅସମ୍ଭବ ଭାବେ ନିରବୀ ଯାଇଥିଲା.... ତା 'ବାପା,, ମା , କଲେଜ ଯିବାକୁ ପ୍ରବର୍ତ୍ତାଉଥିଲେ ରିମା କିନ୍ତୁ ଆଉ ଆସିନଥିଲା... ବହୁ କଷ୍ଟ ରେ ରାଜି ହେଲା 

ଫାଇନାଲ ପରୀକ୍ଷା ଦେବା ପାଇଁ.... ସରିତା ତାକୁ ନୋଟ୍ସ ଦେଇଆସେ.....ରିମା ପରୀକ୍ଷା ଦେଲା... ଆଉ ପରୀକ୍ଷା ଦିନତକ ଶ୍ରୀରାମ ଭାଇ କଲେଜ ପାଖ ଦୋକାନ ରେ ଠିଆ ହେବା ଦେଖିଛି ସରିତା........ 

ପରୀକ୍ଷା ପରେ ସରିତା ବାବା ଙ୍କର ବଦଳି ହେଲା ଅନ୍ୟ ସହରକୁ.....ଆଉ ପଢା ସାରିବା ପରେ ସରିତା ସୁବ୍ରତ ଙ୍କୁ ବାହା ହେଇ ଆସେ ସମ୍ବଲପୁର.........ଆଉ ଆଜି ଏତେ ବର୍ଷ ପରେ ରିମା ଆଉ ଶ୍ରୀରାମ ଭାଇ ଏକସଙ୍ଗେ.............


*******

ଦୁଇ ଦିନ ପରେ ରିମା ଆଉ ଶ୍ରୀରାମ ଭାଇ ସାଙ୍ଗରେ ଝିଅ ସିମରନ.... ସୁବ୍ରତ ଆଉ ଶ୍ରୀରାମ ଭାଇ ଙ୍କ ଗପ ଭିତରେ ରିମା ଆଉ ସରିତା ପଶିଲେ କିଚେନ ରେ ଚାହା ପାଇଁ ଆଉ ଝିଅ ସିମରନ ଗଲା ସରିତା ଝିଅ ମାମା ରୁମ କୁ.... ସରିତା ଅଥୟ ହେଉଥିଲା ରିମା ମୁହଁ ରୁ ଶୁଣିବାକୁ ତା ପ୍ରେମ ଆଉ ପ୍ରୀତି ର କଥା... 


ରିମା କହୁଥିଲା ପରୀକ୍ଷା ପରେ ତୁ ଚାଲିଗଲୁ....ମଉସା ଙ୍କ ବଦଳି ଯୋଗୁଁ...... ନିରୁ ଆସୁଥିଲା ପ୍ରାୟ ନିରୁ ସହ ବାଣୀବିହାର ରେ ପିଜି ସରିଲା... ନିରୁ ର ବାହାଘର ଠିକ ହେଲା... ମୁଁ ଖାଲି କାହିଁକି ଘରେ ବସିବି ଭାବି ଚାକିରୀ ଟିରେ ଜଏନ କଲି ..... ସବୁ ଦିନ ଯିବା ଆଉ ଫେରିବା ବାଟରେ ଦେଖା ହୁଏ ଶ୍ରୀରାମ ଙ୍କ ସହ...କିଛି ଦିନ ପରେ ଆଉ ଦେଖିବାକୁ ପାଇଲି ନାହିଁ... କିନ୍ତୁ ପଚାରିବି ଵା କାହାକୁ..... ଦିନ ଆଗଉଥିଲା 

ମନ ଟା ଗୋଳେଇ ଘାଣ୍ଟି ହେଉଥିଲା.. ଦିନେ ଅଫିସ ରୁ ଫେରି ଦେଖେତ ଶ୍ରୀରାମ ଭାଇ ଆଉ ମଉସା ମାଉସୀ ବସିଥିଲେ... ମାଉସୀ କହୁଥାନ୍ନ୍ତି ମୁଁ ତାକୁ ହିଁ ବୋହୁ କରିଵି.. କାରଣ ମୋ ପୁଅ ର ପସନ୍ଦ.....

ଘର ର ବଡ଼ ମାନେ କଥା ହେଲା ବେଳେ ଶ୍ରୀରାମ ଉଠିଆସି ମୋତେ ପଚାରିଥିଲେ "ତମର ଆପତ୍ତି ନାହିଁ ବୋଧେ "


ଗପ ସରି ସରି ଆସୁଥିଲା...ସରିତା ଡାଇନିଂ ଟେବୁଲ ରେ ଡିନର ରେଡି କରୁଥିଲା.. ଆର ପଟ ରୁମ ରୁ ଦୁଇ ଝିଅ ମାମା ଆଉ ସିମରନ ବାହାରି ଆସୁ ଆସୁ. 

 କହୁଥିଲେ କଣ ଭାଲେଂଟାଇନ ସ୍ପେସିଆଲ.........


ସରିତା ହସି ହସି କହୁଥିଲା ଏକଦମ ଭାଲେଂଟାଇନ ସ୍ପେସିଆଲ....... 


ନିର୍ମଳ ପବିତ୍ର ଆଉ ଶାଶ୍ୱତ ପ୍ରେମ ର ସଖି ବୋଧେ ଶ୍ରୀରାମ ଭାଇ.....ସଂମାନ ରେ ମୁଣ୍ଡ ନଇଁଯାଉଥିଲା 


ମନେ ପଡୁଥିଲା ପୁରୁଣା ଗଜଲ...... 

ଦିଲ କ୍ୟା ଚିଜ ହେ....... 

ଆପ ଜାନ ଲେ ଲିଜିଏ........


Rate this content
Log in

Similar oriya story from Classics