The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ମିତା ପଟନାୟକ

Inspirational

3  

ମିତା ପଟନାୟକ

Inspirational

ତ୍ରିରଙ୍ଗି ଚୁଡ଼ି

ତ୍ରିରଙ୍ଗି ଚୁଡ଼ି

2 mins
22


ଆଜି ଅଗଷ୍ଟ ପନ୍ଦର, ସ୍ୱାଧୀନତା ଦିବସ... ସ୍କୁଲ ସାସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇଥିବା ନାତୁଣୀ ହାତରେ ତିନି ରଙ୍ଗର ଚୁଡ଼ି ଦେଖି ଖୁସି ହେଉଥିଲେ ରାଧିକା l ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅଟିକୁ ମନକୁ ପରଖିବାକୁ ଯାଇ ପଚାରିଲେ, ମାଆରେ କହିଲୁ ଏ ତିନି ରଙ୍ଗର ମହତ୍ତ୍ୱ... ନାତୁଣୀ ଜେଜେମା ମୁହଁକୁ ଆଉ ତା ହାତର ଚୁଡ଼ିକୁ ଚାହୁଁଥିଲା l କଣ କହିବ ବୋଲି ଭାବୁଥିଲା, କାରଣ ସେ ସେତେ ପାକଳ ହେଇ ନଥିଲା... ତେଣୁ ରାଧିକା ତାକୁ ବୁଝେଇ କହିବାକୁ ଲାଗିଲେ.... 


ପାଣି ଚୁଡ଼ିର ସମ୍ଭାର... ତିନି ରଙ୍ଗର ସମାହାର 

ସବୁଜ--କହେ ଜୀବନ କଥା ସବୁଜିମାର ସବୁଜ ସଂକେତ 

ଧଳା--ଶାନ୍ତି, ମୈତ୍ରୀ ଆଉ ଶାନ୍ତି 

କମଳା--ପ୍ରେରିତ କରୁଥାଏ ଶକ୍ତି ଆଉ ସାମର୍ଥ୍ୟ ଜୀବନ ଆଉ ଜୀବିକାକୁ... 


ସାଧାରଣ ଚୁଡ଼ି... କିନ୍ତୁ ଖୁବ ଗହନ କଥା

ମନ ଆଉ ଆତ୍ମାର କଥା, ଚୁଡ଼ି ପିନ୍ଧା ହାତ ଯୋଡି ହେଇ ଯେତେବେଳେ ସମ୍ମାନ ଆଉ ଶ୍ରଦ୍ଧାର ସହ ଜୁହାର ହେଇ ମୁଣ୍ଡ ନୁଁଏ , ଠିକ ସେତିକିବେଳେ ବୟସ୍କ ମଣିଷ ଟିଏ ଢାଳିଦିଏ ଅସରନ୍ତି ଆଶିଷ l ଜୀବନକୁ ବଞ୍ଚି ବଂଚେଇବାର ନୁଆଁ ରାହା, ଚୁଡ଼ି କେବଳ ସାଜସଜ୍ଜାର ଉପାଦାନ ନୁହେଁ ବରଂ ଗର୍ବ ଆଉ ଗୌରଵ ଉପାଦାନ, ନିଷ୍ଠା ଆଉ ସ୍ୱାଭିମାନର ପ୍ରତୀକ, ଚୁଡ଼ିର ରୁଣୁଝୁଣୁ ଶବ୍ଦ ଟାଣି ଆଣେ ଅୟୁତ କୋଷରୁ ପ୍ରିୟତମର ପ୍ରେମ l ବାଳୁତ ଶିଶୁ ମା ଚୁଡ଼ିର ମିଠା ଆବାଜରୁ ବାରିପାରେ ମାଆର ବାସ୍ନା l ସଦ୍ୟ ଯୌବନରେ ପାଦ ଦେଇଥିବା ଅନୂଢ଼ା ତରୁଣୀ ତା ହାତର ରଙ୍ଗ ବେରଙ୍ଗର ଚୁଡ଼ି ସହ ସ୍ବପ୍ନ ବୁଣେ ନୁଆଁ ପ୍ରୀତି ଆଉ ପ୍ରେମକୁ ନେଇ l ନବବିବାହିତା ଅନାମନା ହୁଏ ହାତ ଭର୍ତ୍ତି ଚୁଡ଼ିକୁ ନେଇ... 


ଏଇ ଚୁଡ଼ି ହିଁ ବୁଢା ଶଙ୍ଖାରିକୁ କରିଥିଲା ଚମ୍ପା କଢି ହାତ ପାଇଁ ପାଗଳ, ରାତି ଅନିଦ୍ରା ହେଇ ଗଢ଼ିଥିଲା ନୂଆ ଶଙ୍ଖା.... 

ନାରୀ ପାଇଁ ଚିର କାମ୍ୟ ଓ ଚିର ଇପ୍ସିତ ଚୁଡ଼ି..... 


ସ୍ୱାଧୀନତା ଏକ ଦୃଢ଼ ମାନସିକତା l କେହି କାହାକୁ ଯାଚି ଦେଇ ନଥାଏ ସ୍ୱାଧୀନତା, ମନରେ ଆତ୍ମାରେ, ଚିନ୍ତା ଆଉ ଚେତନରେ ସ୍ୱାଧୀନତାକୁ ଅନୁଭବ କରିବାକୁ ହୁଏ l କିନ୍ତୁ ବ୍ୟକ୍ତି ସ୍ୱାଧୀନତା କଥା ଟିକେ ଅଲଗା l ଯେଉଁଠି ଅନ୍ୟର ସ୍ୱାଧୀନତାକୁ ଅପହରଣ କରି ନିଜ ସ୍ୱାର୍ଥରେ ବ୍ୟବହାର ହୁଏ ସେ କଣ ସ୍ୱାଧୀନତା l ବରଂ ସେଠି ପରାଧିନତାରେ ମଣିଷ ଅଣନିଃଶ୍ୱାସୀ ହୁଏ.. 

 ନାତୁଣୀ ଆଖିରେ ଚମକ ଦେଖି ରାଧିକାଙ୍କୁ ଅନୁଭବ ହେଉଥିଲା ସେତେ ଯେମିତି ଏଇଠି ହିଁ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଝିଅ ପ୍ରଥମ ଥର ପାଇଁ ସ୍ୱାଧୀନତାକୁ ଅନୁଭବ କରିଛି.. ଆଉ ଆଗକୁ ସେଇ ଅନୁଭବ ତାକୁ ଏକ ସ୍ୱତନ୍ତ୍ର ନାଗରିକ କରି ତୋଳିବ l 

ନାତୁଣୀ ହସି କହିଥିଲା.. ମେରା ଭାରତ ମହାନ 




Rate this content
Log in

Similar oriya story from Inspirational