ଆପଣା ପୃଥିବୀ
ଆପଣା ପୃଥିବୀ


ଠାକୁର ଘରୁ ସଂଜ ଦେଇ ଚାହା କପ ଟେ'ବଢ଼େଇଲା ଅଜୟ ହାତକୁ.. ଏଇ କିଛି ଦିନ ଦେଲା ଅଜୟ ଙ୍କ ହାର୍ଟ ପ୍ରୋବ୍ଲେମ ବାହାରିଛି.. ଯଦିଓ ସେତେ ଗୁରୁତର ନୁହେଁ ତଥାପି ସୋମା ଟିକେ ବେଶୀ ଯତ୍ନ ନେଉଛି.. ୟେ ରୋଗ ବୈରାଗ ହେବା ବି ଏକ ବାହାନା ମାତ୍ର ସମ୍ପର୍କ କୁ ଆଉ ଟିକେ ମଜଭୁତ କରିବାକୁ.. ଅଜୟ ଙ୍କୁ ଏବେ ବେଶୀ ପରିଶ୍ରମ କରିବାକୁ ଡାକ୍ତର ବାରଣ କରିଛନ୍ତି.... ତେଣୁ ମୋନା ଘର ବାହାର ସବୁ କାମ କରିନେଉଛି..
କାନ୍ଥ ଘଣ୍ଟା କୁ ଚାହିଁଲା ମୋନା ସାତ ବାଜୁଛି.. ଅଜୟ ଙ୍କ ପାଇଁ ଟିଭି ରେ ନ୍ୟୁଜ ଲଗେଇ ଦେଇ ରନ୍ଧା ଘରକୁ ବାହାରିଲା.. ସନ୍ତୁଳା ଟିକେ ଆଉ ଯନ୍ତା ରୁଟି କେତେଟା କରିଦେଲେ ରାତି ରନ୍ଧା ଶେଷ.. ବଡ଼ ଝିଅ ସାନି କଲ କରୁଥିଲା ମୋବାଇଲ ରେ.. ମମି ମୋ ଜବ କନ୍ଫରମ..ସିଙ୍ଗାପୁର ରେ ଜଏନ କରିଵି.. ପ୍ୟାକେଜ ବି ଭଲ ଅଛି.. କାଲି ଆସୁଛି ଘରକୁ. ବାବାଙ୍କୁ କହିଦେବ କାହିଁ ଫୋନ କାଟିଲା ସାନି ...
ମୋନା ଅଜୟଙ୍କୁ ଝିଅ ଆସୁଥିବା ଖବର ସହ ଚାକିରୀ କଥା ବି ଜଣେଇଲା.. ଅଜୟ କିଛି କହିବା ପୂର୍ବରୁ ମୋନା କହୁଥିଲା" ମୁଁ କହୁ ନଥିଲି ଆମ ସାନି ସାଧାରଣ ଝିଅ ନୁହେଁ.. ହାରିବା ବୋଧେ ସେ ଶିଖିନାହିଁ.. ମୋନା ଆଉ ଅଜୟ ଦୁହେଁ ହାତ ଯୋଡୁଥିଲେ ଇଶ୍ୱରଙ୍କ ଉଦେଶ୍ୟ ରେ....
ରାତି ରୁଟି ସନ୍ତୁଳା ବି ତାଙ୍କୁ ଲାଗୁଥିଲା ଅମୃତ.....
************
ଝିଅ ସାନି ଆସିଛି ବହୁ ଦିନ ପରେ ଗାଁ କୁ.. ଚୁନା ମାଛ ବେସର ଆଉ ବାଇଗଣ ଭରତା ର ଫର୍ମାଇସ ତେଣୁ ମୋନା ରନ୍ଧା ଘରେ ବ୍ୟସ୍ତ.. ବାପ ଝିଅ ଙ୍କ କଥା ତା କାନ ରେ ପଡୁଥାଏ.. ସାନି କହୁଛି.. ବାବା ତମେ ଆଉ କାମ କରିବ ନାହିଁ.. ବହୁତ କଲ.. ଏବେ ଖାଲି ଆରାମ କରିବ.. ସବୁ ଠିକ ହେଇଯିବ..
ଅଜୟ କହୁଥାନ୍ତି ହଁ ଯେ... ମାନୀ ର ପଢା ସାରିବା ଯାଏ ଅନ୍ତତଃ ମୁଁ କାମ କରିଵି.. ତାର ପଢା ଆହୁରି ଦୁଇ ବର୍ଷ ବାକି ଅଛି ଯେ..
ମୁଁ କିଛି ଶୁଣିବିନାହିଁ... ତମର କିଛି କରିବାର ନାହିଁ.. ମୁଁ ବୁଝିବି ତା କଥା... ସାନ ଝିଅ ଓୟୁଓଟି ରେ ମାଷ୍ଟେର୍ସ
କରୁଛି..
ମୋନା ଆଖିରେ ଲୁହ.... ଖୁସି ର କି ଦୁଃଖର ଜାଣେନା
ଭୋଗ କି ତ୍ୟାଗ ର ନିଜେ ବୁଝି ପାରୁନି.. *******************
ମୋନା ର ମନେ ପଡୁଥିଲା ତିରିଶ ବର୍ଷ ତଳେ ହେତେବେଳେ ଅଜୟ ଙ୍କ ହାତ ଧରି ଏ ଗାଁ କୁ ଆସିଥିଲା.. .. କିନ୍ତୁ ଭୁବନେଶ୍ୱର ରେ ଜନ୍ମ ଆଉ ପଢାପଢି କରିଥିବା ଝିଅ ପକ୍ଷେ ଗାଁ ରେ ରହିବା ଖୁବ କଷ୍ଟ ହେଇଥିଲା.. ଯଦିଓ ପକ୍କା ଘର ତଥାପି ଟଏଲେଟ ଥିଲା ଘର ଠୁ ଖଣ୍ଡେ ଦୂରରେ..ନୂଆଁ ନୂଆଁ ଶାଢ଼ୀ ପିନ୍ଧାକୁ କାଠ ଚୁଲି ରେ ରନ୍ଧା.. କେବେ ଗ୍ୟାସ ରେ ରୋଷେଇ କରିନଥିବା ମୋନା କାଠ ଚୁଲି ରେ ନିଜକୁ ଅଭ୍ୟସ୍ତ କରୁଥିଲା.. ଘରେ ଦୁଇ ଦେଢ଼ଶୂର ଆଉ ଦୁଇ ଯା.. ଶାଶୁ.. ସବୁ ଆକଟ ଭିତରେ ଅଜୟ ଙ୍କ ଭଲ ପାଇବା ତାକୁ ଖୋରାକ ଯୋଗାଉଥିଲା ନିଜକୁ ସହଜ କରିବାରେ........
ହଟାତ ଦିନେ ଅନୁଭବ କଲା ନିଜ ଭିତରେ ଭୃଣ ଟିଏ ସଂଚାର ହେଉଥିବାର.. ଅଜୟ ଖୁସି ବିଭୋର.. ଆଉ ତା'ପରେ କୋଳ କୁ ଆସେ ସାନା .. ସେଦିନ ର ସେ ଖୁସି ଆଜିବି ମୋନା କୁ କରେ ଆନମନା..
ୟା ଭିତରେ ଅନେକ ପରିବର୍ତନ.. ଶାଶୁ ଙ୍କ ଯିବା ପରେ ଘରେ ଉଠିଲା ପାଚେରୀ.. ଭାଇ ମାନେ ଭିନ୍ନ ହେଲେ.. ଯିଏ ଯାହାର ସାଧ୍ୟ ମତେ ଘର ଦ୍ଵାର କଲେ..
ସବୁ ଠିକ ଚାଲୁଥିଲା... ହେଲେ ହଟାତ ଅଜୟ ଙ୍କ ବ୍ୟବସାୟ ରେ ଅହେତୁକ ଲସ ହେଲା.....
କିନ୍ତୁ ମୋନା ଆଉ ଅଜୟ ଦୁହେଁ ନିଜ ବଳ ରେ ସଂସାର ତରୀ କୁ ଆଗେଇବାରେ ଚେଷ୍ଟା କରିଛନ୍ତି
ୟା ଭିତରେ ସାନ ଝିଅ ମାନୀ ଆସି ସାରିଥିଲା...
ଦୁଇ ବଖରା ଘରେ ହିଁ ମୋନା କାଟିଛି ତିରିଶ ବର୍ଷ..
ଝିଅ ଦୁଇ ଜଣ ଗାଁ ରେ ହିଁ ପଢିଲେ ଓଡ଼ିଆ ସ୍କୁଲ ରେ.. ଅଥଚ ଦେଢ଼ଶୂର ଙ୍କ ପିଲା ମାନେ ଭୁବନେଶ୍ୱର ଇଂଲିଶ ମିଡିୟମ ସ୍କୁଲ ରେ...
କିନ୍ତୁ ଝିଅ ଦୁଇ ଟା ପାଠରେ ଖୁବ ତେଜ... ବଡ଼ ଝିଅ ସେଇ ଗାଁ କଲେଜ ରୁ ଫାଷ୍ଟ କ୍ଲାସ ରେ ପ୍ଲସ ଟୁ ପାସ କଲା ପରେ ସରକାରୀ କଲେଜ ରେ ଇଂଜିନିୟରିଂ ପଢିଲା..ପଢା ପରେ ଆଜି ନିଜ ଯୋଗ୍ୟତା ଅନୁସାରେ ସିଙ୍ଗାପୁର ରେ ଜବ ଅଫର ପାଇଛି......
ଗାଁ ରେ ଅନେକ କଥା ଶୁଣିଛି. ଝିଅ ବାହା ନ ଦେଇ ବୁଢ଼ୀ କରୁଛି....ମୋନା ଭାବୁଥିଲା ବାହାଘର ତ ନିଶ୍ଚେ ହେବ... କିନ୍ତୁ ବାଧ୍ୟବାଧକତା ରେ ନୁହେଁ ବରଂ ଝିଅ ର ଇଚ୍ଛା ରେ.... ପୁଅ ନଥିବାର ଅଭାବବୋଧ କେବେ ନଥିଲା ତେଣୁ ଆଜିବି ନାହିଁ କିନ୍ତୁ ଦୁଇ ଝିଅ ଙ୍କ ମା ହେବାର ଗର୍ବ ଆଉ ଗୌରଵ ରେ ବିମଣ୍ଡିତା ଆଜି ମୋନା........
********
ମମି.. ମମି.....
ସାନଝିଅ ମାନୀ ଡାକୁଥିଲା.. ତାକୁ କୋଳେଇ ନେଉ ନେଉ ପଚାରୁଥିଲା ତୁ କେମିତି ଚାଲି ଆସିଲୁ.. ଜଣେଇନୁ ଯେ.... ଜନେଇନି.....ମୁଁ ପରା ବାବାଙ୍କୁ କହିଥିଲି... ଅପା ବି ଜାଣିଚି ମୁଁ ଆସିବା କଥା.... ଅଜୟ ଆସୁଥିଲେ ରନ୍ଧା ଘର ଆଡେ..... ଆଉ କହୁଥିଲେ ମୁଁ କହିଥିଲେ ତୋ 'ମମି ଖୁସି କୁ ଆମେ କଣ ମାପି ପାରିଥାନ୍ତେ.........
ମୋନା କହୁଥିଲା ହଉ ହେଲା...... ଚାଲ ଖାଇବ ଥଣ୍ଡା ହେଲେ ଆଉ ଗରମ କରିପାରିବି ନାହିଁ.......
ଅଜୟ ଆଉ ମୋନା ଦୁହେଁ ଦୁହିଁଙ୍କୁ ଦେଖୁଥିଲେ.....