STORYMIRROR

ମିତା ପଟନାୟକ

Tragedy

2  

ମିତା ପଟନାୟକ

Tragedy

ସନ୍ତକ

ସନ୍ତକ

1 min
242

ମେରୀ ଘଡିକୁ ଚାହିଁଲା ନଅ ବାଜିବ ସବୁଦିନ ପରି ପ୍ରାର୍ଥନା କରିବାକୁ ବସିଲା ବାଇବଲ ଖୋଲିବା ପୂର୍ବରୁ ଓଢଣୀ ଟିଏ ମୁଣ୍ଡରେ ଢାଙ୍କି ଦେଉ ଦେଉ ଅଟକି ଗଲା ।


ଅସିତ ଆସିଥିଲେ ବହୁ ବର୍ଷ ପରେ ହଟାତ ତାରି ଘରେ ଓ଼ହ୍ଲେଇ ଥିଲେ କଲେଜ ବେଳର ସାଥି, ସହଯାତ୍ରୀ କିନ୍ତୁ ତାଙ୍କ ବାପାଙ୍କ ଜିଦି ଆଗରେ ମୁଣ୍ଡ ନୋଇ ଅପସରି ଯାଇଥିଲେ, କାରଣ ଥିଲା ଧର୍ମ ମେରୀ ଖ୍ରୀଷ୍ଟିଆନ


କେବେ କିଛି ମାଗିନଥିବା ମେରୀ ଅସିତଙ୍କଠୁ ରଖି ନେଇଥିଲା ତାଙ୍କର ଗାମୁଛାଟିକୁ ! ଆଉ ସବୁଦିନ ପ୍ରାର୍ଥନା ବେଳେ ମୁଣ୍ଡରେ ଥାଏ ଗାମୁଛା ହାତରେ ବାଇବେଲ !



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy