ଚଳନ୍ତି ଠାକୁର..
ଚଳନ୍ତି ଠାକୁର..


ଜୀବନ ହିଁ ଏକ ବିଦ୍ୟାଳୟ , ଭୁଇଁରେ ପାଦ ଥାପିବାର ର ଆଦ୍ୟ ମୁହୂର୍ତ୍ତ ରୁ ହିଁ ଆରମ୍ଭ ହୁଏ ଶିକ୍ଷଣ ପ୍ରକ୍ରିୟା l ତେଣୁ ସେଇ ପରିପ୍ରେକ୍ଷୀ ରେ ମୋ ଜନ୍ମଦାର୍ତ୍ରୀ ଗର୍ଭଧାରିଣୀ ମା ହିଁ ମୋ ପ୍ରଥମ ଗୁରୁ,, ତା ଛାତି ର ଅମୃତ ହିଁ ମୋତେ ସଜୀଵ ଶ୍ରେଣୀଭୁକ୍ତ କରି ଜୀବନ ରାସ୍ତା ରେ ପ୍ରଥମ ପାଦ ପକେଇ ଚାଲିବାର କୌଶଳ ମା 'ହିଁ ଶିଖେଇଛି... ପେସା ରେ ମୋ ମା ବି ଶିକ୍ଷୟିତ୍ରୀ.. ତେଣୁ ସେ ହିଁ ପାଠ ପଢା ର ପ୍ରଥମ ଗୁରୁ..
ପ୍ରାଥମିକ ଶିକ୍ଷା ଗୁରୁ ମୋ ଜେଜେମା ଯାହାକୁ ମୁଁ ସାନ୍ତମା କହୁଥିଲି ସେ'ଥିଲେ ଅଭିଭକ୍ତ କୋରାପୁଟ ଜିଲ୍ଲା ର ପ୍ରଥମ ମହିଳା ଶିକ୍ଷୟିତ୍ରୀ (ଏମି ସ୍କୁଲ )ସେ ' ହିଁ ହାତ ଧରି ଅ "ଆ " ଲେଖେଇଥିଲେ, ବର୍ଣ୍ଣବୋଧ ପୃଷ୍ଠା କୁ ପଢି ପାରୁନଥିଲି କିନ୍ତୁ ଶୁଣି ଶୁଣି ମନେ ରଖି ବୋଲି ଦେଉଥିଲି...' ଅରଣା ମଇଁଷି ରହିଛି ଅନାଇ, ମହିଷୀ ର ପାଶ ନଯାଅ ଦନାଇ '..ଏବେବି ନେଇଯାଏ କୋରାପୁଟ ର ବୋର୍ଡ ସ୍କୁଲ ଆଡେ.... ଆଜି ସାନ୍ତମା ସ୍ୱର୍ଗ ରେ, ଚିକ ଚିକ ହେଉଥିବା ତାରା ଟିଏ,, ମୋ ଅନୁଭବ ରେ ମୋ ସତ୍ତା ରେ ବଞ୍ଚିଛନ୍ତି....
ତା'ପରେ ମୁଁ ପଢିଥିବା ଏକାଧିକ ସ୍କୁଲ ର ପତ୍ୟେକ ଗୁରୁ ମତେ ଆବୋରିଛନ୍ତି,, ମୋ ଚଞ୍ଚଳ ମନ କୁ କେନ୍ଦ୍ରୀଭୂତ କରିବାରେ ସେମାନଙ୍କ ଭୂମିକା କୁ ମୁଁ ଆଜିବି ମାନସପଟ ରେ ସଂମାନ ର ସହ ସାଇତି ରଖିଛି...
କଟକ ର ବକ୍ଲ୍ଲୀ ସ୍କୁଲ ରେ ପଠା ଆଉ ପଢ଼ିବାର ଧାରା କୁ ବୁଝି ପାରିଥିଲି,, ଯେହେତୁ ମୁଁ ଆଉ ମୋ ସାନ ଭଉଣୀ ହଷ୍ଟେଲ ରେ ରହୁଥିଲୁ ପାଠ ସହ ବିଭିର୍ଣ୍ଣ କାମ କରିବାର କଳା କୁ ଆପଣେଇଥିଲି,, ସେଠାକାର ଗୁରୁ ମାନଙ୍କ ନିରଳସ ଜୀବନ ଖୁବ ମାତ୍ରା ରେ ପ୍ରଭାବିତ କରିଥିଲା...
ବିଦ୍ୟାଳୟ ଶିକ୍ଷା ରେ ଭୁବନେଶ୍ୱର ର ୟୁନିଟ 4 ଗାର୍ଲସ ସ୍କୁଲ ହେଉ ଵା ମୋ ମା ଥିବା ଚନ୍ଦ୍ରଗିରି ଗାର୍ଲସ ସ୍କୁଲ ସବୁଠି ଶିଖିବାର ପର୍ଯ୍ୟାପ୍ତ ସୁଯୋଗ ପାଇଛି କେବଳ ମୋ ଗୁରୁ ମାନଙ୍କ ଚେଷ୍ଟା ଆଉ ସହଯୋଗ ନିମନ୍ତେ..
ମନେପଡେ ମୋତେ ସାହିତ୍ୟ ପଢ଼ାଉଥିଵା ସାରୋଜା ଦିଦି ହିଁ ଏକଦା କହିଥିଲେ "ତୋ ଗଳା ଖୁବ ସୁନ୍ଦର ଖାଲି ଟିକେ ମାଜି ହେବା ଦରକାର " ଆଉ ଆଜି ଯାଏଁ ନିଜକୁ ମାଜୁଛି ହେଲେ ସମ୍ପୂର୍ଣ୍ଣ ମାଝିହେଇନାହିଁ ଅ ଯାବତ....
ମୋ ବାଵା ଙ୍କ ଭୂମିକା କିଛି କମ ନଥିଲା ମୋତେ ଗଢିବାରେ,, ମନେ ପଡେ 82 ମସିହାରେ ଆମ ଘରକୁ ଟିଭି ଆସିଲା,, କିଛି ବୁଝୁ ନଥିଲି, ଛବି ଦେଖୁଥିଲି,, ରବିବାର ର ସିନେମା ଆଉ ବୁଧବାର, ଶୁକ୍ରବାର ର ଚିତ୍ରହାର ଦେଖିବାର ପ୍ରବଳ ଝୁଙ୍କ,, ସମପରିମାଣ ରେ ଭୟ ବି ଥାଏ l ମାଟ୍ରିକ ପାଶ କଲା ପରେ ବିଜେବି କଲେଜ, ପ୍ରଥମେ ପ୍ରଥମେ କଣ ପଢା ହେଉଥିଲା ଜାଣି ହେଉନଥିଲା କାରଣ ଓଡ଼ିଆ ମାଧ୍ୟମ ରେ ପଢିଥିବା ହେତୁ ଯଦିଓ ବ୍ୟାକରଣ ଗତ ଜ୍ଞାନ ଥିଲା କିନ୍ତୁ ଇଂରାଜି କହିବା ଆଉ ବୁଝିବାରେ ଅସୁବିଧା ହେଉଥିଲା l ମନେ ପଡେ ବାବା ଟିଭି ଦେଖା ବନ୍ଦ କରି ଦେଇଥିଲେ କେବଳ ଇଂରାଜୀ ନିୟୁଜ ଦେଖି ତାକୁ ଲେଖିବାକୁ କହିଥିଲେ.. ବୋଧେ ସେଇଥିପାଇଁ ଆଜି ମୁଁ ଇଂରାଜି କହି ପାରୁଛି କିନ୍ତୁ ବାବା ଙ୍କ ପରି ନୁହେଁ.....
ମୋ ତିନି ପିଇସୀ ସରକାରୀ ଚାକିରୀ ରେ ଥିଲେ,, କିନ୍ତୁ କେହି ଜଣେ ବି କଲେଜ ଦୁଆର ମାଡି ନଥିଲେ. ସେମାନଙ୍କ ଭିତରେ ମଝିଆ ପିଇସୀ ଙ୍କଠୁ ଅନେକ ଶିଖିଛି
କଥା କହିବାର କଳା,, ସିଲେଇ,, ବଡ଼ ପିଇସୀ ଙ୍କ କାମ କରିବାର ଧାରା ଏବେବି ମୋହଗ୍ରସ୍ଥ କରେ..
ମିନି ପିଇସୀ ଙ୍କ ଠୁ
ରନ୍ଧା ଆଉ ଘରକରଣା କଣ କମ ଶିଖିଚି...
ବାହାଘର ପରେ ଶାଶୁ ଙ୍କୁ ପାଇଲି, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ l ଖୁବ ସାଦାସିଧା ଜୀବନ, ଅଳ୍ପରେ ସନ୍ତୁଷ୍ଟ ହେଉଥୁବା ମଣିଷ l ପଢ଼ିବାର ଝୁଙ୍କ ତାଙ୍କ ପାଖରୁ ବୋଧେ ପୁଣିଥରେ ମୁଁ ମୁଠେଇଛି,, ବଡ଼ ଯାଆ ବି କିଛି କମ ନୁହନ୍ତି, ଖୁବ ପରିଶ୍ରମୀ,, ସାନ ଯାଆ ର ନିରଳସ ଜୀବନ ଅନେକ କିଛି ଶିଖେଇଛି..
ମଣିଷ ଭିତରେ ନିଆରା ମଣିଷ ମୋ ସ୍ୱାମୀ...ତାଙ୍କ ଇଶ୍ୱର ବିଶ୍ୱାସ ମୋତେ ଯୋଗେଇଛି ଆସ୍ଥା....
କର୍ମ କ୍ଷେତ୍ର ର ସହକର୍ମୀ ଙ୍କ ଠୁ ଆଣିଛି ସମୟାନୁବର୍ତ୍ତିତା ଆଉ ଏକତା ର ମହାମନ୍ତ୍ର....
ଆଜିର ପବିତ୍ର ଗୁରୁ ଦିବସ ରେ ମୋତେ ଆବୋରିଥିବା, ମୋତେ ବୁଝିଥିବା,, ମୋତେ ଗଢିଥିବା ପ୍ରତ୍ୟେକ ମଣିଷଙ୍କୁ ମୋର କୃତଜ୍ଞତା ତଥା ମଥାଲଗା ପ୍ରଣାମ.... ସେମାନେ ଥିଲେ...
ସେମାନେ ଅଛନ୍ତି...
ସେମାନେ ଥିବେ...
ଆଜୀବନ ମୋ ଚଲା ପଥ ର ଶେଷ ବତିଖୁଣ୍ଟ ପର୍ଯ୍ୟନ୍ତ ।