STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

କୃପା ପାରାବାର

କୃପା ପାରାବାର

3 mins
333


   ହଁ ;ନାହିଁ ଭିତରେ ଶେଷ ରେ ରାଜି ହେଲି ମୁଁ । ବାହାରି ପଡିଲେ ସମସ୍ତେ ସକାଳ ଛଅ ଟା ଭିତରେ। ତାଙ୍କ ମନରେ ଅଜଣା ଭୟ ରାଶିଫଳ କହେ ଦୁର୍ଘଟଣା ଭୟ ଅଛି, ଦ୍ୱିତୀୟ ରେ ସାଙ୍ଗରେ ଥିବା ଛୋଟ ପିଲାଟାକୁ ଥଣ୍ଡା, କାଶ, କଫ ଓ ଜ୍ୱର ତୃତୀୟ ରେ ସରକାରୀ କାଗଜ ପତ୍ର କାମ ରହିଛି ସ୍ୱାମୀଙ୍କର, ଚତୁର୍ଥ ରେ ନିଜ ଦେହ ଭଲ ନାହିଁ ତାଙ୍କର, ପଞ୍ଚମ ରେ ଥଣ୍ଡା ପ୍ରବଣ ଜାଗାରେ ସ୍ୱାମୀ ସ୍ତ୍ରୀ ଦୁହେଁ କେମିତି ଚଳିବେ ?ଏମିତି ଏମିତି ଅସଂଖ୍ୟ କାରଣ ଭିତରେ ବି ଝିଅ ମୁଁହ କୁ ଚାହିଁ ତା ଅନୁରୋଧ ରକ୍ଷା କରିବାକୁ ବାଧ୍ୟ ହେଲେ ବାପା ମାଆ ଦୁଇଜଣ।ଭାଇ(ପୁଅ )ମଧ୍ୟ କହୁଥିଲା, ଯାଅ, ଏତେ କରି ଡାକୁଛି ଝିଅ (ଭଉଣୀ )ଯଦି ଯାଇ ବୁଲିଆସ ।ଦିନ କେଇଟା କଟିଯିବ ସଙ୍ଗେ ସଙ୍ଗେ।

  ବାର ଘଣ୍ଟା ର ଯାତ୍ରା ।ଜ୍ୱାଇଁ ନିଜ କାର୍ ନିଜେ ଚଲାନ୍ତି ହେଲେ ଘାଟି ପାରି ହୋଇ ସାଙ୍ଗରେ ଛୁଆ ପିଲା ଧରି ଯିବା କଥା, ସବୁବେଳେ ରାୟପୁର ଘାଟି ଡେଇଁ ଯିବାକୁ ପଡେ। ଏଥର ବ୍ରହ୍ମପୁର ପରେ ଆନ୍ଧ୍ର ଦେଇ ସାଙ୍କି ସାଲୁରୀ ଘାଟି ଦେଇ ଯିବାକୁ ସ୍ଥିର କରିଛନ୍ତି। ପିଲାଟାକୁ ଜ୍ୱର, ତ କିଛି ବାଟ ଗାଡି ଗଡିଛି , ପ୍ରାୟ ସାଢେ ଦଶଟା ପାଖା ପାଖି ହେବ,ମେଡ଼ିସିନ୍ ଦୋକାନ ଟଏ ଟପି ଆଗକୁ ଗଡ଼ିଗଲା ଗାଡି ତ ପଛକୁ ଫେରାଇ ଗାଡିକୁ ସାଇଡ୍ କରୁ କରୁ ଝିଅ, ପଥର ପଥର କହୁ କହୁ ଗାଡି ପଶିଗଲା ପଥର ଭିତରେ। ଷ୍ଟାର୍ଟ୍ ବନ୍ଦ।ଅଟକି ଗଲା ଗାଡି। କେମିତି ବାହାରିବ ପଥର ଭିତରୁ ଗାଡି?? ଏବେ, ଆହା ଚୁ ଚୁ ଓ ଅନ୍ୟାନ୍ୟ ଅନୁକମ୍ପା ମୂଳକ ଶବ୍ଦ ସହିତ କେବେ କୋଉଦିନ ଆଉ କାହାର ଗାଡି ଏମିତି ଲାଗିଯାଇଥିଲା ଭଳି ଖଣ୍ଡବାକ୍ୟ ଭିତରେ,ସ୍ୱାମୀ ଓ ଝିଅ ଜ୍ୱାଇଁ ଙ୍କର ଭାଳେଣି ସହିତ ମୋ ମାନସ ପଟରେ ସନ୍ତୁଳିତ ଅନେକ ଆଶଙ୍କା। ସବୁ ତାଙ୍କ ଯୋଗୁ।ଦେଖିଲି ଗୋଟେ ପଟେ ବାର୍ତ୍ତା ବହନ କରୁଥିବା ସତ୍ୟସାଇ ଙ୍କ ଫଟୋ ଥାଇ ବିଜ୍ଞାପନ ଭରା ସନ୍ଦେଶ ବହନ କରୁଥିବା ଫଟୋ ଟିଏ କାନ୍ଥରେ।ଅନ୍ୟପଟ କାନ୍ଥରେ ବୀର ହନୁମାନ ଙ୍କର ଫଟୋ ଟିଏ।ଡାକିଲି ପ୍ରଭୁ ସତ୍ୟସାଇ କେବେ କିଛି ମାଗିନି ଜୀବନରେ, ପ୍ରଭୁ ତୁମ ଚମତ୍କାରିତା କରୁଣା ଉଣା କର ନାହିଁ ପ୍ରଭୁ। କେମିତି ଗାଡି ବାହାରିବାର ପ୍ରଶ୍ନର ଉତ୍ତର ବତାଅ ପ୍ରଭୁ। ବୀର ହନୁମାନଙ୍କୁ ଡାକିଲି କେତେ , ହେ ପ୍ରଭୁ ସବୁବେଳେ ତୁମ ଚାଳିଶା ବୋଲୁଛି ଆଉ ମାଗୁଛି ସହାୟତା। ମୋ ସ୍ୱାମୀ, ପୁଅ, ଝିଅ, ଜ୍ୱାଇଁ , ବୋହୁ ଓ ଟିକି ନାତୁଣୀ ଙ୍କ ପାଖେ ପାଖେ ରହି ବିପଦ ଆପଦ ରେ ସହାୟ ହୁଅ ପ୍ରଭୁ। ଏବେ ସେହି ବେଳ ଆସିଛି ପ୍ରଭୁ।

  ବାଇକ୍ ଉଡେଇ ଚବିଶ ପଚିଶ ବର୍ଷ ର ଯୁବକ ଟିଏ ଆସି ଅଟକି ଗଲା। ଜମିଥିବା ଲୋକଙ୍କୁ ଦେଖୁଛ କ'ଣ କହି, ସ୍ଥାନୀୟ ବ୍ୟକ୍ତିଙ୍କୁ କହି ଶାବଳ ମଗେଇଲା, ସ୍ୱାମୀ ଓ ଜ୍ୱାଇଁ ଙ୍କୁ ଧୈର୍ଯ୍ୟ ଧରିବାକୁ କହି, ଲାଗିପଡି ସୁରୁଖୁରୁରେ ପଥର ହଟେଇଲା।ଗାଡି ଷ୍ଟାର୍ଟ୍ କରିବା ପୂର୍ବରୁ ଶ୍ଵଶୁର ଜ୍ୱାଇଁ ତାକୁ ପଇସା ଦେବାରୁ କେବେ ନେଲାନି।ତାକୁ ନଛାଡିବାରୁ ଦଉଡି ଆସିଲା ମୋ ଆଡକୁ, କହିଲା, ମାଆ ଯାହା ଦେବେ ନେବି। ପୁରୀରୁ ଆଣି ଥିବା ଅବଢ଼ା କୁଡୁଆ ପ୍ୟାକେଟ୍ ବଢ଼େଇଲି ତ କଣିକାଏ ପାଇ ବିଜୁଳି ବେଗରେ ଉଡି ଚାଲିଗଲା ବାଇକ ନେଇ।

   ଗାଡି ଷ୍ଟାର୍ଟ୍ ହେଲାପରେ କିଏ କ'ଣ ସବୁ ମନ୍ତବ୍ୟ ରଖୁଥିଲେ। ସ୍ୱାମୀ କହୁଥିଲେ ପାଞ୍ଚଶହ ବଦଳରେ ହଜାରେ ଦେଇଥିଲେ ହୋଇଥାନ୍ତା। ଝିଅ କହୁଥିଲା ସେ କେବେବି ନେଇନଥାନ୍ତା ତା ସାହାଯ୍ୟ ର ମୂଲ୍ୟ ବଦଳରେ । ଜ୍ୱାଇଁ ବ୍ୟସ୍ତ ହେଉଥିଲେ ଦିନ ଥାଉ ଥାଉ ଘରେ ପହଞ୍ଚି ହେବ କି ନାହିଁ? ମୁଁ କିନ୍ତୁ ଜାଣିଥିଲି ସେ ହିଁ ସାଇବାବା ଙ୍କ ଚମତ୍କାରିତା ଓ ପ୍ରଭୁ ବୀର ହନୁମାନଙ୍କର ଉଡି ଆସି ଉପସ୍ଥିତି ରକ୍ଷା ଓ ବିପଦରୁ ଉଦ୍ଧାର।ମୁଁ କହୁଥିଲି ଆହାଃ ମୋ ପ୍ରଭୁଙ୍କୁ ଆଉଁସି ଦେଇଥାନ୍ତି ଟିକେ। ଟିକି ନାତୁଣୀ ସହ ସମସ୍ତେ ମତେ ଅନାଇ ପଚାରୁଥିଲେ କାହାକୁ ମାଆ ? ମୁଁ କହିଲି ଦେଖିଲ ନାହିଁ ସେହି ଅନାହୁତ ସାହାଯ୍ୟକାରୀ ଆଗନ୍ତୁକ ଙ୍କୁ?? ସେ ହିଁ ବୀର ହନୁମାନ, ତାଙ୍କୁ।


Rate this content
Log in

Similar oriya story from Abstract