କରୋନା ଟିକଟକ
କରୋନା ଟିକଟକ
ତୋ ଗାଲ ଫଟେଇଦେବି ମୁନି ଇଏ କଣ କରୁଛୁ।ସବୁ ବେଳେ ଖାଲି ପାଣି ସହ ଲାଗୁଛୁ। ଛୋଟ ଛୁଆ ଥଣ୍ଡା ଧରିଲେ କଣ ହେବ ଜାଣିଛୁ ।ସବୁବେଳେ ଟେବ ର ପାଣି ଖୋଲି ଦେଉଛୁ।ଶହେ ଥର କି ଦୁଇଶ ଥର ହାତ ଧୋଉଛୁ।
ଗୋଟେ ଦିନରେ ପୁରା ଗୋଟିଏ ଡେଟେଲ ହେଣ୍ଡଓ୍ବାସ ସାରୁଛୁ। ପାଣି ସହ ଏତେ ଲାଗିଲେ କଣ ହେବ।ବହୁ କଷ୍ଟରେ ଜ୍ବରରୁ ଉଠିଛୁ।
ତୁ ଜାଣିକି ମଧ୍ୟ ଏ ପ୍ରଶ୍ନ ମତେ ପଚାରୁଛୁ ମାଆ ।ସବୁବେଳେ ମତେ କହୁଛୁ କରୋନା ପାଇଁ ନିଜକୁ ସଚେତନତା ରହିବା ଦରକାର।ହାତ ପରିସ୍କାର ଭାବେ ଡେଟେଲ ହେଣ୍ଡଓ୍ବାସରେ ଧୋଇବା ଦରକାର।ତାହା ପୁଣି ଛଅ ପ୍ରକାର ଭାବେ କୋଡିଏ ସେକେଣ୍ଡ ପାଇଁ। ହେଣ୍ଡଓ୍ବାସ ସରିବନି କି। ଲକ ଡାଉନର ସାତ ଦିନରେ ଆଜି ସାତଟା ସରିଛି। ଏକୋଇଶ ଦିନରେ ପୁରା ଏକୋଇଶଟା ସରିବ।ଆହୁରି ଯଦି ଲକ୍ ଡାଉନ ଏକଷ୍ଟେସନ୍ ହେବ ତାହା ହେଲେ ଆହୁରି ଅଧିକ ଲାଗିବ।
ଯାଣିଛୁ କେତେ ଟଙ୍କା !ତୋ ବାବା ପରା କାଲି ଆଣିଥିଲେ। ତମେ ଅଲଗା ଅଲଗା ରଖିଦେଉନ ମାମା କାହାର କେତେ ସରୁଛି ଦେଖିବା।ଯାହାର ଅଧିକ ସରିଥିବ ସେ ବେଶି ହାତ ଧୋଉଥିବ।ଗାଧୋଇବା ସାବୁନ ଅଲଗା ଅଲଗା ରଖିଛ।ସାବୁନ ସରିବାର ଦେଖି କା ଗାଧୁଆ କେମିତି ଜଣାପଡୁଛି। ବାବାଙ୍କୁ କହିଲନି ଏକାଥରକେ ଏକୋଇଶଟା ଆଣିଥାନ୍ତେ।
ତୋ ପାଇଁ ଯଦି ଏକୋଇଶଟା ଆଣିଲେ ତାହା ହେଲେ ଆମମାନଙ୍କ ପାଇଁ କେତୋଟି !!!!