Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ଶିଶିର ସାହୁ ମନୋଜ

Comedy


2  

ଶିଶିର ସାହୁ ମନୋଜ

Comedy


କ୍ରାନ୍ତିକାରୀର କଥା

କ୍ରାନ୍ତିକାରୀର କଥା

3 mins 486 3 mins 486

କ୍ରାନ୍ତିକାରୀ ସେ ଉପନାମ ରଖିଥିଲା । ଖୁବ ପାଠ ପଢିଥିବା ଶିକ୍ଷିତ ଯୁବକ । ସ୍ଵାସ୍ଥ୍ୟବାନ୍,ସୁନ୍ଦର । ଭଲ ଚାକିରୀଟିଏ ବି ପାଇଛି । କିନ୍ତୁ ବିଦ୍ରୋହୀ ! କଥା କଥାକେ ମାର୍କ୍ସ-ଲେନିନ୍'ଙ୍କର ଉଦାହରଣ ଦିଏ । ଚେ-ଗୁଆରାଙ୍କର ଖାସ୍ ଭକ୍ତ ସେ ! 


କଫି ହାଉସରେ ବହୁ ସମୟ ଯାଏଁ ବସେ । ବହୁତ ବଡ଼ବଡ଼ କଥା କହେ । ତା କଥାରେ ଥାଏ କ୍ରାନ୍ତିକାରିତାର ଭାବନା ।

“ସବୁ ଉଲଟେଇ ପଲଟେଇ ଦେବାକୁ ହେବ । ସବୁ ବଦଳେଇ ଦେବାକୁ ହେବ” ।

ସଉକରେ ଲମ୍ଵା ଲମ୍ଵା ବାଳ ରଖିବା ସହ ଦାଢି ସାମାନ୍ୟ ରଖିଥାଏ । ସବୁକଥା ରେ ବିଦ୍ରୋହ ଘୋଷଣା କରେ । କିଛି କରିବାକୁ ସଦା ବାଟ ଉଣ୍ଡୁଥାଏ ।

କୁହେ’

“ମୋ ପିତାଙ୍କ ପିଢ଼ିକୁ ଶିଘ୍ର ମରିଯିବା କଥା । ମୋ ପିତା ଅତି ଋଢି଼ବାଦୀ,ଜାତିବାଦୀ ଓ ପ୍ରତିକ୍ରିୟାବାଦୀ ଲୋକ । ବଡ଼ ମରହଟିଆ ।

ସେ ଯେବେ ମରିବେ ମୁଁ ଲଣ୍ଡା ହେବିନି କି ଶ୍ରାଦ୍ଧ ବି କରିବିନି । ମୁଁ ସବୁ ପୁରୁଣାକାଳିଆ ପରମ୍ପରା ଗୁଡି଼କୁ ନାଶ କରଦେବି । ଚେ-ଗୁଆରା ଜିନ୍ଦାବାଦ୍ ”


ତା’ର କେହି ସାଙ୍ଗ ଯଦି କହେ’ 

“ହେଲେ ତୁମ ବାପା ତୁମକୁ ବହୁତ ଭଲ ପାଅନ୍ତି” ?


କ୍ରାନ୍ତିକାରୀ କୁହିଉଠେ "ଭଲ ପାଅନ୍ତି ?”

“ହଁ !!! ପ୍ରତ୍ୟେକ ବୟସ୍କ ଲୋକ କ୍ରାନ୍ତିକାରିତାକୁ ମାରିଦେବା ପାଇଁ ଲୋକ ଦେଖାଣିଆ ଭଲ ପାଅନ୍ତି । ଏ ଭଲପାଇବା ନୁହେଁ ଷଡ଼ଯନ୍ତ୍ର ।ତୁମେ ମାନେ ବୁଝିବନି । ଆଜିକାଲି ମୋ ବୋପା ଜଣେ ବ୍ରାହ୍ମଣ ସହିତ ହାତ ମିଶେଇଛି ଆଉ ତା’ଠାରୁ କୋଡ଼ିଏ ପଚିଶ ହଜାର ନେଇ ତା’ ଝିଅ ସହ ମୋ ବିହା କରିଦେବାର ଯୋଜନା କରୁଛି ।

କିନ୍ତୁ ହେବାକୁ ଦେଲେ ତ! 


ମୁଁ ଜାତିରେ ବିହା କରିବି ନାହିଁ । ମୁଁ ଅନ୍ୟ ଜାତିର କୌଣସି ଛୋଟ ଜାତିର ଝିଅକୁ ବାହା ହୋଇଯିବି ଆଉ ମୋ ବୋପା ମୁଣ୍ଡ ବାଡେ଼ଇ ବାଡେ଼ଇ ରହିବ ।”

ଆଉ ଜଣେ ସାଙ୍ଗ କହିଲା, ଯଦି ତୁମର ପ୍ରେମ ଜଣେ କନ୍ୟା ସହ ହୋଇଯାଏ ଭାଗ୍ୟକୁ ସେ ବ୍ରାହ୍ମଣ କୁଳର ହୋଇଥାଏ ତେବେ ତୁମେ ତାକୁ ବିବାହ କରିବ ନା” ?


ସେ କହିଲା’


“ମୋଟେ ନୁହେଁ ! ମୁଁ ତାକୁ ଛାଡି଼ଦେବି । କେହି ବି କ୍ରାନ୍ତିକାରୀ ନିଜ ଜାତିରେ ବିବାହ କରେନାହିଁ ନା ପ୍ରେମକରେ । ମୁଁ ଏକ କାୟସ୍ଥ ଝିଅକୁ ଭଲପାଏ । 

ମୁଁ ତାକୁ ହିଁ ବିହା ହେବି”


ଦିନେ ସେ କୋର୍ଟରେ ସେହି କାୟସ୍ଥ କନ୍ୟାକୁ ବିବାହ କରିନେଲା । ତାକୁ ନେଇ ଆସି ନିଜ ସହରରେ ଜଣେ ବନ୍ଧୁଙ୍କ ଘରେ ରହିବାକୁ ଲାଗିଲା ।


ସେ ଏବେ ବଡ଼ ଉତ୍କଣ୍ଠିତ ଜଣାପଡୁଥିଲା । କହୁଥାଏ, 

“ଆଇ ବ୍ରୋକ୍ ଦେଆର୍ ନେକ୍”

ଏଭେ ଯାଇ ଦେଖ ମୋ ବୋପା ମୁଣ୍ଡ ବାଡଉଥିବ ଆଉ ମାଆ କାନ୍ଦବୋବାଳି ଛାଡୁଥିବ । ଆଖ ପାଖର ପଡୋଶୀଙ୍କୁ ଡାକି ମୋ ବୋପା କହୁଥିବ,‛ଆଜିଠାରୁ ମୋ ପୁଅ ମୋ ପାଇଁ ମରିଗଲା’ ! ସେ ମୋତେ ତେଜ୍ୟପୁତ୍ର କରିଦେବ । ତା ସମ୍ପତ୍ତି ରୁ ହତାଦର କରିଦେବ । ଆଇ ଡୋଣ୍ଟ୍ କେୟାର । ମୁଁ କିଛି ବି ବଳିଦାନ ଦେବାକୁ ତିଆର୍ ଅଛି । ସେ ଘର ମୋ ପାଇଁ ଶତୃର ଘର ହୋଇସାରିଛି । ବଟ୍ ଆଇ ୱିଲ୍ ଫାଇଟ୍ ଟୁ ଦି ଏଂଡ୍ ଟୁ ଦି ଏଂଡ୍ ।”


ସେ ସଗର୍ବେ ବାରଣ୍ଡାରେ ବୁଲୁଥାଏ । ପୁଣି ବସି ପଡେ଼ ଆଉ ମନକୁ ମନ କହୁଥାଏ 

“ବାସ୍ -ଏଇ ତ ସଂଘର୍ଷ ଆସିଲାଣି” !!!!!


ଜଣେ ସାଙ୍ଗ ଆସି ତାକୁ କହିଲା’


“ତୁମ ଫାଦର କହୁଥିଲେ ତୁମେ ନିଜ ପତ୍ନୀକୁ ନେଇ ସିଧା ଘରକୁ କାହିଁକି ଗଲନାହିଁ । ସେ ତ ବଡ଼ ଶାନ୍ତ ଥିଲେ । ମୋତେ କହୁଥିଲେ ମୋ ପୁଅ ବୋହୂଙ୍କୁ ଦେଖିଲେ ଘରକୁ ନେଇ ଆସନ୍ତନି ?”


କ୍ରାନ୍ତିକାରୀ ଉତ୍ତେଜିତ ହୋଇଗଲା- 

ହୁଁ ! ମରହଟିଆ ହିପୋକ୍ରେସୀ ! ମୁଁ ସବୁ ବୁଝୁଛି ।

ଏହା ଏକ ଷଡ଼ଯନ୍ତ୍ର । ସେ ମୋତେ ଘରକୁ ଡାକି 

ଗୁଡାଏ ହୋ ହାଲ୍ଲା କରି ଅପମାନିତ କରି ପୁଣି ଘରୁ ନିକାଲି ଦେବାର ଯୋଜନା କରିଛନ୍ତି । ଯଦି ସେ ମୋତେ ତ୍ୟାଗ କରିସାରିଛନ୍ତି ତେବେ ମୁଁ କାହିଁକି ଫେରିବି ? ବରଂ ମୁଁ ଘରଭଡା଼ ନେଇକି ରହିଯିବି !"


ତା ସାଙ୍ଗ ପୁଣି କହିଲା, “ହେଲେ ତୁମ ପିତା ତୁମକୁ କେବେ ତ୍ୟାଗ କଲେ କି ?”


ସେ କହିଲା-“ମୋତେ ସବୁ ଜଣା ଅଛି -ଆଇ ଵିଲ୍ ଫାଇଟ୍ !”


ସାଙ୍ଗ କହିଲା’, ଯେବେ ଯୁଦ୍ଧ ହିଁ ନାହିଁ ତ ଫାଇଟ କ’ଣ ଆଉ କରିବ କିହୋ ?”


କ୍ରାନ୍ତିକାରୀ କଳ୍ପନାରେ ବୁଡି଼ଥାଏ ।ମନେ ମନେ ତାହାର ବୈଚାରିକ ଅସ୍ତ୍ରସବୁ ତିକ୍ଷ୍ଣ କରୁଥାଏ ।ବାରୁଦ ଶୁଖାଉଥାଏ । କ୍ରାନ୍ତିର ନିର୍ଣ୍ଣାୟକ କ୍ଷଣ ଆସିଗଲାଣି । ମୁଁ ବୀର ଭଳି ଲଢି଼ବି ଆଵଶ୍ୟକ ହେଲେ ଏ ଜୀବନ ବି ଦେଇ ଦେବି ।


ତୃତୀୟ ଦିନ ତା’ର ଜଣେ ଅନ୍ତରଙ୍ଗ ବନ୍ଧୁ ଆସିଲା 

ଆଉ କହିଲା, “ତୁମର ମାତାପିତା ଟ୍ୟାକ୍ସି ନେଇ

ତୁମକୁ ଘରକୁ ବାହୁଡା଼ଇ ନେବାକୁ ଆସୁଅଛନ୍ତି ।

ରବିବାର ଦିନ ତୁମ ବିବାହ ଉପଲକ୍ଷେ ଭୋଜିର ଆୟୋଜନ ଅଛି । ନିମନ୍ତ୍ରଣ ପତ୍ର ବଣ୍ଟା ଯାଉଛି” ।

କ୍ରାନ୍ତିକାରୀ ର ପାଦ ତଳୁ ସତେ ଯେମିତି ମାଟି ଖସିଗଲା ! ସେ ମୁଣ୍ଡରେ ହାତ ଦେଇ ବସିଗଲା । ତା ଦେହ ହଳଦିଆ ପଡ଼ିଗଲା ଆଉ ଦିହରୁ ଝାଳ ବୋହି ଯାଉଥାଏ । 

କହୁଥାଏ,

“ହାୟ ! ମୋର ସବୁ ଚାଲି ଗଲା । ଜୀବନଯାକର ସଂଘର୍ଷ ସାଧନା ଶେଷ ହୋଇଗଲା । 

ନୋ ଷ୍ଟ୍ରଗଲ୍ !

ନୋ ରେଭେଲ୍ୟୁସନ୍!  

ମୁଁ ହାରିଗଲି, ସେମାନେ ମୋତେ ନେବାକୁ ଆସୁଛନ୍ତି ମୁଁ ପରାଧୀନ ହୋଇଗଲି!

ମୁଁ ଯୁଦ୍ଧ କରିବାକୁ ଚାହୁଁଥିଲି ହାୟ! ମୋ କ୍ରାନ୍ତିକାରିତା

ମୋ କ୍ରାନ୍ତିକାରିତା! 

ଦେବୀ! ତୁ ମୋ ପିତାଠାରୁ ମୋର 

ତିରସ୍କାର କରେଇ ଦେ ଚେ-ଗୁଆରା! ଡିଅର୍ ଚେ”


ତା’ର ସ୍ତ୍ରୀ ବଡ଼ ଚାଲାକ ଥିଲା ।ଦି ତିନି ଦିନ ହେବ କ୍ରାନ୍ତିକାରିତା ଦେଖୁଥିଲା ।

ତେଣୁ କହିଲା , “ଡିଅର୍ ଗୋଟାଏ କଥା କହିବି

ପ୍ରକୃତରେ ତୁମେ ଜଣେ କ୍ରାନ୍ତିକାରୀ ନୁହେଁ ”


ସେ ଆଶ୍ଚର୍ଯ୍ୟ ହୋଇଗଲା ପଚାରିଲା , “କ୍ରାନ୍ତିକାରୀ ନୁହେଁ ! ତେବେ ମୁଁ କ’ଣ ? 


ତା’ ପତ୍ନୀ କହିଲା, “ତୁମେ ଟିକିଏ ଅବୁଝା ! କିନ୍ତୁ ମୁଁ ତୁମକୁ ବହୁତ ଭଲପାଏ” ।


(ହିନ୍ଦୀର ପ୍ରସିଦ୍ଧ ବ୍ୟଙ୍ଗକାର, ଲେଖକ,କବି 

ଶ୍ରୀ ହରିଶଙ୍କର ପରସାଇଙ୍କ ରଚିତ “क्रांतिकारी कि कथा” ର ଓଡ଼ିଆ ଭାଷାନ୍ତର )


Rate this content
Log in

More oriya story from ଶିଶିର ସାହୁ ମନୋଜ

Similar oriya story from Comedy