ଶିଶିର ସାହୁ ମନୋଜ

Classics Inspirational Others

3  

ଶିଶିର ସାହୁ ମନୋଜ

Classics Inspirational Others

ନୀଳଵର୍ଣ୍ଣ ଶୃଗାଳର କାହାଣୀ

ନୀଳଵର୍ଣ୍ଣ ଶୃଗାଳର କାହାଣୀ

3 mins
1.2K


ନୀଳଵର୍ଣ୍ଣ ସେ ନିଜେ ମାଖି ନଥିଲା ଵରଂ ତାହା ତ ତା'ର ଜନ୍ମ କାଳରୁ ଥିଲା । ହଁ ସେ ନୀଳଵର୍ଣ୍ଣ ଶୃଗାଳଟି ଏକ ଵର୍ଣ୍ଣସଙ୍କର ଥିଲା କିନ୍ତୁ ଏଥିରେ ତାର ଵା ଦୋଷ କ'ଣ ? 

ଶ୍ଵାନ ଓ ଶୃଗାଳର ସନ୍ତାନ ଥିଲା ସେ କିନ୍ତୁ ଶୃଗାଳ ସମାଜ କାଳେ ଘୃଣା ଚକ୍ଷୁରେ ଦେଖିବ ତେଣୁ ତା ମାଆ ତାକୁ ଏକ ଗୁମ୍ଫା ମଧ୍ୟରେ ଲୁଚେଇ ରଖିଥିଲା । କ୍ରମେ ନୀଳଵର୍ଣ୍ଣ ଶୃଗାଳ ବଡ଼ ହେଵାକୁ ଲାଗିଲା । ପଦାକୁ ବାହାରି ଚାରିଆଡ଼ ବୁଲି ଦେଖିଵାକୁ ତାର ବଡ଼ ମନ ହେଲା ।

 ତା ମାଆ କିନ୍ତୁ ଆକଟ କରେ ବାହାରକୁ ଯାଆନାରେ ବାପ ଏବେ ସେ ସମୟ ଆସିନି ।

 ଦିନେ ମାଆର କଥା ନମାନି ନୀଳଵର୍ଣ୍ଣ ଶୃଗାଳଟି ପଦାକୁ ବାହାରି ଖଣ୍ଡେ ଦୂର ଯାଏଁ ବୁଲିଲା । ଅନ୍ୟ ଶୃଗାଳମାନେ ତାକୁ ଦେଖି ଭୟରେ ଚିତ୍କାର କଲେ ଆଉ ଦଳବଦ୍ଧ ହୋଇ ମାରି ପକେଇଵାକୁ ଉଦ୍ଯତ୍ତ ହେଲେ । 

ବଡ଼ କଷ୍ଟରେ ସେ ଯେନତେନ ପ୍ରକାରେ ଗୁମ୍ଫା ଭିତରକୁ ପଳାଇ ଆସିଲା । ଶୃଗାଳ ମାନଙ୍କ ପ୍ରତି ତାହାର ଦ୍ୱେଷ ଓ ଘୃଣା ହେଲା । ସେମାନେ ତାହାର ଜାତିଭାଇ ହୋଇଥିଲେ ହେଁ ସେ ସେମାନଙ୍କୁ ନିଜର ଭାବୁନଥିଲା । 

ଦିନ ଗଡି଼ଚାଲିଲା । ନୀଳଵର୍ଣ୍ଣ ଶୃଗାଳ ମଧ୍ୟ ବଡ଼ ହେଵାକୁ ଲାଗିଲା । ତେବେ ସେ ଯେତିକି ଯେତିକି ବଡ଼ ହେଉଥାଇ ଶୃଗାଳ ଜାତିପ୍ରତି ତାହାର ଘୃଣା ମଧ୍ୟ ବଢି଼ଚାଲିଥାଇ । 

ଦିନେ ରାତିରେ ନୀଳଵର୍ଣ୍ଣ ଶୃଗାଳ ସେ ଜଙ୍ଗଲ ଛାଡ଼ି ଅନ୍ୟ ଏକ ଜଙ୍ଗଲକୁ ଚାଲିଗଲା । 

ନୂଆ ଜଙ୍ଗଲରେ ଶ୍ଵାନମାନଙ୍କର ଶାସନ ଥିଲା । ଶ୍ଵାନମାନେ ସେ ନୀଳଵର୍ଣ୍ଣ ଶୃଗାଳକୁ ଦେଖି ପ୍ରଥମେ ଡରିଗଲେ କିନ୍ତୁ କିଛି ବୁଦ୍ଧିଆ ଶ୍ଵାନ ସାହସ କରି ତା ପାଖକୁ ଗଲେ ଏଵଂ ଆଦର ସତ୍କାର ସହ କୁଶଳ ମଙ୍ଗଳ ପୁଚ୍ଛାକଲେ । 

ନୀଳଵର୍ଣ୍ଣ ଶୃଗାଳକୁ ଏତେ ଆଦର ସତ୍କାର ମିଳନଥିଲା । ନିଜ ପିତୃରାଜ୍ୟରେ ଏତାଦୃଶ ସମ୍ମାନ ଆଦର ପାଇ ସେ ଗଦ୍ ଗଦ୍ ହୋଇଗଲା । 

ଶ୍ଵାନମାନେ ନୀଳଵର୍ଣ୍ଣ ଶୃଗାଳଠାରୁ ତା ମାତୃଦେଶ ଵିଷୟରେ ସବୁ ଶୁଣିଲେ । ସେମାନେ ନୀଳଵର୍ଣ୍ଣ ଶୃଗାଳକୁ ସାହାଯ୍ୟ କରିଵାକୁ ପ୍ରତିଶ୍ରୁତି ଦେଲେ । 

ତହୁଁ ନୀଳଵର୍ଣ୍ଣ ଶୃଗାଳ ନିଜ ମାତୃଦେଶ ଶୃଗାଳ ରାଇଜକୁ ଫେରିଲା ଏଵଂ ତା ପରି ଆଉ କେହି ଅଛନ୍ତି କି ନାହିଁ ଉଣ୍ଡିଵାକୁ ଲାଗିଲା । କେତେକ ଦିନ ମଧ୍ୟରେ ଆଉ ଦୁଇ ଚାରିଜଣ ତାହାରି ପରି ବର୍ଣ୍ଣଶଙ୍କର ଶୃଗାଳ ମିଳିଗଲେ । 

ସେଇଠୁ ଆରମ୍ଭ ହେଲା ଦେଶଵ୍ୟାପୀ ଵିଦ୍ରୋହ । ଶୃଗାଳଵନର ଶ୍ଵାନଦେଶ ସହିତ ଲାଗିକରିଥିଵା ଭୂମିକୁ କଳେ ବଳେ କୌଶଳେ ନିଜର ବୋଲି ଦାବୀ କରି ଶୃଗାଳମାନଙ୍କୁ ଅପମାନିତ କରିଵା ଓ ହରାଇଵା ଥିଲା ସବୁ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଲକ୍ଷ୍ୟ ‌ ।  ଏପଟେ ଶ୍ଵାନମାନେ ମଧ୍ୟ ଶୃଗାଳମାନଙ୍କୁ ଶୃଗାଳଵନରୁ ମାରି ତଡି଼ଵାକୁ ଗୁପ୍ତରେ ଯୋଜନା କରିଥାଆନ୍ତି । ଶ୍ଵାନଦେଶରେ ଖାଦ୍ୟାଭାଵ ତଥା ଶ୍ଵାନବଂଶ ବୃଦ୍ଧି ଯୋଗୁଁ ଵିସ୍ତୃତ ଭୂଭାଗର ଆଵଶ୍ୟକତା ରହିଵା ସ୍ଵାଭିଵିକ କଥା ।  ଶ୍ଵାନମାନେ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ସାହାଯ୍ୟ କରିବେ କହି ଶୃଗାଳଵନ ଉପରେ ଆକ୍ରମଣ କରିଦେଲେ । ଏହି ଭୀଷଣ ଯୁଦ୍ଧରେ “ଘର ଢିଙ୍କି କୁମ୍ଭୀର” ନୀଳଵର୍ଣ୍ଣ ଶୃଗାଳ ଓ ତା’ପରି ଅନ୍ୟ ଅନେକ ଵର୍ଣ୍ଣସଙ୍କର ଶୃଗାଳମାନେ ନିଜ ପିତୃଦେଶୀୟ ଶ୍ଵାନମାନଙ୍କୁ ସହଯୋଗ କଲେ ।  ଫଳତଃ ଘରଭଙ୍ଗା ଜାତିଦ୍ରୋହୀ ଵର୍ଣ୍ଣସଙ୍କର ଶୃଗାଳମାନଙ୍କ ଯୋଗୁଁ ସମଗ୍ର ଶୃଗାଳ ଜାତି କ୍ଷତିଗ୍ରସ୍ତ ହେଲା । କେତେନାକେତେ ଶୃଗାଳ ହତ ହେଲେ କେତେ ଆହତ ହେଲେ ଏଵଂ ବଞ୍ଚିଯାଇଥିଵା ଶୃଗାଳମାନେ ଉକ୍ତ ଵନ ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଲେ ।  ଯୁଦ୍ଧ ଶେଷ ହେଲାରୁ ନୀଳଵର୍ଣ୍ଣ ଶୃଗାଳ ଓ ତାହାର ଅନ୍ୟ ଵର୍ଣ୍ଣସଙ୍କର ଶୃଗାଳ ବନ୍ଧୁମାନେ ଵିଜୟ ଗର୍ଵରେ ନାଚିଵାକୁ ଲାଗିଲେ ।  ଭୋଜୀର ଆୟୋଜନ ହେଲା । ଶ୍ଵାନଦେଶରୁ ସେ ଦେଶର ପୁରଖା ଶ୍ଵାନନେତାମାନେ ଵିଜିତ ଶୃଗାଳ ଦେଶକୁ ନୀରିକ୍ଷଣ କରିଵାକୁ ଆସିଲେ ।  ନୀଳଵର୍ଣ୍ଣ ଶୃଗାଳ ସମେତ ସବୁ ଵର୍ଣ୍ଣସଙ୍କର ଶୃଗାଳମାନେ ସେତେବେଳକୁ ମାଂସ ଖାଇ ଆନନ୍ଦ ଵିଭୋର ହୋଇ ପଡି଼ଥାନ୍ତି । ଶ୍ଵାନଦେଶର ନେତାମାନେ ସେମାନଙ୍କୁ ଦେଖି ପରସ୍ପର ସହିତ ଆଲୋଚନା କରୁଥାଆନ୍ତି “ଆମ ଲକ୍ଷ୍ୟ ତ ପୂରଣ ହେଇଗଲା ! ଏ ଜାରଜଗୁଡ଼ା ଆଉ କି କାମରେ ଆସିବେ ?”ଆଉ ଜଣେ ଶ୍ଵାନନେତା କହିଲା ଏମାନଙ୍କୁ ଦାସ କରି ରଖିହୁଅନ୍ତା କିନ୍ତୁ ଏମାନେ ବିଶ୍ବାସଘାତକ । ଯୋଉମାନେ ଆପଣା ସ୍ଵାର୍ଥଲାଭ ହେତୁ ନିଜ ଜାତି ସହିତ ଵିଶ୍ଵାସଘାତ କରିଛନ୍ତି ସେମାନେ କେବେ ଵିଶ୍ଵାସପାତ୍ର ହେବେ କି ? ମୁଖ୍ୟ ଶ୍ଵାନନେତା ସବୁ ଶୁଣୁଥାନ୍ତି ତାପରେ ଶ୍ଵାନସୈନ୍ୟମାନଙ୍କୁ ଆଦେଶ ହେଲା ଜାରଜ ଵର୍ଣ୍ଣସଙ୍କର ଶୃଗାଳମାନଙ୍କୁ ମାରି ତଡି଼ଦିଅ ଆଉ ଵିରୋଧ କଲେ ସେମାନଙ୍କୁ ବନ୍ଦୀ କର।



Rate this content
Log in

Similar oriya story from Classics