STORYMIRROR

ଶିଶିର ସାହୁ ମନୋଜ

Abstract Comedy Fantasy

4  

ଶିଶିର ସାହୁ ମନୋଜ

Abstract Comedy Fantasy

ପାଞ୍ଚ ଗପୁଡ଼ି

ପାଞ୍ଚ ଗପୁଡ଼ି

2 mins
343

୧୭୪୦ରୁ ୧୭୫୦ ସମୟର କଥା । ସେତେବେଳେ ଓଡ଼ିଶାର ଗାଆଁଗଣ୍ଡା ନଗର ଵନ କୋଉଠି ବି ଲୋକେ ସୁରକ୍ଷିତ ନଥିଲେ । ଓଡ଼ିଶାର ଧନ,ରତ୍ନ ଵିଦେଶୀ ଲୁଣ୍ଠନକାରୀମାନେ ଲୁଟିଚାଲିଥିଲେ , ସହସ୍ରାଧିକ ଲୋକ ମୃତ୍ୟୁବରଣ କରୁଥିଲେ ଏଵଂ ଅନେକ ନାରୀ ନିର୍ଯ୍ୟାତନାର ଶିକାର ହେଉଥିଲେ । ସେ ଯୁଗରେ ଓଡ଼ିଶାରୁ ଅନେକ ଲୋକ ଅନ୍ୟତ୍ର ଚାଲିଯିଵା ଶ୍ରେୟସ୍କର ମଣୁଥିଲେ । 


‌ଓଡ଼ିଶାରୁ ଏହିପରି ପାଞ୍ଚଜଣ ଲୋକ ଅନ୍ୟ ଅଞ୍ଚଳକୁ ଜଙ୍ଗଲ ବାଟ ଦେଇ ଚାଲିଯାଉଥାନ୍ତି । ସେଇ ପାଞ୍ଚଜଣଙ୍କ ମଧ୍ୟରୁ ଜଣେ ଲୋକ ଜନ୍ମରୁ ଅନ୍ଧ ଥିଲା,ଜଣେ କାଲା ଥିଲା,ଦୁଇଟିଯାକ ପାଦ ହରାଇଥିଵା ଜଣେ ଲେଙ୍ଗେଡ଼ା ଥିଲା ଏଵଂ ଆଉ ଜଣେ ହସ୍ତହୀନ ନୁଲା ଵା କେମ୍ପା ଥିଲା । ଏଇ ଚାରିଜଣଙ୍କ ଵ୍ୟତୀତ ସେମାନଙ୍କ ସହିତ ଜଣେ କଙ୍କାଳସାର ଦରିଦ୍ର ଜନ ବି ଯାତ୍ରା କରୁଥିଲା । 


ସେମାନେ ବାଟରେ ଯାଉ ଯାଉ 

ହଠାତ୍ କାଲାଲୋକଟି ଶୁଣିଵାର ଅଭିନୟ କରି କହିଲା “ଦୂରରୁ ଘୋଡ଼ାମାନଙ୍କର ଟାପୁର ଶବ୍ଦ ଶୁଣାଯାଉଛି,ହୁଏତ ପଛରୁ ଵର୍ଗୀମାନେ ଗଡ଼ ଲୁଟିଵାକୁ ଆସୁଛନ୍ତି । ଭାଇମାନେ ଏ ଵର୍ଗୀ ବହୁତ ହିଂସ୍ର ,ଆମକୁ ହାଣିଦେବେ ଚାଲ ଵରଂ ସେ ଗଛ ମୂଳରେ ଲୁଚିଵା ।”


ଏହା ଶୁଣି ଆକାଶ ଆଡ଼କୁ ଅନାଇ ଅନ୍ଧ ବି କହିଲା "ଦେଖ ଭାଇମାନେ ଭଲରେ ଦେଖ 

କେତେ ଧୂଳି ଉଡ଼ୁଛି,ହାଁ ନିଶ୍ଚେଁ ଵର୍ଗୀମାନେ ପେଲି ମୁସାଣ୍ଡି ଆମ ଆଡ଼କୁ ମାଡି଼ ଆସୁଛନ୍ତି ।”


ଏହା ଶୁଣି ଅନ୍ଧ କାନ୍ଧରେ ବସିଥିଵା ଲେଙ୍ଗେଡ଼ା ଆଉ ଚୁପ୍ ହୋଇ ରହିପାରିଲା ନାହିଁ ଯୋର୍‌ରେ ଚିତ୍କାର କରି କହିଲା “ଚାଲ ଭାଇମାନେ ଏ ବାଟ ଛାଡ଼ି ଅନ୍ୟ ଆଡ଼େ ଦୌଡି଼ ପଳାଇଵା ନୋହିଲେ ଵର୍ଗୀ ହାତରେ ପଡ଼ି ମରିଵା ସାର ହେଵ” 


'ଆବେ, ଭୀରୁ ଭଳି ହଗିମୁତି ପଳାୟନ କରିଵାକୁ କହୁଛ ? ଆସନ୍ତୁ ସେ ଵର୍ଗୀମାନେ,ତାଙ୍କୁ ଏମିତି କର୍ଣ୍ଣମୂଳିଆ ଦେଵା ଯେ ତାଙ୍କ ଜ୍ଞାନ ହରି ତାତିଯିଵ” କେମ୍ପା ଉତ୍ତେଜିତ ହୋଇ କହିଲା ।


କାଲା,ଅନ୍ଧ, ଲେଙ୍ଗେଡ଼ା ଆଉ କେମ୍ପାଙ୍କ କଥା ଶୁଣି ଢକଢକିଆ ଦରିଦ୍ର ଜନଟି ଆଉ ରହିନପାରି ବୋଇଲା "ହଁ ହଁ ଆହୁରି ବଡ଼ ପାଟି କରି ଗପୁନା ଗପ , ଵର୍ଗୀମାନେ ଆସି ମୋଠୁଁ ସବୁ ଧନ ସମ୍ପତ୍ତି ଲୁଟିନନେଲା ଯାଏଁ ତେମେମାନେ ସେମିତି ଗପୁଥିଵ ନା କିସ ଵା  ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract