ଦେଶଦ୍ରୋହୀ
ଦେଶଦ୍ରୋହୀ


ଜଣେ ବନ୍ଧୁ ସାମାଜିକ ଗଣମାଧ୍ୟମରେ ଚିତ୍ର ସହିତ କିଛି ତଥ୍ୟ ଉପସ୍ଥାପନ କଲେ। ସେ ଉପସ୍ଥାପନଟିରେ ପ୍ରଦତ୍ତ ଆଲୋକଚିତ୍ରରେ ଜଣେ ବ୍ୟକ୍ତି କମ୍ପ୍ୟୁଟର ପରି ଏକ ଦରଵ ଆଗରେ ବସି କାମ କରୁଥିଵା ଦର୍ଶାଯାଇଥିଲା । ଚିତ୍ରରେ ତଥ୍ୟ ଲେଖାଥିଲା-
“୧୪୦୦ ଵର୍ଷ ତଳେ ପଲ୍ଲଵ ନରେଶ ଦ୍ଵାରା ଗଢ଼ାଯାଇଥିଵା ମନ୍ଦିର ମଧ୍ୟରେ କମ୍ପ୍ୟୁଟରର ଚିତ୍ର । ଇତି ସିଦ୍ଧମ୍, କମ୍ପ୍ୟୁଟର ଭାରତରେ ଉଦ୍ଭାବନ କରାଯାଇଥିଲା ।”
'ଇସ୍ରୋ'ରେ କାମ କରୁଥିଵା ଜଣେ ଭାରତୀୟ ଵୈଜ୍ଞାନିକଙ୍କ ଦୃଷ୍ଟିରେ ସେ ପୋଷ୍ଟ ଆସିଗଲା । ସେ ପୋଷ୍ଟ କରିଥିଵା ଲୋକକୁ ସଚେତନ କରିଵାକୁ ଯାଇ କହିଵାକୁ ଚାହୁଁଥିଲେ ଯେ ଏହି ଫଟୋ କୌଣସି ମନ୍ଦିରର ନୁହେଁ ଵରଂ "Cosmos latinos" ନାମକ ଏକ ପୁସ୍ତକର Cover Pageର ଫୋଟୋ , ଯାହାକୁ ମେକ୍ସିକୋର କଳାକାର ରାଉଲ କ୍ରୁଜ ଅଙ୍କନ କରିଛନ୍ତି ।
ହେଲେ କିଛି ଟିପ୍ପଣୀ ଦେଵା ପୂର୍ଵରୁ ସେ ପୋଷ୍ଟର ଶେଷ ପଦକୁ ପଢ଼ି ଆଉ ଟିପ୍ପଣୀ ନଦେଇ ରହିଗଲେ । ଶେଷ ପଦଟି ଏହିପରି ଲେଖାଥିଲା -
“କିନ୍ତୁ ଦେଶଦ୍ରୋହୀ ବାମପନ୍ଥୀ କଙ୍ଗୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ ।”
ହଁ,ସେଠାରେ ଶେଷ ପଦଟିକୁ ନପଢ଼ି ଟିପ୍ପଣୀ ଦେଇ ଦେଇଥିଲେ ଵୈଜ୍ଞାନିକ ମହାଶୟ ଅଯଥାରେ ଦେଶଦ୍ରୋହୀ ଘୋଷିତ କରାଯାଇଥାନ୍ତେ