STORYMIRROR

ଶିଶିର ସାହୁ ମନୋଜ

Abstract Comedy Fantasy

3  

ଶିଶିର ସାହୁ ମନୋଜ

Abstract Comedy Fantasy

ଦେଶଦ୍ରୋହୀ

ଦେଶଦ୍ରୋହୀ

1 min
161

ଜଣେ ବନ୍ଧୁ ସାମାଜିକ ଗଣମାଧ୍ୟମରେ ଚିତ୍ର ସହିତ କିଛି ତଥ୍ୟ ଉପସ୍ଥାପନ କଲେ। ସେ ଉପସ୍ଥାପନଟିରେ ପ୍ରଦତ୍ତ ଆଲୋକଚିତ୍ରରେ ଜଣେ ବ୍ୟକ୍ତି କମ୍ପ୍ୟୁଟର ପରି ଏକ ଦରଵ ଆଗରେ ବସି କାମ କରୁଥିଵା ଦର୍ଶାଯାଇଥିଲା । ଚିତ୍ରରେ ତଥ୍ୟ ଲେଖାଥିଲା- 


“୧୪୦୦ ଵର୍ଷ ତଳେ ପଲ୍ଲଵ ନରେଶ ଦ୍ଵାରା ଗଢ଼ାଯାଇଥିଵା ମନ୍ଦିର ମଧ୍ୟରେ କମ୍ପ୍ୟୁଟରର ଚିତ୍ର । ଇତି ସିଦ୍ଧମ୍, କମ୍ପ୍ୟୁଟର ଭାରତରେ ଉଦ୍ଭାବନ କରାଯାଇଥିଲା ।”


'ଇସ୍ରୋ'ରେ କାମ କରୁଥିଵା ଜଣେ ଭାରତୀୟ ଵୈଜ୍ଞାନିକଙ୍କ ଦୃଷ୍ଟିରେ ସେ ପୋଷ୍ଟ ଆସିଗଲା । ସେ ପୋଷ୍ଟ କରିଥିଵା ଲୋକକୁ ସଚେତନ କରିଵାକୁ ଯାଇ‌ କହିଵାକୁ ଚାହୁଁଥିଲେ ଯେ ଏହି ଫଟୋ କୌଣସି ମନ୍ଦିରର ନୁହେଁ ଵରଂ "Cosmos latinos" ନାମକ ଏକ ପୁସ୍ତକର Cover Pageର ଫୋଟୋ , ଯାହାକୁ ମେକ୍ସିକୋର କଳାକାର ରାଉଲ କ୍ରୁଜ ଅଙ୍କନ କରିଛନ୍ତି । 

 

ହେଲେ କିଛି ଟିପ୍ପଣୀ ଦେଵା ପୂର୍ଵରୁ ସେ ପୋଷ୍ଟର ଶେଷ ପଦକୁ ପଢ଼ି ଆଉ ଟିପ୍ପଣୀ ନଦେଇ ରହିଗଲେ । ଶେଷ ପଦଟି ଏହିପରି ଲେଖାଥିଲା -


“କିନ୍ତୁ ଦେଶଦ୍ରୋହୀ ବାମପନ୍ଥୀ କଙ୍ଗୀ ଏହାକୁ କଦାପି ଗ୍ରହଣ କରିବେ ନାହିଁ ।”

 

ହଁ,ସେଠାରେ ଶେଷ ପଦଟିକୁ ନପଢ଼ି ଟିପ୍ପଣୀ ଦେଇ ଦେଇଥିଲେ ଵୈଜ୍ଞାନିକ ମହାଶୟ ଅଯଥାରେ ଦେଶଦ୍ରୋହୀ ଘୋଷିତ କରାଯାଇଥାନ୍ତେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract