STORYMIRROR

ଶିଶିର ସାହୁ ମନୋଜ

Abstract Children Stories Drama

3  

ଶିଶିର ସାହୁ ମନୋଜ

Abstract Children Stories Drama

ଗରିଲାର ବୁଦ୍ଧି

ଗରିଲାର ବୁଦ୍ଧି

2 mins
129

ହନୁ ଓ ମାଙ୍କଡ଼ମାନେ ଭାରତରେ ଶାନ୍ତିପ୍ରିୟ ମନୁଷ୍ୟମାନଙ୍କଦ୍ଵାରା ଅତ୍ୟାଚାରିତ ହେଲେ ଫଳତଃ ଅତିଷ୍ଠ ହୋଇ ଆଫ୍ରିକାକୁ ପଳାୟନ କଲେ ‌।


 ଆଫ୍ରିକାରେ ଗରିଲା,ସିମ୍ପାଜୀ,କଳା ମାଙ୍କଡ଼ ଆଦି ପ୍ରାୟ ୨୧୬ ପ୍ରଜାତିର ଵାନର ଦେଖିଵାକୁ ମିଳନ୍ତି ତନ୍ମଧ୍ୟରେ ୧୧୧ଟି ମୂଳ ଆଫ୍ରିକା ଏଵଂ ବାକି ୧୦୫ଟି ଵାନର ପ୍ରଜାତି ମାଡାଗାସ୍କର ଦ୍ଵୀପରେ ଦେଖାଯାଆନ୍ତି ‌ । 

 

ସେ ଯାହା ହେଉ ଆଫ୍ରିକୀୟ ଵାନରମାନେ ଭାରତୀୟ ଵାନରଙ୍କ ଦୁଃଖ ଜାଣିଲେ ବଡ଼ ଦୁଃଖ କଲେ । 

 

ଭାରତୀୟ ଵାନର କାନ୍ଦିଵାରୁ ତାଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନଙ୍କର ମଧ୍ୟ କାନ୍ଦ ବୋବାଳି ବାହାରି ପଡ଼ିଲା । 


ଵର୍ଷ ପର ଵର୍ଷ ବିତିଗଲା କିନ୍ତୁ ଭାରତୀୟ ଵାନର କାନ୍ଦିଵା ଛାଡି଼ଲେ ନାହିଁ କି ଲଢି଼ଵା ଶିଖିଲେ ନାହିଁ ।


ଆଗେ ଆଗେ ଭାରତୀୟ ଵାନରଙ୍କ କାନ୍ଦ ଦେଖି ଆଫ୍ରିକୀୟ ଵାନରମାନେ ବି କାନ୍ଦି ପକାଇଥିଲେ ତାପରେ ଧିରେ ଧିରେ ଏସବୁ ପାଣିଚିଆ ଲାଗିଲା । 


ଧେତ୍ ସବୁଦିନ ସେଇ କାନ୍ଦ

ଭୀରୁ କାପୁରୁଷ ଦଳ ଯୁଦ୍ଧ କି ଵିରୋଧ ନକରି ନିଜ ଦେଶ ଛାଡ଼ି ଏଠିକି ପଳାଇ ଆସିଛନ୍ତି ଆଉ ଖାଲି ଲୁହ ଗଡ଼ାଉଛନ୍ତି


ଛି ଛି ଛି


ପୁଣି କେତେକ ଵର୍ଷ ଵିତିଗଲା


ଆଫ୍ରିକୀୟ ଵାନରଙ୍କ ମଧ୍ୟରେ ଦୁଇ ଦଳ ମଧ୍ୟରେ ଵିଵାଦ ଦେଖା ଦେଲା ।ଆଫ୍ରିକାରେ Baboons ଓ Gorilla ଵାନରଙ୍କ ମଧ୍ୟରେ ଵିଵାଦ ବହୁତ ଦିନ ଯାଏଁ ଚାଲିଲା । 


ଆଫ୍ରିକାରେ ସବୁ ଜାତୀୟ ଵାନରମାନେ ଗରିଲାମାନଙ୍କୁ ଘୃଣା ଚକ୍ଷୁରେ ଦେଖିଵାକୁ ଲାଗିଲେ । 


ଜଣେ ଚତୁର ଗରିଲା ଦେଖିଲା ଏହାର ସମାଧାନ ନକଲେ ଗରିଲାଙ୍କୁ “ପତର- ପାଣି” କିଛି ବି ମିଳିଵ ନାହିଁ । 


ତେଣୁ ସେ ଗୋଟିଏ ନାଟକ ମଣ୍ଡଳୀ ଗଠନ କଲା ଯେ ସେଥିରେ ସବୁ ଜାତୀୟ ଵାନର ଅଭିନେତା ଥିଲେ । ଆଫ୍ରିକା ସାରା ବୁଲି ବୁଲି ସେମାନେ ନାଟକ ପରିଵେଷଣ କରୁଥିଲେ ।  


ଭାରତୀୟ ଵାନରଙ୍କର ଭାରତରୁ ଆଫ୍ରିକ ପଳାୟନର ଲୋମହର୍ଷଣକାରୀ ଘଟଣାଵଳୀକୁ ନାଟକ ଦ୍ଵାରା ବଡ଼ ଚମତ୍କାର ଭାବରେ ପ୍ରଦର୍ଶିତ କରାଗଲା ଏଵଂ ସେଥିରେ ଭାରତୀୟ ଵାନର ଭାଵରେ ଅଭିନୟ କଲେ ଗରିଲା ଵାନରମାନେ।


ବାସ୍ ଆଉ ଗରିଲାଙ୍କ ପ୍ରତି ଆଫ୍ରିକାରେ ଅନ୍ୟ ମାନଙ୍କର ଦ୍ୱେଷ ରହିଲା ନାହିଁ । ଗରିଲାମାନେ ବବୁନ୍‌ମାନଙ୍କ ସହିତ ଯୋଉ ଅତ୍ୟାଚାର କରିଥିଲେ ତାକୁ ସମସ୍ତେ ଭୁଲିଗଲେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract