Sriya Pattnaik

Others Fantasy

2.5  

Sriya Pattnaik

Others Fantasy

କୋଣାର୍କ ଟିଭି

କୋଣାର୍କ ଟିଭି

4 mins
677


“ଗୁଗୁ ..ପୁଅ ଗୁଗୁରେ..ଗଲୁ ଦେଖିବୁ କିଏ କବାଟ ବାଡଉଛି “- ବୋଲି ବୋଉ ଡାକ ପକେଇଲା । ମୁଁ ଘର ଭିତରେ କ'ଣ ଗୋଟେ ନୁଟୁଖୁଟିଆ କାମଟେ କରୁଥିଲି । ବୋଉ କହିବା ମାତ୍ରେ ଦାଣ୍ଡ ଦୁଆରକୁ ଯାଇ ଦେଖେ ତ ଡାକ ମଉସା ଛିଡା ହୋଇଛନ୍ତି, ଆଉ ତାଂକ ହାତରେ ଗୋଟେ ଚିଠି। ଡାକ ମଉସା ମୋତେ ଦେଖିକି କହିଲେ “କ'ଣ ମଉସା ଭଲ ଅଛନ୍ତି ତ ?“ ମୁଁ ସଂଗେ ସଂଗେ ଉତ୍ତର ଦେଇ କହିଲି, “ଭଲ ଅଛି ପୁଅ “। ଏତିକି କହି ବୋଉକୁ ଡାକି କହିଲି, “ବୋଉ ଲୋ ଚିଠି ଆସିଛି ଶୀଘ୍ର ଆସେ ।" ଡାକ ମଉସା ମୋତେ ଗେଲରେ ମଉସା ଓ ମୁଁ ତାଂକୁ ପୁଅ ବୋଲି ସମ୍ଭୋଧନ କରେ । ବୋଉ ଆସି ଦେଖିଲା ବେଳକୁ ଚିଠି ଥିଲା ବାପାଂକର । ବାପା ସହରରେ ଚାକିରି କରନ୍ତି । ବାପାଂକ ଚିଠି ଦେଖି ବୋଉ ଭାରି ଖୁସି । ଓଦା ହାତକୁ ଲୁଗା କାନିରେ ପୋଛିଦେଇ ଚିଠିଟି ଖୋଲାହେଲା । ବୋଉ ଚିଠି ପଢୁ ଥାଏ ଓ ମୁରୁକି ମୁରୁକି ହସୁଥାଏ । ଚିଠି ପଢି ସାରି ଚିଠିଟିକୁ ଆଲମାରୀ ଭିରରେ ସାଇତି ରଖି ମୋତେ କହିଲା “ ଗୁଗୁ , ବାପା ଟିଭି ଆଣିକି ଆସୁଛନ୍ତି, ଏଥର ଆମେ କେତେ କ'ଣ ପ୍ରୋଗ୍ରାମ୍ ଦେଖିବା ।" ମୋ ଖୁସି କହିଲେ ନ ସରେ । ସେ ଖବର ଶୁଣିଲା ପରେ ମୋତେ ଆଉ ଭୋକ ନାହିଁ କି ନିଦ ନାହିଁ ।


ଅଳ୍ପ କିଛି ଦିନ ଗଲା ।


ଦିନେ ସକାଳୁ ମୋ ଆଖି ଖୋଲିଲା ବେଳକୁ ବାପା ମୋ ପାଖରେ ଶୋଇ ମୋତେ ଗେଲ କରୁଥାନ୍ତି । ବାପାଂକୁ ଦେଖି ମୁଁ ଜୋର୍ ରେ ଜାକିଦେଇ କହିଲି, “ ସତରେ କ'ଣ ଟିଭି ଆଣିଛ ! “ବାପା ଟିଭି କାଇଁ ।" ଟିଭି ଦେଖିବାର ଉତ୍କଣ୍ଠା ଏତେ ଅଧିକା ଥିଲା ଯେ ବାପାଂକୁ ଶେଯ ରୁ ଉଠି ମୋତେ ଟିଭି ଦେଖାଇବା ପାଇଁ ବାଧ୍ୟ କରିଦେଲା । ଏତେ ଦିନର ଅପେଖ୍ୟା ଆଜି ସତ ହୋଇଛି । ଗୋଟେ ମଟିଆ କାଗଜ ପେଟି, ତା ଚାରି ଆଡ ନିବୁଜ୍ କରିଦିଆ ଯାଇଛି । ପେଟି ବାହାରେ ଟିଭିର ଚିତ୍ର । ଲେଖା ଥିଲା କୋଣାର୍କ ରୋହିଣି ଡିଲକ୍ସ । ଖୋଲି ଦେଖିଲୁ ଧଳା ସୋଲୋ ଭିତରେ ଟିଭିଟି ନୂଆ ଚିକ ଚିକ କରୁଛି । ଆମ ଗାଁଆ ଆଖ ପାଖ ପାଂଚ ଖଣ୍ଡ ମୌଜାରେ ଟିଭି ପ୍ରଥମ କରି ଆମ ଘରେ ଅଣାହୋଇଛି । ପଡିଶା ଘରୁ ଦୁଇ ଜଣ କକା ଅସିଲେ ଟିଭିକୁ ଲଗେଇବାକୁ । ସେମାନେ ଛାତ ଉପରେ ଯାଇ ଆଂଟିନା ସଂଜୋଗ କରିଦେଲେ ।


ଟିଭି ଲାଗିଗଲା । ଏ ଖବର ଏତେ ଜୋରରେ ପ୍ରସାରିତ ହେଲା ଯେ ଆଖ ପାଖ ଗାଁଆର ପୁରୁଖା ଲୋକମାନେ ଟିଭିକୁ ଦେଖିବାକୁ ଅସିଲେ । ଏତେ ଚୋଟ ଯନ୍ତ୍ରରେ କିପରେ ଏତେ ବଡ଼ ବଡ଼ ଲୋକ ସବୁ ନାଚୁଛନ୍ତି । ଏହା ସଭିଂକୁ ଚର୍ଚାର ଏକ ନୂଆ ବିଷୟ ଯୋଗେଇ ଥିଲା । ତା ପର ଦିନର କଥା । ରବିବାର । ସକାଳୁ ସକାଳୁ ମହାଭରତ ଆରମ୍ଭ ହେଲା । କେଈଟା ସମୟ ଭିତରେ ଆମ ଘରେ ଲୋକଂକ ଭିଡ । ସଭିଏଁ ପୁଣି ଶ୍ନାନାଦି କର୍ମ ସାରି, ଧୁଆ ଲୁଗା ପିନ୍ଧି ଆମ ଘରେ ଟିଭି ସାମ୍ନାରେ । ଆଉ କିଛି ତ ନଡ଼ିଆ, ଫୁଲ, ଧୁପ, ଦୀପ ଧରି ବସିଛନ୍ତି । ବାପା ଓ ମୁଁ ଟିଭି ପାଖରେ ବସିଥାଉ । ମହାଭରତ ଚାଲିଥାଏ । ସବୁ ନିରବ ହୋଇ ବସି ଦେଖୁଥିଲେ । ସେହି ସମୟରେ ଭାଗବାନ୍ ଶ୍ରୀ କୃଷ୍ଣ ଅର୍ଜୁନଂକୁ କିଛି ଉପଦେଶ ଦେବାର ଦୃଶ୍ୟଟେ ଆସିଲା। ଆରମ୍ଭ ହୋଇଗଲା ହୁଳ ହୁଳି ଓ ହରିବୋଲର ସ୍ୱର । ଯିଏ ଯାହା ଫୁଲ ଅଣିଥିଲେ ସବୁ ଆମ ଟିଭି ଉପରେ । କେହି କେହି ତ ଆଳତି କରିବାକୁ ଲାଗିଲେ । ତାଂକ ଭିତରୁ ଜଣେ ବାପାଂକୁ ଡାକି କହିଲେ । “ପୁଅରେ ନେଲୁ ନଡିଆଟା ଟିକିଏ ଭୋଗ କରିଦେବୁ । ଆଇଲା ବେଳେ ତୋ ଖୁଡି ଦେଇଥିଲା ।


ଏ ସବୁ ଦୃଶ୍ୟ ଦେଖି ମୁଁ କିଛି ବୁଝିପରୁନଥିଲି । କାରଣ ଅଳ୍ପ କିଛି ସମୟ ଭିତରେ ବହୁତ କିଛି ଘଟି ଚାଲିଥିଲା । ଯେମିତି ଲାଗୁଥିଲା ଏଇଟା ଆମ ଘର କମ୍ ମନ୍ଦିର ଅଧିକା । ଏକ ଘଣ୍ଟା ଧରି ମୋ ସାମ୍ନନାରେ ଚଲୁଥିଲା ଭିନ୍ନ ଏକ ପ୍ରୋଗ୍ରାମ୍ । କିଛି ସମୟ ପରେ ମହାଭରତ ସରିଗଲା । ଧିରେ ଧିରେ ଘରୁ ଲୋକ ସବୁ ଖାଲି ହେବାରେ ଲାଗିଲେ । ଯାତ୍ରା ସରିବା ପରେ ଯାତ୍ରା ପଡିଆର ଅବସ୍ଥା ଯାହା ଥାଏ ଠିକ୍ ସେହିପରି ଥିଲା ଆମ ଘର । ମୁଁ ଏସବୁ ଦେଖି ଚକିତ ସ୍ତବ୍ଧ ହୋଇଯାଇଥାଏ । ମନରେ ହଜାରେ ପ୍ରଶ୍ନ । କେମିତି ଟିକିଏ ଫାଂକା ହେଲେ ବାପାଂକୁ ବହୁତ କିଛି ପଚାରିବାକୁ ଅପେକ୍ଷା । ପରିଶେଷରେ ବାପା ମୋ ପାଖକୁ ଯେମିତି ଆସିଲେ ସଂଗେ ସଂଗେ ମୋ ପ୍ରଶ୍ନର ପେଡି ଖୋଲିଦେଲି । " ବାପା ଟିଭି ତ ଆମର ଆସିଲା ? ଏତେ ସବୁ ଲୋକ କ'ଣ ପାଇଁ ଆମ ଘରକୁ ଆସିଥିଲେ ? ଆଉ ଏମିତି ମନ୍ଦିର ପରି କ'ଣ ପାଇଁ ସମସ୍ତେ ପୂଜା କରୁଥିଲେ ? “ମୋର ଏତେ ପ୍ରଶ୍ନ ଦେଖି ବାପା ହସିଦେଇ କହିଲେ, "ପୁଅରେ ସବୁ ପ୍ରଶ୍ନର ଗୋଟି ଗୋଟି ଉତ୍ତର ଦେବି ଟିକିଏ ଥୟ ଧରେ ।" ପ୍ରଥମ କଥା ହେଲା ଟିଭି ତ ଆମର ହେଲେ ଏମାନେ ଆଗରୁ ଟିଭି ଦେଖିନଥିଲେ । ସେଥି ପାଇଁ ସେମାନେ ଆମ ଘରକୁ ଆସିଥିଲେ । ଆଉ ଏମାନେ ଆମ ଗାଁଆର ଲୋକ ଏମାନଂକୁ ନିଜ ପରିବାର ପରି ବ୍ୟବହାର କରିବା ଆବଶ୍ୟକ । ସେମାନେ ଏମିତି ମନ୍ଦିର ପରି ପୂଜା କରୁଥିଲେ କାରଣ ଏମାନେ ଏତେ ଭଗବତ୍ ପ୍ରେମୀ ଯେ ତାଂକୁ ପ୍ରଥମ କରି ଆଖିରେ ଭାଗବାନଙ୍କୁ ଦର୍ଶନ କଲାପରି ଲାଗିଲା । ସେମାନଙ୍କୁ ଟିଭିର କୃଷ୍ଣ ଓ ବାସ୍ତବ କୃଷ୍ଣ ଭଗବନଙ୍କ ଭିତରେ କିଛି ଫରକ ଦେଖା ଗଲାନାହିଁ । ତେଣୁ ସରଳ ଓ ନିରୀହ ଲୋକଙ୍କ ଭାବନାକୁ ସବୁବେଳେ ସମ୍ମାନ ଦେବା ଉଚିତ ।


ବାପାଙ୍କ ସେ ପଦେ କଥା ଆଜି ଚିନ୍ତା କଲେ ଲାଗେ ଯେମିତି ଆଜି ସବୁ କିଛି ଥାଇ ବି ସେ ଚିନ୍ତାଧାରା ଓ ଆତ୍ମିୟ ଭାବନା କୁଆଡ଼େ ଉଭେଇ ଗଲାଣି ।


Rate this content
Log in