STORYMIRROR

Sriya Pattnaik

Inspirational

2.1  

Sriya Pattnaik

Inspirational

ରାଜଧାନୀର ପ୍ରଥମ ବର୍ଷା

ରାଜଧାନୀର ପ୍ରଥମ ବର୍ଷା

3 mins
15K


ସକାଳୁ ସକାଳୁ ହଠାତ୍ ନିଦ ଭାଂଗି ଦେଖେ ତ ସମୟ ୮ଟା । ବିଛଣାରୁ ତୁରନ୍ତ ଉଠି ନିତ୍ୟକର୍ମ ସାରିଦେଲି । ଅଫିସ୍ ପାଇଁ ବିଲମ୍ବ ହୋଇଗଲାଣି , ୯ଟା ରେ ପହଂଚିବାର ଥିଲା । ଏବେ ୮.୩୦ । ଆମ ଘରଠାରୁ ଅଫିସ୍ କୁ ପ୍ରାୟ ୪୫ ମିନିଟ୍ ର ରାସ୍ତା । ମୁଣ୍ଡ କିଛି କାମ କରୁନଥାଏ । ଯେନତେନ ପ୍ରକାରେଣ ଘରୁ ଅଫିସ୍ ପାଇଁ ବାହାରିପଡିଲି । ...ହେ ଭଗବାନ୍ ହେଲ୍-ମେଟ ଛାଡିଦେଇଛି । ପୁଣି ଫେରିଆସି ହେଲ୍-ମେଟ ପିଂଧିକି ଗଲି। କୁଆଡେ କିଛି ନ ଦେଖି ଅଫିସ୍ ଅଭିମୁଖେ ଆଗେଇ ଚାଲିଲି। ଅଳ୍ପ ବାଟ ଗଲା ପରେ ଦେଖିଲି ଶିଶୁଭବନ ଛକ ପାଖରେ ପ୍ରବଳ ଭିଡ । ଗାଡି ସବୁ ପଛକୁ ପଛ ଏମିତି ଲାଗିଛି ଆଗକୁ ଯିବା ଅସମ୍ଭବ ।“ଭାଇ କଣ ହୋଇଛି ଆଗରେ “ପାଖରେ ଥିବା ଅଟୋଚାଳକ ଭାଇ କହିଲେ ଦୁର୍ଘଟଣା ହୋଇଛି ବୋଧେ। ହସି ଦେଇ ଭାବିଲି ଏମିତି କଣ ପାଇଁ ହୁଏ- କୌଣସି ସ୍ଥାନକୁ ତରବର ହୋଇ ବାହାରିଲା ବେଳେ ଆକସ୍ମିକ ପ୍ରତିବନ୍ଧକ । ତଥାପି କୌଶଳ କରି ଧିରେ ଧିରେ ଆଗକୁ ଚାଲିଲି । ଘଟଣା ସ୍ଥଳରେ ପହଂଚି ଦେଖେ ତ ବହୁତ ଅଗ୍ନିସମ କର୍ମଚାରୀ ଓ କିଛି ସ୍ୱେଛାଚାରୀ ଏକ ବିରଟ ଗର୍ତ ପାଖରେ ରୁଣ୍ଡ ହୋଇଛନ୍ତି। ଓଃ... ... ଏଇ ଗାତ ସବୁ ପରା ସ୍ମାଟ ସିଟି ପାଇଁ ବିଦ୍ୱୁତ ତାରସବୁ ଭୁତଳିକରଣ ଉଦ୍ଵେଶରେ ଖୋଳା ଯାଇଥିଲା । ଗାଡିକୁ ପାର୍ସ୍ୱରେ ରଖି ସେହି ସ୍ଥାନକୁ ଯାଇ ଦେଖେତ ଏକ ଦୁଃଖଦ ଦୃଶ୍ୟ ଯାହା ସତରେ ନିଂଦନିୟ ।ଗତ ବିଳମ୍ବିତ ରତିରୁ ଏକ ବ୍ରୁହତାକାୟ ଷଣ୍ଡଟି ତା ମଧ୍ୟକୁ ଖସିପଡି ଖୁବ ଜୋର୍ ରେ ଚିତ୍କାର ମଧ୍ୟ କରୁଛି । ଦେହସାରା କ୍ଷତବିକ୍ଷତ , ଭାରି କରୁଣ ଦୃଶ୍ୟ ।ଅଗ୍ନିସମ କର୍ମଚାରୀ ତା ଶରୀରରେ ରଷି ବାନ୍ଧୀ ଉଧାର କରିବା ପାଇଁ ଖୁବ ପ୍ରୟାସ କରୁଛନ୍ତି ।ଏସବୁ ଦେଖି ଆଉ ସହ୍ୟ ହେଲା ନାହିଁ । ଭାବିଲି ଜେତେ ଶୀଘ୍ର ଏହି ସ୍ଥାନ ପରିତ୍ୟାଗ କରି ମୋ ଅଫିସ୍ କାମରେ ବାହାରିଯିବି ,ଏମିତି ବି ମୋର ବିଳମ୍ବ ହୋଇ ସାରିଲାଣି ।


ବୋଧ ହୁଏ ମୌସୁମିର ପ୍ରଥମ ବର୍ଷା ଠିକ୍ ସେହି ସମଯରେ ହିଁ ହେବକୁ ଥିଲା। ହଠାତ ବର୍ଷାକୁ, ସ୍ଥାନଟା ଭାରି ଚଲ ଚଂଚଲ ହୋଇଗଲା । ଯେ ଜୁଅଡେ ପାରିଲେ ବର୍ଷା ରୁ ବଂଚିବାଲାଗି ପଳେଇ ଗଲେ। ମୁଁ ମଧ୍ୟ ଦୌଡିଯାଇ ଗୋଟେ ଦୋକନ ଫାଂକ ରେ ଆଶ୍ରୟ ନେଇଗଲି। ପାଖରେ ଗୋଟେ ପାଗଳଟେ ଶୋଇଥିଲା । ମନେ ମନେ କଣ କିଛି ଗୁଣୁ ଗୁଣୁ ହେଉଥିଲା । ଟିକିଏ ଧ୍ୟାନ ଦେଇ ଶୁଣିଲି ପାଗଳ କଣ କହୁଛି “ଷଣ୍ଡ ପାଇଁ ସରକାର ଚିନ୍ତା ,ମଣିଷ ପାଇଁ ନାଇଁ...ଛି ..ଛି ...ଛି... ଥୁ ..ଥୁ.....। ଏଭଳି ଶୁଣି ମୁଁ ପଚାରିଲି “କିଓ ଭାଇ କଣ ଷଣ୍ଡ ପାଇଁ ସରକାର ଚିନ୍ତା ,ମଣିଷ ପାଇଁ ନାଇଁ “ “ଆଉ ଛି.. ଛି ଥୁ..ଥୁ...କହକୁ କରୁଛ ”..। ମୋ ପାଟିରୁ କଥା ନ ସରୁଣୁ ରାଗି ଯାଇ କହିଲା “ମୁଁ ସରକାର କୁ କହୁଚି,ଭାସିଯାଉ ସେ ସରକାର “।ମୁଁ ଆଶ୍ଚଯ୍ୟ ହୋଇ ପଚାରିଲି ସରକାର ଉପରେ ଏତେ ରାଗ କନ ପାଇଁ । ପାଗଳଟି ଉତ୍ତର ଦେଲା “ ଆଜି ରାତିରୁ ଷଣ୍ଡ ଗାତରେ ପଡିଛି ବୋଲି ସରକାର ଏତେ ସକାଳୁ ଲୋକ ଲଗେଇଦେଲେ, ହେଲେ କିଛି ଦିନ ତଳେ ପଥର ରେ ଚାପି ହୋଇ ଦୁଇ ଜୀବନ ରହିଥିଲା , ୧୩ଦିନ ଲାଗିଗଲା ,ଦୁଇ ଜୀବନ ନେଇଗଲା ଏଇ ସରକାର“ “ ଆଉ ଛି ...ଛି... ଥୁ ..ଥୁ..... କରିବିନି ତ କଣ ପୂଜା କରିବି “।


ପାଗଳ ର କଥା ଶୁଣି କିଛି ସମୟ ପାଇଁ ମୌନ ହୋଇଗଲି । ହାତ ଯଡି ନମସ୍କାର ହୋଇ କହିଲି ଭାଇରେ ତୋତେ ଯିଏ ପାଗଳ କହିବ ସେ ନିଜେ ଗୋଟେ ପାଗଳ । ଭବିଲି ସେ ଯାହାବି କହିଲା ଜଣେ ବିଜ୍ଞ ବ୍ୟକ୍ତିର କଥା। ସରକାରଂକ ପାରଦର୍ଶ୍ରିତ ଏଇ ସହର ଭିତରେ ସିମିତ । ଷଣ୍ଡ ପାଇଁ ଯେତିକି ତତ୍ପରତା ମଣିଷ ପାଇଁ ଦେଖାଇଲେନି କାହିଂକି ??? ଅନ୍ୟ ଏକ ପ୍ରଶ୍ନ ଅସେ ଯେ ସହର ସ୍ମାଟ୍ ସିଟି ହେଲା ପରେ ବି ରାଜ ରାସ୍ତା ଗାଈ ,ଗୋରୁ, ଷଣ୍ଡ ଏମିତି ନିର୍ଦ୍ୱଂଦରେ କେମିତି ବୁଲି ପାରୁଛଂତି ?? ଏଠି ଭୁଲ କାହାର ପ୍ରସାଶନ ନା ଷଣ୍ଡର ??? ନିଶ୍ଚିତ ରୁପେ ଷଣ୍ଡର ଭୁଲ୍ କାରଣ ଷଣ୍ଡକୁ ବୁଝିବାର ଥିଲା ଯେ ଭୁବନେଶ୍ୱର ସ୍ମାଟ୍ ସିଟି ହୋଇଗଲାଣି ସେଥି ପାଇଁ ତାକୁ ସ୍ମାଟ୍ ଷଣ୍ଡ ପରି ଚଳିବାର ଅଛି । ବର୍ଷା କମିଗଲାଣି ମୁଁ ବି ଯାଏ ମୋ କାମରେ। ଏ ସବୁ କଥା ଭିତରେ ଷଣ୍ଡ ବି ଗାତରୁ ବାହାରି ରକେଟ ପରି ଦୌଡିପଳେଇଲା ଆଉ ତା ପରେ ମୁଁ ମଧ୍ୟ ସେହିଠାରୁ ମୋ କାମରେ ବାହାରି ଆସିଲି ।


ଶ୍ରୀୟାକାନ୍ତ ପଟ୍ଟନାୟକ

sriya009@gmail.com

M: 9937433739


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational