The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Banasmita Panda

Drama

2.5  

Banasmita Panda

Drama

କୋହ

କୋହ

4 mins
259



କାଲି ରବିବାର ଘରକୁ ଯିବାର ଅଛି, ବାପା, ବୋଉ ଫୋନ କରିଥିଲେ... କହୁ କହୁ ସ୍ମିତା ବେଡ଼ରୁମକୁ ପଶି ଆସିଲା. କାହିଁକି? ପଚାରିଲା ସୁମନ୍ତ, ଜାଣିନି କିନ୍ତୁ ବୋଧେ ବାପା, ବୋଉ ମୋ ନାମରେ ତାଙ୍କ ମେନ ରୋଡ ସାଇଡରେ ଯୋଉ ପାଞ୍ଚ ଗୁଣ୍ଠ ଜାଗା ଅଛି ତାହା ରେଜିଷ୍ଟ୍ର କରିବା ବିଷୟରେ ଡାକିଛନ୍ତି.  କିନ୍ତୁ କାହିଁକି କେଜାଣି ସୁମନ୍ତ ଏ କଥା ଶୁଣିବା ପରେ ତା ମୁଖର ପରିଭାଷା ଅଲଗା କିଛି କହୁଥିଲା. 


ସୁମନ୍ତ - ସ୍ମିତା ତୁମେ ମନା କଲ ନାହିଁ, କି ଆମର କିଛି ଦରକାର ନାହିଁ, ତୁମେ ତାଙ୍କ ଝିଅ, ତାଙ୍କ ପୁଅ ମାନଙ୍କର ଅଧିକାରୀତ ସମ୍ପତିରେ ତୁମର ଅଧିକାର ନାହିଁ. ତୁମକୁ ପାଠ ପଢ଼େଇ ବଡ କଲେ, ବିଭାଘର କଲେ ଆଉ କଣ ଦରକାର. ସେ ତାଙ୍କର ସବୁ କର୍ତବ୍ୟ କରିଛନ୍ତି. ଆଉ ତୁମକୁ କଣ ଦରକାର. 


ସ୍ମିତା - ହଁ ଯେ ମୁଁ ମନା କରିଥିଲି, କିନ୍ତୁ ସେ କହିଲେ ଆମର ଚାରିଟା ପିଲା, ବିଭାଘର ସମୟରେ ଆମେ କନ୍ୟାଦାନ ସମୟରେ ଗୋ, ଭୂମି ଦାନ କରିବୁ ବୋଲି କହିଥିଲୁ, ତୋତେ ସେ ଜାଗାଟି ଦେଇ ଦେଲେ ଆମ କାମ ସରିଲା. 


ସୁମନ୍ତ ଆଉ ସ୍ମିତାର ବିଭାଘରକୁ ତେର ବର୍ଷ ହେଲାଣି, ନିଜ ପସନ୍ଦରେ ବାହା ହୋଇ ଥିବାରୁ ଉଭୟଙ୍କ ପରିବାର ମଧ୍ୟରେ ବହୁ ଦୂରତା.ଏମିତି କି ବିଭାଘର ଦିନ ସ୍ମିତାର ବଡ଼ ଭାଇ, ଭାଉଜ ସେଠାକୁ ଆସି ଝିଅ ବିଦା ହବା ପୂର୍ବରୁ ପଳାଇ ଯାଇଥିଲେ. ସାମାଜିକ ଶୋ ବାଜି ପରି ସମ୍ପର୍କ. ସୁମନ୍ତ ବ୍ରାହ୍ମଣ ଏବଂ ସ୍ମିତା ଖଣ୍ଡାୟତ, ସ୍ମିତା ପରିବାର ଆର୍ଥିକ ସ୍ଥିତିରେ ଉପରେ, ସେଥି ଲାଗି ସୁମନ୍ତ ପରିବାର ସ୍ମିତାକୁ ନୀଚ ଜାତିର କହି ପସନ୍ଦ କରନ୍ତି ନାହିଁ, କହି ବିଭାଘରର ଦିନ କେତେଟା ଭିତରେ ବାହାରେ ଭଡା ଘର ନେଇ ରହିବାକୁ କହିଥିଲେ ସ୍ମିତାର ଶଶୁର, ଶାଶୁଙ୍କୁ ତାର ଉପସ୍ଥିତି ଲଜ୍ୟା ଜନକ ଥିଲା .ସୁମନ୍ତ, ସ୍ମିତା ସମସ୍ତଙ୍କ ଖୁସି ଲାଗି ଭଦ୍ର ଭାବେ ବାହାରି ଯାଇଥିଲେ, ସେ ପରି ସ୍ମିତାର ପରିବାର ମଧ୍ୟ ସୁମନ୍ତକୁ ତାର ଛୋଟ ଚାକିରୀ ଲାଗି ନିଜ ପରିବାରର ଜ୍ୱାଇଁ ହବାର ଯୋଗ୍ୟ ଭାବି ନ ଥିଲେ. ଆନ୍ତରିକ ଭାବରେ ଉଭୟଙ୍କ ପରିବାର କାହାକୁ ଗ୍ରହଣ କରି ନ ଥିଲେ. କିନ୍ତୁ ଉଭୟେ, ଉଭୟେଙ୍କ ପରିବାର ପ୍ରତି ସବୁ ପ୍ରକାରର କର୍ତବ୍ୟ କରିବା ପରେ ଭି ସମ୍ମାନ ମିଳେନି, କୋଉଠି ଗୋଟେ ଖାଲିପଣ ଥାଏ, କିନ୍ତୁ ପରସ୍ପର ସହ ନିଜ ଆତ୍ମ ସମ୍ମାନ ଲାଗି କେବେ ଭାବନାକୁ ବାଣ୍ଟି ନାହାନ୍ତି. ସ୍ମିତା ସବୁ ଜଣେ, ବୁଝେ କିନ୍ତୁ ଅନ୍ତରର କୋହକୁ ଚାପି ଦିଏ ଏଇଆ ଭାବି ଦିନେ ନା ଦିନେ ଉଭୟଙ୍କ ପରିବାର ସେମାନଙ୍କୁ ବୁଝି ପାରିବେ. 

ସୁମନ୍ତ ସ୍ମିତାକୁ ସମୟରେ ଘରେ ଛାଡି କାମ ବାହାନାରେ ପଳାଇ ଗଲା, ଜାଣିଛି ତ ତିନି ତିନିଟା ଶଳା ଭାଉଜ, କେହି କେବେ ଘରକୁ ଡାକନ୍ତି ନାହିଁ, ସେଥି ଲାଗି ସବୁ ଥର ସ୍ମିତା କୁ କାମ ବାହାନା କରି ଗେଟ ପାଖରେ ଛାଡି ପଳାଇ ଯାଏ. ସ୍ମିତା ସବୁ ବୁଝେ ଆଉ ନ ବୁଝିଲା ପରି ଚୁପ ରହେ. 


ସ୍ମିତା ସ୍ଵଭାଵରେ ସତ କଥାକୁ ନେଇ ଭାରି ସ୍ୱାଭିମାନ. ସେ ଦିନ କଥା ହଉ ହଉ ବାପା, ବୋଉ କହିଲେ ବୋହୁ ମାନଙ୍କ ବ୍ୟବହାର ବୟସ ଅନୁସାରେ ଆମ ପ୍ରତି ବଦଳି ଯାଉଛି. ସ୍ମିତା ତା ବାପା, ବୋଉକୁ ଭାରି ଭଲ ପାଏ ତେଣୁ ଏତିକି ଶୁଣି ରାଗିଗଲା କହିଲା ହଉ ମୁଁ ବଡ ଭାଇକୁ ଏବେ ପଚାରୁଛି ସେ ଭାଉଜ ମାନଙ୍କୁ କାହିଁକି ଅବଗତ କରାଉ ନାହାନ୍ତି ପରିବାରରେ ଗୁରୁଜନ ମାନଙ୍କୁ କିପରି ବ୍ୟବହାର କରିବା କଥା. ବୃଦ୍ଧ ଶାଶୁ, ଶଶୁର ତାଙ୍କ ପିଲା ସମାନ.ଏତିକି କଥା ସରିନି ବଡ ଭାଇ ଆସି କହିଲେ କଣ ହେଲା ତୋର କିଛି କହିବା ଦରକାର ନାହିଁ ଏଟା ଆମ ପାରିବାରିକ କଥା ତୁ କିଏ ଆମ ପରିବାର ଭିତରେ ତୋର ମୁଣ୍ଡ ଖେଳାଇବା ଦରକାର ନାହିଁ, ଏ ଘର କେବେ ତୋର ଥିଲା ଏବେ ଭାଉଜ ମାନଙ୍କର. ତୁ ତୋ ପରିବାର ବିଷୟରେ ବୁଝୁ, ପାଞ୍ଚ ଗୁଣ୍ଠ ଜାଗା ଲାଗି ଏତିକି କଥା କହୁଛୁ, ନ ହେଲା ତୋର ପରିବାର ପ୍ରତି ବହୁତ ଦାଇତ୍ୱ ସେପଟୁ ଭାଉଜ ମାନଙ୍କ ଆବାଜ ଆସୁ ଥାଏ...... ନିଜ ପରିବାର ତ ସମ୍ଭାଳି ପାରୁନି ଆସିଲା ଆମକୁ ଉପଦେଶ ଦେବା ଲାଗି.ନିଜ ଶାଶୁ, ଶଶୁର କୁ ଛାଡି ନିଜେ ଭଡା ଘରେ ରହୁଛି, ଆମ ଘରେ ଆସି ରାଜୁତି କରୁଛି, କିଏ ଡାକୁଛି କେଜାଣି. ସ୍ମିତା ର ଅନ୍ତର କହୁଥିଲା ଜୋରେ କରି କହିବ ମୁଁ ମୋ ପରିବାରକୁ ଛାଡ଼ିନି, ସେମାନେ ମୋତେ ଛାଡି ଦେଇଛନ୍ତି, ମୁଁ ସେଇ ପରିବାରର ଘୃଣାରେ ଭଡାଟିଆ.ତଥାପି ଅନାଇ ଥାଏ ବାପା କଣ କହିବେ, ସବୁ ଶୁଣି ବାପା, ବୋଉ କହିଲେ ମା ଝିଅ ବାହା ହୋଇଗଲେ ପର ଘରର ତୁ ଏଠିକି ଆସ କିନ୍ତୁ ଝିଅ ପରି ଆସି ବୁଲା ବୁଲି କରି ଯା ଭାଇ ଭାଉଜଙ୍କ ଅନୁସାରେ ଚଳିବାକୁ ପଡିବ ଆମର ତ ବୟସ ହୋଇ ଗଲାଣି ପୁଅ, ବୋହୁ ଆମର ଭବିଷ୍ୟତ. ସେମାନଙ୍କୁ ନେଇ ଆମେ. 


ସ୍ମିତା କିଛି କହି ପାରୁ ନଥିଲା କି ସହି ପାରୁ ନଥିଲା, ପ୍ରଥମ ଥର ତାକୁ ଝିଅ ହବା ଲାଗି ଦୁଃଖ ଲାଗୁଥିଲା ଆଉ ମନେ ମନେ ଭଗବାନଙ୍କୁ ଖୋଜୁ ଥିଲା ପଚାରିବାକୁ ସେ କିଏ? ତାର ଅସ୍ତିତ୍ୱ କଣ?? 

ହଉ ଭାଇ, ବାପା, ବୋଉ ମୁଁ ତୁମକୁ କଥା ଦଉଛି ଆଜି ପର ଠାରୁ ମୋ ଲାଗି ତୁମ ପରିବାରରେ କେବେ ଅଶାନ୍ତି ହବନି, ମୁଁ ମୋ ସୀମା ରେ ରହିବି. ମୋର କୌଣସି ଜାଗା ଦରକାର ନାହିଁ ଭାଇ ମୁଁ ଭଡାଘରେ ଭଲରେ ଅଛି.ଆଛା ମୁଁ ଆସୁଛି ତ କହିବାର ଆଉ ଅଧିକାର ନାହିଁ ଯାଉଛି. 


ଘରେ ପହଁଚିଲା ପରେ ସୁମନ୍ତ ପଚାରିଲା କଣ ଏତେ ଜଲଦି ପଳାଇ ଆସିଲ? ସବୁ ଠିକ ତ? ସ୍ମିତା ହଁ ହଁ ସବୁ ଭଲ ବାପା, ବୋଉ ତ ଆସିବାକୁ ଦଉ ନ ଥିଲେ ଝିଅର କାଲି ଟ୍ୟୁସନରେ ପରୀକ୍ଷା ତେଣୁ ଆସିବାକୁ ପଡିଲା ଭାଇ ତ ଜାଗା ଟା କେବେ ତୋ ନାମରେ କରିବୁ? ତୁ କେବେ ଫ୍ରି ଅଛୁ ପଚାରି ପଚାରି ମୋ ମୁଣ୍ଡ ଖାଇଦେଲେ. କିନ୍ତୁ ମୁଁ ସଫା ସଫା କହି ଦେଲି ମୁଁ ଯୋଉ ଭଡା ଘରେ ରହୁଛି ସେ ଜାଗାରେ ଏତେ ବର୍ଷ ରହିଲା ପରେ ଆଉ ଗାଁ ଘରକୁ ଫେରିବାକୁ ଇଛା ନାହିଁ, ସେଥି ଲାଗି ମୁଁ ସେଇଠି ଜାଗା କିଣି ଘର କରିବି. ସୁମନ୍ତ.... ସ୍ମିତାର କଥା ଶୁଣି ସ୍ମିତ ହସ ଦଉଥିଲା, କହିଲା ମୁଁ ତ ତୁମକୁ ସେଇ କଥା ସକାଳେ ବୁଝାଉ ଥିଲି ଆମ ଲାଗି ଏଇ ଜାଗା ଠିକ ଏଇ ସାଇ ପଡିଶା ଆମର ଏତେ ବର୍ଷ ହେଲାଣି ସବୁ ଦୁଃଖ ସୁଖ ର ସାଥି ସତେ ପର ହେଲେ ବି କେତେ ଆପଣାର. ସୁମନ୍ତ ମନେ ମନେ ସବୁ ବୁଝି ସାରିଥିଲା, ଏତିକି କହୁ କହୁ ସ୍ମିତା ଆଉ ତାର ଏତେ ବର୍ଷର କୋହକୁ ଚାପି ପାରି ନ ଥିଲା ଏବଂ ସୁମନ୍ତ କାନ୍ଧରେ ଭୋ ଭୋ କିରି ଜୋରେ କାନ୍ଦି ଉଠି ଥିଲା !



Rate this content
Log in

More oriya story from Banasmita Panda

Similar oriya story from Drama