STORYMIRROR

Sunanda Mohanty

Abstract Action Thriller

3  

Sunanda Mohanty

Abstract Action Thriller

କଣ୍ଢେଇ

କଣ୍ଢେଇ

2 mins
129

ଟ୍ରାଭେଲ ବା ବୁଲିଯିବା ଏକ ମାନସିକତା, ଯେମିତିକି ସବୁ ପ୍ରକାର ପରିସ୍ଥିତିରେ ନିଜକୁ ସାମିଲ କରି ନିଜର ଅଳ୍ପ ସାମାନପତ୍ରରେ ଯୋଉଠି ଯୋଉ ସୁବିଧା ମିଳିଲା ସେଠି ଚାଲିଯିବା ଭଳି ମାନସିକତା ରହିଲେ ବୁଲିଯିବା ବା ଭ୍ରମଣ ଶାନ୍ତି ଦେବ।

ଆମ ଘର ପାଖରେ କଲ୍ୟାଣୀ ମଣ୍ଡପ। ପ୍ରତିଦିନ ରାତିରେ ବଡ ବଡ ବସ ସବୁ ଲାଗେ। ଯାତ୍ରୀ ମାନେ ଓହ୍ଲେଇ ତ୍ରାଭେଲ ବାସ୍କେଟ ସବୁ ବୋହି ନେଇ ଭିତରେ ରୁହନ୍ତି ପୁଣି ସକାଳୁ ଟ୍ରାଭେଲ ବାକ୍ସ ସବୁ ବସରେ ଲଦି ଫେରିବା ଦୃଶ୍ୟରେ ଆମେ ବିମୋହିତ ହେଉ। ସେମାନେ କେତେ ଭଲ ଯୋଉଠି ଯୋଉ ସୁବିଧା ସେଥିରେ ଆଡ଼ଜଷ୍ଟ କରି ଚଳିବା କଳା ହାସଲ କରି ବୁଲି ଆସୁଛନ୍ତି ଏତେ ଏତେ ବାଟରୁ, ଏହା ଏକ ଧାର୍ମିକ, ସାଂସ୍କୃତିକ, ତଥା ସାମାଜିକ ପୁଣି ସଭ୍ୟତାର ବିକାଶ ଦିଗରେ ଏକ ଦୃଢ଼ ପଦକ୍ଷେପ ବୋଲି ମୋର ତଥା ମୋ ସ୍ୱାମୀଙ୍କର ଅନୁଭବ।

ଏବେ ଏବେ ସ୍ଵାମୀଙ୍କ ଅବସର ପରେ ପରେ ଆମେ ବି ଖୁବ ବୁଲୁଛୁ। ପୁଅ ବୋହୁ ସଙ୍ଗରେ ତ କେବେ ଝିଅ ଜୋଇଁଙ୍କ ସଙ୍ଗରେ। ହେଲେ ନିଜ ଗାଡ଼ି ନିଜେ ପୁଅ ଓ ଜୋଇଁ ଦ୍ରାଇଭିଂ କରନ୍ତି ତ ରହି ବସି ଉଠି ତ୍ରଭେଲିଂ ବକ୍ସ ସଜାଡ଼ି ଯିବାକୁ ପଡ଼େ, ତଥାପି ରହିଯାଇଥାଏ ଅନେକ ଛୋଟ ମୋଟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ନେବାକୁ ଭୁଲି ହୋଇଯାଏ, ଏମିତିକି ସାବୁନ କେବେ ପେଷ୍ଟ କେବେ ତେଲ।

ଏଥର କିନ୍ତୁ ଝିଅର, ଟିକି ଝିଅର ଦିତୀୟ ବାର୍ଷିକୀ ଜନ୍ମଦିନରେ ଭାଇଜାଗ ଆସି ନାଲକୋ ଗେଷ୍ଟ ହାଉସରେ ଜନ୍ମଦିନ ପାଳନ ଅବସରରେ କୁନି ନାତୁଣୀକୁ ବୁଝାଇବା ଅସହଜ ହୋଇଥିଲା କାରଣ ତା କଣ୍ଢେଇ ସବୁ ଯଥା ବେବି, ମିକି, ମିନି, ଡଗି, ଠେକୁ କେହି ଟ୍ରାଭେଲ ବାସ୍କେଟ୍ ଭିତରେ ଆସିପାରିନଥିଲେ । କିନ୍ତୁ ଗେଷ୍ଟ ହାଉସର ପାଖ ଦୁଇ ରୁମରେ ଥିବା ବେବୀ ଦୁଇଟି ସଙ୍ଗେ ସାଙ୍ଗ ହୋଇ ବୁଝିଯାଇଥିଲା ଆମ ଟିକି ନାତୁଣୀ। କେକରେ ମିକିମାଉସ ଫଟୋ ଦେଖି ମଧ୍ୟ ଖୁସି ହୋଇଥଲା। ପିଲାମାନଙ୍କ ପାଇଁ କଣ୍ଢେଇର ଭୂମିକା କେତେ ଗୁରୁତ୍ଵପୂର୍ଣ୍ଣ ତାହା ବୁଝି ମେଞ୍ଚାଏ କଣ୍ଢେଇ କିଣି ଆଣିଥିଲେ ଅଜା ଆଉ ଫେରିବାବେଳେ ଟ୍ରାଭେଲ ବାସ୍କେଟରେ ସ୍ଥାନ ଅଭାବରୁ ସେଗୁଡିକ ଦେଇ ଆସିଥିଲେ ପାଖାପାଖି ଥିବା ଛୋଟ ପିଲାମାନଙ୍କୁ, ଯେଉଁମାନେ ଖୁବ୍ ଖୁସିରେ କଣ୍ଢେଇ ସହ କେକ ଖାଇଥିଲେ ନାତୁଣୀ ଡୁଗୁ ସହ। ବାଟରେ ଖୋଜୁଥିଲା ପୁଣି ତାର ସେହି ଘରେ ଛାଡି ଆସିଥିବା ମିକି ,ମିନି, ଡଗି, ଠୁକୁ ଇତ୍ୟାଦି କଣ୍ଢେଇସଭିଙ୍କୁ ତ ଅଜା କହିଥିଲେ ଆମ ନାତୁଣୀ ଟା ତ ଗୋଟେ କଣ୍ଢେଇ ,ତ ବୁଝି ଯାଇଥିଲା ପିଲାଟା , କହୁଥିଲା ମୁଁ କଣ୍ଢେଇ ମୁଁ କଣ୍ଢେଇ, ସମସ୍ତେ ହସୁଥିଲେ ଗୁଲୁଗୁଲିଆ କଥାରେ ତାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract